ଉପକୂଳ ଓଡିଶା

ଠିକାଦାରୀ ପ୍ରୀତିରେ ବନ୍ଧା ପଡ଼ିଛି ପାନୀୟ ଜଳ ପ୍ରକଳ୍ପ

ଠିକାଦାରୀ ପ୍ରୀତିରେ ବନ୍ଧା ପଡ଼ିଛି ପାନୀୟ ଜଳ ପ୍ରକଳ୍ପ
ଯାଜପୁର ଅଫିସ,୭।୩- ଯାଜପୁର ଜିଲାର ମାତ୍ର ୫ପ୍ରତିଶତ ପରିବାରକୁ ପାଇପ ଯୋଗେ ସ୍ବଚ୍ଛ ପାଣି ଯୋଗାଇ ଦିଆଯାଉଛି। ଏହା ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ହେଁ ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସ୍‌ଏସ୍‌)ର ବିଭାଗୀୟ ରିପୋର୍ଟରେ ସ୍ପଷ୍ଟ ହୋଇଛି। ସ୍ବଚ୍ଛ ପାଣି ଆଜିର ସମାଜରେ ନିହାତି ଆବଶ୍ୟକତା ହୋଇଥିବାବେଳେ ଜିଲାରେ ଦୁର୍ବଳ ରାଜନୈତିକ ନେତୃତ୍ୱ ଓ ନିଜ ପ୍ରତିନିଧିଙ୍କୁ ଠିକାଦାରୀ କାର୍ଯ୍ୟରେ ନିୟୋଜିତ ଯୋଗୁ ପାଇପ ଜଳଯୋଗାଣ ବ୍ୟବସ୍ଥା ଏଠାରେ ଫସର ଫାଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୟୀ ନେତାଙ୍କ ପ୍ରଭାବ ଅନୁଭୂତ ହେଉଥିବାବେଳେ ଯାଜପୁର ଜିଲାରେ ଠିକାଦାରୀ ରାଜନୀତି ଯୋଗୁ ଭିନ୍ନ ପରିସ୍ଥିତି ପରିଲକ୍ଷିତ ହେଉଛି। ଆଉ ଅନନ୍ୟୋପାୟ ହୋଇ ବିଭାଗୀୟ ଅଧିକାରୀମାନେ ହାତ ଟେକି ଦେଇଛନ୍ତି। ପାଣି ଭଳି ସମ୍ବେଦନଶୀଳ ପ୍ରକଳ୍ପଗୁଡିକ ଉପରେ ବିଭାଗର କର୍ତ୍ତୃତ୍ୱ ରହୁ ନାହିଁ। ରାଜନୈତିକ ବ୍ୟକ୍ତିଙ୍କ କବ୍‌ଜାରେ ପାଣି ପ୍ରକଳ୍ପଗୁଡିକ ରହିଥିବାରୁ କାର୍ଯ୍ୟକ୍ଷମ ଅଧିକାଂଶ ପ୍ରକଳ୍ପରୁ ନିର୍ଦ୍ଧାରିତ ଜନବସତି ଅଞ୍ଚଳକୁ ଜଳଯୋଗାଣ ହୋଇ ପାରୁନାହିଁ। ଅଧିକାଂଶ ରାଜନୈତିକ ନେତା, ଲୋକ ପ୍ରତିନିଧି ଠିକାଦାରୀରେ ମାତି ଲୋକଙ୍କ ପାଣି ସମସ୍ୟାଠାରୁ ଦୂରେଇ ଯାଇଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ହାତ କରି ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକୁ ଠିକା କାର୍ଯ୍ୟ ଜରିଆରେ କରି ଲାଭବାନ ହେଉଥିବା ଦେଖିବାକୁ ମିଳୁଛି। ଯାହାଫଳରେ ନିର୍ଦ୍ଧାରିତ ସମୟରେ ପାଇପ ଜଳଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଯେଉଁଟା କାର୍ଯ୍ୟକ୍ଷମ ବୋଲି ବିଭାଗୀୟ ରିପୋର୍ଟ ଯାଉଛି, ନିମ୍ନମାନର କାର୍ଯ୍ୟ ଯୋଗୁ ସେଗୁଡିକ ଦୀର୍ଘସ୍ଥାୟୀ ହୋଇ ପାରୁନାହିଁ। ଯାଜପୁର ବ୍ଲକ ପୁରୁଷୋତ୍ତମପୁର ଗ୍ରାମରେ ପ୍ରାୟ ୪୮ଲକ୍ଷ ଟଙ୍କାର ପାଇପ ଜଳଯୋଗାଣ ପ୍ରକଳ୍ପ ଉଦ୍‌ଘାଟନର ଦୁଇମାସ ନ ପୁରୁଣୁ ଅଚଳ ହୋଇପଡିଛି। ସେହିପରି କୋରେଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ପଞ୍ଚାୟତରେ ୫୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପରୁ ପିଇବା ପାଣି ବାହାରୁ ନାହିଁ। ଜିଲାରେ ଏଭଳି ଅନେକ ଦୃଷ୍ଟାନ୍ତ ପ୍ରମାଣିତ କରାଯାଇ ପାରିବ। ରିପୋର୍ଟ ଅନୁସାରେ ଜିଲାରେ ୨୯୨ଟି ପାଇପ ଜଳଯୋଗାଣ କାର୍ଯ୍ୟକ୍ଷମ ହେଉଥିବା କୁହାଯାଉଥିବାବେଳେ ବାସ୍ତବରେ ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଅଚଳ କିମ୍ବା ନିର୍ଦ୍ଧାରିତ ଜନବସତିକୁ ପାଣି ଯୋଗାଇ ପାରୁନାହିଁ। ଏସଂକ୍ରାନ୍ତରେ ନିୟମିତ ଭାବେ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇ ଆସୁଥିଲେ ହେଁ ପାଣି ଭଳି ଲୋକଙ୍କ ମୌଳିକ ସମସ୍ୟାକୁ ଏଡାଇ ଦେଇ ଦୁର୍ନୀତିକୁ ପରୋକ୍ଷରେ ପ୍ରୋସତ୍ାହିତ କରାଯାଉଛି। ଯଦ୍ୱାରା କି ଆସନ୍ତା ସାଧାରଣ ନିର୍ବାଚନରେ ଶାସକ ଦଳକୁ ବହୁ ମାତ୍ରାରେ ଭୋଗିବାକୁ ପଡିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଦୀର୍ଘ ୪ବର୍ଷ ହେଲା ବହୁ ଚର୍ଚ୍ଚିତ ଡଙ୍କାରୀ ଗ୍ରାମରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ପାରୁ ନାହିଁ। ଅନ୍ୟପକ୍ଷେ ଯାଜପୁର, ସୁକିନ୍ଦା, ଦାନଗଦୀ, ବିଞ୍ଝାରପୁର ଓ କୋରେଇ ବ୍ଲକର ୮ଟି ପାଇପ ଜଳଯୋଗାଣ ପ୍ରକଳ୍ପ ଅଚଳ ଥିବା ସରକାରୀ ଭାବେ କୁହାଯାଉଛି। ସେଥିରୁ ଯାଜପୁର ବ୍ଲକ ଛତିଶଦେବୀ ଗ୍ରାମର ରିଶିପୁର ଓ ମାଳପଡ଼ା ପ୍ରକଳ୍ପ, ସୁକିନ୍ଦା ବ୍ଲକ ଖରଡି ପ୍ରକଳ୍ପରେ ପମ୍ପହାଉସ ଅଚଳ, ଦାନଗଦୀ ବ୍ଲକ ଉଚ୍ଚବାଲି, ପଙ୍କପାଳ ପ୍ରକଳ୍ପ ଓ ମାନତିରା ପ୍ରକଳ୍ପ, ବିଞ୍ଝାରପୁର ପ୍ରକଳ୍ପ ଏବଂ କୋରେଇ ବ୍ଲକ ପାଣିକୋଇଲି ପ୍ରକଳ୍ପ ଅଚଳ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତ ଓ ରଖିଦେଈପୁର ପ୍ରକଳ୍ପ ଅଚଳ ହୋଇଥିଲେ ହେଁ ବିଭାଗୀୟ ରିପୋର୍ଟରେ ସ୍ଥାନ ଦିଆଯାଇ ନାହିଁ। ଏଭଳି ଅନେକ ପ୍ରକଳ୍ପ ଅଚଳ ରହୁଥିଲେ ହେଁ ନିଜ ପାରିବା ପଣିଆକୁ ବଳବତ୍ତର ରଖିବାକୁ ଭୂଲ ରିପୋର୍ଟ ଦେଇ ସରକାରଙ୍କୁ ବିଭ୍ରାନ୍ତି କରାଯାଉଛି। ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ଗ୍ରାମ ପଞ୍ଚାୟତର ଠାକୁରାସାହି ଅଙ୍କୁରାପାଳ ଗ୍ରାମରେ ଡିଏମ୍‌ଏଫ୍‌ ପାଣ୍ଠିରୁ ପାଇପ ଜଳଯୋଗାଣ ପ୍ରକଳ୍ପ ନିର୍ମାଣାଧିନ ରହିଛି। ତାହା ଦୀର୍ଘ ୩ବର୍ଷ ହେବ ଶେଷ ହେବାର ନାଁ ଧରୁନାହିଁ। ଜିଲାରେ ୨୦୧୫ ଜନଗଣନା ଅନୁସାରେ ୧୮,୮୦,୦୮୯ ରହିଛି। ୨୦୨୦ ସୁଦ୍ଧା ଏହା ୨୨,୫୬,୧୦୭କୁ ପହଞ୍ଚିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ସର୍ଭେରେ ଆକଳନ କରାଯାଇଛି। ଏଥିପାଇଁ ୦.୦୮୨୩ ବିଲିୟନ କ୍ୟୁବିକ ମିଟର ପାଣିର ଆବଶ୍ୟକତା ପଡିବ। ପାଣି ପାଇଁ ଏବେଠୁ ସତର୍କତା ଅବଲମ୍ବନ ନ କଲେ ଏହି ଲକ୍ଷ୍ୟସ୍ଥଳକୁ ପହଞ୍ଚତ୍ ପାରିବା କଷ୍ଟକର ବୋଲି ମତପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ପରିଜାଙ୍କୁ ପଚାରିବାରେ ବ୍ୟୟଅଟକଳ ଅନୁସାରେ ପ୍ରକଳ୍ପଗୁଡିକ ନିର୍ମାଣ ହେଉଛି। ବିଷେଷକରି ସଂରକ୍ଷଣ ନୀତି ଯୋଗୁ ପାନୀୟ ଜଳ ପ୍ରକଳ୍ପ ପାଇଁ ଅନଭିଜ୍ଞ ଲୋକମାନେ ଟେଣ୍ଡର ପାଉଛନ୍ତି। ଆଉ ସେମାନେ ଅନ୍ୟ ଲୋକମାନଙ୍କୁ ଉକ୍ତ କାର୍ଯ୍ୟକୁ ବିକ୍ରି କରିଦେଉଛନ୍ତି। ଫଳରେ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଏଥିରେ କୌଣସି ରାଜନୈତିକ ଚାପ ନାହିଁ। ଅଚଳ ପ୍ରକଳ୍ପଗୁଡିକୁ ସଚଳ କରିବା ଦିଗରେ ବିଭାଗ ତପତ୍ର ରହିଛି ବୋଲି ପରିଜା କହିଛନ୍ତି।
All Right Reserved By

ଉପକୂଳ ଓଡିଶା

କୃମିନାଶକ ଦିବସ ପାଇଁ ସଚେତନତା ଶିବିର

କୃମିନାଶକ ଦିବସ ପାଇଁ ସଚେତନତା ଶିବିର

ଗଣିଆ,୨୩ା୯(ଡି.ଏନ୍‌.ଏ.)-ଆସନ୍ତା ସେପ୍ଟେମ୍ବର ୨୬ ଅନ୍ତର୍ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଶନିବାର ଗଣିଆସ୍ଥିତ କିଶୋରଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାପୀଠଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା।

କେନାଲ ବନ୍ଧରେ ୧୦ଫୁଟର ଘାଇ , ବ୍ୟାପକ ଚାଷଜମି ଜଳମଗ୍ନ

କେନାଲ ବନ୍ଧରେ ୧୦ଫୁଟର ଘାଇ , ବ୍ୟାପକ ଚାଷଜମି ଜଳମଗ୍ନ

ରଣପୁର,୨୩ା୯ (ସ୍ବ.ପ୍ର.)- ୧୫ଦିନ ତଳେ ୨ଦିନ ଧରି ଲଗାଣ ବର୍ଷ ଲାଗିରହିବାରୁ ରଣପୁର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ରହିଥଲା। ଏଥିଯୋଗୁ ଅନେକ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥିଲା। ଏପରିସ୍ଥଳେ ୨ଦିନ ଧରି ଲଘୁଚାପ ଜନିତ ବର୍ଷା ଅଞ୍ଚଳବାସୀଙ୍କ ଦୁଃଖ ବଢାଇଦେଇଛି। 

ନୟାଗଡ ଜିଲାସ୍ତରୀୟ ଶାରଦୀୟ (ଖୋ ଖୋ) ପ୍ରତିଯୋଗିତା ସମାରୋହ

ନୟାଗଡ ଜିଲାସ୍ତରୀୟ ଶାରଦୀୟ (ଖୋ ଖୋ) ପ୍ରତିଯୋଗିତା ସମାରୋହ

ଓଡ଼ଗଁ।,୨୩।୯(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଶନିବାର ଜିଲାସ୍ତରୀୟ ଶାରଦୀୟ ଖୋ ଖୋ ପ୍ରତିଯୋଗିତା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ ଡ. ଅଭୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସ୍ଥାନୀୟ 

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ନୟାଗଡ଼ ଅଫିସ,୨୩ା୯-ନୟାଗଡ଼ ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଶନିବାର ଜିଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା।

ରାସ୍ତା ଦେଉଛି ଦୁର୍ଦ୍ଦଶା

ରାସ୍ତା ଦେଉଛି ଦୁର୍ଦ୍ଦଶା

ନୟାଗଡ଼ ଅଫିସ,୨୩।୯-ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ପକ୍କା ରାସ୍ତା ହୋଇଥିବା କୁହାଯାଉଛି। ହେଲେ ବାସ୍ତବରେ ଏହା ଯେ ସମ୍ପୂର୍ଣ୍ଣ ସତ୍ୟ ନୁହେଁ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି  ନୟାଗଡ଼ ଜିଲା ଭାଟସାହି  ପଞ୍ଚାୟତରେ।  

ମାନବାଧିକାର କମିଟିର ଆଲୋଚନା ଚକ୍ର

ମାନବାଧିକାର କମିଟିର ଆଲୋଚନା ଚକ୍ର

କେନ୍ଦ୍ରାପଡା ଅଫିସ, ୨୩।୯ କେନ୍ଦ୍ରାପଡା ସହରର ଟାଉନହଲଠାରେ ଜାତୀୟ ମାନବାଧିକାର ଜିଲା କମିଟି ପକ୍ଷରୁ ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଲ

ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ

ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ

କେନ୍ଦ୍ରାପଡା ଅଫିସ,୨୩।୯ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଶନିବାର ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ଏହି ବୈଠକରେ ତହସିଲଦାରମାନେ ଯୋଗଦେଇ

ଛାତ୍ର କଂଗ୍ରେସର ପକ୍ଷରୁ ବିଧାୟକଙ୍କ ପୋଷ୍ଟର ପୋଡି

ଛାତ୍ର କଂଗ୍ରେସର ପକ୍ଷରୁ ବିଧାୟକଙ୍କ ପୋଷ୍ଟର ପୋଡି

କେନ୍ଦ୍ରାପଡା ଅଫିସ, ୨୩।୯ ମାର୍ଶାଘାଇ ଥାନା ବାଲଣା ଗ୍ରାମର ଅବିନାଶ ପାଇଟାଳ ଓରଫ ମୂଷାଙ୍କ ହାଜତ ମୃତ୍ୟୁ ଘଟଣାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଛାତ୍ର କଂଗ୍ରେସ କର୍ମୀମାନେ କେନ୍ଦ୍ରାପଡା ସହରର ବସଷ୍ଟାଣ୍ଡରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ପୋଡିଛନ୍ତି ।

ତହସିଲକୁ ପଲିଥିନ ପାଇଁ ଆସିଥିବାବେଳେ ମାଡ଼

ତହସିଲକୁ ପଲିଥିନ ପାଇଁ ଆସିଥିବାବେଳେ ମାଡ଼

ପଟ୍ଟାମୁଣ୍ଡାଇ,୨୩।୯(ସ୍ବ.ପ୍ର.) ପଟ୍ଟାମୁଣ୍ଡାଇ ତହସିଲ ଅଫିସକୁ ପଲିଥିନ ପାଇଁ ଆସିଥିବା ପୌରାଞ୍ଚଳ ଷଣ୍ଢପଲ୍ଳୀ ୧ ନଂ ଓ୍ବାର୍ଡର ପ୍ରଶାନ୍ତ ତ୍ରିପାଠୀ (୩୭)ଙ୍କୁ  ଶନିବାର କେତେକ କର୍ମଚାରୀ ମାଡ ମାରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି।ଲଘୁଚାପ ବର୍ଷାରେ ଘର ଭାଙ୍ଗି ଯାଇଥିବା ନେଇ ପ୍ରଶାନ୍ତ  ତହସିଲଦାରଙ୍କ ନିକଟରେ  ଆବେଦନ କରିଥିଲେ ।

ଲଘୁଚାପଜନିତ ବର୍ଷା: ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଲଘୁଚାପଜନିତ ବର୍ଷା: ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ମହାକାଳପଡା,୨୩।୯(ଡି.ଏନ୍‌.ଏ.) ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମହାକାଳପଡା ବ୍ଲକ ଜମ୍ବୁ ପଞ୍ଚାୟତ ଅନ୍ତର୍ଗତ ଜମ୍ମୁଗ୍ରାମସ୍ଥିତ ଦକ୍ଷିଣପଡାର ୯,୧୦,୧୧ ନଂ ଓ୍ବାର୍ଡର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଛି। 

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ମହଙ୍ଗା ପଡ଼ିଲା ପ୍ରଶାସନିକ ଆକ୍ରୋଶର ଶିକାର ହେଲେ ଦଳିତ ପରିବାର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ମହଙ୍ଗା ପଡ଼ିଲା ପ୍ରଶାସନିକ ଆକ୍ରୋଶର ଶିକାର ହେଲେ ଦଳିତ ପରିବାର

ଚଣ୍ଡିଖୋଲ,୨୩ା୯(ଡି.ଏନ.ଏ.)- ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣୀ ପଞ୍ଚାୟତ ଗୁଲଜାରନଗର ପାଟଣା ଗାଁରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗାଁର ବଳରାମ ମଲିକ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇଥିବାରୁ ପ୍ରଶାସନିକ ଆକ୍ରୋଶର ଶିକାର ହୋଇ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେବା ସହ ଶନିବାର ପୁନଶ୍ଚ ଚିଠି ଲେଖିଥିବା ଜଣାପଡିଛି।

ହାଇଓ୍ବା-ବାଇକ୍‌ ଧକ୍କା, ୨ ଗୁରୁତର

ହାଇଓ୍ବା-ବାଇକ୍‌ ଧକ୍କା, ୨ ଗୁରୁତର

ଯାଜପୁରରୋଡ/ରଗଡି,୨୩।୯(ନି.ପ୍ର./ଡି.ଏନ୍‌.ଏ.)-୨୦ନଂ. ଜାତୀୟ ରାଜପଥର ରଗଡି ଛକଠାରେ ଶନିବାର ଅପରାହ୍ନରେ ହାଇଓ୍ବା-ବାଇକ୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ କୋରେଇ ଥାନା ଅନ୍ତର୍ଗତ କଡମା ଗ୍ରାମର ଚଗୁଲୁ