ଜାତୀୟ |

ନାରୀଙ୍କ ପାଇଁ ଦିନଟିଏ

ନାରୀଙ୍କ ପାଇଁ ଦିନଟିଏ
ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସକୁ ନେଇ ସବୁଠି କିଛିନା କିଛି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଏ। ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କର ଆଖିଦୃଶିଆ ଅବଦାନ ପାଇଁ ତାଙ୍କୁ ଆଜି ପୁରସ୍କୃତ ମଧ୍ୟ କରାଯାଉଛି। ଏହି ଅବସରରେ ଗୁଗୁଲ୍‌ ମଧ୍ୟ ଡୁଡୁଲ ମାଧ୍ୟମରେ ନାରୀଙ୍କୁ ସମ୍ମାନ ଜଣାଇଛି। ଏଥର ମାୟାନଗରୀ ବମ୍ବେରେ ଏହି ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ମଞ୍ଚ ଉପରେ ବଲିଉଡ ସେଲିବ୍ରିଟିଙ୍କ ବଦଳରେ ଏମିତି କିଛି ନାରୀ ତାଙ୍କର ଚମକ ପ୍ରଦର୍ଶନ କରିଛନ୍ତି ଯାହାକୁ ଦେଖି ସମସ୍ତେ ବାଃ ବାଃ କହିଛନ୍ତି। ଭିଭିଆନ୍‌ ମଲ୍‌ରେ ଆୟୋଜିତ ଏକ୍ସଟ୍ରାଅର୍ଡିନାରୀ ଇଭେଣ୍ଟରେ ଆୟୋଜିତ ଫ୍ୟାଶନ ଶୋରେ ଜଲଓ୍ବା ଦେଖାଇଥିଲେ ଏସିଡ୍‌ ଆକ୍ରମଣରେ ଜୀବନର ଚମକ ହରାଇଥିବା କେତେଜଣ ମହିଳା। ଏସିଡ୍‌ ସର୍ଭାଇଭର୍ସ ଆଣ୍ଡ ଓ୍ବମେନ୍‌ ଓ୍ବେଲଫେୟାର୍‌ ଫାଉଣ୍ଡେଶନ୍‌ (ଏଏସ୍‌ଡବ୍ଲୁଡବ୍ଲୁଏଫ୍‌) ଏନ୍‌ଜିଓ ସହ ସାମିଲ ଥିବା ଏହି ମହିଳାମାନଙ୍କ ର଼୍ୟାମ୍ପ ଶୋ ସଭିଙ୍କୁ ଆକର୍ଷିତ କରିପାରିଥିଲା। ଅନେକ କଷ୍ଟକୁ ଏମାନେ ଆପଣାର କରି ମଧ୍ୟ ଜୀବନରେ ହାର ମାନି ନ ଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା।
All Right Reserved By

ଜାତୀୟ |

ଚର୍ଚ୍ଚାରେ ରିୟା-ମହେଶ

ଚର୍ଚ୍ଚାରେ ରିୟା-ମହେଶ

ମୁମ୍ବାଇ,୨୧।୯: ବଲିଉଡ ନିର୍ଦ୍ଦେଶକ ମହେଶ ଭଟ୍ଟ ଗୁରୁବାର ତାଙ୍କର ୭୦ ତମ ଜନ୍ମ ଦିବସ ମନାଇବା ପରେ ପରେ ଆସିଛନ୍ତି ଚର୍ଚ୍ଚାକୁ। ଏବେ ମହେଶଙ୍କ ନାଁ ସହ ଏକ ପ୍ରକାର ଯୋଡି ହୋଇ ଯାଇଛି ବଲିଉଡ୍‌ ନାୟିକା ରିୟା ଚକ୍ରବର୍ତ୍ତିଙ୍କ ନାଁ।

ମଦନିଶାରେ ଚୁର୍‌ ଷ୍ଟେଶନ ମାଷ୍ଟରଙ୍କ ହଙ୍ଗାମା: ସିଗନାଲ୍‌ ନ ପାଇ ଅଟକି ରହିଲା ଅନେକ ଟ୍ରେନ୍‌, ଭିଡ଼ିଓ ଭାଇରାଲ

ମଦନିଶାରେ ଚୁର୍‌ ଷ୍ଟେଶନ ମାଷ୍ଟରଙ୍କ ହଙ୍ଗାମା: ସିଗନାଲ୍‌ ନ ପାଇ ଅଟକି ରହିଲା ଅନେକ ଟ୍ରେନ୍‌, ଭିଡ଼ିଓ ଭାଇରାଲ

ମୁଜଫରପୁର,୨୧।୯: ବିହାର ମୁଜଫରପୁର ଅନ୍ତର୍ଗତ ସମସ୍ତିପୁରର  ସିହୋ ଷ୍ଟେଶନରେ ଘଟିଛି ଏକ ଅଘଟଣ। ଏହି ଷ୍ଟେଶନର ଷ୍ଟେଶନ ମାଷ୍ଟର ରାକେଶ କୁମାର ମଦନିଶାରେ ଚୁର୍‌ ହୋଇ ଗୁରୁବାର ରାତିରେ ହଙ୍ଗାମା କରିଥିଲେ। ପରେ ସେ ବେହୋଶ୍‌ ହୋଇଯାଇଥିଲେ। 

ଇଣ୍ଡିଗୋ ଏୟାର ଲାଇନ୍ସ୍‌ ବସ୍‌ରେ ଅଗ୍ନିକାଣ୍ଡ

ଇଣ୍ଡିଗୋ ଏୟାର ଲାଇନ୍ସ୍‌ ବସ୍‌ରେ ଅଗ୍ନିକାଣ୍ଡ

ଚେନ୍ନାଇ,୨୧।୯: ଯାତ୍ରୀଙ୍କ ସୁରକ୍ଷା ପ୍ରତି ଘରୋଇ ବିମାନ କମ୍ପାନୀଗୁଡ଼ିକ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। 

ଅପହରଣ ପରେ ୩ ପୋଲିସ କର୍ମଚାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଅପହରଣ ପରେ ୩ ପୋଲିସ କର୍ମଚାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀର ଶୋପିଆନ୍‌ରୁ ୩ ସ୍ପେସାଲ ପୋଲିସ ଅଫିସର ଏବଂ ଜଣେ କନେଷ୍ଟବଳଙ୍କୁ ଆତଙ୍କବାଦୀମାନେ ଶୁକ୍ରବାର ଅପହରଣ କରି ନେଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ହତ୍ୟା କରି ଦକ୍ଷିଣ କଶ୍ମୀରରେ ପକାଇ ଦେଇଛନ୍ତି। 

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ନୂଆଦିଲ୍ଲୀ/ଜେନେଭା,୨୧।୯: ଭାରତରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ୨୦୧୮ ଗ୍ଲୋବାଲ ମଲ୍ଟିଡାଇମେନ୍ସନାଲ୍‌ ପୋଭର୍ଟି ଇଣ୍ଡେକ୍ସ୍‌ରେ ଏସମ୍ପର୍କରେ ସୂଚିତ ହୋଇଛି। 

ଗିର୍‌ ଜଙ୍ଗଲରେ ୧୦ ଦିନରେ ୧୧ ସିଂହଙ୍କ ମୃତ୍ୟୁ

ଗିର୍‌ ଜଙ୍ଗଲରେ ୧୦ ଦିନରେ ୧୧ ସିଂହଙ୍କ ମୃତ୍ୟୁ

ଜୁନାଗଡ଼,୨୧।୯: ଗୁଜରାଟର ଗିର୍‌ ଜଙ୍ଗଲରେ  ୧୦ଦିନ ମଧ୍ୟରେ ୧୧ ସିଂହଙ୍କ ମୃତ୍ୟୁ ଘଟିଛି। ଏନେଇ ଶୁକ୍ରବାର ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିଜ ନିଜ ମଧ୍ୟରେ ଲଢ଼େଇ କରି ୩ ସିଂହଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ମୃତ ସିଂହଙ୍କ ଠାରେ ଫୁସ୍‌ଫୁସ୍‌ ସଂକ୍ରମଣ ଦେଖିବାକୁ ମିଳିଛି। 

ଶୋପିଆନ୍‌ରୁ ୪ ପୋଲିସ କର୍ମଚାରୀ ନିଖୋଜ: ଅପହରଣ ସନ୍ଦେହ

ଶୋପିଆନ୍‌ରୁ ୪ ପୋଲିସ କର୍ମଚାରୀ ନିଖୋଜ: ଅପହରଣ ସନ୍ଦେହ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀର ଶୋପିଆନ୍‌ରୁ ୩ ସ୍ପେସାଲ ପୋଲିସ ଅଫିସର ଏବଂ ଜଣେ କନେଷ୍ଟବଳ ନିଖୋଜ ଅଛନ୍ତି। ଶୁକ୍ରବାର ସେମାନେ ନିଖୋଜ ହୋଇଥିବା ଜଣାପଡ଼ିଛି। 

ଝିଅ ନିର୍ବନ୍ଧକୁ ଅପାସୋରା କରିବାକୁ ଚାହୁଁଛନ୍ତି ଅମ୍ବାନୀ ପରିବାର

ଝିଅ ନିର୍ବନ୍ଧକୁ ଅପାସୋରା କରିବାକୁ ଚାହୁଁଛନ୍ତି ଅମ୍ବାନୀ ପରିବାର

ମୁମ୍ବାଇ,୨୦।୯: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ତାଙ୍କର ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ନିର୍ବନ୍ଧକୁ ଅପାସୋରା କରି ରଖିବାକୁ ଚେଷ୍ଟା କରିଛନ୍ତି।

ମୋଦିଙ୍କୁ ଭେଟିଲେ ଆଶାକର୍ମୀ

ମୋଦିଙ୍କୁ ଭେଟିଲେ ଆଶାକର୍ମୀ

ନୂଆଦିଲ୍ଲୀ,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ଭେଟିଛନ୍ତି ପ୍ରାୟ୯୦ ଜଣ ଆଶାକର୍ମୀ। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ଆଶାକର୍ମୀମାନେ ନୂଆଦିଲ୍ଲୀଠାରେ ମୋଦିଙ୍କୁ ସାକ୍ଷାତ କରିଛନ୍ତି।

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଧାୟକ ଓ ଏମ୍‌ପିଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କୋର୍ଟ

ବିଧାୟକ ଓ ଏମ୍‌ପିଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କୋର୍ଟ

ଚେନ୍ନାଇ,୨୦।୯: ତାମିଲନାଡୁର ଚେନ୍ନାଇରେ ଗୁରୁବାର ଏକ ସ୍ବତନ୍ତ୍ର କୋର୍ଟ ଉଦ୍‌ଘାଟନ କରାଯାଇଛି। ଏହି ବିଶେଷ କୋର୍ଟରେ ବିଧାୟକ ଓ ଏମ୍‌ପିମାନଙ୍କ ବିରୋଧରେ ରେଜିଷ୍ଟର ହୋଇ ପଡିରହିଥିବା ମାମଲା ଗୁଡିକର ଶୁଣାଣି କରାଯିବ।

କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚର ଛାତି: କଂଗ୍ରେସ

କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚର ଛାତି: କଂଗ୍ରେସ

ନୂଆଦିଲ୍ଲୀ,୨୦।୯: ପାକିସ୍ତାନ ସେନା ଦ୍ୱାରା ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର ସିଂଙ୍କ ମୃତ୍ୟୁ ପରେ ଏବେ ବିରୋଧି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା କହିଛନ୍ତି କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚ ଚଉଡା ଛାତି।