ରାଜ୍ୟ |

ରାଜ୍ୟ ସଭା ପାଇଁ ବିଜେଡିର ୩ ପ୍ରାର୍ଥୀ ଘୋଷିତ: ଅଚ୍ୟୁତ, ପ୍ରଶାନ୍ତ ଓ ସୌମ୍ୟ

ରାଜ୍ୟ ସଭା ପାଇଁ ବିଜେଡିର ୩ ପ୍ରାର୍ଥୀ ଘୋଷିତ: ଅଚ୍ୟୁତ, ପ୍ରଶାନ୍ତ ଓ ସୌମ୍ୟ
ଭୁବନେଶ୍ୱର, ୭।୩(ବ୍ୟୁରୋ): ମୁଖମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ୩ ରାଜ୍ୟ ସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ସେମାନେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ। ବୁଧବାର ଅପରାହ୍ନ ୫ଟାରେ ରାଜ୍ୟ ସଭା ପାଇଁ ଘୋଷଣା କରାଯାଇଥିବା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ମିଶିଥିଲେ। ଉଭୟଙ୍କ ଆଗମନ ଦଳକୁ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି। ସେହିପରି ବିଜେଡିରେ ଯୋଗଦାନ ପରେ ଅଚ୍ୟୁତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ସେ ଅଭିଭୂତ ହୋଇଛନ୍ତି। ତାଙ୍କ ନିର୍ମଳ ଭାବମୂର୍ତ୍ତି, କାମ କରିବାର ନିଷ୍ଠା, ସରଳତା, ନମ୍ରତା ମତେ ବିମୋହିତ କରିଛି। ଆଶା କରୁଛି ସମାଜସେବା କାର୍ଯ୍ୟରେ ଯେଭଳି ଲାଗିଛି ତାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅଧିକ ଆଗକୁ ନେଇପାରିବି। ୨୦ ବର୍ଷ ଧରି ନବୀନଙ୍କ ଜନହିତକର କାର୍ଯ୍ୟ ତାଙ୍କୁ ପ୍ରେରଣା ଦେଇଥିବା ଅଚ୍ୟୁତ କହିଛନ୍ତି। ଦଳରେ ମିଶିବା ପରେ ସୌମ୍ୟ କହିଛନ୍ତି ଯେ, ବିଜୁ ବାବୁ ଜିତିଲା ପରେ ବିଧାନସଭା ଆସନ ପାଇଁ ମତେ ବ୍ୟକ୍ତିଗତ ଭାବେ ଡାକି ତାଙ୍କ ସହ ଯୋଗଦେବାକୁ କହିଥିଲେ। ଆଜି ୨୩ବର୍ଷ ପରେ ତାଙ୍କ ନାମରେ ଗଠନ କରାଯାଇଥିବା ଦଳରେ ସେ ଯୋଗ ଦେଉଛନ୍ତି। ସେ କହିଛନ୍ତି "ମୁଁ ବିଚାର କରୁଛି ବର୍ତ୍ତମାନ ଭାରତ ଏବଂ ଓଡିଶାର ରାଜନୈତିକ ବାତବରଣ ଯାହା ସବୁ ରାଜନୈତିକ ଶକ୍ତିମାନେ ବିଚାର ଅନୁସାରେ ସଙ୍ଗଠିତ ହେବା ଆବଶ୍ୟକ"। ଏହାଛଡା ଆନୁଷ୍ଠାନିକ ଭାବରେ ନ ହେଲେ ମଧ୍ୟ ଆମ ଓଡିଶା ପାର୍ଟି ବିଜେଡିରେ ବିଲୀନ ହୋଇଥିବା ସେ କହିଛନ୍ତି। ଅପରପକ୍ଷରେ ସୌମ୍ୟଙ୍କ ଯୋଗଦାନକୁ ନେଇ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି। ବିଜେଡି ନେତାମାନେ ଖୋଲାଖୋଲି ଏହା କହି ନ ଥିବା ବେଳେ ଭାଜପା, କଂଗ୍ରେସ ପକ୍ଷରୁ ବ୍ୟାପକ ସମାଲୋଚନା କରାଯାଇଛି। ଢ୍ରାସନ୍ତା ଏପ୍ରିଲରେ ଦିଲୀପ ତିର୍କୀ, ଏ.ୟୁ. ସିଂଦେଓ ଏବଂ ଏ.ଭି. ସ୍ବାମୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ବିଜେଡି ହାତରେ ରହିବ। ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟ ସଭା ଆସନ ପାଇଁ ସୋମବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ସୋମବାରଠାରୁ ଆସନ୍ତା ୧୨ ତାରିଖ ମଧ୍ୟରେ ସରକାରୀ ଛୁଟିଦିନ ବ୍ୟତୀତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ଆଶାୟୀ ପ୍ରାର୍ଥୀ କିମ୍ବା ପ୍ରାର୍ଥୀଙ୍କ ପ୍ରସ୍ତାବକ ମନୋନୟନ ପତ୍ର ଦାଖଲ କରିପାରିବେ। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ନିର୍ବାଚନ ପରିଚାଳନା କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ମାର୍ଚ୍ଚ ୧୩ ପୂର୍ବାହ୍ନ ୧୧ଟା ୩୦ରେ ଦାଖଲ ହୋଇଥିବା ମନୋନୟନ ପତ୍ରଗୁଡିକୁ ଯାଞ୍ଚ କରାଯିବ। ୧୫ରେ ଯେଉଁ ପ୍ରାର୍ଥୀ ଦାଖଲ କରିଥିବା ମନୋନୟନ ପତ୍ର ପ୍ରତ୍ୟାହାର କରିବାକୁ ଚାହିଁବେ, ସେମାନେ ଅପରାହ୍ନ ୩ଟା ମଧ୍ୟରେ ତାହା କରିପାରିବେ । ଯଦି ଆବଶ୍ୟକ ହୁଏ, ତେବେ ମାର୍ଚ୍ଚ ୨୩ରେ ପୂର୍ବାହ୍ନ ୯ ଘଟିକାଠାରୁ ଅପରାହ୍ନ ୪ ଘଟିକା ମଧ୍ୟରେ ବିଧାନସଭା ସଚିବାଳୟ ପ୍ରକୋଷ୍ଠ ନଂ-୫୪ରେ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡିଛି।
All Right Reserved By

ରାଜ୍ୟ |

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

 ବରଗଡ଼ ଅଫିସ୍‌,୯।୧୨: ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। 

ନକଲି ୨ ହଜାର ଟଙ୍କିଆ ନୋଟ ଜବତ ଘଟଣା: ଜେଲ୍‌ ଗଲେ ଯୁବକ

ନକଲି ୨ ହଜାର ଟଙ୍କିଆ ନୋଟ ଜବତ ଘଟଣା: ଜେଲ୍‌ ଗଲେ ଯୁବକ

ଜଳେଶ୍ୱର, ୯ା୧୨(ଡି.ଏନ.ଏ.)-ନକଲି ୨ ହଜାର ଟଙ୍କିଆ ନୋଟ ବ୍ୟବହାର କରୁଥିବା ଅଭିଯୋଗରେ ଜଳେଶ୍ୱର ପୋଲିସ ଅଟକ ରଖିଥିବା ଅମଜଦ୍‌ ଖାନ୍‌ (୨୩) ନାମକ ଯୁବକଙ୍କୁ ପଚରାଉଚୁରା ପରେ ରବିବାର ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସିର ଧାରା ୪୮୯ (ବି)(ସି) ଅନୁଯାୟୀ ଏକ ମାମଲା(ନଂ.୩୪୯/୨୦୧୮) ରୁଜୁ କରାଯାଇ  କୋର୍ଟଚାଲାଣ କରାଯାଇଛି। 

ଚାଷଜମିରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ଏକର ଜମିର ଧାନ

ଚାଷଜମିରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ଏକର ଜମିର ଧାନ

ବସ୍ତା, ୯।୧୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଧୂଳିଉଡ଼ା ଗ୍ରାମରେ ରବିବାର ଚାଷଜମିରେ ଅଗ୍ନିକାଣ୍ଡ ଘଟି ୫୦ଏକରରୁ ଊର୍ଦ୍ଧ୍ୱ ଧାନ ଚାଷ ଜଳିଯାଇ ବ୍ୟାପକ କ୍ଷତି ଘଟିଛି। ଅଗ୍ନିକାଣ୍ଡର ସଠିକ୍‌ କାରଣ ଜଣାପଡ଼ିନାହିଁ। ମେଶିନରେ ଧାନକଟା ପରେ ପରିତ୍ୟକ୍ତ କୁଟାକୁ ଚାଷୀ ବିଲରେ ଠୁଳ କରି ନିଆଁ ଲଗାଇ ଦେଉଥିବାରୁ ଏହା ଅଗ୍ନିକାଣ୍ଡର କାରଣ ହୋଇପାରେ ବୋଲି କୁହାଯାଉଛି। 

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ ଅଞ୍ଚଳବାସୀ

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ ଅଞ୍ଚଳବାସୀ

ଭୁବନ, ୯।୧୨(ଡି.ଏନ୍‌.ଏ.)-ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲା ସୁକିନ୍ଦା ଶିଳ୍ପାଞ୍ଚଳକୁ ପାନୀଳ ଜଳ ଯୋଗାଣକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ତୀବ୍ର ବିରୋଧାଭାସ। ରବିବାର ଭୁବନ ଅଞ୍ଚଳର ଶତାଧିକ ଯୁବକ, ବୁଦ୍ଧିଜୀବୀ ଏକାଠି ହୋଇ ପାଇପ ଲାଇନ କାମ ବନ୍ଦ କରିଥିଲେ। ଅଞ୍ଚଳବାସୀଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ କୌଣସି ପରିସ୍ଥିତିରେ ବ୍ରାହ୍ମଣୀ ନଦୀରୁ ଟୋପାଏ ପାଣି ଛଡ଼ାଯିବନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

୭ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

୭ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୯ା୧୨(ଡି.ଏନ.ଏ.)-ଚିଲିକା ଉପକୂଳ କାଳୁପଡ଼ାଘାଟ ଜେଟି ନିକଟ ବରୁଣପଡ଼ାର ଗୁନିବସା ନାଳରେ ୭ ମୃତ ବିଦେଶୀ ପକ୍ଷୀ ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରବିବାର ପୂର୍ବାହ୍ନ ୧୧.୩୦ରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଅଚାନକ ଚଢ଼ାଉ କରି ମୃତ ପକ୍ଷୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। 

ସମୁଦୁଣୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ସମୁଦୀ ଗିରଫ, ବାଇକ, ଛୁରି ଜବତ

ସମୁଦୁଣୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ସମୁଦୀ ଗିରଫ, ବାଇକ, ଛୁରି ଜବତ

ବୁଗୁଡ଼ା,୯।୧୨(ଡି.ଏନ.ଏ.)- ବୁଗୁଡା ସହର ଅନ୍ନପୂର୍ଣ୍ଣାନଗର ସାହିରେ ଶନିବାର ସମୁଦୁଣୀଙ୍କ ତଣ୍ଟିକାଟି ହତ୍ୟା କରିଥିଲେ ସମୁଦୀ। ଏହି ଘଟଣାରେ ରବିବାର ଅଭିଯୁକ୍ତ ସମୁଦୀଙ୍କୁ ବୁଗୁଡ଼ା ପୋଲିସ ଗିରଫ କରିଛି। ସେ ହେଲେ ଜଗନ୍ନାଥପ୍ରସାଦ ଥାନା ପଟାଧାର ଗ୍ରାମର ବସନ୍ତ ସାହୁ। ପୋଲିସ ବସନ୍ତଙ୍କୁ ତାଙ୍କ ଘରୁ ଗିରଫ କରିଥିବାବେଳେ ଘଟଣାରେ ବ୍ୟବହୃତ ବାଇକ ଓ ଛୁରି ଜବତ କରିଛି।

ବିଶ୍ୱହିନ୍ଦୁ ପରିଷଦ ସଂକଳ୍ପ ସମାବେଶ: ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ ୧ଲକ୍ଷରୁ ଊର୍ଦ୍ଧ୍ୱ ରାମ ଭକ୍ତ

ବିଶ୍ୱହିନ୍ଦୁ ପରିଷଦ ସଂକଳ୍ପ ସମାବେଶ: ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ ୧ଲକ୍ଷରୁ ଊର୍ଦ୍ଧ୍ୱ ରାମ ଭକ୍ତ

ଭୁବନେଶ୍ୱର, ୯।୧୨(ବ୍ୟୁରୋ)-ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ତନ ମନ ଧନ ପୂର୍ବକ କାର୍ଯ୍ୟ କରିବାକୁ ୧ଲକ୍ଷରୁ ଊର୍ଦ୍ଧ୍ୱ ରାମ ଭକ୍ତ ରବିବାର ଭୁବନେଶ୍ୱରଠାରେ ସଂକଳ୍ପ ନେଇଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଭୁବନେଶ୍ୱରର ଲୋଏର ପିଏମ୍‌ଜି ଠାରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ମନ୍ଦିର ନିର୍ମାଣ ଦୃଷ୍ଟିରୁ କେନ୍ଦ୍ର ସରକାର ସଂସଦରେ ଆଇନ୍‌ ଆଣନ୍ତୁ। 

ଆମରଣ ଅନଶନରେ ବସିଥିବା କଏଦୀ ଗୁରୁତର

ଆମରଣ ଅନଶନରେ ବସିଥିବା କଏଦୀ ଗୁରୁତର

ଖୋର୍ଦ୍ଧା ଅଫିସ,୯।୧୨: ଖୋର୍ଦ୍ଧା ସବ୍‌ଜେଲରେ ଶୁଣାଣି ବିଳମ୍ବକୁ ପ୍ରତିବାଦ କରି ଆମରଣ ଅନଶନରେ ବସିଥିବା ଜଣେ କଏଦୀ ଅସୁସ୍ଥ ହେବାରୁ ରବିବାର ତାଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ହେଲେ ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଜଗତପ୍ରାଣ ଗାଁର ଅର୍ଜୁନ କର (୩)। 

ନୂଆଁଖାଇର ମହାନ୍‌ ବାର୍ତ୍ତାକୁ ନେଇ କାମ କଲେ ଓଡ଼ିଶାକୁ ସମୃଦ୍ଧ କରିପାରିବା: ମୁଖ୍ୟମନ୍ତ୍ରୀ

ନୂଆଁଖାଇର ମହାନ୍‌ ବାର୍ତ୍ତାକୁ ନେଇ କାମ କଲେ ଓଡ଼ିଶାକୁ ସମୃଦ୍ଧ କରିପାରିବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ନୂଆଁଖାଇ ଆମ ସଂସ୍କୃତିର  ମହାନ୍‌ ପର୍ବ। ବଡ଼ମାନଙ୍କୁ ସମ୍ମାନ ଓ ସମସ୍ତଙ୍କୁ ସାଥିରେ ନେଇ କାମ କରିବାକୁ ଏହି ପର୍ବ ପ୍ରେରଣା ଦିଏ। ନୂଆଁଖାଇର ମହାନ୍‌ ବାର୍ତ୍ତାକୁ ନେଇ କାମ କଲେ ଆମେ ଏକ ଆଦର୍ଶ ସମାଜ ଓ ସମୃଦ୍ଧ ରାଜ୍ୟ ଗଠନ କରିପାରିବା। 

ଆଖୁଆପଦା ଛକରେ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ, ଜଣେ ଗିରଫ

ଆଖୁଆପଦା ଛକରେ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ, ଜଣେ ଗିରଫ

ଭଣ୍ଡାରିପୋଖରୀ,୯।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୋଲିସ ଆଖୁଆପଦା ଛକଠାରେ ରବିବାର ଚଢ଼ାଉ କରି ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସ୍ଥାନୀୟ ଜଗନ୍ନାଥପ୍ରସାଦ ଗ୍ରାମର ରାଜ କିଶୋର ଦଳାଇ।

ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର,୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ନରଣପୁର ନିକଟରେ ରବିବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଛି। ଗାଡ଼ିରୁ ପ୍ରବଳ ଧୁଆଁ ବାହାରିବା ଯୋଗୁ ଭୟଭୀତ ହୋଇ ଯାତ୍ରୀମାନେ  ସେଥିରୁ ଓହ୍ଲାଇ ପଡ଼ିଥିଲେ। 

ବିଜେଡି ସଂସଦୀୟ ଦଳ ବୈଠକ ଶେଷ

ବିଜେଡି ସଂସଦୀୟ ଦଳ ବୈଠକ ଶେଷ

ଭୁବନେଶ୍ୱର,୯।୧୨(ବ୍ୟୁରୋ)- ଚଳିତ ଡିସେମ୍ବର ୧୧ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଦଳୀୟ ରଣନୀତି ସଂକ୍ରାନ୍ତରେ ଆଲୋଚନା ନେଇ ରବିବାର ବିଜେଡି ସଂସଦୀୟ ଦଳ ବୈଠକ ବସିଛି।