ଖେଳ |

ନୂଆ ଏ+ ଗ୍ରେଡ୍‌ରେ କୋହଲି,ରୋହିତ, ଧାଓ୍ବନ୍‌

ନୂଆ ଏ+ ଗ୍ରେଡ୍‌ରେ କୋହଲି,ରୋହିତ, ଧାଓ୍ବନ୍‌
ନୂଆଦିଲ୍ଲୀ, ୭।୩ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ତା’ର ନୂଆ ଖେଳାଳି ଚୁକ୍ତି ଘୋଷଣା କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ବିସିସିଆଇ ତରଫରୁ ଅକ୍ଟୋବର ୨୦୧୭ରୁ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ଏହି ନୂଆ ବାର୍ଷିକ ଖେଳାଳି ଚୁକ୍ତି ଘୋଷଣା କରିଛି। ଏ, ବି, ସି ବର୍ଗ ସହିତ ବିଶ୍ୱର ସବୁଠାର ଏହି ଧନୀ ବୋର୍ଡ ପ୍ରଥମଥର ପାଇଁ ନୂଆ କରି ‘ଏ+’ ଗ୍ରେଡକୁ ଚୁକ୍ତିରେ ସାମିଲ କରିଛି। ଭାରତୀୟ କ୍ରିକେଟର ସାମ୍ପ୍ରତିକ ସ୍ଥିତି ଓ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଚୁକ୍ତିର ବିଭିନ୍ନ ଗ୍ରେଡ ବା ବର୍ଗରେ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ଶ୍ରେଷ୍ଠ ବିବେଚିତ ହୋଇଥିବା ଏ+ ବର୍ଗରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାଓ୍ବନ, ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ଭୁବନେଶ୍ୱର କୁମାର। ଆଶ୍ଚର୍ଯ୍ୟଜନକ ଭାବେ ଅଭିଜ୍ଞ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ବରିଷ୍ଠ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଏହି ବର୍ଗରେ ସାମିଲ କରା ନ ଯାଇ ଏ’ ଗ୍ରେଡରେ ସାମିଲ କରାଯାଇଛି। ଏ+ ବର୍ଗରେ ସାମିଲ ହୋଇଥିବା ଖେଳାଳିମାନେ ୭ କୋଟି ଟଙ୍କା ଲେଖାଏଁ ପାଇବେ। ସେହିପରି ଏ’, ବି’ ଓ ସି’ ବର୍ଗରେ ସାମିଲ ହୋଇଥିବା ଖେଳାଳିମାନଙ୍କୁ ଯଥାକ୍ରମେ ୫ କୋଟି, ୩ କୋଟି ଓ ଏକ କୋଟି ଟଙ୍କା ବାର୍ଷିକ ପାଇବେ। ଖେଳାଳିମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଚୁକ୍ତି ବିଶ୍ୱର ଶ୍ରେଷ୍ଠ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ଅନ୍ୟପଟେ ଧୋନୀ, ଅଶ୍ୱିନଙ୍କ ସମେତ ରବୀନ୍ଦ୍ର ଜାଡେଜା, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାନେ ଓ ରିଦ୍ଧିମାନ ଶାହା ଏ’ ବର୍ଗରେ ୫ କୋଟି ଟଙ୍କା ବିନିମୟରେ ସାମିଲ ହୋଇଛନ୍ତି। ସେହିପରି ବି’ ବର୍ଗରେ ଲୋକେଶ ରାହୁଲ, ଉମେଶ ଯାଦବ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା ଓ ଦୀନେଶ କାର୍ତ୍ତିକ ୩ କୋଟି ଟଙ୍କା ବିନିମୟରେ ସାମିଲ ହୋଇଛନ୍ତି। ଅପରପକ୍ଷରେ ସି’ ବର୍ଗରେ ୧ କୋଟି ଟଙ୍କା ବିନିମୟରେ କେଦାର ଯାଦବ, ମନୀଷ ପାଣ୍ଡେ, ଅକ୍ଷର ପଟେଲ, କରୁନ ନାୟାର, ସୁରେଶ ରାଇନା, ପାର୍ଥତ୍ବ ପଟେଲ ଓ ଜୟନ୍ତ ଯାଦବ ସାମିଲ ହୋଇଛନ୍ତି। ସେହିପିର ମହିଳା କ୍ରିକେଟରଙ୍କ ପାଇଁ ମଧ୍ୟ ବୋର୍ଡ ଅନୁରୂପ ଭାବେ ଚୁକ୍ତି ଘୋଷଣା କରିଛି। ବିଶ୍ୱକପ୍‌ ତାରକା ମିଥାଲି ରାଜ, ଝୁଲଣ ଗୋସ୍ବାମୀ, ହରମନପ୍ରୀତ କୌର ଓ ସ୍ମୃତି ମନ୍ଧାନା ଏ’ ବର୍ଗରେ ସାମିଲ ହୋଇଛନ୍ତି। ସେହିପରି ବାକି ମହିଳା କ୍ରିକେଟରମାନଙ୍କୁ ବି ଓ ସି ବର୍ଗରେ ସାମିଲ କରାଯାଇଛି। ଗ୍ରେଡ ଏ’, ବି ଓ ସିରେ ମହିଳା କ୍ରିକେଟରଙ୍କୁ ଯଥାକ୍ରମେ ୫୦, ୩୦ ଓ ୧୦ ଲକ୍ଷ ଟଙ୍କା ବିନିମୟରେ ସାମିଲ କରାଯିବ। ଘରୋଇ କ୍ରିକେଟ ମ୍ୟାଚ ପାଉଣା ପ୍ରଦାନରେ ମଧ୍ୟ ୨୦୦ ପ୍ରତିଶତ ବୃଦ୍ଧି ହୋଇଛି। ଉଭୟ ମହିଳା ଓ ପୁରୁଷ କ୍ରିକେଟରଙ୍କ ପାଇଁ ମ୍ୟାଚ୍‌ ପାଉଣାରେ ଏପରି ବୃଦ୍ଧି ଘଟିଛି। ବିସିସିଆଇର ବାର୍ଷିକ ରୋଜଗାରରେ ସ୍ଥିରତା ରହି ନ ଥାଏ। ସିନିୟର ପୁରୁଷ ଦଳର ଘରୋଇ ମ୍ୟାଚ ସଂଖ୍ୟା ଉପରେ ବୋର୍ଡର ଆମଦାନୀ ନିର୍ଭର କରିଥାଏ। ଫଳରେ ସିଓଏ ଏକ ନୂଆ ‘ପ୍ଲେୟାର୍ସ ରେଭିନ୍ୟୁ/ କମ୍ପେନସେଶନ ଇକ୍ୱାଲାଇଜେଶନ ଫଣ୍ଡ’ଗଠନ କରିଛି। ଏହି ଫଣ୍ଡକୁ ବାର୍ଷିକ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି। ଗ୍ରେଡ୍‌ ଏ+: ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାଓ୍ବନ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରା। ଗ୍ରେଡ୍‌ ଏ’: ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାନେ, ମହେନ୍ଦ୍ର ସିଂ ଧୋନୀ ଓ ରିଦ୍ଧିମାନ ଶାହା। ଗ୍ରେଡ୍‌ ବି’: ଲୋକେଶ ରାହୁଲ, ଉମେଶ ଯାଦବ, କୁଲଦୀପ ଯାଦବ, ୟୂଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା ଓ ଦୀନେଶ କାର୍ତ୍ତିକ। ଗ୍ରେଡ୍‌ ସି’: କେଦାର ଯାଦବ, ମନୀଷ ପାଣ୍ଡେ, ଅକ୍ଷର ପଟେଲ, କରୁନ ନାୟାର, ସୁରେଶ ରାଇନା, ପାର୍ଥବ ପଟେଲ ଓ ଜୟନ୍ତ ଯାଦବ।
All Right Reserved By

ଖେଳ |

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ଲାଗି ଚାଲିଥିବା ଚୟନ ପ୍ରକ୍ରିୟାରେ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ, ଭେଙ୍କଟେଶ ପ୍ରସାଦ ଓ ଟମ୍‌ ମୁଡିଙ୍କ ଭଳି ପୂର୍ବତନ ଖେଳାଳି ସାମିଲ ହୋଇଛନ୍ତି। 

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌,୧୦।୧୨- କ୍ରିକେଟରେ ଏବେ ଅମ୍ପାୟରଙ୍କ ତ୍ରୁଟି ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମଧ୍ୟ ସମାନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। 

କୋହଲିଙ୍କ ବିରଳ କୃତିତ୍ୱ

କୋହଲିଙ୍କ ବିରଳ କୃତିତ୍ୱ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ଦଳ ସୋମବାର ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ହରାଇ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ କରିଛି। 

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ନୂଆଦିଲ୍ଲୀ,୧୦।୧୨- ନିକଟରେ କ୍ରିକେଟରୁ ଅବସର ନେଇଥିବା ଗୌତମ ଗମ୍ଭୀର ରାଜନୀତିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚାକୁ ପୂର୍ଣ୍ଣଛେଦ ପକାଇଛନ୍ତି। 

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ବାରିପଦା ଅଫିସ, ୧୦।୧୨- ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଳବ ଚମ୍ପିୟନସିପର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଖୋର୍ଦ୍ଧା ରେଳବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ଆଡିଲେଡ୍‌,୧୦।୧୨- ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ସଂଖ୍ୟକ କ୍ୟାଚ୍‌ ଧରିଥିବା ଭାରତୀୟ ଉଇକେଟକିପର ରିଦ୍ଦିମାନ ଶାହଙ୍କ ରେକର୍ଡ ଭାଙ୍ଗିଛନ୍ତି ଯୁବ ଉଇକେଟକିପର ରିଶଭ ପନ୍ତ। 

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌,୧୦।୧୨-  ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଖେଳାଯାଇଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତୀୟ ଦଳ ୩୧ ରନ୍‌ରେ ଜିତି ନେଇଛି। 

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର କ୍ରସ୍‌ ଓଭର ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। କ୍ରସ୍‌ ଓଭର ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ  ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ।

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

କଟକ ଅଫିସ, ୧୦।୧୨- ରାଞ୍ଚିସ୍ଥିତ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ସଂଘର୍ଷକରି ଘରୋଇ ଝାଡ଼ଖଣ୍ଡଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇଛି। 

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ବିଶ୍ୱକପ୍‌ରେ କ୍ରସ ଓଭର ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ଫ୍ରାନ୍ସ ଓ ଚାଇନା ପରସ୍ପରକୁ ଭେଟିବେ। ଫ୍ରାନ୍ସ ପୁଲ୍‌ ଏ’ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚାଇନା ପୁଲ୍‌ ବି’ର ତୃତୀୟ ସ୍ଥାନ ଅଧିକାର କରିଛି। 

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)-ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଆଚରଣବିଧି ଉଲ୍ଲଂଘନ କରିଥିବାରୁ କାନାଡ଼ା ଖେଳାଳି ଜେମ୍ସ କିର୍କପାଟ୍ରିକ୍‌ ତାଗିଦ୍‌ର ସମ୍ମୁଖୀନ ହୋଇଛନ୍ତି। 

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳକ ଫୁଟବଲ ପ୍ରତିଯୋଗିତା ତଥା ଡ. ବି.ସି. ରାୟ (ଟାଇର-୧) ଟ୍ରଫି ଟୁର୍ନାମେଣ୍ଟରେ ମିଜୋରାମ ଟାଇଟଲ ହାସଲ କରିଛି।