ରାୟଗଡା

ବ୍ୟବଚ୍ଛେଦ ପାଇଁ ବାଇକ୍‌ରେ ବୁହାହେଲା ମହିଳାଙ୍କ ମୃତଦେହ

ବ୍ୟବଚ୍ଛେଦ ପାଇଁ ବାଇକ୍‌ରେ ବୁହାହେଲା ମହିଳାଙ୍କ ମୃତଦେହ
କୁନ୍ଦୁରା, ୭।୩ (ଡି.ଏନ୍‌.ଏ.) ଆତ୍ମହତ୍ୟା କରିଥିବା ଜଣେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଇକ୍‌ରେ ୧୨ କିଲୋମିଟର ବୁହାହେବା ଭଳି ଅଶୋଭନୀୟ ଚିତ୍ର କୋରାପୁଟ ଜିଲାରେ ବୁଧବାର ଦେଖିବାକୁ ମିଳିଛି। ସେତିକି ନୁହେଁ, ଡାକ୍ତରଖାନାରେ ମଧ୍ୟ ମୃତଦେହ ହୀନସ୍ତାର ଶିକାର ହୋଇଛି। ଏନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ସମାରୁ ଦୁରୁଆଙ୍କ ସ୍ତ୍ରୀ ଦହଣା (୩୫) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆମ୍ବଗୁଡା ବ୍ରାହ୍ମଣ ଦେଉ ମନ୍ଦିର ନିକଟସ୍ଥ ଗୌଡ଼ ଶ୍ମଶାନ ପୋଖରୀ ନିକଟରେ ଥିବା ଏକ ତେନ୍ତୁଳି ଗଛରେ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା। ପରିବାରଠାରୁ ୭ ବର୍ଷ ହେବ ଅଲଗା ରହୁଥିଲେ ଦହଣା। ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତେବେ ଘଟଣା ଜଣାପଡ଼ିବା ପରେ ପୋଲିସ ପହଞ୍ଚତ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେବାର ଥିଲା। କିନ୍ତୁ ବିଡ଼ମ୍ବନା ମୃତଦେହ କୁନ୍ଦୁରା ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ନେବା ପାଇଁ କୌଣସି ପ୍ରଶାସନିକ ବ୍ୟବସ୍ଥା ନଥିଲା। ଫଳରେ ବାଧ୍ୟହୋଇ କୁନ୍ଦୁରା ଜିଲା ପରିଷଦ ଜୋନ୍‌(୨)ର ସଭ୍ୟ ଧନିରାମ ବାରିକ ଓ ଗ୍ରାମର ଜଣେ ପୁରୁଷ ବାଇକ୍‌ରେ ଦହଣାଙ୍କ ମୃତଦେହ ନେଇ ସନ୍ଧ୍ୟାରେ ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ସେଠି ସମସ୍ୟା ଆହୁରି ବଢ଼ିଗଲା। ଶବ ରଖିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ସ୍ବତନ୍ତ୍ର ଗୃହ ନ ଥିବା ଯୋଗୁ ମେଡିକାଲ ଚଟାଣରେ ମୃତଦେହକୁ ଶୁଆଇ ତାକୁ ପରିବାର ଲୋକେ ଜଗି ରହିଛନ୍ତି। ଗୁରୁବାର ବ୍ୟବଚ୍ଛେଦ ହେବାକୁ ଥିବା ବୁଧବାର ସନ୍ଧ୍ୟାରୁ ରାତି ସାରା ମୃତଦେହ ଧରି ଜଗିବେ ସମ୍ପର୍କୀୟ। ଦୁରୁଆ ସମ୍ପ୍ରଦାୟର ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ପ୍ରତି ଏଭଳି ସମ୍ମାନ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।
All Right Reserved By

ରାୟଗଡା

ଧାନ ମଣ୍ଡିରେ ଅନିୟମିତତାକୁ ବିରୋଧ, କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ୫ ଘଣ୍ଟିଆ ବିକ୍ଷୋଭ

ଧାନ ମଣ୍ଡିରେ ଅନିୟମିତତାକୁ ବିରୋଧ, କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ୫ ଘଣ୍ଟିଆ ବିକ୍ଷୋଭ

ଜୟପୁର,୧୩।୧୨(ଡି.ଏନ୍‌.ଏ.): ଚାଷୀଙ୍କ ଧାନକୁ ଉଚିତ ଦରରେ କିଣିବା ନେଇ ଗୁରୁବାର କୋରାପୁଟ ଜିଲା କଂଗ୍ରେସ କମିଟି ପକ୍ଷରୁ ଜୟପୁର ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି। କଂଗ୍ରେସ ପକ୍ଷରୁ ଚାଷୀଙ୍କ ଅମଳ ଖରିଫ ଧାନ ମଣ୍ଡି କ୍ରୟ ନେଇ ସମସ୍ତ ବ୍ୟବସ୍ଥା କରିବା, କ୍ରୟ ଧାନରୁ କୁଇଣ୍ଟାଲ ପିଛା ୫ କିଗ୍ରାରୁ ଅଧିକ କାଟକୁ ବିରୋଧ କରି ଏହି ଅବରୋଧ କରାଯାଇଛି।

ଡାବୁଗାଁରେ ଡିଜିଟାଲ ସ୍ବାସ୍ଥ୍ୟ ସେବା ଆରମ୍ଭ

ଡାବୁଗାଁରେ ଡିଜିଟାଲ ସ୍ବାସ୍ଥ୍ୟ ସେବା ଆରମ୍ଭ

ଡାବୁଗାଁ, ୧୩।୧୨(ଡି.ଏନ.ଏ)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଡିଜିଟାଲ ସ୍ବାସ୍ଥ୍ୟ ସେବା କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି।

ଆଜିଠାରୁ ମୁନିଗୁଡ଼ାରେ ମହାଲକ୍ଷ୍ମୀ ପୂଜା, କରାଗଲା ଗଙ୍ଗା ଆବାହନ

ଆଜିଠାରୁ ମୁନିଗୁଡ଼ାରେ ମହାଲକ୍ଷ୍ମୀ ପୂଜା, କରାଗଲା ଗଙ୍ଗା ଆବାହନ

ମୁନିଗୁଡ଼ା,୧୩।୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ମହାଲକ୍ଷ୍ମୀ ପୂଜା ପଡ଼ିଆଠାରେ ଅନୁଷ୍ଠିତ ଲକ୍ଷ୍ମୀପୂଜା ନିମନ୍ତେ ଗୁରୁବାର ଗଙ୍ଗା ଆବାହନ ପୂଜା ଅନୁଷ୍ଠିତ ହୋଇଯାଇଛି। ପୁରୋହିତ ଜଗବନ୍ଧୁ ପଣ୍ଡା ଓ ନିକୁଞ୍ଜ ଶତପଥିଙ୍କ ମିଳିତ ପୌରହିତ୍ୟରେ ସ୍ଥାନୀୟ ମୁନିଖୋଲ ନଦୀରୁ ଗଙ୍ଗା ଆବାହନ ପୂଜା, ହୋମଯଜ୍ଞ ଆଦି କରାଯାଇଥିଲା।

ନିଆଁ ଲାଗି ୧୮ଟି ଧାନ ଗଦା ପାଉଁଶ

ନିଆଁ ଲାଗି ୧୮ଟି ଧାନ ଗଦା ପାଉଁଶ

ପାପଡାହାଣ୍ଡି, ୧୩।୧୧ (ଡି.ଏନ.ଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଝା  ଗ୍ରାମର ନୂଆଗୁଡା ଓ ବଙ୍କାସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୮ଟି ଧାନ ଗଦା ପୋଡି  ନଷ୍ଟ ହୋଇଯାଇଛି।

ପିଲାଙ୍କ ପାଇଁ ପୋଷାକ, ଜୋତା କିଣାରେ ଅନିୟମିତତା  ନିର୍ଦ୍ଦିଷ୍ଟ ଦୋକାନରୁ କିଣିବାକୁ ପଡୁଛି ଚାପ

ପିଲାଙ୍କ ପାଇଁ ପୋଷାକ, ଜୋତା କିଣାରେ ଅନିୟମିତତା ନିର୍ଦ୍ଦିଷ୍ଟ ଦୋକାନରୁ କିଣିବାକୁ ପଡୁଛି ଚାପ

ପଟ୍ଟାଙ୍ଗି,୧୩ା୧୨(ଡି.ଏନ୍‌.ଏ.) ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ପୋଷାକ ଓ ଜୋତା କିଣାରେ ଅନିୟମିତତା ଅଭିଯୋଗ ହୋଇଛି। ସିଆର୍‌ସିସିମାନେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ଚାପ ପକାଇ କିମ୍ବା ଧମକାଇ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ପୋଷାକ କିଣିବା ପାଇଁ କହୁଥିବା ଅଭିଯୋଗ ଉଠିଛି। 

ମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କୁ ଶୋଷଣର ପ୍ରତିବାଦ: ଆଜି କଂଗ୍ରେସର ୫ ଘଣ୍ଟିଆ ଅବରୋଧ

ମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କୁ ଶୋଷଣର ପ୍ରତିବାଦ: ଆଜି କଂଗ୍ରେସର ୫ ଘଣ୍ଟିଆ ଅବରୋଧ

ଜୟପୁର,୧୩।୧୨(ନି.ପ୍ର./ଡି.ଏନ୍‌.ଏ.) କୋରାପୁଟ ଜିଲାରେ ମାସକ ତଳୁ ମଣ୍ଡିର ଶୁଭାରମ୍ଭ ହୋଇଥିଲେ ମଧ୍ୟ ଚାଷୀଙ୍କ ଧାନ କିଣାଯାଇ ପାରୁନାହିଁ। ବିସିଂପୁର, ତରାଭଟ୍ଟାରୁ ଆରମ୍ଭ କରି କାଳିଆଗାଁ, ଫାମ୍ପୁଣିରେ ମଧ୍ୟ ମଣ୍ଡି ସୁରୁଖୁରୁରେ ଚାଲୁନାହିଁ। କୁଇଣ୍ଟାଲ ପିଛା ୫ରୁ ୭ କେଜି କାଟି ରଖୁଛନ୍ତି ମିଲର୍ସ। 

ସରକାରଙ୍କ ଚେତାବନୀକୁ ବେଖାତିର: ମଣ୍ଡିରେ କାଟ୍‌ ଖାଇ କିଣା ହେଉଛି ଧାନ

ସରକାରଙ୍କ ଚେତାବନୀକୁ ବେଖାତିର: ମଣ୍ଡିରେ କାଟ୍‌ ଖାଇ କିଣା ହେଉଛି ଧାନ

ଜୟପୁର,୧୨ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ମଣ୍ଡି ଆରମ୍ଭ ହେବାର ଏକ ମାସ ପରେ ଧାନକିଣା ଆରମ୍ଭ ହୋଇଛି ଏନେଇ ଚାଷୀ ଓ ମିଲ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି। ଚାଷୀମାନେ ଧାନକୁ ବିନା ଯାଞ୍ଚ ଏବଂ ଢଳେଇ କରାଯାଇ କିଣିବାକୁ ଦାବି କରିଥିଲେ। 

ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ଧାନ

ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ଧାନ

କୁନ୍ଦୁରା,୧୨ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ମାସକ ତଳୁ ଖରିଫ୍‌ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହିଛି। ମିଲ୍‌ ମାଲିକ ଓ କ୍ରୟକାରୀ ସଂସ୍ଥାର ଅସହଯୋଗ ଫଳରେ ଧାନକିଣା ଆଗେଇ ପାରୁନାହିଁ। 

ବିଭିନ୍ନ ଦାବିରେ ଧାରଣାକୁ ଓହ୍ଲାଇଲା ବ୍ୟାଙ୍କ କର୍ମଚାରୀ ସଂଘ

ବିଭିନ୍ନ ଦାବିରେ ଧାରଣାକୁ ଓହ୍ଲାଇଲା ବ୍ୟାଙ୍କ କର୍ମଚାରୀ ସଂଘ

ଜୟପୁର,୧୧ା୧୨(ଡି.ଏନ୍‌.ଏ.): ଜୟପୁରସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି)ର ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ମଙ୍ଗଳବାର ଧାରଣାକୁ ଓହ୍ଲାଇଛନ୍ତି।

ଆଦିବାସୀ ମାନ୍ୟତା ଦାବି ଉଠାଲା ଗିରିଜନ ବିକାଶ ପରିଷଦ

ଆଦିବାସୀ ମାନ୍ୟତା ଦାବି ଉଠାଲା ଗିରିଜନ ବିକାଶ ପରିଷଦ

ନନ୍ଦପୁର,୧୧ା୧୨(ଡି.ଏନ୍‌.ଏ.): ନନ୍ଦପୁର ସଦର ସ୍ଥିତ ସର୍ବେଶ୍ୱର ମନ୍ଦିରରେ ମଙ୍ଗଳବାର ଦକ୍ଷିଣ ଓଡ଼ିଶା ଗିରିଜନ ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପରିଷଦର ଅବିଭକ୍ତ କୋରାପୁଟ ଜିଲାର କର୍ମକର୍ତ୍ତା ଯୋଗ ଦେଇଥିଲେ। ଆନ୍ଧ୍ରପ୍ରଦେଶରେ ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକ ମଧ୍ୟ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ରହିଛନ୍ତି। 

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

ତିନି ପଞ୍ଚାୟତକୁ ମରୁଡି ଘୋଷଣା ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ

ତିନି ପଞ୍ଚାୟତକୁ ମରୁଡି ଘୋଷଣା ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ

ଜୟପୁର,୧୧।୧୨(ଡି.ଏନ.ଏ)- ବୋରିଗୁମ୍ମା ବ୍ଲକର ତିନି ପଞ୍ଚାୟତର ଚାଷ ଜମି ଗୁଡ଼ିକରେ ପାଣି ଅଭାବ ଯୋଗଁୁ ଖରିଫ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ଡେଙ୍ଗପଦର, ଆଉଁଳି ଏବଂ ସାନପରିଆ ପଞ୍ଚାୟତକୁ ସରକାର ମରୁଡ଼ି ଘୋଷଣା କରିବା ଦାବି ନେଇ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସୋମବାର ଘେରାଉ କରିବା ସହିତ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।