ଉପକୂଳ ଓଡିଶା

ଖାଲି ପଡ଼ିଛି ଜରୀ ଫାଣ୍ଡି : ଯୋଗ ଦେଉ ନାହାନ୍ତି ଅଧିକାରୀ

ଖାଲି ପଡ଼ିଛି ଜରୀ ଫାଣ୍ଡି : ଯୋଗ ଦେଉ ନାହାନ୍ତି ଅଧିକାରୀ
ବିଞ୍ଝାରପୁର,୭।୩(ଡି.ଏନ.ଏ)- ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତରେ ୧୯୮୬ରେ ଦଳିତ ଓ ସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୨ ଜଣ ଦଳିତଙ୍କ ସମେତ ୩ଜଣ ପ୍ରାଣ ହରାଇଥିଲେ। ସେତେବେଳେ ଏହା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏପରିକି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ରାଜେନ୍ଦ୍ର କୁମାରୀ ବାଜପେୟୀ ଜରୀ ପଞ୍ଚାୟତକୁ ପରିଦର୍ଶନରେ ଆସିଥିଲେ। ଏହା ପରେ ପରେ ସେହି ପଞ୍ଚାୟତରେ ଏକ ଫାଣ୍ଡି ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ। କେବଳ ସେତିକି ନୁହେଁ ଥାନାର ଭୌଗଳିକ ସୀମାକୁ ଲକ୍ଷ୍ୟ କରି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଅଳକୁଣ୍ଡ ଓ ଜରୀଠାରେ ଏକ ଫାଣ୍ଡି ନିର୍ମାଣ କରିଥିଲେ। ଜରୀ ଫାଣ୍ଡି କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ସୀମାର ଶେଷ ପୋଲିସ ବିଟ ହାଉସ ଭାବେ ଜଣାଶୁଣା। ହେଲେ ଏହି ଫାଣ୍ଡିରେ ଫାଣ୍ଡି ଅଧିକାରୀ ନ ଥିବାରୁ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ଏହି ଫାଣ୍ଡି ଅଧିନରେ ଜରୀ, ବାଙ୍ଗରା ଦୁଇ ସମ୍ବେଦନଶୀଳ ପଞ୍ଚାୟତ ରହିଛି। ଏହି ୨ଟି ପଞ୍ଚାୟତ ଜିଲାର ସୀମାନ୍ତରେ ରହିଥିବାବେଳେ କେନ୍ଦ୍ରାପଡ଼ା ଜିଲାର ଆଳି, ରାଜକନିକା ବ୍ଲକର ସମ୍ପର୍କ ରହିଛି। ଫଳରେ ପଡ଼ୋଶୀ ଜିଲାର ଅପରାଧିମାନେ ଏହି ରାସ୍ତା ଦେଇ ବିଞ୍ଝାରପୁର ଅଞ୍ଚଳରେ ହତ୍ୟା, ଡକାୟତି ଭଳି ଘଟଣା ନିର୍ବିଘ୍ନରେ ଘଟାଇ ଫେରାର ହେଉଛନ୍ତି। ହେଲେ ପୋଲିସ ପ୍ରଶାସନ ଜରୀ ଫାଣ୍ଡିକି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଗତବର୍ଷ ସିଂହପୁର ଅଞ୍ଚଳରେ ବାରମ୍ବାର ବୋମାମାଡ଼ ହେବା ଓ ମଣ୍ଟୁଆ ହତ୍ୟାକଣ୍ଡ ଭଳି ସମ୍ବେଦନଶୀଳ ଘଟଣା ଘଟିଥିଲେ ମଧ୍ୟ ପୋଲିସର ନିଦ ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହିଁ। ଏଠାରେ ଫାଣ୍ଡି ଅଧିକାରୀ ଭାବେ ଯୋଗଦେବା ପାଇଁ ଏଏସ୍‌ଆଇ ସୁବାସ ଚନ୍ଦ୍ର ଦାଶଙ୍କୁ ନିର୍ଦ୍ଦେଶ ଆସିଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏଏସ୍‌ଆଇ ଦାଶ ଫାଣ୍ଡିରେ ଯୋଗ ନ ଦେଇ ଥାନାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଦାସ ଦୀର୍ଘ ଦିନ ହେବ ବିଞ୍ଝାରପୁର ଥାନାରେ କାର୍ଯ୍ୟ କରୁଥିବା ବେଳେ ରାଜନୈତିକ ଚାପ ଯୋଗୁ ଏସ୍‌ପି କାର୍ଯ୍ୟାଳୟ କୈାଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ଜରୀ ଫାଣ୍ଡିରେ ଅଧିକାରୀ ନ ଥିବାରୁ ଜରୀ, ବାଙ୍ଗରା ଅଞ୍ଚଳରେ ଚୋରାମଦ କାରବାର ବେଶ୍‌ ବଢି ଚାଲିଛି। ଫାଣ୍ଡିରେ ୨ଜଣ କନେଷ୍ଟବଳ ରହୁଥିଲେ ମଧ୍ୟ ତାହା ଆଇନ ଶୃଙ୍ଖଳା ଦୃଷ୍ଟିରୁ ସମୁଦ୍ରକୁ ଶଙ୍ଖେ ବୋଲି ଆଲୋଚନା ହେଉଛି। ଅପରପକ୍ଷରେ ଏସମ୍ପର୍କରେ ଥାନାଧିକାରୀ ସୂଚିତା୍ର ବୀର୍ଯ୍ୟ ଦାସଙ୍କ କହିବା ହେଲା ସେ ବିଞ୍ଝାରପୁର ଥାନାରେ ମାତ୍ର ଦେଢ଼ ମାସ ହେବ ଯୋଗ ଦେଇଛନ୍ତି। ବିଞ୍ଝାରପୁର ଥାନାରେ ଆବଶ୍ୟକ ସଂଖ୍ୟକ ଏଏସଆଇ ନ ଥିବାରୁ ତକତ୍ାଳୀନ ଆଇଆଇସି ଜରୀ ଫାଣ୍ଡି ଅଧିକାରୀଙ୍କୁ ଥାନାରେ ରହି କାର୍ଯ୍ୟ କରିବାକୁ ରଖିଛନ୍ତି ବୋଲି ଦାସ ସୂଚନା ଦେଇଛନ୍ତି। ସେହିପରି ଜରୀ ଓ ଅଳକୁଣ୍ଡ ଫାଣ୍ଡିର ସ୍ଥାୟୀ ଗୃହ ନ ଥିବା ବେଳେ ବର୍ଷ ବର୍ଷ ଧରି ଭଡ଼ା ଘରେ ଚାଲିଛି। ଅଳକୁଣ୍ଡ ଫାଣ୍ଡି ଜରାଜୀର୍ଣ୍ଣ ଅବସ୍ଥାରେ ଚାଲିଥିବାବେଳେ ଜରୀ ଫାଣ୍ଡି ଅବସ୍ଥା କହିଲେ ନ ସରେ। ପୋଲିସ ପ୍ରଶାସନ ସମସ୍ତ କଥା ଜାଣିଥିଲେ ମଧ୍ୟ ଫାଣ୍ଡିର ଉନ୍ନତି ପାଇଁ କୈାଣସି ପଦକ୍ଷେପ ନେଉ ନାହାନ୍ତି। ଏଥିପ୍ରତି ଗୃହ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
All Right Reserved By

ଉପକୂଳ ଓଡିଶା

ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ବିସ୍ଥାପିତ

ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ବିସ୍ଥାପିତ

ଯାଜପୁର ଅଫିସ,୧୯।୯: ଯାଜପୁର ଜିଲା କଳିଙ୍ଗନଗର ତ୍ରିଜଙ୍ଗା କଲୋନୀର ରକ୍ଷଣାବେକ୍ଷଣ ଓ ଘର ବାବଦକୁ ବକୈୟା ଟଙ୍କା ପ୍ରଦାନ ଦାବିରେ ବିସ୍ଥାପିତମାନେ ବୁଧବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। 

‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଗାଡ଼ିକୁ ପୋଡ଼ି

‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଗାଡ଼ିକୁ ପୋଡ଼ି

କେନ୍ଦ୍ରାପଡ଼ା ଅଫିସ,୧୯।୯: କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ରାଜ୍ୟ ସରକାରଙ୍କ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ରହିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗାଡ଼ିକୁ ପୋଡ଼ି ଦିଆଯାଇଛି। ବିଜୁ ଯୁବ ବାହିନୀ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ବେଳେ ସେମାନଙ୍କ ମଧ୍ୟରେ ମନାନ୍ତର ହୋଇଥିଲା।

ଶରଣକୁଳ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ଶରଣକୁଳ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ନୟାଗଡ଼ ଅଫିସ,୧୯ା୯-ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶରଣକୁଳ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ୧୨ ଦିନିଆ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ  ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ୮ଟି ଦଳରେ ୨୪୦ ଜଣ  ଛାତ୍ରୀ ଭାଗ ହୋଇ  ବିଭିନ୍ନ କୌଶଳ ବିଷୟରେ  ତାଲିମ ନେଇଥିଲେ।  ୪ ତାରିଖରୁ ଏହି ଶିବିର ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ଏହା ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ନୟାଗଡ଼ ଜିଲା ସଂଯୋଜିକା  ପ୍ରଭାତ ନଳିନୀ ଦେବୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ସାହସୀ ହେବା ପାଇଁ ପରାମର୍ଶ ଦେଇଥିଲେ।

ଚମ୍ପତ୍ତିପୁରଠାରେ ପିଏଚ୍‌ ନିର୍ମାଣ ଦାବିରେ ସ୍ବାକ୍ଷର ଅଭିଯାନ

ଚମ୍ପତ୍ତିପୁରଠାରେ ପିଏଚ୍‌ ନିର୍ମାଣ ଦାବିରେ ସ୍ବାକ୍ଷର ଅଭିଯାନ

ନୟାଗଡ଼ ଅଫିସ,୧୯ା୯-ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ହେବା ଦ୍ୱାରା  ନୟାଗଡ଼ ଜିଲାରେ ରେଳସେବା ଉପଲବ୍ଧ ହୋଇଛି। ତେବେ ଜିଲାର ଇଟାମାଟି ନିକଟସ୍ଥ ଚମ୍ପତ୍ତିପୁରଠାରେ ଏକ ପାସେଞ୍ଜର ହଲ୍‌ଟ (ପିଏଚ୍‌) ନିର୍ମାଣ ଦାବିରେ  ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ତରଫରୁ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଧାରଣା ଦିଆଯାଇ ଆସୁଛି। ହେଲେ କୌଣସି ସୁଫଳ ମିଳୁନାହିଁ। ଏହାର ପ୍ରତିବାଦରେ ଚଳିତ ମାସ ୨୫ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେଶନଠାରେ ୧୦ ଘଣ୍ଟିଆ ରେଳରୋକୋ କରାଯିବ। ଏହା ପୂର୍ବରୁ  ମଙ୍ଗଳବାରଠାରୁ  ସମିତିର ସଦସ୍ୟମାନେ ସ୍ବାକ୍ଷର ଅଭିଯାନ ମାଧ୍ୟମରେ ଗ୍ରାମବାସୀଙ୍କଠାରୁ ଦସ୍ତଖତ ଆଣିଛନ୍ତି।

ଭଡାଘର ଛାଡିବାକୁ କହିବାରୁ ମହିଳାଙ୍କୁ ଆକ୍ରମଣ

ଭଡାଘର ଛାଡିବାକୁ କହିବାରୁ ମହିଳାଙ୍କୁ ଆକ୍ରମଣ

ରଣପୁର,୧୯ା୯(ସ୍ବ.ପ୍ର.)- ରଣପୁର ଥାନା ସିନ୍ଦୂରିଆ ଗ୍ରାମରେ ମଙ୍ଗଳବାର ଘର ଛାଡିବାକୁ କହିବାରୁ ଘର ମାଲିକ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମହିଳା ହେଉଛନ୍ତି ବିରଞ୍ଚତ୍ ବେହେରାଙ୍କ ସ୍ତ୍ରୀ ଚଞ୍ଚଳା ବେହେରା (୫୨)। ଏ ନେଇ ବିରଞ୍ଚତ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୯୧/୧୮ (ଏସ୍‌ସିଏସ୍‌ଟି ଆକ୍ଟ)ରେ ମାମଲା ରୁଜୁ କରିଛି। ତଦନ୍ତ ପରେ ପୋଲିସ ସିନ୍ଦୂରିଆ ଗ୍ରାମରେ ଚଢାଉ କରି ଭଡା ରହୁଥିବା ଓଡପଲ୍ଲା ଗ୍ରାମର ସମ୍ପୃକ୍ତ ଯୁବକ ନରେନ୍ଦ୍ର ସାହୁ (୪୨)ଙ୍କୁ ଗିରଫ କରିଛି। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ।

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଗଣିଆ,୧୯ା୯(ଡି.ଏନ୍‌.ଏ.)-ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଜିଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ କିଶୋରଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ସୋମବାର ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଶିବିରରେ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ୩୬୮ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଥିଲା। ଏଥିମଧ୍ୟରେ ଶ୍ରବଣ ବାଧିତ ୫୯, ମାନସିକ ଅନଗ୍ରସର ୪୭, ଚଳନବାଧିତ (ଅସ୍ଥିଶଲ୍ୟ) ୨୦୧, ଦୃଷ୍ଟିବାଧିତ ୪୫ ଏବଂ ଭେଷଜ ଓ ଅନ୍ୟାନ୍ୟ ବିଭାଗରେ ୧୬ ଅନ୍ତର୍ଭୁକ୍ତ।

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଗଣିଆ,୧୯ା୯(ଡି.ଏନ୍‌.ଏ.)-ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ କାଳିଆପଡ଼ା ଗ୍ରାମରେ ବାସ କରନ୍ତି ମାଧବ ନାୟକ (୫୪)। ସ୍ତ୍ରୀ ଓ ୩ଝିଅଙ୍କୁ ନେଇ ତାଙ୍କ ପରିବାର। ଦିନ ମଜୁରିଆ ଭାବେ ପଥର ଖାଦାନରେ ପଥର ବ୍ଲାଷ୍ଟିଂ କରି ଯେଉଁ ଦୁଇପଇସା ମିଳେ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି। ହସଖୁସିର ପରିବାର ଚଳୁଥିବାବେଳେ ହଠାତ୍‌ ସେମାନଙ୍କ ପାଇଁ ଯେମିତି ଦଇବ ଦାଉ ସାଧିଥିଲା। ମାଧବଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜକୁ ଦେଢବର୍ଷ ତଳେ ଦଶପଲ୍ଲା ସୁବଳୟାସ୍ଥିତ ଡେଙ୍ଗାପଡ଼ା ପଥର ଖାଦାନରେ ପଥର ବ୍ଲାଷ୍ଟିଂ କରୁଥିବାବେଳେ ଦୁର୍ଘଟଣା ଘଟି ତାଙ୍କର ଡାହାଣ ପାଖ ଅଣ୍ଟାପାଖରୁ ପାଦଯାଏ ଗୋଡ଼ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂର୍‌ମାର ହୋଇଯାଇଥିଲା। ପଥରଖାଦାନ ଠିକାଦାର ୨୦ହଜାର ଟଙ୍କା ଖର୍ଚ୍ଚ କରି ତାଙ୍କୁ କଟକରେ ଚିକିତ୍ସା କରାଇଥିଲେ। ତାଙ୍କର ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଷ୍ଟିଲ ରଡ ଲଗାଯାଇଛି। ଗୋଡ଼ରୁ ରଡ଼ ଖୋଲିବା ସମୟ ୬ମାସ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ଆର୍ଥିକ ଅନଟନ ଯୋଗୁ ଚିକିତ୍ସା ହୋଇପାରୁନାହାନ୍ତି। ଗରିବ ଶ୍ରେଣୀର ଲୋକମାନଙ୍କୁ ସ୍ବାସ୍ଥ୍ୟ ବୀମା ଦ୍ୱାରା ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେତେ କ’ଣ ଯୋଜନା କରିଛନ୍ତି।

ବ୍ୟାଙ୍କ ଶାଖା କାର୍ଯ୍ୟାଳୟରୁ ନାଗସାପ ଉଦ୍ଧାର

ବ୍ୟାଙ୍କ ଶାଖା କାର୍ଯ୍ୟାଳୟରୁ ନାଗସାପ ଉଦ୍ଧାର

ଖଣ୍ଡପଡା ୧୯ା୯ (ସ୍ବ.ପ୍ର.)- ଖଣ୍ଡପଡା ସହରର ମୁଖ୍ୟ ବଜାର ମଧ୍ୟରେ ଅବସ୍ଥିତ ୟୁକୋ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ଖଳିସାହି ଗ୍ରାମର ସ୍ନେକ୍‌ ହେଲ୍‌ପଲାଇନର କହ୍ନେଇ ସାହୁ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି। ବ୍ୟାଙ୍କ ଶାଖାରୁ ସାପ ବାହାରିବା ନେଇ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।  

ବରିଷ୍ଠ ନାଗରିକ ସଂଘ ବୈଠକ

ବରିଷ୍ଠ ନାଗରିକ ସଂଘ ବୈଠକ

ଖଣ୍ଡପଡା,୧୯ା୯ (ସ୍ବ.ପ୍ର.)- ଖଣ୍ଡପଡା ସାମନ୍ତ ଚନ୍ଦ୍ରଶେଖର ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ ମଙ୍ଗଳବାର ସ୍ଥାନୀୟ ଶୁଭମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରନତ୍ାକର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନୀତି ନିର୍ଦ୍ଧାରଣ କରାଯାଇଥିଲା। ସଂଘର ଏକ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଖଣ୍ଡପଡା ବିଧାୟକ ଓ ତହସିଲଦାରଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିନାୟକ ମିଶ୍ର, ଦାମୋଦର ଶତପଥୀ, ଭିକାରୀ ଖଣ୍ଡାୟତ, ରାମଚନ୍ଦ୍ର ମହାପାତ୍ର, ବୈକୁଣ୍ଠନାଥ ରାଜଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ସଂଘର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକ ଅନୁଦାନ ମଞ୍ଜୁର କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ସଭ୍ୟମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ।

ବୋଦସାରେ ପୁଣି ଅସବର୍ଣ୍ଣ-ସବର୍ଣ୍ଣ ବିବାଦ :ଆକ୍ରମଣରେ ଜଣେ ଗୁରୁତର, ମାମଲା ରୁଜୁ

ବୋଦସାରେ ପୁଣି ଅସବର୍ଣ୍ଣ-ସବର୍ଣ୍ଣ ବିବାଦ :ଆକ୍ରମଣରେ ଜଣେ ଗୁରୁତର, ମାମଲା ରୁଜୁ

ଖଣ୍ଡପଡା ୧୯ା୯ (ସ୍ବ.ପ୍ର.)-ଖଣ୍ଡପଡା ଥାନା ଅନ୍ତର୍ଗତ ବୋଦସା ଗ୍ରାମରେ ୩ମାସ ପରେ ମଙ୍ଗଳବାର ପୁଣି ଅସବର୍ଣ୍ଣ ଓ ସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ବିବାଦ ଘଟିଛି। ଅସବର୍ଣ୍ଣ ଗୋଷ୍ଠୀର ଆକ୍ରମଣରେ ସବର୍ଣ୍ଣ ଗୋଷ୍ଠୀର ଯଜ୍ଞେଶ୍ୱର ଖୁଣ୍ଟିଆ (୨୪) ଗୁରୁତର ଆହତ ହୋଇଛନ୍ତି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଯଜ୍ଞେଶ୍ୱର ଦିବା ୧୨ଟା ସମୟରେ ସାଇକେଲ୍‌ରେ ଯାଉଥିବାବେଳେ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ନିକଟରେ ଅସବର୍ଣ୍ଣ ଗୋଷ୍ଠୀର ଗଦା ନାଏକ, ତୋଫାନ୍‌ ନାଏକ, ବାଇଲ ନାଏକ, ଜଗା ନାଏକ, ପରେଇ ନାଏକ ପ୍ରମୁଖ ହଠାତ୍‌ ତାଙ୍କୁ ଘେରି ଯାଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। 

ସୂଚନା ଅଧିକାର ଆଇନ ବଳରେ ମିଳୁନି ତଥ୍ୟ

ନୂଆଗାଁ,୧୯ା୯(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜନ ସୂଚନା ଅଧିକାରୀ ସରକାରଙ୍କ ସୂଚନା ଅଧିକାର ଆଇନ ଅନୁସାରେ କୌଣସି ତଥ୍ୟ ଦେଉ ନ ଥିବା ଅଭିଯୋଗ ହେଉଛି। ସମ୍ପୃକ୍ତ ଅଧିକାରୀଙ୍କ କହିବା ଅନୁସାରେ, ଆର୍‌ଟିଆଇ ମାଧ୍ୟମରେ ତଥ୍ୟ ମଗାଯାଇଥିଲେ ମଧ୍ୟ ଯେଉଁ ବିଭାଗରୁ ତଥ୍ୟ ମିଳିବା କଥା ସେମାନେ ଦେଉନାହାନ୍ତି। ନୂଆଗାଁ ବ୍ଲକ ଜନସୂଚନା ଅଧିକାରୀ ତଥ୍ୟ ମାଗୁଥିବା ଅନେକ ଲୋକଙ୍କୁ ଏଭଳି କହୁଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଦେଶର ନାଗରିକ କୌଣସି ପ୍ରସଙ୍ଗରେ ତଥ୍ୟ ଜାଣିବା ପାଇଁ ସରକାର ୨୦୦୫ରେ  ଜନ ସୂଚନା ଆଇନ ପ୍ରଣୟନ କରିଛନ୍ତି। ପ୍ରତ୍ୟେକ କାର୍ଯ୍ୟାଳୟରେ ଏଥିପାଇଁ ଜଣେ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । କିନ୍ତୁ କେତେକ ସ୍ଥାନରେ ସେହି କର୍ମଚାରୀମାନେ ସୂଚନା ବା ତଥ୍ୟ ଚାହୁଁଥିବା ଲୋକଙ୍କୁ ନିରାଶ କରୁଥିବା ଦେଖିବାକୁ ମିଳୁଛି। ନୂଆଗାଁ ବ୍ଲକରେ ବିଭିନ୍ନ ଯୋଜନାରେ ଅନିୟମିତତା ହେଉଥିବା ଦୃଷ୍ଟିଗୋଚର ହେଉଛି । ଅସାଧୁ ସରକାରୀ କର୍ମଚାରୀ ଠିକାଦାରଙ୍କ ସହ ସଲାସୁତରା କରି ଅର୍ଥ ହଡ଼ପ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ଏଭଳି ଅନେକ ଯୋଜନାର କାର୍ଯ୍ୟକାରିତା ନେଇ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରୁନି।

ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ ନିଷ୍ପତ୍ତି

ନୂଆଗାଁ,୧୯ା୯ (ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକ ହରିପୁର ପ୍ରାଥମିକ ବିଦ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରିହେବା ନେଇ ପରିଚାଳନା କମିଟି ପକ୍ଷରୁ ଓଡଗାଁ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଏହାର ପ୍ରତିବାଦରେ ପଞ୍ଚାୟତ ଅଧୀନ ୪ ଗ୍ରାମର ବାସିନ୍ଦା ଗୁରବାର ଓଡଗାଁ-ବାହାଡାଝୋଲା ମୁଖ୍ୟ ରାସ୍ତା ଅବରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେମାନେ ଜିଲା ଆରକ୍ଷୀ ଅଧୀକ୍ଷକ ଓ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।