ରାଜ୍ୟ |

ବିଜନ ହତ୍ୟା ଉଦ୍ୟମ ମାମଲା: ବିଜେଡି କର୍ପୋରେଟର ଗିରଫ

ବିଜନ ହତ୍ୟା ଉଦ୍ୟମ ମାମଲା: ବିଜେଡି କର୍ପୋରେଟର ଗିରଫ
କଟକ ଅଫିସ, ୭ା୩- ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଅପରାଧରେ ଶାସକ ଦଳ ବିଜେଡିର ଜଣେ କର୍ପୋରେଟରଙ୍କ ସମ୍ପୃକ୍ତି ଧରାପଡ଼ିଛି। ସେ ହେଉଛନ୍ତି କଟକ ମହାନଗର ନିଗମ(ସିଏମ୍‌ସି)ର ୭ ନମ୍ବର ୱାର୍ଡର କର୍ପୋରେଟର ରଞ୍ଜିତା ବିଶ୍ୱାଳ। ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତଙ୍କ ନିର୍ଦ୍ଦେଶରେ କାମ କରୁଥିବା କଟକ ସଦର ଥାନା ପୋଲିସକୁ ପ୍ରମାଣ ମିଳିଛି। ତଦନୁଯାୟୀ ରଞ୍ଜିତାଙ୍କୁ ତାଙ୍କ ତୁଳସୀପୁର ଦେଉଳସାହି ବାସଭବନରୁ ପୋଲିସ ବୁଧବାର ମଧ୍ୟାହ୍ନରେ ଗିରଫ କରିଛି। ଗତ ୨୩ ତାରିଖ ରାତିରେ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁରରେ ରହୁଥିବା ବିଜନ ଓରଫ ବିଜୟ ପାଲ୍‌ଙ୍କୁ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ସୌଭାଗ୍ୟବଶତଃ ବିଜନ ବର୍ତ୍ତିଯାଇଥିବାବେଳେ ଅଭିଯୁକ୍ତଙ୍କୁ ରଞ୍ଜିତା ମାଉଜର ଓ ଗୁଳି ଯୋଗାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଘଟଣାରେ ପୋଲିସ ଧଳସାମନ୍ତ ଭ୍ରାତାଙ୍କ ଅନ୍ୟତମ ସହଯୋଗୀ ମାନସିଂପାଟଣାର କୁନା ଓରଫ ପୁପୁନ ଓରଫ ଶରତ ବେହେରାଙ୍କୁ ମଧ୍ୟ ଗିରଫ କରିଛି। ରଞ୍ଜିତାଙ୍କୁ ମହିଳା ଥାନାରେ ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା। ସେହିପରି ତାଙ୍କ ବାସଭବନ ଓ ଦୋକାନ ଉପରେ ପୋଲିସ ଚଢାଉ କରି ଖାନତଲାସି କରିଥିଲା। ସୁଶାନ୍ତ ଧଳସାମନ୍ତଙ୍କ ଟାର୍ଗେଟରେ ଥିଲେ ତାଙ୍କ ପୁରୁଣା ସହଯୋଗୀ ବିଜନ। ତାଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜ୍‌ର ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକ ଗୁଳି କରିଥିଲେ। ବିଜନ ବସିପଡ଼ିବାରୁ ଗୁଳିିଟି ଲକ୍ଷ୍ୟଭ୍ରଷ୍ଟ ହେବାରୁ ସେ ରକ୍ଷା ପାଇଥିଲେ। ଏହି ଘଟଣାରେ ମିକୁ ଗିରଫ ହୋଇଥିଲେ। ତାଙ୍କୁ ଜେରାବେଳେ ଏହି ହତ୍ୟା ଯୋଜନା ସୁଶାନ୍ତ ଧଳସାମନ୍ତଙ୍କ ଦ୍ୱାରା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। କେବଳ ବିଜନ ନୁହେଁ, କଟକର ୨ ଠିକାଦାର, ଭୁବନେଶ୍ୱର ଝାରପଡ଼ା ଓ ପୋଖରୀପୁଟର ୨ ଜଣ ବ୍ୟବସାୟୀ, ଜଣେ ରାଜନେତା ଏବଂ ୨ ପୋଲିସ ଅଧିକାରୀଙ୍କୁ ହତ୍ୟା ପାଇଁ ସୁଶାନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏହାର ମୁଖ୍ୟ କାରଣ ହେଉଛି ଦାଦାବଟି ଦେବାକୁ ଅମଙ୍ଗ। ସୁଶାନ୍ତ ଝାରପଡ଼ା ଜେଲରୁ ଫୋନ ଯୋଗେ ବିଜନଙ୍କୁ ମାସିକ ୨ ଲକ୍ଷ ଟଙ୍କା ଦାଦାବଟି ଦେବା ପାଇଁ ଧମକ ଦେଇଥିଲେ। ବିଜନ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ହତ୍ୟା କରିବାକୁ ସୁଶାନ୍ତ ମିକୁଙ୍କୁ ନିୟୋଜିତ କରିଥିଲେ। ହେଲେ ମିକୁଙ୍କ ପାଖରେ ମାଉଜର, ଗୁଳି ପହଞ୍ଚତ୍ବା ପାଇଁ ମାଧ୍ୟମ ସାଜିଥିଲେ ରଞ୍ଜିତା। ଏ ବିଷୟ ମିକୁଙ୍କଠାରୁ ପୋଲିସ ଜାଣିବା ପରେ ମିକୁ ଓ ରଞ୍ଜିତାଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରିଥିଲା। ଫଳରେ ସୁଶାନ୍ତ ଧଳସାମନ୍ତଙ୍କ ସହ ରଞ୍ଜିତା କଥାବାର୍ତ୍ତା ହୋଇଥିବା ଜଣାପଡ଼ିଥିଲା। ଏପରି କି ସୁଶାନ୍ତ ରଞ୍ଜିତାଙ୍କୁ ଫୋନ କରି ଏକ ପାର୍ଶଲ ତାଙ୍କ ପାଖରେ ପହଞ୍ଚତ୍ବ ବୋଲି କହିଥିଲେ। ଗତ ଫେବୃୟାରୀ ୨୩ରେ ଜଣେ ଯୁବକ ମୁହଁରେ ଗାମୁଛା ଗୁଡ଼ାଇ ରଞ୍ଜିତାଙ୍କୁ ଘର ଫାଟକ ନିକଟରେ ଏକ ପାର୍ଶଲ ଦେଇଥିଲେ। ସେଥିରେ ଥିଲା ୩ ଅତ୍ୟାଧୁନିକ ମାଉଜର ଓ ୫୫ ରାଉଣ୍ଡ ଗୁଳି। ପାର୍ଶଲ ପାଇବା ପରେ ରଞ୍ଜିତା ଶରତ ଓ ଅନ୍ୟ ଜଣେ ଯୁବକଙ୍କୁ ଡାକି ତାହାକୁ ଖାନନଗର ପାର୍କ ନିକଟରେ ଅପେକ୍ଷା କରିଥିବା ମିକୁଙ୍କୁ ଦେବା ପାଇଁ କହିଥିଲେ। ତଦନୁଯାୟୀ ସେମାନେ ମିକୁଙ୍କୁ ପାର୍ଶଲଟିକୁ ଦେଇଥିଲେ। ଏହା ପରେ ମିକୁ ଓ ତାଙ୍କ ସହଯୋଗୀ ସଦା ନାଏକ ବିଜନଙ୍କ ଘରେ ପହଞ୍ଚତ୍ ଗୁଳି କରିଥିଲେ ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ସୁଶାନ୍ତ ଧଳସାମନ୍ତ ଓ ତାଙ୍କ ସାନଭାଇ ସୁଶୀଲ ଗିରଫ ହେବା ପରେ ସେମାନଙ୍କ ଆପରାଧିକ ସାମ୍ରାଜ୍ୟକୁ ରଞ୍ଜିତା ସମ୍ଭାଳିଥିବା ଡିସିପି କହିଛନ୍ତି। ପୂର୍ବରୁ ଧଳସାମନ୍ତ ଭ୍ରାତାଙ୍କ ସମସ୍ତ କାର୍ଯ୍ୟରେ ମଙ୍ଗୁଆଳ ସାଜୁଥିଲେ ରଞ୍ଜିତା। ରକ୍ତଦାନ ଶିବିରଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିଲେ। ଧଳସାମନ୍ତ ଭ୍ରାତା ଗିରଫ ହେବା ସମୟରେ ପୋଲିସ ରଞ୍ଜିତାଙ୍କୁ ୨ ଥର ଜେରା କରିଥିଲା। କିନ୍ତୁ ପୋଲିସ ହାତରେ ଠୋସ ପ୍ରମାଣ ଲାଗି ନ ଥିଲା। ରାଜନୈତିକ ପ୍ରଭାବ ସହିତ ଧଳସାମନ୍ତ ଭ୍ରାତାଙ୍କ ପତିଆରାରେ ରଞ୍ଜିତା ତାଙ୍କ ଅପରାଧ କାର୍ଯ୍ୟକଳାପକୁ ଘୋଡାଇ ରଖିଥିଲେ। ସଦର ଥାନା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଏସିପି ଦେବଦତ୍ତ କର କହିଛନ୍ତି ଯେ, ଧଳସାମନ୍ତ ଭ୍ରାତାଙ୍କ ସହ ଲିଙ୍କ୍‌ରେ ବହୁ ପ୍ରଭାବଶାଳୀ ରହିଥିବା ପୋଲିସ ହାତରେ ପ୍ରମାଣ ଲାଗିଛି। ତାହାକୁ ନେଇ ପୋଲିସ ତଦନ୍ତ ଆଗକୁ ବଢାଇଛି। ରଞ୍ଜିତାଙ୍କୁ ଜେଏମ୍‌ଏଫ୍‌ସି (ରୁରାଲ)ଙ୍କ ଅଦାଲତରେ ହାଜର କରାଯାଇଥିଲା। ରଞ୍ଜିତାଙ୍କ ଜାମିନ ଆବେଦନକୁ ଉକ୍ତ ଅଦାଲତ ଖାରଜ କରିବା ସହିତ ତାଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦେଇଛନ୍ତି। ଅଧିକ ପଚରାଉଚରା ପାଇଁ ତାଙ୍କୁ ପୋଲିସ ରିମାଣ୍ଡରେ ଆଣିବ। ତାଙ୍କ ପାଖକୁ ପାର୍ଶଲ କିଏ ଆଣିଥିଲେ, ଧଳସାମନ୍ତ ଭ୍ରାତାଙ୍କ ସହିତ ତାଙ୍କର କ’ଣ ସମ୍ପୃକ୍ତି ରହିଛି, ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଜେରା କରାଯିବ। ଏପରି କି ସୁଶାନ୍ତ ଓ ରଞ୍ଜିତାଙ୍କୁ ସାମ୍ନାସାମ୍ନି ବସାଯାଇ ଜେରା କରାଯିବ ବୋଲି ଡିସିପି ସିଂ ସୂଚନା ଦେଇଛନ୍ତି। ତଦନ୍ତରେ ପ୍ରମାଣ ମିଳିଲେ ଧଳସାମନ୍ତ ଭ୍ରାତାଙ୍କ ଲିଙ୍କ୍‌ରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି। ରଞ୍ଜିତା ବିଜେଡିରୁ ବହିଷ୍କୃତ ରଞ୍ଜିତାଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଦଳବିରୋଧୀ କାର୍ଯ୍ୟ ଏବଂ ଅସାମାଜିକ ତତ୍ତ୍ବଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ଜିଲା ସଭାପତି ପ୍ରତାପ ଜେନା ରଞ୍ଜିତାଙ୍କୁ ଦଳର ପ୍ରାଥମିକ ସଭ୍ୟରୁ ବହିଷ୍କୃତ କରିଛନ୍ତି। ଏନେଇ ଜିଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।
All Right Reserved By

ରାଜ୍ୟ |

ଭିଜିଲାନ୍ସ  ଜାଲରେ ଆନନ୍ଦପୁର ବ୍ୟାରେଜ୍‌ ଡିଭିଜନ୍‌ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଆନନ୍ଦପୁର ବ୍ୟାରେଜ୍‌ ଡିଭିଜନ୍‌ ସହକାରୀ ଯନ୍ତ୍ରୀ

କେନ୍ଦୁଝର,୧୯।୧୨(ସ୍ବ.ପ୍ର.): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ ସହକାରୀ ଯନ୍ତ୍ରୀଙ୍କ ଆନନ୍ଦପୁର ବ୍ୟାରେଜ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। 

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର କରିଛି। ଏହି ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଶପଥ ଗ୍ରହଣ ଉତ୍ସବର ମାତ୍ର ଦୁଇଘଣ୍ଟା ପରେ କୃଷିଋଣ ଛାଡ଼ କରାଯାଇଛି। 

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଗ୍ରାମୀଣ ଉତ୍ପାଦକ, ସ୍ବୟଂ ସହାୟକ ଗୋଷ୍ଠୀ, କାରିଗର ଏବଂ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଓ ହସ୍ତଶିଳ୍ପ ସାମଗ୍ରୀକୁ ନେଇ ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ୍‌ (ଓଡ଼ିଶା ରୁରାଲ ଡେଭେଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି) ଦ୍ୱାରା ଶିଶିର ସରସ ମେଳା ଆୟୋଜିତ  ହୋଇଆସୁଛି । 

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୧୭୫୦ ଟଙ୍କା ହିସାବରେ ଯୋଗାଇ ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟ କାରଣରୁ ଚାଷୀମାନେ ୧୧୦୦-୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବାତ୍ୟା ‘ପେଥାଇ’ ବର୍ଷା ଯୋଗୁ ରାଜ୍ୟର ୧୭ଟି ଜିଲାରେ ଧାନ, ପନିପରିବା ଓ କପା ଚାଷ କ୍ଷତିଗ୍ରସ୍ତ ହୋଇଛି। ପାଚିଲା ଧାନ ପାଣିରେ ଭାସୁଛି। ବର୍ଷକର ପରିଶ୍ରମ ପେଥାଇ ମାଡ଼ରେ ଛାର୍‌ଖାର ହୋଇଯାଇଛି। ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। କେଉଁ ଜିଲାରେ କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି କ୍ଷୟକ୍ଷତି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଜଟଣୀ, ୧୯|୧୨(ଡି.ଏନ.ଏ.):ଜଟଣୀସ୍ଥିତ ଆଇଆଇଟି ପରିସରରେ ଏସ୍‌.କେ. ଦାସ ବାୟୋସାଇନ୍‌ସ ଇଞ୍ଜିନିୟରିଂ ଓ ଟେକ୍‌ନୋଲୋଜି (ଏସ୍‌କେବିଇଟି) ପକ୍ଷରୁ ଗବେଷଣାଗାର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଏହାକୁ ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବତମନ୍‌ବାନେ ଉଦ୍‌ଘାଟନ କରିଥିଲେ।

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ପୁରୀ ଅଫିସ/ସାକ୍ଷୀଗୋପାଳ (ଡି.ଏନ.ଏ.)୧୯ା୧୨: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗ୍ରାମରେ ଚାଲୁଥିବା ଏକ ବେଆଇନ କରତ କଳ ଉପରେ ମଙ୍ଗଳବାର ପୁରୀ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସମସ୍ତ ଯନ୍ତ୍ରାଂଶ ଜବତ ହୋଇଛି। 

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ପୁରୀ ଅଫିସ,୧୯ା୧୨: ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଛି ଶୋଡ଼ଷ ଶ୍ରୀକ୍ଷେତ୍ର ମହୋତ୍ସବ। ମଙ୍ଗଳବାର ଥିଲା ଏହି ମହୋତ୍ସବର ତୃତୀୟ ସନ୍ଧ୍ୟା। ଜାଗା ଆଖଡା ସଙ୍ଗୀତରୁ ଆରମ୍ଭ ହୋଇଥିଲା ଏହାର  ପାରମ୍ପରିକ କାର୍ଯ୍ୟକ୍ରମ।

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ପୁରୀଅଫିସ,୧୯ା୧୨: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ମହାପ୍ରସାଦ ପାଇବାକୁ ଇଚ୍ଛା କରିଥାନ୍ତି। ଅବଢା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରନ୍ତି। ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ ଭାଗ୍ୟରେ ଥିଲେ ମିଳେ।

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ)- ଶହୀଦନଗର ଥାନା ଅଧୀନ ପଥରବନ୍ଧ ବସ୍ତିରେ ମଙ୍ଗଳବାର ସିରିଜ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪ ଯୁବକ ମନୁ ବେହେରା(୨୩)ଙ୍କ ଘରକୁ ୩ଟି ବୋମାମାଡ଼ କରିଛନ୍ତି। ବୋମାମାଡରେ କେହି ମୃତାହତ ହୋଇ ନ ଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପରେ ଏହି ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଓଡ଼ିଶାରେ ୯୨ ନୂତନ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ: ଜୁଏଲ

ଓଡ଼ିଶାରେ ୯୨ ନୂତନ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ: ଜୁଏଲ

ସୁନ୍ଦରଗଡ଼, ୧୯।୧୨ (ଡି.ଏନ୍‌.ଏ.) -ଏକଲବ୍ୟ ଆବାସିକ ବିଦ୍ୟାଳୟଗୁଡିକୁ କେନ୍ଦ୍ର ସରକାର ପୁର୍ନଗଠନ କରିଛନ୍ତି। ଏହା ଦ୍ୱାରା ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର  ସୋସାଇଟି ଗଠନ କରାଯାଇ ସେଗୁଡିକରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀ, ଛାତ୍ରମାନଙ୍କୁ ଉଚ୍ଚମାନର ଶିକ୍ଷା ସାଙ୍ଗକୁ ଆବାସିକ ସୁବିଧା ପ୍ରଦାନ କରାଯିବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି।  

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ଗୋପ, ୧୮।୧୨(ଡି.ଏନ୍‌.ଏ.)-ଗୋପ ଥାନା ଅଧୀନ ଏକ ଗ୍ରାମରେ ଜନୈକ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଗୋପ ଥାନାରେ ସଂପୃକ୍ତ ମହିଳା ଅଭିଯୋଗ କରିଥିଲେ। ପରେ ସଂପୃକ୍ତ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଗୋପ ପୋଲିସ ୧୯୧/୧୮ରେ ଏକ ମାମଲା ରୁଜୁ କରି ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।