ମେଟ୍ରୋ |

ଦୋଳବେଦିରେ ବାଦୀପାଲା ଆରମ୍ଭ

ଦୋଳବେଦିରେ ବାଦୀପାଲା ଆରମ୍ଭ

ପୁରୀ ଅଫିସ, ୭।୩: ପୁରୀରେ ପାଲା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ୭୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଲକ୍ଷ୍ମୀବଜାରସ୍ଥିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ସମିତି ବାଦୀପାଲା ଆୟୋଜନ କରିଆସୁଛି। ଏହି କ୍ରମରେ ବୁଧବାର ପବିତ୍ର ଦୋଳବେଦିଠାରେ ଆରମ୍ଭ ହୋଇଛି ଶ୍ରୀ ସତ୍ୟନାରାୟଣ ବାଦୀପାଲା। ପ୍ରଥମେ ଶ୍ରୀସତ୍ୟନାରାୟଣଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବାଣୀଭୂଷଣ ପଣ୍ଡିତ ନିରଞ୍ଜନ ବ୍ରହ୍ମା ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ। ରାମକୃଷ୍ଣ ବେଦ ପାଠଶାଳାର ଅଧ୍ୟାପକ ସୁରେନ୍ଦ୍ର କୁମାର ଦାଶ ଏବଂ ବିଦ୍ୟାର୍ଥୀମାନେ ବେଦପାଠ କରିଥିଲେ। ଆୟୋଜିତ ସଭାରେ ଉଦ୍‌ଘାଟକ ବ୍ରହ୍ମା, ମହନ୍ତ ନାରାୟଣ ରାମାନୁଜ ଦାଶ ଓ ଭକ୍ତଚରଣ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ପୂଜକ କୃଷ୍ଣଚନ୍ଦ୍ର ମହାପାତ୍ର ସତ୍ୟନାରାୟଣଙ୍କ ଲାଗି ମାଳ ପ୍ରଦାନ କରିଥିଲେ। ମାଳକୁ ଘଣ୍ଟ, କାହାଳୀ ଶୋଭାଯାତ୍ରାରେ ଦୋଳବେଦିକୁ ବିଜେ କରାଯିବା ପରେ ପାଲା ଆରମ୍ଭ ହୋଇଥିଲା। ପ୍ରଥମ ସନ୍ଧ୍ୟାରେ ପିପିଲିର ଗାୟକ କୈଳାସ ଚନ୍ଦ୍ର ପାଣିଗ୍ରାହୀ ଓ ସାଥୀ କାଶୀନାଥ ଜେନା, ବେଣୁଧର ପ୍ରଧାନ, ଶତ୍ରୁଘ୍ନ ପ୍ରଧାନ, ଅର୍ଜୁନ କୁମାର ଜେନା ଓ ଅଜୟ ପ୍ରଧାନ ଏବଂ ଖୋର୍ଦ୍ଧା ବଘେଇଟାଙ୍ଗୀର ଗାୟକ ଧରଣୀଧର ନାୟକ ଓ ସାଥୀ ରାଜକିଶୋର ସାହୁ, ପ୍ରକାଶ ଚନ୍ଦ୍ର ଖଟୁଆ, ଦିଲୀପ କୁମାର ସ୍ବାଇଁ, କ୍ଷୀରୋଦ କୁମାର ଖଟୁଆ, ବଳରାମ ଜେନା ପାଲା ପରିବେଷଣ କରିଛନ୍ତି। ୧୬ ଦିନ ଧରି ଚାଲିବାକୁ ଥିବା ଏହି ବାଦୀପାଲା ପ୍ରତିଦିନ ସନ୍ଧ୍ୟା ୭ଟାରୁ ରାତି ୧୧ଟା (ଗୋଟିଏ ଗ୍ରୁପ୍‌) ଏବଂ ରାତି ୧୧ଟାରୁ ସାଢେ ୩ଟା (ଅନ୍ୟ ଏକ ଗ୍ରୁପ୍‌) ଯାଏ ପରିବେଷଣ କରାଯିବ। ସମିତି ସଭାପତି ବାବାଜୀ ଚରଣ ପଟ୍ଟନାୟକ, ପୂର୍ବତନ ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ସମ୍ପାଦକ ସତ୍ୟାନନ୍ଦ ଶତପଥୀ, ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି, କୋଷାଧ୍ୟକ୍ଷ ରଘୁନାଥ ପୃଷ୍ଟିଙ୍କ ସମେତ ସମିତିର ସମସ୍ତ ସଦସ୍ୟ ଏହି ବାଦୀପାଲା ପରିଚାଳନାରେ ସହଯୋଗ କରୁଛନ୍ତି।

All Right Reserved By

ମେଟ୍ରୋ |

ନବନିଯୁକ୍ତ ସିଭିଲ ସର୍ଭିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୩ ‘ଟି’, ୩ ‘ଡି’ ମନ୍ତ୍ର

ନବନିଯୁକ୍ତ ସିଭିଲ ସର୍ଭିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୩ ‘ଟି’, ୩ ‘ଡି’ ମନ୍ତ୍ର

ଭୁବନେଶ୍ୱର, ୨୩।୬(ବ୍ୟୁରୋ)- ନବ ନିଯୁକ୍ତ ଓଡ଼ିଶା ସିଭିଲ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ସୁଚନାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୧୬ରେ କୃତିତ୍ୱ ହାସଲ କରିଥିବା ୧୪୫ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।

ସରିଲା ଯୁକ୍ତ୨ ନାମଲେଖା ଆବେଦନ

ଭୁବନେଶ୍ୱର, ୨୩।୬(ବ୍ୟୁରୋ)- ଯୁକ୍ତ୨ ନାମଲେଖା ପାଇଁ ଶନିବାର ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ୨ହଜାର ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪,୪୧,୬୦୧ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଥିବାବେଳେ ୪୦୯,୫୬୭ ଜଣ ଅନଲାଇନରେ ଆବେଦନ କରିଛନ୍ତି।

ଖାଉଟି ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଖାଉଟି ଅଧିକାର ଉଲଂଘନ ହେଲେ ତାହାର ପ୍ରତିକାର ପାଇଁ ଆଇନରେ ସ୍ବତନ୍ତ୍ର ଖାଉଟି ଅଦାଲତର ବ୍ୟବସ୍ଥା କରାଯାଇଛି। ଉଚିତ ମୂଲ୍ୟରେ ଉତ୍ତମ ମାନର ଦ୍ରବ୍ୟ ଓ ସେବା ବଜାରରେ ଉପଲବ୍ଧ ହେବା ଖାଉଟିର ଆଇନଗତ ଅଧିକାର ରହିଛି।

ବିଷାକ୍ତ ଛତୁ ଖାଇ ୯ ଅସୁସ୍ଥ

ଖୋର୍ଦ୍ଧା ଅଫିସ, ୨୩।୬: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ପଞ୍ଚାୟତ ତଥା ଜଙ୍କିଆ ଥାନା ସିକୋଫାଣ୍ଡି ଅନ୍ତର୍ଗତ ନିଧିପୁର ଗ୍ରାମରେ ଶୁକ୍ରବାର ରାତିରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୯ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନେଇ ବିଚାର ଚାଲିଛି: ପର୍ଯ୍ୟଟନ ମନ୍ତ୍ରୀ

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନେଇ ବିଚାର ଚାଲିଛି: ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ନେଇ ବିଚାର ଚାଲିଥିବା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ବନ୍ଦେ ଉତ୍କଳ ଜନନୀ ସଂଗୀତ ପ୍ରତି ସମସ୍ତଙ୍କର ଆନ୍ତରିକତା ରହିଛି। ବିଧାନସଭା ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ଏହା ଗାନ ହେବା ବେଳେ ସମସ୍ତେ ସମ୍ମାନ ଜଣାଇଥାନ୍ତି।

ବିବାହିତ ସତ୍ତ୍ୱେ ପ୍ରେମିକାଙ୍କ ବିବାହକୁ ସହିପାରିଲେନି ପ୍ରେମିକ

ବିବାହିତ ସତ୍ତ୍ୱେ ପ୍ରେମିକାଙ୍କ ବିବାହକୁ ସହିପାରିଲେନି ପ୍ରେମିକ

କଣ୍ଟାପଡା, ୨୩।୬(ଡି.ଏନ୍‌.ଏ.) କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳବ୍ରାହ୍ମଣସାଇଲୋ ଗ୍ରାମର ଜଣେ ବିବାହିତ ଯୁବକ ଶନିବାର କନ୍ଦଳନଦୀ ପଠାରେ ଥିବା ଏକ ଚାକୁଣ୍ଡା ଗଛରେ ରଶିଲଗାଇ ଅତ୍ମହତ୍ୟା କରିଛନ୍ତି।

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ବାଙ୍କୀର ସାହାପଦା ପାଇକ ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପୂର୍ଣ୍ଣ ରାଉତ ଘର ସାମ୍ନା ବାରଣ୍ଡାରେ ଉଝି ଦେଇ ମଶାରି ଟାଙ୍ଗି ଶୋଇଥିବା ବେଳେ ଭିତରକୁ ଏକ ଚନ୍ଦନ ବୋଡ଼ା ପଶିଯାଇଥିଲା।

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ରାଜ୍ୟବାସୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହା କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୁହେଁ, ବରଂ ଖୋଦ୍‌ ରାଜଧାନୀରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ମାତ୍ର ଶକ୍ତି ବିଭାଗ ଏସବୁ ସମସ୍ୟାର ସମାଧାନ ନ କରି ପୂର୍ବବତ୍‌ ବିଭିନ୍ନ ନିୟମ ଖିଲାପ କରିଥିବା ବିଦ୍ୟୁତ୍‌ ସଂଯୋଗୀକରଣ, ବଣ୍ଟନ ଏବଂ ଶୁଳ୍କ ଆଦାୟ ସଂସ୍ଥାକୁ ବିନା ଟେଣ୍ଡରରେ ଅନୁକମ୍ପା ପ୍ରଦାନ କରିଚାଲିଛି।

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ପୁରୀ ଅଫିସ,୨୩ା୬ : ପୁରୀ ଗୋବର୍ଦ୍ଧନ ମଠସ୍ଥିତ ବିମଳା ମନ୍ଦିରରୁ ଚୋରି ହୋଇଥିବା ଶନିବାର ଗୋବର୍ଦ୍ଧନ ମଠ ପକ୍ଷରୁ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ବେଢ଼ାରେ ଥିବା ହୁଣ୍ଡି ତାଡି ଲକ୍ଷାଧିକ ଟଙ୍କା, ଦାନ ଦକ୍ଷିଣା ଆଦି ଚୋରିକରି ନେଇଛନ୍ତି।

ପିଲାଙ୍କ ପ୍ରତିଭା ବିକାଶ ହେଉଛି ସାଂସ୍କୃତିକ ମହୋତ୍ସବର ଲକ୍ଷ୍ୟ

ପିଲାଙ୍କ ପ୍ରତିଭା ବିକାଶ ହେଉଛି ସାଂସ୍କୃତିକ ମହୋତ୍ସବର ଲକ୍ଷ୍ୟ

ପୁରୀ ଅଫିସ,୨୩ା୬: ଶ୍ରୀଜଗନ୍ନାଥ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଶନିବାର ଠାରୁ ପୌର ସଦନଠାରେ ଆରମ୍ଭ ହୋଇଛି ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ମହୋତ୍ସବ। ଏହା ଦୁଇ ଦିନ ଧରି ଚାଲିବ। ନର୍ସରୀଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆାୟୋଜନ କରାଯିବ।

ପରିଚାଳନା କମିଟି ବୈଠକ ଆରମ୍ଭ

ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୨୩ା୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି।

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ: ପାଣିରେ ପଡ଼ିବ ୮ଲକ୍ଷ ଟଙ୍କା

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ: ପାଣିରେ ପଡ଼ିବ ୮ଲକ୍ଷ ଟଙ୍କା

କାଳିଆପାଣି,୨୩।୬(ଡିଏନଏ)- ଖଣି ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ସମ୍ପଦ ପାଣ୍ଠିରେ ନିର୍ମାଣ ହେଉଛି ଘାଗିଆସାହିଠାରୁ ଚିରୁଗୁଣିଆଁ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା। ମାତ୍ର ଏହି ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Model This Week

ପ୍ରଭାତ