ବାଣିଜ୍ୟ |

ତନିଷ୍କର ‘ଜିରୋ ଡିଡକ୍‌ଶନ’ ଅଫର

ତନିଷ୍କର ‘ଜିରୋ ଡିଡକ୍‌ଶନ’ ଅଫର
ଭୁବନେଶ୍ୱର, ୭-୩ ଦେଶର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ତନିଷ୍କ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର ଘୋଷଣା କରିଛି। ଦେଶରେ ଥିବା ତନିଷ୍କର ସମସ୍ତ ଶୋ’ରୁମ୍‌ରେ ଅଣତନିଷ୍କ ବ୍ରାଣ୍ଡ୍‌ର ସୁନା ଓ ହୀରା ଗହଣାକୁ ଜିରୋ ଡିଡକ୍‌ଶନ ରେଟ୍‌ରେ ବଦଳ କରାଯିବ। ଅର୍ଥାତ ଅଳଙ୍କାର ମୂଲ୍ୟରେ ଗ୍ରାହକଙ୍କୁ କୌଣସି କ୍ଷତି ସହିବାକୁ ପଡିବ ନାହିଁ। ସୁନାର ଶୁଦ୍ଧତା ଯାଞ୍ଚ ପରେ ଯଦି ଏହା ୨୨ କ୍ୟାରେଟ୍‌ ବା ତା’ଠାରୁ ଅଧିକ ଶୁଦ୍ଧତାବିଶିଷ୍ଟ ବୋଲି ଜଣା ପଡେ ତେବେ ଗ୍ରାହକଙ୍କୁ ଏଥିରେ କୌଣସି ମୂଲ୍ୟ ହରାଇବାକୁ ପଡିବ ନାହିଁ। ପୂର୍ବରୁ ୨୨ କ୍ୟାରେଟ୍‌ରୁ କମ୍‌ ହେଲେ ୮% ମୂଲ୍ୟ କଟାଯାଉଥିଲା। ସେହିପରି ୨୨ କ୍ୟାରେଟ୍‌ରୁ ଅଧିକ ଥିଲେ ୨% ମୂଲ୍ୟ କଟା ଯାଉଥିଲା। ବର୍ତ୍ତମାନ ଏହି ଅଫର ଅନୁସାରେ ୨୦୧୮ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଅଣତନିଷ୍କ ସୁନା ଓ ହୀରାରେ ଏହି ଆକର୍ଷଣୀୟ ‘ଜିରୋ ଡିଡକ୍‌ଶନ’ ଫାଇଦା ମିଳିବ। ସେହିପରି ଯଦି ସୁନାର ଶୁଦ୍ଧତା ୨୨ କ୍ୟାରେଟ୍‌ରୁ କମ୍‌ ହୁଏ ତେବେ ପୂର୍ବର ୮% ବଦଳରେ ୪% ମୂଲ୍ୟ ହ୍ରାସ ହେବ। କିନ୍ତୁ ହୀରାରେ କୌଣସି ମୂଲ୍ୟ ହ୍ରାସ କରାଯିବ ନାହିଁ। ଦେଶରେ ଥିବା ତନିଷ୍କର ସମସ୍ତ ଶୋ’ରୁମ୍‌ରେ ଏହି ଅଫର ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଟାଇଟନ କମ୍ପାନୀ ଲିମିଟେଡ୍‌ର ଏଭିପି ଦୀପିକା ସବରଓ୍ବାଲ ତିଓ୍ବାରି କହିଛନ୍ତି, ତନିଷ୍କର ଏହି ସ୍ବତନ୍ତ୍ର ଅଫର ଗ୍ରାହକଙ୍କୁ ନିଜର ପୁରୁଣା ଗହଣା କଲେକ୍‌ଶନକୁ ବଦଳାଇ ନୂଆ ଗହଣା ଭେଟି ଦେବ। ବର୍ତ୍ତମାନ ବିବାହ ଋତୁ ଚାଲୁଥିବା ବେଳେ ସେମାନେ ଏହାର ଫାଇଦା ଉଠାଇପାରିବେ। ଏହି ଅବସରରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ତନିଷ୍କ ଶୋ’ରୁମ୍‌ରେ ଏହାର ଫ୍ରାଞ୍ଚାଇଜି ଓନର ମାନିକ ହଂସ ଏବଂ କମ୍ପାନୀର ଏରିଆ ବିଜ୍‌ନେସ୍‌ ମ୍ୟାନେଜର ସୁମିତ ଘୋଷ ଅଫର ସମ୍ପର୍କରେ ଓଡିଶାର ଗ୍ରାହକଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ତନିଷ୍କର କେତେକ ଆକର୍ଷଣୀୟ ଅଳଙ୍କାର ପ୍ରଦର୍ଶିତ ହୋଇଥିଲା।
All Right Reserved By

ବାଣିଜ୍ୟ |

ମାଲ୍ୟା ପ୍ରତ୍ୟର୍ପଣ ମାମଲା ରାୟ:  ଆଜି ପ୍ରକାଶ ପାଇପାରେ;ସିବିଆଇ-ଇଡି ଟିମ୍‌ର ଲଣ୍ଡନ ଗସ୍ତ

ମାଲ୍ୟା ପ୍ରତ୍ୟର୍ପଣ ମାମଲା ରାୟ: ଆଜି ପ୍ରକାଶ ପାଇପାରେ;ସିବିଆଇ-ଇଡି ଟିମ୍‌ର ଲଣ୍ଡନ ଗସ୍ତ

ନୂଆଦିଲ୍ଲୀ,୧୦-୧୨:  ସଙ୍କଟ ଦେଇ ଗତି କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ସୋମବାର ଲଣ୍ଡନସ୍ଥିତ ଓ୍ବେଷ୍ଟ ମିନିଷ୍ଟର ଅଦାଲତରେ ହାଜର ହେବେ। ଏହି ଦିନ ତାଙ୍କର ପ୍ରତ୍ୟର୍ପଣ ନେଇ ବିଚାରପତି ତାଙ୍କ ରାୟ ଶୁଣାଇବେ ବୋଲି ଆଶାକରାଯାଉଛି। 

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଲେ ସୁବ୍ରମଣ୍ୟନ

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଲେ ସୁବ୍ରମଣ୍ୟନ

ନୂଆଦିଲ୍ଲୀ,୧୦-୧୨:  ଜିଡିପି ବ୍ୟାକ୍‌ ସିରିଜ ଡାଟାକୁ ନେଇ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। 

ଟିସିଏସ୍‌ ଦ୍ୱାରା ବିକଶିତ ପାନ୍‌ ପ୍ରଣାଳିକୁ ଚରଣ ସିଂହ ମଞ୍ଜୁରୀ ଦେଇ ନ ଥିଲେ

ଟିସିଏସ୍‌ ଦ୍ୱାରା ବିକଶିତ ପାନ୍‌ ପ୍ରଣାଳିକୁ ଚରଣ ସିଂହ ମଞ୍ଜୁରୀ ଦେଇ ନ ଥିଲେ

ନୂଆଦିଲ୍ଲୀ,୧୦-୧୨:  ଭାରତ ୭୦ ଦଶକର ଶେଷାର୍ଦ୍ଧରେ ପୂର୍ଣ୍ଣ କମ୍ପ୍ୟୁଟରୀକୃତ ଟିକସ ବ୍ୟବସ୍ଥାକୁ ଲାଗୁ କରିବାର ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ମ୍ୟାନେଜମେଣ୍ଟ ରଣନୀତିକାର ତଥା ଅନୁସନ୍ଧାନକାରୀ ଶଶାଙ୍କ ଶାହଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଟାଟା ଗ୍ରୁପ୍‌: ଫ୍ରମ୍‌ ଟର୍ଚ୍ଚବିୟରର୍ସ ଟୁ ଟ୍ରେଲବ୍ଲେଜର୍ସ’ରେ  ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। 

ବିମୁଦ୍ରୀକରଣ ଲାଗୁ ପ୍ରକ୍ରିୟା ଭୁଲ୍‌ ଥିଲା: ଉଦୟ କୋଟାକ୍‌

ବିମୁଦ୍ରୀକରଣ ଲାଗୁ ପ୍ରକ୍ରିୟା ଭୁଲ୍‌ ଥିଲା: ଉଦୟ କୋଟାକ୍‌

ନୂଆଦିଲ୍ଲୀ,୧୦।୧୨:  ବିମୁଦ୍ରୀକରଣର ୨ ବର୍ଷ ପରେ ଦେଶର ପ୍ରମୁଖ ବ୍ୟାଙ୍କର ଭାବେ ଜଣାଶୁଣା ଉଦୟ କୋଟାକ୍‌ ଏହାକୁ ସମାଲୋଚନା କରିଛନ୍ତି। ବିମୁଦ୍ରୀକରଣ ଲାଗୁ କରିବା ପ୍ରକ୍ରିୟା ଭୁଲ୍‌ ଥିଲା ବୋଲି ସେ କହିଛନ୍ତି। 

ଆର୍‌ବିଆଇ ପାଣ୍ଠି ନେବା ଲୁଟ୍‌ ସଙ୍ଗେ ସମାନ

ଆର୍‌ବିଆଇ ପାଣ୍ଠି ନେବା ଲୁଟ୍‌ ସଙ୍ଗେ ସମାନ

ଅରବିନ୍ଦ ସୁବ୍ରମଣ୍ୟନ ନିଜ ପୁସ୍ତକ ‘ ଅଫ୍‌ କାଉନସିଲ: ଦ ଚ୍ୟାଲେଞ୍ଜେସ ଅଫ୍‌ ଦ ମୋଦି-ଜେଟ୍‌ଲୀ ଇକୋନୋମୀ’ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗ ଦେବାକୁ ଆସି ଆର୍‌ବିଆଇ ସହ ବିବାଦକୁ ନେଇ ସମାଲୋଚନା କରିଛନ୍ତି। 

ନୀତି ଆୟୋଗ ସଦସ୍ୟଙ୍କ ମତ ;  ଋଣଛାଡ଼ର ଫାଇଦା କିଛି ଚାଷୀଙ୍କୁ ମିଳୁଛି

ନୀତି ଆୟୋଗ ସଦସ୍ୟଙ୍କ ମତ ; ଋଣଛାଡ଼ର ଫାଇଦା କିଛି ଚାଷୀଙ୍କୁ ମିଳୁଛି

ନୂଆଦିଲ୍ଲୀ,୧୦।୧୨:  ଫସଲ ବିକ୍ରି ସମେତ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମସ୍ୟା ଯୋଗୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଚାଷୀମାନଙ୍କ ଭିତରେ ଋଣଛାଡ଼ ଦାବି ଜୋର୍‌ ଧରୁଛି। ଏହା ଉପରେ ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବିମୁଦ୍ରୀକରଣ ମାସର ନୋଟ ପ୍ରିଣ୍ଟ ତଥ୍ୟ ମଗାଗଲା

ବିମୁଦ୍ରୀକରଣ ମାସର ନୋଟ ପ୍ରିଣ୍ଟ ତଥ୍ୟ ମଗାଗଲା

ନୂଆଦିଲ୍ଲୀ,୧୦-୧୨ :ବିମୁଦ୍ରୀ କରଣ ଘୋଷଣା ପରେ ସେହି ମାସ ୩୦ ତାରିଖ ଯାଏ କେତେ ପରିମାଣର ୫୦୦ ଏବଂ ୨୦୦ ଟଙ୍କିଆ ନୋଟ ପ୍ରିଣ୍ଟ ହୋଇଛି ସେ ସମ୍ପର୍କିତ ତଥ୍ୟ ଦେବାକୁ କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। 

କଟକରେ ଆରମ୍ଭ ହେବ ରାପିଡୋ ବାଇକ ଟାକ୍ସି ସେବା

କଟକରେ ଆରମ୍ଭ ହେବ ରାପିଡୋ ବାଇକ ଟାକ୍ସି ସେବା

ଭୁବନେଶ୍ୱର,୧୦-୧୨:ବାଙ୍ଗାଲୋର ଭିତ୍ତିକ ବାଇକ ଟାକ୍ସି ସେବା ପ୍ରଦାନକାରୀ କମ୍ପାନୀ ରାପିଡୋ ପକ୍ଷରୁ କଟକ ସହରରେ ସେବାର ଶୁଭାରମ୍ଭ ହେବ। କମ୍ପାନୀ ବର୍ତ୍ତମାନ ଦେଶର ୧୩ଟି ସହରରେ ଏହି ସେବା ପ୍ରଦାନ କରୁଛି।

କେଟିଏମ୍‌ର ନୂଆ ଶୋ’ରୁମ

କେଟିଏମ୍‌ର ନୂଆ ଶୋ’ରୁମ

ଭୁବନେଶ୍ୱର,୧୦-୧୨: ପ୍ରମୁଖ ରେସିଂ ବାଇକ ନିର୍ମାତା କେଟିଏମ୍‌ ପକ୍ଷରୁ ଭୁବନେଶ୍ୱର ଖଣ୍ଡଗିରି ଛକଠାରେ ଏକ ନୂଆ ଶୋ’ରୁମ ଖୋଲିଛି। ନୂଆ ଶୋ’ରୁମକୁ ମଞ୍ଚେଶ୍ୱର କେଟିଏମ୍‌ର ଏମ୍‌ଡି ସୌରଭ ଅଗ୍ରଓ୍ବାଲ ଉଦଘାଟନ କରିଥିଲେ। 

ଶୀଘ୍ର ଆସିବ ନୂଆ ଶିଳ୍ପ ନୀତି; କ୍ୟାବିନେଟ ମଞ୍ଜୁରୀକୁ ଅପେକ୍ଷା

ଶୀଘ୍ର ଆସିବ ନୂଆ ଶିଳ୍ପ ନୀତି; କ୍ୟାବିନେଟ ମଞ୍ଜୁରୀକୁ ଅପେକ୍ଷା

ପଣଜୀ,୧୦-୧୨: ସରକାର ଦେଶରେ ଶୀଘ୍ର ନୂଆ ଶିଳ୍ପ ନୀତି ଲାଗୁ କରିବେ। ଶିଳ୍ପ ନୀତିକୁ ମଞ୍ଜୁରୀ ପ୍ରଦାନ ଲାଗି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସମସ୍ତ ପ୍ରକ୍ରିୟାକୁ ଚୂଡାନ୍ତ ପର୍ଯ୍ୟାୟକୁ ନେଇଛି। 

ଆଇଏମ୍‌ଆଇରେ ବାଣିଜ୍ୟ ସମ୍ମିଳନୀ

ଆଇଏମ୍‌ଆଇରେ ବାଣିଜ୍ୟ ସମ୍ମିଳନୀ

ଭୁବନେଶ୍ୱର,୧୦-୧୨: ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌ (ଆଇଏମ୍‌ଆଇ) ଭୁବନେଶ୍ୱର ଓ ଇଗାଡେ ବିଜନେସ ସ୍କୁଲ ମେକ୍ସିକୋର ମିଳିତ ସହଯୋଗରେ ଇଣ୍ଡଷ୍ଟ୍ରୀ ୪.୦ ବିଜନେସ ବିୟଣ୍ଡ ବାଉଣ୍ଡ୍ରିଜ ସଂକ୍ରାନ୍ତ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଏସିଆ ରୋଡ ରେସିଂ ଚାମ୍ପିୟନଶିପରେ ହୋଣ୍ଡା ଚାଳକଙ୍କ ସଫଳତା

ଏସିଆ ରୋଡ ରେସିଂ ଚାମ୍ପିୟନଶିପରେ ହୋଣ୍ଡା ଚାଳକଙ୍କ ସଫଳତା

ଭୁବନେଶ୍ୱର,୧୦-୧୨: ଏସିଆ ରୋଡ ରେସିଂ ଚାମ୍ପିୟନଶିପ ୨୦୧୮ରେ ହୋଣ୍ଡାର ଭାରତୀୟ ଚାଳକମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଥାଇଲାଣ୍ଡ ବୁରିଆମର ଚାଙ୍ଗ ସର୍କିଟରେ ଅନୁଷ୍ଠିତ ଦ୍ୱିତୀୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଭାରତୀୟ ଟିମର ଚାଳକ ରାଜୀବ ସେତୁ ଏପି ୨୫୦ରେ ଉତ୍ତମ ପ୍ରଦର୍ଶନ କରିଥିଲେ।