ମେଟ୍ରୋ |

ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ: ୩ ନାବାଳକ ଗିରଫ, ୫ ବାଇକ୍‌ ଜବତ

ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ: ୩ ନାବାଳକ ଗିରଫ, ୫ ବାଇକ୍‌ ଜବତ
ପୁରୀ ଅଫିସ, ୭। ୩: ବୁଧବାର ଏକ ବାଇକ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି କୁମ୍ଭାରପଡ଼ା ପୋଲିସ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ଟି ଚୋରା ବାଇକ ଜବତ ହୋଇଛି। ସେଗୁଡିକ ମଧ୍ୟରୁ ୪ଟି ବାଇକ ପୁରୀର ହୋଇଥିବା ବେଳେ ଅନ୍ୟ ଏକ ବାଇକ୍‌ ବ୍ରହ୍ମପୁର ଅଞ୍ଚଳର ବୋଲି କୁମ୍ଭାରପଡା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ବାସେଳି ସାହି ଏବଂ ବଳିଆପଣ୍ଡା ଅଞ୍ଚଳର ରହିଛନ୍ତି। ଅନ୍ୟ ଜଣକଙ୍କ ଘର ଅନୁଗୋଳ ହୋଇଥିବା ବେଳେ ସେ ପୁରୀରେ ରହି ଏକ ଗ୍ୟାରେଜରେ କାମ କରୁଥିଲେ। ସିଟି ଡିଏସ୍‌ପି ପଟ୍ଟନାୟକ କହିଲେ, ମଙ୍ଗଳବାର କୁମ୍ଭାରପଡା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ନରେନ୍ଦ୍ରକୋଣରେ ଜଣେ ସନ୍ଦିଗ୍ଧ ବାଇକ୍‌ ଚାଳକଙ୍କୁ ଧରିଥିଲା। ତାଙ୍କୁ ଥାନାକୁ ଆଣି ପଚରାଉଚୁରା ବେଳେ ଏହା ଚୋରା ବାଇକ ବୋଲି ସେ ସ୍ବୀକାର କରିଥିଲେ। ତାଙ୍କଠାରୁ ସୂଚନା ପାଇ ପୋଲିସ ଅନ୍ୟ ଦୁଇଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସହରରେ ବାଇକ୍‌ ଚୋରି ରୋକିବା ଲାଗି କୁମ୍ଭାରପଡ଼ା, ସମୁଦ୍ରକୂଳ ଏବଂ ଟାଉନ ଥାନା ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ବାଇକ ଚୋରି ପଛରେ ବାହାର ରାଜ୍ୟର କେତେଜଣ ଲୁଟେରା ମଧ୍ୟ ସାମିଲ ଥିବା ଜଣାପଡିଛି। ଅଧିକ ଅନୁସନ୍ଧାନ ଲାଗି ଆଗାମୀ ଦିନରେ ଏକ ଟିମ୍‌ ବାହାର ରାଜ୍ୟକୁ ଯିବ ବୋଲି ପଟ୍ଟନାୟକ ସୂଚନା ଦେଇଛନ୍ତି।
All Right Reserved By

ମେଟ୍ରୋ |

ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକସଭା, ୯ ବିଧାନସଭା

ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକସଭା, ୯ ବିଧାନସଭା

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ସୋମବାର ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା। ୨ଟି ଲୋକସଭା ଏବଂ ୯ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। 


ପୁଣି ଭାଜପାକୁ ଫେରିଲେ ଖାରବେଳ

ପୁଣି ଭାଜପାକୁ ଫେରିଲେ ଖାରବେଳ

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁ ପୁଣି ଭାଜପାକୁ ଫେରିଛନ୍ତି। 

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ।

ଐତିହ୍ୟ ଓ ସଂଗ୍ରହାଳୟ ପଦଯାତ୍ରା: ବିଭିନ୍ନ ବିଷୟରେ ଅବଗତ ହେଉଛନ୍ତି ପର୍ଯ୍ୟଟକ

ଐତିହ୍ୟ ଓ ସଂଗ୍ରହାଳୟ ପଦଯାତ୍ରା: ବିଭିନ୍ନ ବିଷୟରେ ଅବଗତ ହେଉଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ ସାଙ୍ଗକୁ ଐତିହ୍ୟ କୀର୍ତ୍ତିରାଜିର ଅନେକ ଅଜଣା କଥା। ଓଡ଼ିଶାର କିମ୍ବଦନ୍ତୀ ଓ ଇତିହାସ। ରାଜ୍ୟର ଉତ୍କୃଷ୍ଟ ହସ୍ତଶିଳ୍ପ ଓ ହସ୍ତତନ୍ତର ଝଲକ ସାଙ୍ଗକୁ କିଛି ଅକୁହା କଥା। 

ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ

ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ରବିବାର ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ରହିଥିଲା। 

‘ପୁଲ୍‌ଓ୍ବାମା ଶହୀଦ ସ୍ମୃତି ପାର୍କ’ ଉଦ୍‌ଘାଟିତ

‘ପୁଲ୍‌ଓ୍ବାମା ଶହୀଦ ସ୍ମୃତି ପାର୍କ’ ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ବାଇକିଂ କମ୍ୟୁନିଟି ଅଫ୍‌ ଇଣ୍ଡିଆ(ବିସିଆଇ), ଭୁବନେଶ୍ୱର ପକ୍ଷରୁ ରବିବାର ଔଷଧ ନିରୋଧ ଓ ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏକ ବାଇକ୍‌ ରାଲି ଆୟୋଜିତ ହୋଇଯାଇଛି।

କଲରାପତରିଆ ବାଘ ଚମଡ଼ା ଜବତ ଘଟଣା:  ଆଉ ୩ ଗିରଫ

କଲରାପତରିଆ ବାଘ ଚମଡ଼ା ଜବତ ଘଟଣା: ଆଉ ୩ ଗିରଫ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ(ଏସ୍‌ଟିଏଫ୍‌) ରବିବାର ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଭୋଜିବେଳେ ଆକ୍ରମଣ, ପୋଲିସ ଗାଡ଼ି ଭଙ୍ଗାରୁଜା ଘଟଣା:  ଆଉ ଜଣେ ଅଭିଯୁକ୍ତ ଗିରଫ

ଭୋଜିବେଳେ ଆକ୍ରମଣ, ପୋଲିସ ଗାଡ଼ି ଭଙ୍ଗାରୁଜା ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୫ା୩ (ବ୍ୟୁରୋ): ହୋଲି ଖେଳକୁ ନେଇ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।  ଗୋଟିଏ ଗୋଷ୍ଠୀର ଭୋଜି ଚାଲିଥିବାବେଳେ ଅନ୍ୟ ଏକ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ୮ଜଣ ଆହତ ହୋଇଥିଲେ। 

ଗୋଇନ୍ଦା ରିପୋର୍ଟ ମାମଲା:  ଥାନାରେ ହାଜର ହେଲେ ଟଙ୍କଧରଙ୍କ ଓକିଲ

ଗୋଇନ୍ଦା ରିପୋର୍ଟ ମାମଲା: ଥାନାରେ ହାଜର ହେଲେ ଟଙ୍କଧରଙ୍କ ଓକିଲ

ଭୁବନେଶ୍ୱର,୨୫ା୩ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବା ନେଇ ଭାଜପା ଗୋଇନ୍ଦା ରିପୋର୍ଟ ଦେଖାଇ ଟାର୍ଗେଟ କରିଥିଲା। 

ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ:ମାଲକାନଗିରିରେ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା

ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ:ମାଲକାନଗିରିରେ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ରବିବାର ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ରହିଥିଲା। ଝାଞ୍ଜି ପବନ ସାଙ୍ଗକୁ ଅଧିକ ଖରା ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। 

କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା,  ଏହା ଦଳୀୟ କର୍ମୀଙ୍କ କାର୍ଯ୍ୟ ନୁହେଁ: ପିସିସି ସଭାପତି

କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା, ଏହା ଦଳୀୟ କର୍ମୀଙ୍କ କାର୍ଯ୍ୟ ନୁହେଁ: ପିସିସି ସଭାପତି

ଭୁବନେଶ୍ୱର,୨୫ା୩  (ବ୍ୟୁରୋ): ଶନିବାର ରାତିରେ ଏକ ଗୋଷ୍ଠୀର ଯୁବକମାନେ  ବାଇକ ରାଲିରେ ଆସି କଂଗ୍ରେସ ଭବନରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। କବାଟ ଓ ତାଲା ଭାଙ୍ଗି ଭିତରେ ଥିବା କମ୍ପ୍ୟୁଟର, ଚେୟାର, ଟେବୁଲ ଆଦି ବହୁ ସମଗ୍ରୀ ଫିଙ୍ଗାଫୋପଡ଼ା କରିବା ସହ ବାଡ଼େଇ ଭାଙ୍ଗି ଦେଇଥିଲେ। 

ସୁଧୁରୁନି ଟ୍ରାଫିକ ପରିଚାଳନା ବ୍ୟବସ୍ଥା: ସହରରେ ଡିଜିଟାଲ ସିଗ୍‌ନାଲ ଫେଲ୍‌

ସୁଧୁରୁନି ଟ୍ରାଫିକ ପରିଚାଳନା ବ୍ୟବସ୍ଥା: ସହରରେ ଡିଜିଟାଲ ସିଗ୍‌ନାଲ ଫେଲ୍‌

ଭୁବନେଶ୍ୱର,୨୫ା୩ (ବ୍ୟୁରୋ): ରାଜ୍ୟର ବିଭିନ୍ନ ସହରରେ ରହିଛି ଡିଜିଟାଲ ଟ୍ରାଫିକ୍‌ ସିଗ୍‌ନାଲ ବ୍ୟବସ୍ଥା। ଟ୍ରାଫିକ୍‌ ପରିଚାଳନାକୁ ଶୃଙ୍ଖଳିତ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଏବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। 


Model This Week

ରଶ୍ମି
Why Dharitri