ଖେଳ |

ଆଜଲାନ ଶାହ କପ୍‌ ହକି: ଭାରତର ବୃହତ୍‌ ବିଜୟ

ଆଜଲାନ ଶାହ କପ୍‌ ହକି: ଭାରତର ବୃହତ୍‌ ବିଜୟ

ଇପୋ, ୭।୩(ପି.ଟି.)- ଏଠାରେ ଚାଲିଥିବା ୨୭ତମ ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ବୁଧବାର ଏକ ବୃହତ୍‌ ବିଜୟ ହାସଲ କରିଛି। ଭାରତ ତା’ର ଚତୁର୍ଥ ମ୍ୟାଚ୍‌ରେ ଆୟୋଜକ ମାଲେସିଆକୁ ୫-୧ ଗୋଲରେ ହରାଇଛି। ଏହି ବଡ଼ ବିଜୟ ସହ ଭାରତ ତା’ର ଫାଇନାଲ ଆଶାକୁ ଉଜ୍ଜୀବିତ ରଖିଛି। ଭାରତ ତରଫରୁ ଓଡ଼ିଆ ଖେଳାଳି ଶୀଳାନନ୍ଦ ଲାକ୍ରା ୧୦ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହା ପରେ ମାଲେସିଆର ଫୈଜଲ ସାରି ମିଳିଥିବା ପ୍ରଥମ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଓ ୩୩ତମ ମିନିଟରେ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ତରକୁ ଆଣିଥିଲେ। ତେବେ ଏହାପରେ ଭାରତ ଘରୋଇ ଦଳକୁ ଆଉ କୌଣସି ସୁଯୋଗ ନ ଦେଇ ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରିଥିଲା। ଭାରତ ତରଫରୁ ଗୁରଜନ୍ତ ସିଂ ୪୨ ଓ ୫୭ତମ ମିନିଟରେ ଗୋଲ ଦେଇଥିଲେ। ସେହିପରି ସୁମିତ କୁମାର ୪୮ତମ ମିନିଟ୍‌ରେ ଓ ରମନଦୀପ ସିଂ ୫୧ ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରି ଭାରତକୁ ବିଜୟୀ କରାଇଥିଲେ। ଏହା ପୂର୍ବରୁ ମାଲେସିଆ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ହରାଇଥିଲେ ମଧ୍ୟ ଏହି ପ୍ରଦର୍ଶନକୁ ବଜାୟ ରଖିପାରି ନ ଥିଲା। ଯୁବ ତଥା ଅନଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ଏହି ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଭାରତୀୟ ଗୋଲ କିପର ସୁରଜ କରକେରା ମାଲେସିଆର ଏକାଧିକ ଆକ୍ରମଣକୁ ପଣ୍ଡ କରିବାକୁ ସକ୍ଷମ ହୋଇଥିଲେ। ଭାରତ ଅଧିକ ସମୟ ବଲକୁ ନିଜ ହାତରେ ରଖିଥିଲା ଓ ଡିଫେନ୍ସରେ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ। ଭାରତ ଅବଶ୍ୟ କେତୋଟି ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିପାରି ନ ଥିଲା। ତେବେ ଏ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମାଲେସିଆ ଅଧିକ ପେନାଲ୍ଟି ସୁଯୋଗ ପାଇଥିଲେ ମଧ୍ୟ ଗୋଲରେ ପରିଣତ କରିପାରି ନ ଥିଲା। ପୂର୍ବରୁ ଭାରତ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନାଠାରୁ ୨-୧ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ଭାରତ ୧-୧ ଗୋଲରେ ଡ୍ର’ ରଖିଥିଲା। ତେବେ ତୃତୀୟ ମ୍ୟାଚରେ ବିଶ୍ୱର ୧ ନମ୍ବର ଦଳ ଅଷ୍ଟ୍ରେଲିଆଠାରୁ ୪-୨ ଗୋଲରେ ପରାସ୍ତ ହୋଇଥିଲା। ଏବେ ଭାରତ ତା’ର ଶେଷ ରାଉଣ୍ଡ ରବିନ୍‌ ମ୍ୟାଚରେ ୯ ତାରିଖ ଦିନ ଆୟର୍ଲାଣ୍ଡକୁ ଭେଟିବ।

All Right Reserved By

ଖେଳ |

ସିନିୟର ଆଥ୍‌ଲେଟିକ୍‌ ଚାମ୍ପିୟନଶିପ୍‌: ଓଡ଼ିଶାର ୧୦ ଭାଗନେବେ

କଟକ ଅଫିସ,୨୨ା୬- ଜୁନ୍‌ ୨୬ରୁ ୨୯ ତାରିଖ ପଯର୍‌ୟନ୍ତ ଗୌହାଟୀ ଠାରେ ୫୮ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିନିମନ୍ତେ ରାଜ୍ୟ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ଶୁକ୍ରବାର ୧୦ଜଣ ଆଥ୍‌ଲେଟଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ଜଣ ପୁରୁଷ ଆଥ୍‌ଲେଟ ଅଛନ୍ତି।

୧୯ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟ ୨୫ରୁ

କଟକ ଅଫିସ,୨୨ା୬- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଜୁନ୍‌ ୨୫ରୁ ଆରମ୍ଭ ହେବାକୁ ଥିବା ୯ବର୍ଷରୁ କମ୍‌ ପୁରୁଷ ଆନ୍ତଃ ଜିଲା କ୍ରିକେଟ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି। ୩୬ଟି ଦଳକୁ ନେଇ ହେବାକୁ ଥିବା ଏହି ପ୍ରତିଯୋଗିତାର ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଜୁଲାଇ ୧ ପର୍ଯ୍ୟନ୍ତ ଖେଳାଯିବ। କଟକର ୬ଟି ଗ୍ରାଉଣ୍ଡରେ ପ୍ରତ୍ୟେକ ଦିନ ୬ଟି ମ୍ୟାଚ୍‌ ଅନୁଷ୍ଠିତ ହେବ।

କଟକ-ଏ ଜିତିଲା ସୁମିତ ବୋଷ ଟ୍ରଫି

କଟକ-ଏ ଜିତିଲା ସୁମିତ ବୋଷ ଟ୍ରଫି

କଟକ ଅଫିସ,୨୨ା୬-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୬ବର୍ଷରୁ କମ୍‌ ଆନ୍ତଃ ଜିଲା କ୍ରିକେଟ ଟୁର୍ନାମେଣ୍ଟ ତଥା ସୁମିତ ବୋଷ ଟ୍ରଫି କଟକ-ଏ ହାସଲ କରିଛି। ସନ୍‌ସାଇନ୍‌ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ପ୍ରତିଯୋଗିତାର ଫାଇନାଲରେ କଟକ-ଏ ୭୩ ରନ୍‌ରେ ଭୁବନେଶ୍ୱର-ଏକୁ ପରାସ୍ତ କରି ଚାମ୍ପିୟନ ହୋଇଛି ।

ଉଲାବତାର କପ୍‌ ବକ୍ସିଂ: ପଦକ ନିଶ୍ଚିତ କଲେ ଭାନଲିମ୍‌ପୁଆ ଓ ଇତାଶ

ନୂଆଦିଲ୍ଲୀ,୨୨।୬(ପି.ଟି.)- ମଙ୍ଗୋଲିଆଠାରେ ଚାଲିଥିବା ଉଲାବତାର କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସର ଭାନଲିମ୍‌ପୁଆ (୭୫ କିଗ୍ରା) ଓ ଇତାଶ ଖାଁ (୫୬ କିଗ୍ରା) ନିଜ ନିଜ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଦୋଷ ସ୍ବୀକାର କଲା ଶ୍ରୀଲଙ୍କା

ଦୋଷ ସ୍ବୀକାର କଲା ଶ୍ରୀଲଙ୍କା

ଦୁବାଇ,୨୨।୬(ପି.ଟି.)- ଶ୍ରୀଲଙ୍କା ଦଳର କୋଚ୍‌ ଚନ୍ଦିକା ହାଥୁରୁସିଂଘା, ମ୍ୟାନେଜର ଆଶାଙ୍କା ଗୁରୁସିଂଘା ଓ ଅଧିନାୟକ ଦୀନେଶ ଚାଣ୍ଡିମାଲ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ କ୍ରିକେଟ ଟେଷ୍ଟର ୩ୟ ଦିନରେ ଫିଲ୍ଡକୁ ନ ଓହ୍ଲାଇ ଭୁଲ କରିଛନ୍ତି। ଶ୍ରୀଲଙ୍କା ମ୍ୟାନେଜମେଣ୍ଟ ଏ ନେଇ ଦୋଷ ସ୍ବୀକାର କରିଛି।

ଫିଫା ବିଶ୍ୱକପ୍‌: କ୍ଷମା ପ୍ରାର୍ଥନା କଲେ ଅସଦାଚରଣକାରୀ

ଫିଫା ବିଶ୍ୱକପ୍‌: କ୍ଷମା ପ୍ରାର୍ଥନା କଲେ ଅସଦାଚରଣକାରୀ

ବର୍ଲିନ,୨୨।୬(ଏଏଫ୍‌ପି)- ଜର୍ମାନୀ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫିଫା ବିଶ୍ୱକପ୍‌ରେ ଅସଦାଚରଣ କରିଥିବା ରୁଷୀୟ ଫୁଟ୍‌ବଲ ପ୍ରଶଂସକ କ୍ଷମାପ୍ରାର୍ଥନା କରିଛନ୍ତି। ” ମୁଁ ମୋ କାର୍ଯ୍ୟ ପାଇଁ ଗଭୀର ଭାବେ ଦୁଃଖିତ ଏବଂ କ୍ଷମାପ୍ରାର୍ଥନା କରୁଛି। ମୋ ଦାୟିତ୍ୱହୀନ କାରଣରୁ ତୁମେ ବିଚଳିତ ଓ ଲଜ୍ଜିତ ହେଲ“ ବୋଲି ଉକ୍ତ ପ୍ରଶଂସକ ନିଜ ନାମକୁ ଉହ୍ୟ ରଖି କହିଛନ୍ତି।

ରାହୁଲଙ୍କ ସହ ଡିନର୍‌ରେ ଯାଇଥିଲେ ନିଧି

ରାହୁଲଙ୍କ ସହ ଡିନର୍‌ରେ ଯାଇଥିଲେ ନିଧି

ବମ୍ବେ,୨୨।୬- ବଲିଉଡ ଅଭିନେତ୍ରୀ ନିଧି ଅଗ୍ରଓ୍ବାଲଙ୍କୁ ନିକଟରେ ଭାରତୀୟ କ୍ରିକେଟର କେ. ଏଲ. ରାହୁଲଙ୍କ ସହ ବମ୍ବେର ଏକ ରେଷ୍ଟୁରାଣ୍ଟ ଦେଖିବାକୁ ମିଳିଥିଲା। ଏ ନେଇ ନିଧି ଶୁକ୍ରବାର ମୁହଁ ଖୋଲିଛନ୍ତି। ସେ ରାହୁଲଙ୍କ ସହ ରାତ୍ରି ଭୋଜନ କରିବା ପାଇଁ ଉକ୍ତ ରେଷ୍ଟୁରାଣ୍ଟକୁ ଯାଇଥିଲେ।

କେରଳର ଆର୍ଜେଣ୍ଟିନା ପ୍ରଶଂସକ ନିଖୋଜ

କେରଳର ଆର୍ଜେଣ୍ଟିନା ପ୍ରଶଂସକ ନିଖୋଜ

କୋଟ୍ଟାୟାମ,୨୨।୬- ଆର୍ଜେଣ୍ଟିନା ଦଳର ଜଣେ ପ୍ରଶଂସକ ଚଳିତ ଫିଫା ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଗୁରୁବାର ବୃହତ ପରାଜୟ ବରଣ କରିବା ପରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ଘରୁ ସୁଇସାଇଡ ନୋଟ୍‌ ମିଳିଛି।

‘ଓ୍ବାର୍ନର, ସ୍ମିଥ ସିଧାସଳଖ ବିଶ୍ୱକପ୍‌ ଖେଳିବେ’

‘ଓ୍ବାର୍ନର, ସ୍ମିଥ ସିଧାସଳଖ ବିଶ୍ୱକପ୍‌ ଖେଳିବେ’

ମେଲବର୍ନ,୨୨।୬- ଅନ୍ତର୍ଜାତୀୟ କ୍ରିକେଟରୁ ଏକ ବର୍ଷ ପାଇଁ ବାସନ୍ଦ ହୋଇଥିବା ଡେଭିଡ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ ସିଧାସଳଖ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଦଳର ପ୍ରତିନିଧିତ୍ୱ କରିପାରିବେ, ଯଦି ସେମାନଙ୍କ ବାସନ୍ଦାଦେଶ ସନ୍ତୋଷଜନକ ରହେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ମାଇକେଲ ହସି।

ବିନୋଦ ରାୟ ସତ କହୁ ନାହାନ୍ତି- ଅମିତାଭ ଚୌଧାରୀ

ବମ୍ବେ,୨୨।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଅମିତାଭ ଚୌଧାରୀ ଓ ବିସିସିଆଇ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସିଓଏ କମିଟିର ସଦସ୍ୟମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଜାରି ରହିଛି। ଗୋଟିଏ ପକ୍ଷରେ ବିସିସିଆଇ ସମ୍ପାଦକ ଚୌଧାରୀ ଖେଳାଳିଙ୍କ ଦରମା, ଆଣ୍ଟି କରପଶନ ୟୁନିଟ (ଏସିୟୁ) ମୁଖ୍ୟଙ୍କ ନିଯୁକ୍ତି ଓ ଦିବାରାତ୍ର ଟେଷ୍ଟ ଆଦି ସମ୍ପର୍କରେ ଆଲୋଚନା ପାଇଁ ସହଯୋଗ କରୁ ନ ଥିବା ସିଓଏ ମୁଖ୍ୟ ବିନୋଦ ରାଇ ଅଭିଯୋଗ କରିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର

ବମ୍ବେ,୨୨।୬- ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଭଲ ଫୁଟ୍‌ବଲ ଖେଳାଳି। ପ୍ରାୟତଃ ସେ ଭାରତୀୟ ଦଳର ଅନ୍ୟ ସଦସ୍ୟଙ୍କ ସହ ମ୍ୟାଚ୍‌ ପୂର୍ବରୁ ଫୁଟ୍‌ବଲ ଖେଳନ୍ତି। ଫୁଟ୍‌ବଲ ପ୍ରତି ଥିବା ଭଲ ପାଇବ ପାଇଁ ତାଙ୍କୁ ସ୍ବତନ୍ତ୍ର ଉପହାର ମିଳିଛି। ତାଙ୍କ ଫେଭରାଇଟ ଫୁଟ୍‌ବଲ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ହସ୍ତାକ୍ଷର ଥିବା ଜର୍ସି ଭେଟି ସ୍ବରୂପ ପ୍ରଦାନ କରାଯାଇଛି।

କ୍ୟାରିୟର ୭୯୯ତମ ମ୍ୟାଚ୍‌ ଜିତିଲେ ଜୋକୋଭିଚ୍‌

କ୍ୟାରିୟର ୭୯୯ତମ ମ୍ୟାଚ୍‌ ଜିତିଲେ ଜୋକୋଭିଚ୍‌

ଲଣ୍ଡନ, ୨୨।୬(ଏଏଫ୍‌ପି)- ସର୍ବିୟା ତାରକା ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା କୁଇନ୍ସ କ୍ଲବ ଚାମ୍ପିୟନଶିପ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସର ଏକ ମ୍ୟାଚ୍‌ରେ ଜୋକୋଭିଚ୍‌ ୬-୪, ୬-୧ ସିଧାସଳଖ ସେଟ୍‌ରେ ଗ୍ରିଗୋର ଡିମିତ୍ରୋଭାଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ଜୋକୋଭିଚ୍‌ଙ୍କୁ ୬୫ ମିନିଟ୍‌ ସମୟ ଲାଗିଥିଲା। ଏଥିସହ ବିଜୟ ସହ ୩୧ ବର୍ଷୀୟ ଜୋକୋଭିଚ୍‌ କ୍ୟାରିୟରର ୭୯୯ତମ ମ୍ୟାଚ୍‌ ଜିତିଛନ୍ତି। ଆଡ୍ରିଆନ ମାନାରିଓନ ଓ ଜୁଲିଏନ ବେନେଟ୍‌ଏୟୁଙ୍କ ମଧ୍ୟରେ ହେବାକୁ ଥିବା ଅନ୍ୟ ଏକ ପ୍ରି-କ୍ୱାର୍ଟର ଫାଇନାଲର ବିଜୋତ ଅନ୍ତିମ-୮ ମୁକାବିଲାରେ ଜୋକୋଭିଚ୍‌ଙ୍କୁ ଭେଟିବ। ଯଦି କ୍ୱାର୍ଟର ଫାଇନାଲରେ ଜୋକୋଭିଚ୍‌ ବିଜୟ ହାସଲ କରନ୍ତି ତେବେ ଓପନ୍‌ ଏରା ଇତିହାସରେ ୧୦ମ ଖେଳାଳି ଭାବେ ୮୦୦ ମ୍ୟାଚ୍‌ ଜିତିବାର ସୌଭାଗ୍ୟ ଲାଭ କରିବେ।

Model This Week

ପ୍ରଭାତ