ଅନଗୁଳ-ଢେଙ୍କାନାଳ

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜେଏସ୍‌ପିଏଲ୍‌ ପରିଦର୍ଶନ

ଶିଳ୍ପ ବିଭାଗ ପ୍ରମୁଖ ଶାସନ  ସଚିବଙ୍କ ଜେଏସ୍‌ପିଏଲ୍‌ ପରିଦର୍ଶନ
ଅନୁଗୋଳ ଅଫିସ, ୭।୩- ଓଡିଶା ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ବୁଧବାର ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଲାଣ୍ଟ ପରିଦର୍ଶନ କରିଥିଲେ ା ସେ ପ୍ଲାଣ୍ଟର ବିଭିନ୍ନ ୟୁନିଟ୍‌ ବୁଲି ଦେଖିବା ସହ ପ୍ଲାଣ୍ଟ ପ୍ରବନ୍ଧନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ା ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତୁଲ ମିଶ୍ର ଏହି ବାର୍ଷିକ ୬ ମିଲିୟନ୍‌ ଟନ୍‌ ଉପତ୍ାଦନ କ୍ଷମତା ସମ୍ପନ୍ନ ପ୍ଲାଣ୍ଟର ପରିଚାଳନା, ବ୍ୟବହୃତ ବୈଷୟିକ ଜ୍ଞାନକୌଶଳ ଓ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ା ଏହାଛଡ଼ା ପ୍ଲାଣ୍ଟର ବିଭିନ୍ନ ଅଗ୍ରଗତି ଓ ପରିଚାଳନା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ମଧ୍ୟ ଶିଳ୍ପ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ପ୍ଲାଣ୍ଟ ପରିଦର୍ଶନ କ୍ରମରେ ଚୋପ୍ରା ପ୍ରଥମେ ଜିନ୍ଦଲ ନଗର ଟାଉନ୍‌ସିପ୍‌ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ସହାୟତାରେ କାର୍ଯ୍ୟରତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉପତ୍ାଦ ଦେଖିବା ସହିତ ସଦସ୍ୟାମାନଙ୍କ ସହିତ କଥା ହୋଇଥିଲେ ା ଏହି ଅବସରରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଦ୍ୱାରା ଜିଲା ପ୍ରଶାସନ ଏବଂ ସରକାରଙ୍କ ସହଭାଗିତାରେ ଅନୁଗୋଳରେ ଚାଲୁଥିବା ବିଭିନ୍ନ ସିଏସଆର କାର୍ଯ୍ୟକ୍ରମ ସମ୍ପର୍କରେ ସଚିବଙ୍କୁ ଅବଗତ କରାଯାଇଥିଲା। ଜିଲାପାଳ ଅନିଲ କୁମାର ସାମଲ, ଉପଜିଲାପାଳ ସରୋଜକାନ୍ତ ମହାନ୍ତି, ବଅଁରପାଳ ତହସିଲଦାର ସୁଧାଂଶୁ କୁମାର ମହାନ୍ତି, ଭୂ-ଅର୍ଜନ ଅଧିକାରୀ, ଅନୁଗୋଳ ବସନ୍ତ କୁମାର ଦାସ, ଚିଫ୍‌ ଜେନେରାଲ ମ୍ୟାନେଜର, ଇଡ୍‌କୋର ସୁଶାନ୍ତ ମହାନ୍ତି, ଇଡକୋ ଭୂ-ଅଧିକାରୀ ସିଦ୍ଧାର୍ଥ ଶଙ୍କର ପାଣି ପ୍ରମୁଖ ଶିଳ୍ପ ସଚିବଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ା
All Right Reserved By

ଅନଗୁଳ-ଢେଙ୍କାନାଳ

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳ ଅଫିସ, ୧୫।୧୨ଅନୁଗୋଳ ଜିଲାରେ ଥିବା ସମସ୍ତ ବାଳାଶ୍ରମ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏପରି କି ୨୦୧୫ରେ ହୋଇଥିବା କିଶୋର ନ୍ୟାୟ ଆଇନ୍‌ ମଧ୍ୟ ଜିଲାରେ ଠିକଣା ଭାବେ ପାଳନ ହେଉନାହିଁ। 

ବାଲି, ମୋରମ ଚୋରା ଚାଲାଣ: ୫ ଲକ୍ଷ ତଣ୍ଡ ଗଣିଲା ଠିକାସଂସ୍ଥ

ବାଲି, ମୋରମ ଚୋରା ଚାଲାଣ: ୫ ଲକ୍ଷ ତଣ୍ଡ ଗଣିଲା ଠିକାସଂସ୍ଥ

ଛେଣ୍ଡିପଦା,୧୫ା୧୨(ସ୍ବ.ପ୍ର.)ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ରାଇଝରଣ ଓ ଜରପଡା ରାଜସ୍ବ ସର୍କଲରୁ ବାଲି ଓ ମୋରମ ଚୋରା ଚାଲାଣ ହେଉଥିବା ଖବରପାଇ ତହସିଲଦାର ଡାନିଏଲ ଏକ୍କା ଓ ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର ସେନାପତି ଶୁକ୍ରବାର ଚଢ଼ାଉ କରିଥିଲେ। ଏଥିରେ ୨ଟି ବାଲି ବୋଝେଇ ଟ୍ରାକ୍ଟର ସହ ଠିକାସଂସ୍ଥା ଗାୟତ୍ରୀ କନଷ୍ଟ୍ରକଶନର ହାଇଓ୍ବା, ଜେସିବି ମେଶିନ ଜବତ କରାଯାଇଛି। ଏଥିସହ ଜରିମାନା ବାବଦରେ ଉକ୍ତ ସଂସ୍ଥାଠାରୁ ୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ପ୍ରଦର୍ଶନୀ:ବିଜ୍ଞାନ ଜ୍ଞାନର ଭଣ୍ଡାର

ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ପ୍ରଦର୍ଶନୀ:ବିଜ୍ଞାନ ଜ୍ଞାନର ଭଣ୍ଡାର

ଅନୁଗୋଳ ଅଫିସ, ୧୫।୧୨ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅଷ୍ଟମ ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଶୁକ୍ରବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। 

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ, ୧୫।୧୨ଅନୁଗୋଳ ଜିଲା ବିକ୍ରମପୁର ଥାନା ଅଞ୍ଚଳର ଜନୈକା  ନାବାଳିକାଙ୍କୁ ବଳାତ୍କାର ମାମଲାର ଶୁଣାଣି କରି ଅନୁଗୋଳ କୋର୍ଟ ଶୁକ୍ରବାର ଅଭିଯୁକ୍ତ କେନ୍ଦୁପଲ୍ଲୀ ହଟିଙ୍ଗ ଅଞ୍ଚଳର ସ୍ବାଧୀନ ପୂର୍ତ୍ତି(୨୮)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। 

୫ ବ୍ଲକରେ ବିରୋଧ ପରେ କାଣ୍ଟଛାଟ୍‌:ବାଦ୍‌ ଦିଆଗଲା ୧୨ ସ୍କୁଲ

୫ ବ୍ଲକରେ ବିରୋଧ ପରେ କାଣ୍ଟଛାଟ୍‌:ବାଦ୍‌ ଦିଆଗଲା ୧୨ ସ୍କୁଲ

ବନ୍ତଳା,୧୫ା୧୨(ଡି.ଏନ.ଏ.)ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ର ନ ଥିବାରୁ ଅନୁଗୋଳ ଜିଲାର ୬୦ ସ୍କୁଲକୁ ବନ୍ଦ କରି ନିକଟସ୍ଥ ଶିକ୍ଷାନୁଷ୍ଠାନରେ ମିଶାଇ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି (ନଂ ୧୦୨୪୬/୧୮) କରାଯାଇଥିଲା। 

ସଫେଇ କର୍ମଚାରୀ ସଂଘର ଅଭିଯୋଗ:ଗାଳି ଦେଇଛି ପୌର ପ୍ରଶାସନ

ସଫେଇ କର୍ମଚାରୀ ସଂଘର ଅଭିଯୋଗ:ଗାଳି ଦେଇଛି ପୌର ପ୍ରଶାସନ

ଅନୁଗୋଳ ଅଫିସ, ୧୫।୧୨ଅନୁଗୋଳ ପୌରପ୍ରଶାସନ ସମସ୍ୟା ସମ୍ପର୍କରେ ଆଲୋଚନା ନ କରି ସେମାନଙ୍କୁ ଉପେକ୍ଷା କରିଥିବା ଅଭିଯୋଗ କରିଛି ଜିଲା ସଫେଇ କର୍ମଚାରୀ ସଂଘ। ଏଥିସହ ନିର୍ବାହୀ ଅଧିକାରୀ ସଫେଇ କର୍ମଚାରୀମାନଙ୍କ ସ୍ତ୍ରୀଙ୍କୁ ଅଫିସକୁ ଡାକି ଗାଳିଗୁଲଜ କରିବା ଓ କାମରେ ଯୋଗ ଦେବାକୁ ସ୍ବାମୀମାନଙ୍କୁ କୁହ ବୋଲି ବାଧ୍ୟ କରିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ପକ୍କା ରାସ୍ତା ଦାବିରେ ଘେରାଉ

ପକ୍କା ରାସ୍ତା ଦାବିରେ ଘେରାଉ

ଅନୁଗୋଳ ଅଫିସ/ବନ୍ତଳା, ୧୫।୧୨ (ଡି.ଏନ.ଏ.)ଅନୁଗୋଳ ଜିଲାର ମାଣିକଯୋଡ଼ି ଠାରୁ ଲେମ୍ବୁତଇଳା ଓ ବେତରକୁ ରାସ୍ତା ନିର୍ମାଣ ଦାବିରେ ଶୁକ୍ରବାର ପୂର୍ବାହ୍ନରେ ଶତାଧିକ ଲୋକ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲା ସଦର ମହକୁମା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଗ୍ରାମଗୁଡ଼ିକୁ ଯୋଗାଯୋଗର ସେପରି ସୁବିଧା ନ ଥିବାରୁ ପ୍ରଶାସନ ତୁରନ୍ତ ପକ୍କା ରାସ୍ତା ସଂଯୋଗ କରିବାକୁ ଆନ୍ଦୋଳନକାରୀ ଦାବି କରିଥିଲେ। 

ଅନୁଗୋଳରେ ଧାନ ସଂଗ୍ରହ ଆରମ୍ଭ:୧୦ ଚାଷୀ ବିକିଲେ ୫ଶହ କୁଇଣ୍ଟାଲ

ଅନୁଗୋଳରେ ଧାନ ସଂଗ୍ରହ ଆରମ୍ଭ:୧୦ ଚାଷୀ ବିକିଲେ ୫ଶହ କୁଇଣ୍ଟାଲ

ଅନୁଗୋଳ ଅଫିସ, ୧୫।୧୨ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିର ମିଳିତ ଆନୁକୂଲ୍ୟରେ ଅନୁଗୋଳ ଜିଲାରେ ୨୦୧୮-୧୯ ଖରିଫ ବିପଣନ ବର୍ଷ ପାଇଁ ଶୁକ୍ରବାରଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। 

ଆଜି ହୋଇପାରେ ଟ୍ରାଙ୍କୁଲାଇଜ୍‌

ଆଜି ହୋଇପାରେ ଟ୍ରାଙ୍କୁଲାଇଜ୍‌

ପରଜଙ୍ଗ, ୧୫।୧୨(ଡି.ଏନ.ଏ.)ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ନରହନ୍ତା ଦନ୍ତା ଉତ୍ପାତ ବଢ଼ିବାରେ ଲାଗିଛି। ଉକ୍ତ ହାତୀ ଆକ୍ରମଣରେ ମାସକ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଲାଣି। 

ସ୍କୁଲରେ ତାଲା ପକାଇ ପ୍ରତିବାଦ

ସ୍କୁଲରେ ତାଲା ପକାଇ ପ୍ରତିବାଦ

ଭୁବନ, ୧୫।୧୨(ଡି.ଏନ୍‌.ଏ.)ଭୁବନ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ସମ୍ମିଶ୍ରଣ କରାଯିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ। ଏହାର ପ୍ରତିବାଦରେ ଶୁକ୍ରବାର ସ୍କୁଲରେ ତାଲାପକାଇ ଦେଇଥିଲେ ଅଞ୍ଚଳର ବୁଦ୍ଧିଜୀବୀ। ଶିକ୍ଷା ବିଭାଗ ଅଧିକାରୀ ଏବଂ ପୋଲିସ ପହଞ୍ଚତ୍ ବୁଝାଶୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ହେଲେ ନିଷ୍ପତ୍ତିର ପୁନର୍ବିଚାର ନ କରାଗଲେ ସ୍କୁଲରେ ଅନିର୍ଦ୍ଦିଷ୍ଟ କାଳ ଯାଏ ତାଲା ଝୁଲିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।

ସଫଳ ପଞ୍ଚାୟତକୁ ୫ଲକ୍ଷ

ସଫଳ ପଞ୍ଚାୟତକୁ ୫ଲକ୍ଷ

ଢେଙ୍କାନାଳ ଅଫିସ, ୧୫ା୧୨ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶୁକ୍ରବାର ଅପରାହ୍ନରେ ପିପୁଲ୍ସ ଏମ୍‌ପାୱାରମେଣ୍ଟ ଏନାବ୍ଲିଙ୍ଗ୍‌ ଟ୍ରାନ୍ସପାରେନ୍ସି ଆଣ୍ଡ୍‌ ଆକାଉଣ୍ଟବିଲିଟି ଅନ୍‌ ଓଡ଼ିଶା ଇନିସିଏଟିଭ୍‌ (ପିଠା) ଏବଂ ଯୁବ ସମାବେଶ ସମ୍ପର୍କିତ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ବଇଣ୍ଡା, ୧୪। ୧୨(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା କ୍ଷେତିରମାହାରସାହିଠାରେ ଗୁରୁବାର ରାତିରେ ସଞ୍ଜାମୁରା ପଞ୍ଚାୟତ ହତାନାଳୀ ଗ୍ରାମର ଦାଶରଥୀ ବେହେରା(୪୫)ଙ୍କୁ କେତେଜଣ ଦୁର୍ବୃତ୍ତ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ଜଲି ବେହେରା ଥାନାରେ ଅଭିଯୋଗ କରିଛନ୍ତି।