ଉପକୂଳ ଓଡିଶା

ଡ୍ରେନ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

ଡ୍ରେନ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ
ସୁକିନ୍ଦା,୭।୩(ଡି.ଏନ.ଏ.)- ବିନା ସୂଚନା ଫଳକରେ ଏକ ଡ୍ରେନର ନିର୍ମାଣ କାର୍ଯ୍ୟ କରାଯାଉଥିଲା। ଏହାକୁ ସୁକିନ୍ଦା ଗ୍ରାମବାସୀ ବିରୋଧ କରି ବୁଧବାର କାର୍ଯ୍ୟ ବନ୍ଦ କରିବା ସହିତ କାର୍ଯ୍ୟରେ ଲାଗିଥିବା ମେଶିନ ଓ ଟ୍ରାକ୍ଟରକୁ ଫେରାଇ ଦେଇଛନ୍ତି। ପ୍ରକାଶ ଯେ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ ପଞ୍ଚାୟତର ବଡଦାଣ୍ଡଠାରେ ଡ୍ରେନ ନିର୍ମାଣର କାର୍ଯ୍ୟାଦେଶ ପାଇଥିବା ନବଦୂର୍ଗା ନାମକ ଏକ ଠିକାସଂସ୍ଥା ବୁଧବାର କାର୍ଯ୍ୟାରମ୍ଭ କରିଥିଲା। ଉକ୍ତ କାର୍ଯ୍ୟଟି ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ଥା ବିନା କୋଣସି ବିଭାଗୀୟ କର୍ମଚାରୀ କିମ୍ବା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ କରିଥିଲା। ଏହି କାର୍ଯ୍ୟକୁ ମେଶିନ ଲଗାଇ ଖୋଳା ଆରମ୍ଭ କରିବା ମାତ୍ରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଏହାକୁ ବନ୍ଦ କରିଥିଲେ। ଗ୍ରାମବାସୀମାନେ କାର୍ଯ୍ୟ ବନ୍ଦ କରିବାର ଅନ୍ୟ ଏକ କାରଣ ହେଲା ଯେ, ଉକ୍ତ ଠିକାସଂସ୍ଥା ସୁକିନ୍ଦାଗଡ ପଞ୍ଚାୟତର ମାଧପୁରଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏକ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟାଦେଶ ପାଇ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରିଚାଲିଛି। ଏହାକୁ ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କରିବା ପରେ ଏବଂ ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେବା ପରେ ବି ଅଦ୍ୟାବଧି କୌଣସି ସୁଫଳ ମିଳିନାହଁି। ସମ୍ପୃକ୍ତ ଠିକାଦାର ପୁନର୍ବାର ସୁକିନ୍ଦା ଅଞ୍ଚଳରେ କାର୍ଯ୍ୟାଦେଶ ପାଇ ପ୍ରଥମରୁ ବିନା ଫଳକରେ କାର୍ଯ୍ୟାରମ୍ଭ କରିବାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ କିଛିବର୍ଷ ତଳେ ସୁକିନ୍ଦା ବାଘପୋଖରୀ ଛକଠାରୁ ଆରମ୍ଭ କରି ବଡଦାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନ ଖୋଳା ଯାଇଥିଲା। ତେବେ ଏଥିରେ ଜଳ ନିଷ୍କାସନ ନିମନ୍ତେ କୌଣସି ବ୍ୟବସ୍ଥା ନ ଥିବାରୁ ଏହି କାର୍ଯ୍ୟ ଶେଷ ହେବାର ୬ମାସ ମଧ୍ୟରେ ଏହି ଡ୍ରେନଟି ପୋତି ହୋଇଯାଇଥିଲା। ଏହା ଜନସାଧାରଙ୍କ ଉପକାର କରିବା ପରିବର୍ତ୍ତେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଥିଲା। ଫଳରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ଭେଟି ଗ୍ରାମବାସୀମାନେ ଉପରୋକ୍ତ ଅସୁବିଧାଗୁଡିକ ସମ୍ବନ୍ଧରେ ଜଣାଇ ଏହାର ସମାଧାନ କରିବା ପରେ ଡ୍ରେନ ଖୋଳିବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତ ଠିକାଦାର ଏହାକୁ ନ ମାନି ବୁଧବାର କାର୍ଯ୍ୟାରମ୍ଭ କରିବାରୁ ଗ୍ରାମବାସୀ ଏହାକୁ ବନ୍ଦ କରିଥିଲେ। ସୁକିନ୍ଦର ଜନସାଧାରଣ ଏହାକୁ ବିରୋଧ କରିବା ସହିତ ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୧୦ା୧୨- ଚାଷୀମାନଙ୍କୁ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଭୁବନେଶ୍ୱର କାର୍ଯ୍ୟାଳୟଠାରେ ୯ ଦିନ ଧରି ଅନଶନରେ ବସିଛନ୍ତି।

କୃଷକ ସଂଗଠନର ସତ୍ୟାଗ୍ରହ

କୃଷକ ସଂଗଠନର ସତ୍ୟାଗ୍ରହ

କେନ୍ଦ୍ରାପଡା ଅଫିସ, ୧୦ା୧୨- ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ ହୋଇଛି।

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

କେନ୍ଦ୍ରାପଡା ଅଫିସ, ୧୦ା୧୨- ଘରୋଇ କାର୍ଯ୍ୟରେ ନିୟୋଜିତ ମହିଳା ଓ ପୁରୁଷ ଶ୍ରମିକ ବହୁ ସମୟରେ ମାଲିକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ।

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

ସୁକିନ୍ଦା,୧୦ା୧୨(ଡି.ଏନ.ଏ.)-ଆଦିବାସୀ ନାବାଳିକାଙ୍କୁ ସ୍ବାସ୍ଥ୍ୟସେବା ଅବହେଳା ଅଭିଯୋଗରେ ସୋମବାର ଗୋବରଘାଟିସ୍ଥିତ ଟାଟା ମେଡିକାଲ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି। 

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜଗତ୍‌ସିଂହପୁର ଅଫିସ,୧୦ା୧୨- ଜିଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ଯୁବକଙ୍କୁ ରୋଜଗାର ଦାବି

ଯୁବକଙ୍କୁ ରୋଜଗାର ଦାବି

ଜଗତସିଂହପୁର ଅଫିସ୍‌, ୧୦।୧୨: ଯୁବକଙ୍କ ରୋଜଗାର ଦାବିରେ ପିସିସି ବିରୋଧରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତରୀଙ୍କ କାର୍ଯ୍ୟାଳୟ ସମ୍ମ୍‌ୁଖରେ ବିକ୍ଷୋଭ କରାଯାଇଛି। 

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଜଗତସିଂହପୁର ଅଫିସ୍‌, ୧୦।୧୨: ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଚାଷୀ ନେତା ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ କରି ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଗଣଧାରଣାରେ ବସିଛନ୍ତି। 

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ଯାଜପୁର ଅଫିସ, ୧୦।୧୨: ଯାଜପୁର ଜିଲା ଚଣ୍ଡିଖୋଲରୁ ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥକୁ ୪ ଥାକିଆ ରାସ୍ତା ନିର୍ମାଣ ଦାବିରେ ସୋମବାର ବ୍ରାହ୍ମଣୀ ବ୍ରିଜ ନିକଟରେ ବିଶାଳ ଗଣଧାରଣା ଦିଆଯାଇଛି।

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଯାଜପୁର ଅଫିସ/ଛତିଆ, ୧୦।୧୨: ୧୬ ନମ୍ବର ଜାତୀୟ ରାଜପଥର ଛତିଆ  ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳ ୭ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି। 

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ନୟାଗଡ଼ ଅଫିସ,୧୦ା୧୨- ଶେଷରେ କେରଳ ପୋଲିସ ଟିମ୍‌ ହୋଇଛି ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ୍‌ ୨୦୧୮ର ଚାମ୍ପିୟନ୍‌। ୭ଟି ଦଳକୁ ପଛରେ ପକାଇ ଏହି ଟିମ୍‌ ହାସଲ କରିଛି ଚାମ୍ପିୟନ୍‌ ଟ୍ରଫି। ଅନ୍ୟପକ୍ଷରେ ସାଇ ହଷ୍ଟେଲ କଟକ ଦଳ ରନର୍ସଅପରେ ସନ୍ତୁଷ୍ଟ ହୋଇଛି। 

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ଭାପୁର,୧୦ା୧୨(ଡି.ଏନ୍‌.ଏ.)- ଫତେଗଡ ଥାନା ଚକ୍ରଧରପ୍ରସାଦ ପଞ୍ଚାୟତର ୪ଜଣ ନାବାଳକ ରବିବାର ବାଇକ୍‌ ଯୋଗେ ସାଇମନ୍ଦିର ଦର୍ଶନ ପାଇଁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଛନ୍ତି।

ଦଲିଲ ଲେଖକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଅପମୃତ୍ୟୁ ମାମଲା ରୁଜୁ

ଦଲିଲ ଲେଖକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଅପମୃତ୍ୟୁ ମାମଲା ରୁଜୁ

ଖଣ୍ଡପଡ଼ା,୧୦ା୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ସହରାଞ୍ଚଳର ୯ନଂ ଓ୍ବାର୍ଡ ମଣିକର୍ଣ୍ଣିକା ସାହିର ଜଣେ ବରିଷ୍ଠ ମୋହରୀର ତଥା ଦଲିଲ ଲେଖକ କୁସୁମି ନଦୀ ପଠାରେ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି।