ଖେଳ |

ଜଉନା ୨୦୦ ମିଟର ଫାଇନାଲରେ

ଜଉନା ୨୦୦ ମିଟର ଫାଇନାଲରେ
ଭୁବନେଶ୍ୱର, ୭।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାରେ ଚାଲିଥିବା ଫେଡେରେଶନ କପ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୨୦୦ ମିଟର ଫାଇନାଲରେ ଓଡ଼ିଶାର ଜଉନା ମୁର୍ମୁ ପ୍ରବେଶ କରିଛନ୍ତି। ବୁଧବାର ହିଟ୍‌-୨ରେ ଜଉନା ୨୪.୭୫ ସେକେଣ୍ଡ ସମୟ ନେଇ ଦ୍ୱିତୀୟସ୍ଥାନ ଅଧିକାର କରିଥିଲେ। ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୮ ପ୍ରତିଯୋଗୀଙ୍କ ମଧ୍ୟରୁ ଜଉନା ଦ୍ୱିତୀୟରେ ରହିଛନ୍ତି। ତାଙ୍କଠାରୁ କେବଳ ଆସାମର ହିମା ଦାସ(୨୪.୪୬) କମ୍‌ ସମୟ ନେଇ ରେସ୍‌ ଫିନିଶ୍‌ କରିଛନ୍ତି। ୨୦୦ ମିଟରରେ ଭାଗ ନେବାକୁ ଥିଲେ ହେଁ ଓଡ଼ିଶାର ଅନ୍ୟ ୨ ପ୍ରତିଯୋଗୀ ଦୂତୀ ଚାନ୍ଦ ଓ ଅମିୟ ମଲିକ ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲେ। ଦୂତୀ ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
All Right Reserved By

ଖେଳ |

ଲାବେର କପ୍‌: ଫେଡେରେର, ଭେରେଭ ବିଜୟୀ

ଲାବେର କପ୍‌: ଫେଡେରେର, ଭେରେଭ ବିଜୟୀ

ଚିକାଗୋ, ୨୩।୯(ଏଏଫପି)-  ଅଭିଜ୍ଞ ରୋଜର ଫେଡେରର ଓ ଆଲେକଜାଣ୍ଡାର ଭେରେଭଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଲାବେର କପ୍‌ରେ ଓ୍ବାଲର୍‌ଡ ଟିମ୍‌ ବିପକ୍ଷରେ ୟୁରୋପ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ କରିଛି। ଏହି ଦୁଇ ଖେଳାଳି ସେମାନଙ୍କ ସିଙ୍ଗଲ୍ସ ମ୍ୟାଚ୍‌ ଜିତି ୟୁରୋପକୁ ୭-୧ରେ ଅଗ୍ରଣୀ କରାଇଛନ୍ତି। 

ପାନ୍‌ ପ୍ୟାସିଫିକ୍‌ ଓପନ୍‌: ପ୍ଲିସ୍କୋଭା ଚାମ୍ପିୟନ

ପାନ୍‌ ପ୍ୟାସିଫିକ୍‌ ଓପନ୍‌: ପ୍ଲିସ୍କୋଭା ଚାମ୍ପିୟନ

ଟୋକିଓ,୨୩।୯(ଏଏଫପି)- ଏଠାରେ ଅନୁଷ୍ଠିତ ପାନ ପ୍ୟାସିଫିକ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଚେକ ଗଣରାଜ୍ୟର ତାରକା ମହିଳା ଖେଳାଳି କାରୋଲିନା ପ୍ଲିସ୍କୋଭା ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବିଶ୍ୱର ପୂର୍ବତନ ୧ ନମ୍ବର ଖେଳାଳି ପ୍ଲିସ୍କୋଭା ୟୁଏସ୍‌ ଓପନ୍‌ ଚାମ୍ପିୟନ ଜାପାନର ନାଓମି ଓସାକାଙ୍କୁ ୬-୪,୬-୪ ସେଟରେ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଚତୁର୍ଥ ସିଡ ମାନ୍ୟତା ପାଇଥିବା ପ୍ଲିସ୍କୋଭା ବିଜୟୀ ହେବା ପାଇଁ ମାତ୍ର ୬୩ ମିନିଟ୍‌ ସମୟ ଆବଶ୍ୟକ କରିଥିଲେ।

ଦେଶ ଅଧିକ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ଆବଶ୍ୟକ କରୁଛି: ଅମ୍ରିତ ରାଜ

ଦେଶ ଅଧିକ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ଆବଶ୍ୟକ କରୁଛି: ଅମ୍ରିତ ରାଜ

ଚେନ୍ନାଇ,୨୩।୯(ପି.ଟି.)-ଦେଶରେ ଏବେ ଅଧିକରୁ ଅଧିକ ସିଙ୍ଗଲ୍ସ ଖେଳାଳି ଆବଶ୍ୟକ ହେଉଛି। ବିଶ୍ୱ ଟେନିସ୍‌ରେ ନିଜର ପ୍ରଭାବ ବିସ୍ତାର କରିବାକୁ  ଓ ଏଲିଟ୍‌ ଗ୍ରୁପ୍‌ରେ ସାମିଲ ହେବାକୁ ହେଲେ କ୍ୱାଲିଟି ସିଙ୍ଗଲ୍ସ ଖେଳାଳି ସୃଷ୍ଟି ହେବା ନିହାତି ଆବଶ୍ୟକ ବୋଲି ଟେନିସ୍‌ କିମ୍ବଦନ୍ତୀ ବିଜୟ ଅମ୍ରିତରାଜ କହିଛନ୍ତି। 

ଭାରତୀୟ ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନ ନାଗରିକ

ଭାରତୀୟ ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନ ନାଗରିକ

ଦୁବାଇ,୨୩।୯(ପି.ଟି.)- ସ୍ଥାନୀୟ ଦୁବାଇର ଆନ୍ତର୍ଜାତିକ ଷ୍ଟାଡିୟମରେ ଗତ ୧୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଚଳିତ ଏସିଆ କପ୍‌ ଗ୍ରୁପ୍‌ ମ୍ୟାଚ୍‌ ଅବସରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା। ଆଦିଲ ତାଜ୍‌ ନାମକ ଜଣେ ପାକିସ୍ତାନ ନାଗରିକ ଭାରତୀୟ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା ସହ ଏହାକୁ ଗାନ କରୁଥିବାର ଦେଖାଯାଇଥିଲା।  ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି।

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ଆନ୍ଥୋନୀ

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ଆନ୍ଥୋନୀ

ଲଣ୍ଡନ,୨୩।୯(ଏଏଫପି)- ବ୍ରିଟିଶ୍‌ ପେସାଦାର ବକ୍ସର ଅନ୍ଥୋନୀ ଜୋଶୁଆ ତାଙ୍କର ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ଗୁଡିକ ବଜାୟ ରଖିଛନ୍ତି। ସ୍ଥାନୀୟ ଓ୍ବିମ୍ବଲେ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ମୁକାବିଲାରେ ସେ ରୁଷିଆ ଅଭିଜ୍ଞ ତଥା ପେସାଦାର ବକ୍ସର ଆଲେକଜାଣ୍ଡାର ପୋଭେଟକିନ୍‌ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିବା ସହ ପୂର୍ବ ସଫଳତାକୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ଏହି ବିଜୟ ଫଳରେ ଆନ୍ଥୋନୀ ତାଙ୍କ ଡବ୍ଲ୍ୟୁବିଏ, ଆଇବିଏଫ୍‌ ଓ ଡବ୍ଲ୍ୟୁବିଓ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛନ୍ତି।

 କରାଟେ ମହାସଂଘ ନିର୍ବାଚନ:  ଆଇଓଏ ଗଠନ କଲା ଆଡହକ୍‌ କମିଟି

କରାଟେ ମହାସଂଘ ନିର୍ବାଚନ: ଆଇଓଏ ଗଠନ କଲା ଆଡହକ୍‌ କମିଟି

ନୂଆଦିଲ୍ଲୀ, ୨୩ା୯ (ପି.ଟି.)-ଭାରତୀୟ କରାଟେ ମହାସଂଘ (କେଏଫ୍‌ଆଇ)କର୍ମକର୍ତ୍ତା ନିିର୍ବାଚନ ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ତିନିଜଣିଆ ସଦସ୍ୟ ବିଶିଷ୍ଟ ଏକ ଆଡହକ୍‌ କମିଟି ଗଠନ କରିଛି।  କାରଣ ଏହି ଜାତୀୟ କ୍ରୀଡ଼ା ମହାସଂଘର କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ  ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ଆଡହକ୍‌ କମିଟି ଗଠନ ହେବା ଦ୍ୱାରା କେଏଫ୍‌ଆଇ ପ୍ରସ୍ତାବ ଅନୁସାରେ ଯଦି ନିର୍ବାଚନ ସେପ୍ଟେମ୍ବର ୨୩ରେ ହୋଇଥାନ୍ତା ତେବେ ଆଇଓଏ ତାହା ଗ୍ରହଣ କରି ନ ଥାନ୍ତା। ଭୁବନେଶ୍ୱର କାଲ୍‌ଟାଙ୍କୁ ଆଡହକ୍‌ କମିଟିର ଅଧ୍ୟକ୍ଷ କରାଯାଇଛି, ଯିଏକି ପୂର୍ବରୁ ଆଇଓଏରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। 

ଜାତୀୟ ସଫ୍ଟବେସବଲ ଉଦ୍‌ଯାପିତ ବାଳକରେ ଓଡ଼ିଶା ଚାମ୍ପିୟନ ସଞ୍ଜୟ, ଲକ୍ଷ୍ମୀ ଶ୍ରେଷ୍ଠ ଖେଳାଳି

ଜାତୀୟ ସଫ୍ଟବେସବଲ ଉଦ୍‌ଯାପିତ ବାଳକରେ ଓଡ଼ିଶା ଚାମ୍ପିୟନ ସଞ୍ଜୟ, ଲକ୍ଷ୍ମୀ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୩।୯(ସ୍ପୋଟର୍‌ସ ବ୍ୟୁରୋ)- ସଫ୍ଟ ବେସ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା ଓ ସଫ୍ଟବେସ୍‌ବଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ଜୁନିୟର ସଫ୍ଟବେସ୍‌ବଲ ପ୍ରତିଯୋଗିତା (ବାଳିକା/ବାଳକ) ଶନିବାର ଉଦ୍‌ଯାପିତ ହୋଇଯାଇଛି।

ଫାଓ ଲିଗ୍‌: ସନ୍‌ରାଇଜ୍‌ କ୍ଲବ ବିଜୟୀ

ଫାଓ ଲିଗ୍‌: ସନ୍‌ରାଇଜ୍‌ କ୍ଲବ ବିଜୟୀ

କଟକ ଅଫିସ,୨୩।୯- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ପ୍ରଥମ ଡିଭିଜନ ଲିଗ୍‌ରେ ଶନିବାର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସନ୍‌ରାଇଜ୍‌ କ୍ଲବ ୪-୦ ଗୋଲରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। କ୍ଲବ ପକ୍ଷରୁ ମହମ୍ମଦ ଫୟାସ ଡବଲ ଗୋଲ

ଜାତୀୟ ସିନିୟର ମହିଳା ଫୁଟବଲ କ୍ବାର୍ଟରରେ ଓଡ଼ିଶା

ଜାତୀୟ ସିନିୟର ମହିଳା ଫୁଟବଲ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ,୨୩।୯- କଟକରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପର କ୍ବାର୍ଟରଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୫-୦ ଗୋଲରେ ତେଲେଙ୍ଗାନାକୁ ପରାସ୍ତ କରିବା ସହ ଲିଗ୍‌ ପର୍ଯ୍ୟାୟର ୨ଟି ଯାକ

ଜବାବ ରଖିଲେ ଆଶୀର୍ବାଦ , ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସରଣ କରାଯାଇଛି

ଜବାବ ରଖିଲେ ଆଶୀର୍ବାଦ , ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସରଣ କରାଯାଇଛି

କଟକ ଅଫିସ, ୨୩ା୯-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ବିଧାନ ସଂଶୋଧନ ନେଇ କଟକର ବିଭିନ୍ନ କ୍ଲବର କର୍ମକର୍ତ୍ତା, ସ୍କୁଲ, କଲେଜ ସଦସ୍ୟମାନେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେବା ପରେ ସେ ଏହାର ଜବାବ ରଖିଛନ୍ତି। 

୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ , ଭାରତର ବିଜୟ ଅଭିଯାନ

୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ , ଭାରତର ବିଜୟ ଅଭିଯାନ

କୁଆଲାଲମ୍ପୁର,୨୩।୯(ପି.ଟି.)- ୧୬ ବର୍ଷରୁ କମ୍‌ ଏସିଆନ ଫୁଟବଲ କନଫେଡେରେଶନ (ଏଏଫସି) ଚାମ୍ପିୟନଶିପ୍‌ରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଭିଏତ୍‌ନାମକୁ ୧-୦ ଗୋଲରେ ପରାସ୍ତ କରିଛି।

ଭୁବନେଶ୍ୱର ହେଉଛି ଦେଶର କ୍ରୀଡ଼ା ରାଜଧାନୀ: ବାତ୍ରା

ଭୁବନେଶ୍ୱର ହେଉଛି ଦେଶର କ୍ରୀଡ଼ା ରାଜଧାନୀ: ବାତ୍ରା

ଭୁବନେଶ୍ୱର, ୨୩।୯(ପି.ଟି.)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାବେଳେ ଏନେଇ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟକୁ ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଅଧ୍ୟକ୍ଷ ନରିନ୍ଦର ବାତ୍ରା ପ୍ରଶଂସା କରିଛନ୍ତି।