ରାୟଗଡା

କେସିସି ବ୍ୟାଙ୍କ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ: ସହକାରୀ ପରିଚାଳକ ନିଲମ୍ବିତ

ଜୟପୁର,୭।୩(ନି.ପ୍ର.) କିଛିଦିନ ତଳେ କୋରାପୁଟ କେନ୍ଦ୍ରିୟ ସମବାୟ ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଥମ କରି ବ୍ୟାଙ୍କର ମୁଖ୍ୟଶାଖାରେ ସହକାରୀ ପରିଚାଳକ ରହିଥିବା ବିଦ୍ୟାଧର ପ୍ରଧାନଙ୍କୁ ବୁଧବାର ନିଲମ୍ବନ କରାଯାଇଛି । ମଙ୍ଗଳବାର ବ୍ୟାଙ୍କର ନିଯୁକ୍ତି କମିଟି ଚିଠି ସଂଖ୍ୟା ୭୩୬୭ରେ ଏହି ନିର୍ଦ୍ଦେଶ ରହିଛି। ଜୟପୁର ଡିଭିଜନ ଡିଆରସିଏସ୍‌ କେସିସି ବ୍ୟାଙ୍କର ଡିଜିଏମଙ୍କ ଦ୍ୱାରା କରାଯାଇଥିବା ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ମାସ ୨୦ ତାରିଖ ବ୍ୟାଙ୍କର ନିଯୁକ୍ତି କମିଟି ନିକଟରେ ଏହି ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା । ବୈଠକରେ ବ୍ୟାଙ୍କର ମାନବ ସମ୍ବଳ ନୀତି ୨୦୧୧ ଅନୁଯାୟୀ ବିଦ୍ୟାଧର ପ୍ରଧାନଙ୍କୁ ନିଲମ୍ବନ ନିଷ୍ପତ୍ତି ହୋଇଥିଲା । ସେ ମାଲକାନଗିରି ଜିଲା କାଲିମେଳା ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ରହିଥିବା ବେଳେ କେସିସି ବ୍ୟାଙ୍କ ଏମ୍‌ଭି-୭୯ ଶାଖା କର୍ମଚାରୀଙ୍କ ସହ ମିଶି ଶସ୍ୟଋଣ ହେରଫେର କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ବୈଠକରେ ଏହି ନିଷ୍ପତ୍ତି ଅନୁସାରେ ତାଙ୍କୁ ନିଲମ୍ବନ ଆଦେଶ ଦିଆଯାଇଥିବା ବେଳେ ତାଙ୍କରି ଦାୟିତ୍ୱ ଏମ.କେ. ପାଣିଗ୍ରାହୀଙ୍କୁ ଦିଆଯାଇଛି। କୋରାପୁଟ ଜିଲା ଜୟପୁର ସ୍ଥିତ କେନ୍ଦ୍ରିୟ ସମବାୟ ବ୍ୟାଙ୍କରେ ହୋଇଥିବା ମହା ଦୁର୍ନୀତି ଘଟଣାର ତଦନ୍ତ କରିବାକୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲା କାଲିମେଳା, ଶିଖପାଲି ଓ ପଡିଆ ଲ୍ୟାମ୍ପରେ ୧୧ କୋଟି ୯୧ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା । ୮୫୯ ଜଣ ଚାଷୀଙ୍କ ନାମରେ ଶସ୍ୟ ବୀମା, ପ୍ରାକୃତିକ ବିପର୍ଯ୍ୟୟ ସହାୟତା ସମେତ ବିଭିନ୍ନ ପ୍ରକାର ଋଣ ଜରିଆରେ ଏହି ଆର୍ଥିକ ଅନିୟମିତତା କରାଯାଇଥିଲା ।
All Right Reserved By

ରାୟଗଡା

କାଶୀନଗରରେ ୨୬ରୁ ଖୋଲାଯିବ ଆହାର କେନ୍ଦ୍ର

କାଶୀନଗରରେ ୨୬ରୁ ଖୋଲାଯିବ ଆହାର କେନ୍ଦ୍ର

କାଶୀନଗର, ୧୩।୧୨(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକ ସଦର ମହକୁମାରେ ଆସନ୍ତା ୨୬ତାରିଖରୁ ଆହାର କେନ୍ଦ୍ର ଖୋଲାଯିବ। ଏଥିଲାଗି ଜିଲାପାଳ ଅନୁପମ ଶାହା ଓ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଗୁରୁବାର କାଶୀନଗର ଗସ୍ତରେ ଆସି ସ୍ଥାନ ନିରୂପଣ କରିଛନ୍ତି।

ବ୍ରିଜ୍‌ ଓ୍ବାଲରେ ପିଟିହେଲା ବାଇକ୍‌ : ଦୁଇ ଆରୋହୀ ମୃତ

ବ୍ରିଜ୍‌ ଓ୍ବାଲରେ ପିଟିହେଲା ବାଇକ୍‌ : ଦୁଇ ଆରୋହୀ ମୃତ

ସେମିଳିଗୁଡ଼ା,୧୩।୧୨(ସ୍ବ.ପ୍ର.)-ସୁନାବେଡ଼ା ପୌରାଞ୍ଚଳ ଅନ୍ତର୍ଗତ ଜାନିଗୁଡ଼ା ନିକଟସ୍ଥ ଡ୍ୟାମ୍‌ ବ୍ରିଜ୍‌ ଆପ୍ରୋଚ୍‌ ରୋଡ଼ ଗାର୍ଡ ଓ୍ବାଲରେ ବାଡ଼େଇ ହୋଇ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।  ଦୁଇ ଜଣ ଯୁବକ ଏକ କଳାରଙ୍ଗର ସ୍ପେଣ୍ଡରପ୍ଲସ୍‌ ବାଇକ୍‌(ଓଆର୧୦ଜି୭୫୧୧) ଯୋଗେ ଏମ୍‌ଡିଆର ରୋଡ଼ ନନ୍ଦପୁରରୁ ସେମିଳିଗୁଡ଼ା ଅଭିମୁଖେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ  ବ୍ରିଜ୍‌ ଓ୍ବାଲରେ ବାଡ଼େଇ ହୋଇଥିଲା।

ପୃଥକ ଦୁର୍ଘଟଣାରେ ୨ ମୃତ

ପୃଥକ ଦୁର୍ଘଟଣାରେ ୨ ମୃତ

ଗୋବିନ୍ଦପାଲୀ/ମାଲକାନଗିରି, ୧୩।୧୨ (ଡି.ଏନ୍‌.ଏ.) -ମାଲକାନଗିରି  ଜିଲା ମାଥିଲି ଥାନା ଅଧୀନ ଉଦୁଲିବେଡା ଗ୍ରାମ ନିକଟରେ ଗୁରୁବାର ଏକ ବୋଲେର ଏବଂ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ  ଉଦୁଲିବେଡା ଗ୍ରାମର ବାଇକ୍‌ ଆରୋହୀ ବାସୁଦେବ ବେହେରା (୪୦)। ପ୍ରକାଶ ଯେ, ସେ ଗୋବିନ୍ଦପାଲୀରୁ ଘରକୁ ଫେରୁଥିବା ବେଳେ ପଛପଟୁ  ଏକ ବୋଲେର ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପୋଖରୀରେ ଭାସୁଛି ମଲାମାଛ

ପୋଖରୀରେ ଭାସୁଛି ମଲାମାଛ

ରାୟଗଡା ଅଫିସ,  ୧୩।୧୨- ରାୟଗଡା ବ୍ଲକ ତାଡମା ପଞ୍ଚାୟତ ଅଧୀନ ସଦର ଗ୍ରାମସ୍ଥିତ ଏକ ନିଲାମୀ ବନ୍ଧରେ ଛଡାଯାଇଥିବା ମାଛଗୁଡିକ ମରି ଭାସୁଥିବା  ଦେଖିବାକୁ ମିଳିଛି। କେହି ଏହି ମାଛଚାଷକୁ ନେଇ ଆକ୍ରୋଶମୂଳକ ଭାବେ ପୋଖରୀରେ ବିଷ ମିଶାଇଥାଇ ପାରନ୍ତି ବୋଲି ଗ୍ରାମବାସୀ  ଅଭିଯୋଗ କରିଛନ୍ତି। 

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ମାଲକାନଗିରି,୧୩।୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବନ ବିଭାଗ ଏକ ବଜ୍ରକାପ୍ତା ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଶିକ୍ଷକଙ୍କ ସମେତ ୭ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସେମାନେ ହେଲେ ଏମ୍‌.ଭି.- ୪୭ ଗ୍ରାମର ଗୋକୁଳାନନ୍ଦ ମିସ୍ତ୍ରି, ଦୁଗାଲି ଗ୍ରାମର କମଳଲୋଚନ ମାଡି, ଲୁଲେର ଗ୍ରାମର ପିତମ ହରିଜନ, ସିନ୍ଧିଗୁଡା ଗ୍ରାମର ହରିବନ୍ଧୁ କମାରି, ସିନ୍ଧାବେଡା ଗ୍ରାମର ସମନ୍ଧ ପୁଜାରୀ, ପୁରୁଣାଗୁଡା ଗ୍ରାମର ଘାସିରାମ ପୁଜାରି ଏବଂ ଏମ୍‌.ଭି.-୧୦ ଗ୍ରାମର ପଙ୍କଜ ସରକାର।

ଏନ୍‌ଏସି, ଏନ୍‌ଏଚ୍‌ରୁ ହଟିଲା ଜବରଦଖଲ

ଏନ୍‌ଏସି, ଏନ୍‌ଏଚ୍‌ରୁ ହଟିଲା ଜବରଦଖଲ

କୋଟପାଡ଼,୧୩।୧୨(ଡି.ଏନ୍‌.ଏ)-ଜୟପୁର ଉପଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଓ ଜାତୀୟ ରାଜପଥ ନଂ ୬୩  ଉଭୟ ପାର୍ଶ୍ୱର ଜବରଦଖଲ ଉଚ୍ଛେଦ ହୋଇଛି। ଏହି ଉଚ୍ଛେଦ ଅଭିଯାନ ୩ ଦିନ ଧରି ଚାଲିବ।

ଖଡ଼ିମାଟି ଉତ୍ତୋଳନ ନେଇ ତ୍ରିମୁଖୀ ବୈଠକ ବିଫଳ

ଖଡ଼ିମାଟି ଉତ୍ତୋଳନ ନେଇ ତ୍ରିମୁଖୀ ବୈଠକ ବିଫଳ

କୋରାପୁଟ,୧୩।୧୨(ସ୍ବ.ପ୍ର.)-ଲମତାପୁଟ ବ୍ଲକ କୁମାରଗନ୍ଧଣା ପଞ୍ଚାୟତର ହାଟସୁକୁ ଗ୍ରାମରୁ ଖଡ଼ିମାଟି (ଚୁନମାଟି) ଉତ୍ତୋଳନ ନେଇ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ତ୍ରିମୁଖୀ ବୈଠକ ବିଫଳ ହୋଇଛି ।

ରାସ୍ତାରେ ଜନ୍ମିତ ୨ ନବଜାତ କନ୍ୟାଙ୍କୁ ମିସ୍‌ନାରୀ ଅଫ୍‌ ଚାରିଟିକୁ ପଠାଗଲା

ରାସ୍ତାରେ ଜନ୍ମିତ ୨ ନବଜାତ କନ୍ୟାଙ୍କୁ ମିସ୍‌ନାରୀ ଅଫ୍‌ ଚାରିଟିକୁ ପଠାଗଲା

କୋରାପୁଟ,୧୩।୧୨(ସ୍ବ.ପ୍ର.)-କିଛିଦିନ ତଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାରିବେଡ଼ା ଗ୍ରାମରୁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ର ଯିବାବେଳେ ରାସ୍ତାକଡ଼ରେ ଯାଅଁ।ଳା କନ୍ୟାଙ୍କୁ ଜନ୍ମଦେଇ ଜଣେ ମହିଳା ଆଖି ବୁଜିଥିଲେ। ପରେ ଏହି ୨ ନବଜାତ କନ୍ୟାଙ୍କୁ ସେମାନଙ୍କ ବାପା ଓ ଜେଜେବାପା କୋରାପୁଟ ମେଡିକାଲର ଏସ୍‌ଏନସିୟୁରେ ଭତ୍ତି କରିଥିଲେ ।

ଝରଣା ପାଣିକୁ ନେଇ ଉତ୍ତେଜନା

ଝରଣା ପାଣିକୁ ନେଇ ଉତ୍ତେଜନା

କୋରାପୁଟ,୧୩।୧୨(ସ୍ବ.ପ୍ର.)- ଦଶମନ୍ତପୁର ବ୍ଲକ ମାଳିଚଲର ଓ ପରଜାଚଲର ଗ୍ରାମ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଉଭୟ ଗ୍ରାମର ଶତାଧିକ ଲୋକ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉପଜିଲାପାଳ ଲଳିତ କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆଙ୍କ ସହ ଦୁଇ ଗ୍ରାମର ୱାର୍ଡମେମ୍ବର ଓ ମୁଖିଆ ଆଲୋଚନା କରିଛନ୍ତି।

ଅଙ୍ଗନୱାଡି କେନ୍ଦ୍ର ବନ୍ଦ ନେଇ ସିଡିପିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ଅଙ୍ଗନୱାଡି କେନ୍ଦ୍ର ବନ୍ଦ ନେଇ ସିଡିପିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ଡାବୁଗାଁ, ୧୩।୧୨(ଡି.ଏନ.ଏ):ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୨  ବନ୍ଦ ନେଇ ଗ୍ରାମବାସୀଙ୍କ ଦ୍ୱାରା ଏକ ଦାବିପତ୍ର ବୁଧବାର ଡାବୁଗାଁ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୀତରାଣୀ ସାହୁ ଙ୍କୁ ପ୍ରଦାନ କରାଯାଇଛି। 

ଧାନ ମଣ୍ଡିରେ ଅନିୟମିତତାକୁ ବିରୋଧ, କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ୫ ଘଣ୍ଟିଆ ବିକ୍ଷୋଭ

ଧାନ ମଣ୍ଡିରେ ଅନିୟମିତତାକୁ ବିରୋଧ, କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ୫ ଘଣ୍ଟିଆ ବିକ୍ଷୋଭ

ଜୟପୁର,୧୩।୧୨(ଡି.ଏନ୍‌.ଏ.): ଚାଷୀଙ୍କ ଧାନକୁ ଉଚିତ ଦରରେ କିଣିବା ନେଇ ଗୁରୁବାର କୋରାପୁଟ ଜିଲା କଂଗ୍ରେସ କମିଟି ପକ୍ଷରୁ ଜୟପୁର ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି। କଂଗ୍ରେସ ପକ୍ଷରୁ ଚାଷୀଙ୍କ ଅମଳ ଖରିଫ ଧାନ ମଣ୍ଡି କ୍ରୟ ନେଇ ସମସ୍ତ ବ୍ୟବସ୍ଥା କରିବା, କ୍ରୟ ଧାନରୁ କୁଇଣ୍ଟାଲ ପିଛା ୫ କିଗ୍ରାରୁ ଅଧିକ କାଟକୁ ବିରୋଧ କରି ଏହି ଅବରୋଧ କରାଯାଇଛି।

ଡାବୁଗାଁରେ ଡିଜିଟାଲ ସ୍ବାସ୍ଥ୍ୟ ସେବା ଆରମ୍ଭ

ଡାବୁଗାଁରେ ଡିଜିଟାଲ ସ୍ବାସ୍ଥ୍ୟ ସେବା ଆରମ୍ଭ

ଡାବୁଗାଁ, ୧୩।୧୨(ଡି.ଏନ.ଏ)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଡିଜିଟାଲ ସ୍ବାସ୍ଥ୍ୟ ସେବା କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି।