ଖେଳ |

ଅରବିନ୍ଦ ମେମୋରିଆଲ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ କ୍ରିକେଟ ୧୮ରୁ

ଅରବିନ୍ଦ ମେମୋରିଆଲ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ କ୍ରିକେଟ ୧୮ରୁ
ଭୁବନେଶ୍ୱର, ୭।୩(କ୍ରୀଡ଼ା ପ୍ରତିନିଧି)- ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଅରବିନ୍ଦ ମେମୋରିଆଲ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଚଳିତମାସ ୧୮ ତାରିଖରୁ ଆରମ୍ଭ ହେବ। ପାରାମାଉଣ୍ଟ ସ୍ପୋର୍ଟିଂ ଗ୍ରାଉଣ୍ଡରେ ଏହି ପ୍ରତିଯୋଗିତା ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମ୍ୟାଚ ଗୁଡ଼ିକ ୪୦ ଓଭର ବିଶିଷ୍ଟ ହେବ ଏବଂ ଶହୀଦ ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ନାମୀ ୧୬ଟି ଦଳ ଅଂଶଗ୍ରହଣ କରିବେ। ଏଥର ରାଜ୍ୟ ବାହାରର ତିନୋଟି ଦଳ ନୂଆଦିଲ୍ଲୀର ଚେତନ ଚୌହାନ ଓ ମଦନଲାଲ କ୍ରିକେଟ ଏକାଡେମୀ, ଝାଡ଼ଖଣ୍ଡର ସ୍ବନେଟ୍‌ କ୍ରିକେଟ ଏକାଡେମୀ ରାଞ୍ଚତ୍ ଏବଂ ପଶ୍ଚିମବଙ୍ଗର ନୟାହାଟ୍‌ କ୍ରିକେଟ ଏକାଡେମୀ ଚବିଶ ପ୍ରଗଣା ଏହି ପ୍ରତିଯୋଗିତାରେ ଖେଳିବେ ବୋଲି ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପାରାମାଉଣ୍ଟ କ୍ଲବର ସଭାପତି ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଭାଗ ନେବାକୁ ଯାଉଥିବା ଅନ୍ୟ ଦଳଗୁଡ଼ିକ ହେଲେ ଭୁବନେଶ୍ୱରର ଶହୀଦ ସ୍ପୋର୍ଟିଂ, ଗତବର୍ଷର ଚାମ୍ପିୟନ ପାରାମାଉଣ୍ଟ-ଏ, ପାରାମାଉଣ୍ଟ-ବି, ମୁକ୍ତେଶ୍ୱର କ୍ରିକେଟ କ୍ଲବ, ପ୍ରଗତି ସ୍ପୋର୍ଟିଂ, ବିବିସିଏ ସ୍ପୋର୍ଟିଂ, ଓସ୍କାର ସ୍ପୋର୍ଟିଂ, ରାମେଶ୍ୱର ସ୍ପୋର୍ଟିଂ, କଟକର ଜୁଭେନାଇଲ, ବିଶ୍ୱଭାରତୀ, ୟୁନିୟନ ସ୍ପୋର୍ଟିଂ, ସୋଲାର ଏବଂ ବାରିପଦା କ୍ରିକେଟ ଏକାଡେମୀ। ଟୁର୍ନାମେଣ୍ଟର ଚାମ୍ପିୟନ ଦଳକୁ ଅରବିନ୍ଦ ମେମୋରିଆଲ ଟ୍ରଫି ସହିତ ୨୦,୦୦୦, ରନର୍ସଅପ୍‌କୁ ବିମଳ ପ୍ରସାଦ ପଟ୍ଟନାୟକ ଟ୍ରଫି ସହ ୧୦,୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରତି ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ବୋଲର, ଫିଲ୍ଡର ଓ ଶ୍ରେଷ୍ଠ ଶୃଙ୍ଖଳିତ ଦଳକୁ ପୁରସ୍କୃତ କରାଯିବ ବୋଲି ପ୍ରତାପ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ଉପସଭାପତି ଅମର ମହାପାତ୍ର, ସମ୍ପାଦକ ଅଶୋକ ପାତ୍ର, କୋଷାଧ୍ୟକ୍ଷ ସଞ୍ଜୀବ ରଥ, କୋଚ୍‌ ମହମ୍ମଦ ଆଜାଦ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟସୂଚୀ ପ୍ରି-କ୍ୱାର୍ଟର ଫାଇନାଲ ୧୮।୩: ଶହୀଦ ସ୍ପୋର୍ଟିଂ-ପ୍ରଗତି ସ୍ପୋର୍ଟିଂ, ୧୯।୩: ବିବିସିଏ-ରାମେଶ୍ୱର ସ୍ପୋର୍ଟିଂ, ୨୧।୩: ଓସ୍କାର-ୟୁନିୟନ ସ୍ପୋର୍ଟିଂ, ୨୩।୩: ପାରାମାଉଣ୍ଟ ‘ବି’-ସୋଲାର, ୨୫।୩: ପାରାମାଉଣ୍ଟ ‘ଏ’-ବାରିପଦା ଏକାଡେମୀ, ୨୬।୩: ଜୁଭେନାଇଲ ଏକାଡେମୀ-ମୁକ୍ତେଶ୍ୱର କ୍ରିକେଟ କ୍ଲବ, ୨୭।୩: ଚେତନ ଚୌହାନ ଓ ମଦନଲାଲ କ୍ରିକେଟ ଏକାଡେମୀ-ବିଶ୍ୱଭାରତୀ, ୨୯।୩: ସ୍ବନେଟ୍‌ କ୍ରିକେଟ ଏକାଡେମୀ-ନୟାହାଟ୍‌ କ୍ରିକେଟ ଏକାଡେମୀ। କ୍ୱାର୍ଟର ଫାଇନାଲ ୩୧।୩: ୨୭ ଓ ୨୯ ତାରିଖର ବିଜେତା, ୧।୪: ୨୧ ଓ ୨୫ ତାରିଖର ବିଜେତା, ୨।୪: ୧୯ ଓ ୨୩ ତାରିଖର ବିଜେତା, ୪।୪: ୧୮ ଓ ୨୬ ତାରିଖର ବିଜେତା। ସେମିଫାଇନାଲ ୫।୪: ୩୧ ଓ ୪ ତାରିଖର ବିଜେତା, ୬।୪: ୧ ଓ ୨ ତାରିଖର ବିଜେତା। ୮।୪: ଫାଇନାଲ।
All Right Reserved By

ଖେଳ |

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 

ମୋଦିଙ୍କ ଭିଜନରେ ଅନୁପ୍ରାଣିତ - ଗମ୍ଭୀର

ମୋଦିଙ୍କ ଭିଜନରେ ଅନୁପ୍ରାଣିତ - ଗମ୍ଭୀର

ନୂଆଦିଲ୍ଲୀ,୨୨।୩(ପିଟି)- ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି।

୨୫  ବଲରେ ଶତକ ଲଗାଇଲେ ଓ୍ବିଲ ଜ୍ୟାକ୍ସ

୨୫ ବଲରେ ଶତକ ଲଗାଇଲେ ଓ୍ବିଲ ଜ୍ୟାକ୍ସ

ନୂଆଦିଲ୍ଲୀ,୨୨।୩(ପିଟି)- ସରେ ପାଇଁ ଖେଳୁଥିବା ଓ୍ବିଲ ଜ୍ୟାକ୍ସ ୨୫ ବଲରେ ଶତକ ଲଗାଇଛନ୍ତି।

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ନୂଆଦିଲ୍ଲୀ,୨୨।୩(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ପ୍ରସାରଣକୁ ଭାରତରେ ବ୍ୟାନ କରାଯିବା ପରେ ପାକିସ୍ତାନ ଆଇପିଏଲର ୧୨ତମ ସଂସ୍କରଣର ପ୍ରସାରଣକୁ ବ୍ୟାନ କରିଛି। 

କ୍ରିକେଟ ପଡ଼ିଆ ଛାଡି  ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ  ସାମିଲ

କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ

ନୂଆଦିଲ୍ଲୀ, ୨୨।୩: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। 

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଲଣ୍ଡନ, ୨୧।୩(ପିଟି)- ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି  ଜୋଆଚିମ ପରସନଙ୍କୁ ଦେଢ଼ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବେଟିଂ ସହ ଜଡ଼ିତ ହୋଇ ସେ ସ୍ପୋଟର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। 

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ସ୍ପେଶାଲ ଅଲିମ୍ପିକ୍ସରେ ଭାରତକୁ ୩୬୮ ପଦକ

ନୂଆଦିଲ୍ଲୀ,୨୧।୩(ପିଟି)- ୟୁଏଇର ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଭାରତ ୮୫ ସ୍ବର୍ଣ୍ଣ ସହ ମୋଟ ୩୬୮ ପଦକ ସହ ଅଭିଯାନ ଶେଷ କରିଛି।

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ପାକିସ୍ତାନ ଖେଳାଳିଙ୍କ ନାମରେ ରହିଛି ଆଇପିଏଲ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରଥମ ସଂସ୍କରଣ ପରେ ପାକିସ୍ତାନ ଖେଳାଳିଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଉନାହିଁ। 

ମିଃ. ଆଇପିଏଲ ରାଇନା

ମିଃ. ଆଇପିଏଲ ରାଇନା

ଭାରତୀୟ ବାମହାତୀ ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେତେକ ସ୍ବତନ୍ତ୍ର କାରଣ ଯୋଗୁ ମିଃ. ଆଇପିଏଲ ଭାବେ ପରିଚିତ।

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ମ୍ୟାଚ୍‌ ପିଛା କେତେ କମାନ୍ତି ଚିୟରଲିଡର୍‌...

ଜାତୀୟ ଖେଳ ‘ହକି’ ହେଲେ ମଧ୍ୟ ଭାରତରେ କ୍ରିକେଟକୁ ନେଇ ରହିଛି ଭିନ୍ନ କ୍ରେଜ୍‌। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ଖେଳକୁ ପସନ୍ଦ କରିଥାନ୍ତି। ଏହାକୁ ନେଇ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏଥିରେ ଦର୍ଶକମାନେ ଖେଳାଳିଙ୍କ ଧୁଆଁଧାର ବ୍ୟାଟିଂ, ବୋଲିଂ ସହ ଚିୟରଲିଡର୍ସମାନଙ୍କ ନୃତ୍ୟକୁ ଉପଭୋଗ କରିଥାନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା