ଖେଳ |

ସାମିଙ୍କ ବିରୋଧରେ ପତ୍ନୀ ଜାହାନଙ୍କ ସଙ୍ଗିନ ଅଭିଯୋଗ

ସାମିଙ୍କ ବିରୋଧରେ ପତ୍ନୀ ଜାହାନଙ୍କ ସଙ୍ଗିନ ଅଭିଯୋଗ
ନୂଆଦିଲ୍ଲୀ, ୭।୩(ପି.ଟି.)- ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ପତ୍ନୀ ହାସିନ ଜାହାନ ଗୁରୁତର ଅଭିଯୋଗ ଆଣିଛନ୍ତି। ସାମି ତାଙ୍କୁ ବରାବର ଅତ୍ୟାଚାର କରିବା ସହ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ପୁଣି ତାଙ୍କର ଅନ୍ୟ ନାରୀଙ୍କ ସହ ଅବଧ ସମ୍ପର୍କ ରହିଛି ବୋଲି ଜାହାନ କହିଛନ୍ତି। ବୁଧବାର ହସିନ ଏ ନେଇ କଲିକତା ପୋଲିସ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି। ହସିନ ଓ ତାଙ୍କ ଓକିଲ ଜାକିର ହୋସେନ ପୋଲିସ୍‌ କମିଶନର ରାଜୀବ କୁମାରଙ୍କୁ ସାକ୍ଷାତ୍‌ କରିଥିଲେ ଓ ଲାଲ ବଜାରସ୍ଥିତ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କେସ୍‌ ଦାୟର କରିଛନ୍ତି। ତେବେ ପୋଲିସ ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦେବାକୁ ମାନ କରିଦେଇଛି। ସାମିଙ୍କୁ ଭଲ ପାଉଥିବାରୁ ମୁଁ ଏତେ ଦିନ ଚୁପ୍‌ ରହିଥିଲି। ତେବେ ପରିସ୍ଥିତି ଅସହ୍ୟ ହୋଇ ପଡିବାରୁ ମୁଁ ଏବେ ମୁହଁ ଖୋଲିଛି ବୋଲି ହସିନ କହିଛନ୍ତି। ୨୦୧୪ରେ ବିବାହ କରିବା ପରଠାରୁ ସାମି କେବେବି ମୋତେ ପତ୍ନୀ ଭାବେ ସମ୍ମାନ ଦେଇ ନାହାନ୍ତି ବୋଲି ଖବରଦାତାମାନଙ୍କୁ ଜାହାନ ଜଣାଇଛନ୍ତି। ସାମିଙ୍କ କହିବା ଅନୁସାରେ ମୁଁ ସବୁ କିଛି କରିଛି। କିନ୍ତୁ ସେ ସବୁବେଳେ ମତେ ନିର୍ଯାତନା ଦେଇ ଆସିଛନ୍ତି। ଏବେ ବହୁତ ହୋଇଗଲା। ଏଥିପାଇଁ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଛାଡ଼ପତ୍ର ଦେବିନାହିଁ। ତାଙ୍କ ବିରୋଧରେ ମୋ ପାଖରେ ସବୁ ପ୍ରମାଣ ରହିଛି ଓ ତାଙ୍କୁ ମୁଁ କୋର୍ଟକୁ ଟାଣିବି ବୋଲି ଜାହାନ କହିଛନ୍ତି। ଏହା ପୂର୍ବରୁ ଫେସ୍‌ବୁକ୍‌ର ଏକ ପୋଷ୍ଟରେ ଏ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଥିଲା। ସାମି ଜାହାନଙ୍କୁ ମାରିଦେବାକୁ ଧମକ ଦେଉଛନ୍ତି, ତାଙ୍କର ଏକାଧିକ ମହିଳାଙ୍କ ସହ ଅବୈଧ ସମ୍ପର୍କ ରହଛି। ପୁଣି ସାମିଙ୍କ ମା’ ଓ ଭାଇ ଜାହାନଙ୍କୁ ଗାଳିଗୁଲଜ କରୁଛନ୍ତି ବୋଲି ଏହି ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା। ଯଦିଓ ଏହି ଫେସ୍‌ବୁକ ଆକାଉଣ୍ଟର ବୈଧତା ନେଇ କିଛି ସ୍ପଷ୍ଟ କରାଯାଇ ନ ଥିଲା। ତେବେ ପରେ ଜାହାନ ସୋସିଆଲ ମିଡିଆରେ ଏ ସମ୍ପର୍କରେ ବିଭିନ୍ନ ତଥ୍ୟ ଅପଲୋଡ କରିଥିଲେ। ବିଭିନ୍ନ ମହିଳାଙ୍କ ସହ ସାମିଙ୍କ କଥାବାର୍ତ୍ତା, ମହିଳାମାନଙ୍କ ଫଟୋ ମଧ୍ୟ ସେ ଅପଲୋଡ କରିଛନ୍ତି। ଆହୁରି ବହୁତ କିଛି ତଥ୍ୟ ଆଗକୁ ଆସିପାରିନାହିଁ ବୋଲି ସେ କହିଛନ୍ତି। ସାମିଙ୍କ ପରିବାର ସଦସ୍ୟ ମୋ ଉପରେ ଗତ ଦୁଇବର୍ଷ ହେବ ବରାବର ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଏପରିକି ମୋତେ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ଜାହାନ ଅଭିଯୋଗ ଆଣିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ମଧ୍ୟ ସାମି ଅତ୍ୟାଚାର କରିଆସୁଛନ୍ତି। ଉଲ୍ଲେଖଥାଉ କି, ୨୦୧୩ରେ ପାକିସ୍ତାନ ବିପକ୍ଷରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ସାମି ଏଭଳି ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି। ଏଭଳି ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ବୋଲି ସାମି ଟୁଇଟ୍‌ କରି ଜଣାଇଛନ୍ତି। ମୋ କ୍ୟାରିୟରକୁ ନଷ୍ଟ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ସାମି ଓଲଟା ଅଭିଯୋଗ କରିଛନ୍ତି। ମୋତେ ବଦ୍‌ନାମ ଓ ମୋ ଖେଳ ଖରାପ୍‌ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଭିନ୍ନ ସୋସିଆଲ ମିଡିଆରେ ପତ୍ନୀଙ୍କ ସହ ସାମି ନିଜର ଫଟୋ ଅପଲୋଡ କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ପତ୍ନୀଙ୍କ ବେଶଭୂଷାକୁ ମୁସଲମାନ ମୌଳବାଦୀମାନେ ସମାଲୋଚନା କରିଥିଲେ। ତେବେ ସାମି ସବୁଥର ପତ୍ନୀଙ୍କୁ ସମର୍ଥନ କରିଥିଲେ। ସାମି ଏବେ ଧର୍ମଶାଳାରେ ଦେଓଧର ଟ୍ରଫି ଟ୍ରାଇ ସିରିଜ୍‌ ଖେଳୁଛନ୍ତି। ସାମିଙ୍କର ଏକ ଝିଅ ମଧ୍ୟ ରହିଛି।
All Right Reserved By

ଖେଳ |

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ନୂଆଦିଲ୍ଲୀ,୧୦।୧୨- ନିକଟରେ କ୍ରିକେଟରୁ ଅବସର ନେଇଥିବା ଗୌତମ ଗମ୍ଭୀର ରାଜନୀତିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚାକୁ ପୂର୍ଣ୍ଣଛେଦ ପକାଇଛନ୍ତି। 

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ବାରିପଦା ଅଫିସ, ୧୦।୧୨- ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଳବ ଚମ୍ପିୟନସିପର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଖୋର୍ଦ୍ଧା ରେଳବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ଆଡିଲେଡ୍‌,୧୦।୧୨- ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ସଂଖ୍ୟକ କ୍ୟାଚ୍‌ ଧରିଥିବା ଭାରତୀୟ ଉଇକେଟକିପର ରିଦ୍ଦିମାନ ଶାହଙ୍କ ରେକର୍ଡ ଭାଙ୍ଗିଛନ୍ତି ଯୁବ ଉଇକେଟକିପର ରିଶଭ ପନ୍ତ। 

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌,୧୦।୧୨-  ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଖେଳାଯାଇଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତୀୟ ଦଳ ୩୧ ରନ୍‌ରେ ଜିତି ନେଇଛି। 

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର କ୍ରସ୍‌ ଓଭର ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। କ୍ରସ୍‌ ଓଭର ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ  ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ।

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

କଟକ ଅଫିସ, ୧୦।୧୨- ରାଞ୍ଚିସ୍ଥିତ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ସଂଘର୍ଷକରି ଘରୋଇ ଝାଡ଼ଖଣ୍ଡଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇଛି। 

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ବିଶ୍ୱକପ୍‌ରେ କ୍ରସ ଓଭର ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ଫ୍ରାନ୍ସ ଓ ଚାଇନା ପରସ୍ପରକୁ ଭେଟିବେ। ଫ୍ରାନ୍ସ ପୁଲ୍‌ ଏ’ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚାଇନା ପୁଲ୍‌ ବି’ର ତୃତୀୟ ସ୍ଥାନ ଅଧିକାର କରିଛି। 

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)-ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଆଚରଣବିଧି ଉଲ୍ଲଂଘନ କରିଥିବାରୁ କାନାଡ଼ା ଖେଳାଳି ଜେମ୍ସ କିର୍କପାଟ୍ରିକ୍‌ ତାଗିଦ୍‌ର ସମ୍ମୁଖୀନ ହୋଇଛନ୍ତି। 

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳକ ଫୁଟବଲ ପ୍ରତିଯୋଗିତା ତଥା ଡ. ବି.ସି. ରାୟ (ଟାଇର-୧) ଟ୍ରଫି ଟୁର୍ନାମେଣ୍ଟରେ ମିଜୋରାମ ଟାଇଟଲ ହାସଲ କରିଛି। 

ଲିଗ୍‌ ଶେଷ, ଆଜିଠାରୁ କ୍ରସ୍‌ ଓଭର

ଲିଗ୍‌ ଶେଷ, ଆଜିଠାରୁ କ୍ରସ୍‌ ଓଭର

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ ୧୪ତମ ସଂସ୍କରଣର ଲିଗ୍‌ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ପ୍ରତିଯୋଗିତାର କ୍ରସ୍‌ ଓଭର ମ୍ୟାଚ ସୋମବାରଠାରୁ ଆରମ୍ଭ ହେବ। 

ହକି ବିଶ୍ୱକପ୍‌:   ଭାରତ ସେମିଫାଇନାଲ ପ୍ରବେଶ ଦକ୍ଷତା ରଖିଛି:ଓଲ୍ଟମାନ୍ସ

ହକି ବିଶ୍ୱକପ୍‌: ଭାରତ ସେମିଫାଇନାଲ ପ୍ରବେଶ ଦକ୍ଷତା ରଖିଛି:ଓଲ୍ଟମାନ୍ସ

ଭୁବନେଶ୍ୱର, ୧୦-୧୨(କ୍ରୀଡ଼ା ପ୍ରତିନିଧି)- ଚଳିତ ହକି ବିଶ୍ୱକପରେ ଭାରତ ଭଲ ଖେଳୁଛି। ଲିଗ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଓ କାନାଡ଼ାକୁ ହରାଇଥିବାବେଳେ ବେଲଜିୟମ ସହିତ ମ୍ୟାଚ ଡ୍ର ରଖିଛି। 

ବାଂଲାଦେଶକୁ ସହଜ ବିଜୟ ଦେଲେ ମୁସ୍‌ଫିକର

ବାଂଲାଦେଶକୁ ସହଜ ବିଜୟ ଦେଲେ ମୁସ୍‌ଫିକର

ଢାକା, ୧୦ା୧୨ (ଏଏଫ୍‌ପି)-ଉଇକେଟକିପର ମୁସ୍‌ଫିକର ରହିମଙ୍କ ଅପରାଜିତ ୫୫ ରନ ସହାୟତାରେ ବାଂଲାଦେଶ ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୫ ଉଇକେଟରେ ପରାସ୍ତ କରିଛି।