ବ୍ରହ୍ମପୁର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଆର୍ଥିକ ଅନିୟମିତତା ଅଭିଯୋଗ, ତଦନ୍ତ କଲା ଅଡିଟ୍‌ ଟିମ୍‌

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଆର୍ଥିକ ଅନିୟମିତତା ଅଭିଯୋଗ, ତଦନ୍ତ କଲା ଅଡିଟ୍‌ ଟିମ୍‌
ବ୍ରହ୍ମପୁର ଅଫିସ,୭।୩- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆର୍ଥତ୍କ ଅନିୟମିତତା ହୋଇଥିବା ନେଇ କରାଯାଇଥିବା ଅଭିଯୋଗର ସ୍ବତନ୍ତ୍ର ଅଡିଟ ଆରମ୍ଭ ହୋଇଛି। ରାଜ୍ୟ ଅର୍ଥ ବିଭାଗ ଉପସଚିବଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଭୁବନେଶ୍ୱର ଲୋକାଲ ଫଣ୍ଡ ଅଡିଟରର ଏକ ତିନିଜଣିଆ ଟିମ୍‌ ବିଶ୍ୱବିଦ୍ୟାଳୟରେ ପହଞ୍ଚତ୍ଥିଲେ। ଭୁବନେଶ୍ୱର ଲୋକାଲ ଫଣ୍ଡ ଅଡିଟର ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୟ ଦାଶଙ୍କ ନେତୃତ୍ୱରେ ଅଡିଟ ସୁପରିଣ୍ଟେଣ୍ଡେଣ୍ଟ ଓ ଜଣେ ଅଡିଟରଙ୍କୁ ନେଇ ଗଠିତ ଏହି ଟିମ୍‌ ବିଶ୍ୱବିଦ୍ୟାଳୟର ୧୯ କୋଟି ୬୪ ଲକ୍ଷ ୨୪ ହଜାର, ୧୫୧ ଟଙ୍କା ୭୫ ପଇସା ହିସାବ ଠିକ ନ ଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ କରିଥିଲେ। ଏ ନେଇ ଦଳ ବିଶ୍ୱବିଦ୍ୟାଳୟର କ୍ୟାଶବୁକ୍‌ ଓ ବ୍ୟାଙ୍କ ପାସବୁକ୍‌ ମେଳ କରାଇବା ସହ ବିଶ୍ୱବିଦ୍ୟାଳୟର ଲୋକାଲ ଫଣ୍ଡ ଅଡିଟର, ଫାଇନାନ୍ସ ସେକ୍ସନର ଅଧିକାରୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ଏହି ଆଭ୍ୟନ୍ତରୀଣ ରିପୋର୍ଟ ଅର୍ଥ ବିଭାଗକୁ ଦେବା ପରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଡିଟ ଟିମ୍‌ ଆସିପାରେ ବୋଲି ଯୁଗ୍ମ ନିର୍ଦ୍ଦେଶକ ଦାଶ ସୂଚନା ଦେଇଥିଲେ। ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ତଥା ରୁସା ଓ ୟୁଜିସି ଟଙ୍କାରେ ଅପବ୍ୟୟ ଓ ଅନିୟମିତତା ହୋଇଥିବା ନେଇ ଛାତ୍ର ସଂସଦ ସଭାପତି ଓ କିଛି ଛାତ୍ରନେତା ଅଭିଯୋଗ କରିଥିଲେ। ଏ ନେଇ ଛାତ୍ର ସଂସଦ ସଭାପତି ଓ ଅନ୍ୟ ଛାତ୍ରନେତାମାନଙ୍କ ପକ୍ଷରୁ ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି କରାଯାଇଥିଲା। ଏପରି କି ଏହାକୁ ନେଇ ଭିଜିଲାନ୍ସ କୋର୍ଟରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ୧୯ କୋଟି ୬୪ ଲକ୍ଷ୍ୟ ୨୪ ହଜାର ୧୫୧ ଟଙ୍କା ୭୫ ପଇସାର ହୋଇଥିବା ଆର୍ଥତ୍କ କାରବାରର ତାଳମେଳ ଠିକ ନ ଥିବା ଲକ୍ଷ୍ୟ କରି ବିଶ୍ୱବିଦ୍ୟାଳୟ କୁଳସଚିବ ଶୈଳେନ୍ଦ୍ର ଦ୍ୱିବେଦ୍ୱୀ ଜାନୁୟାରୀ ୩୧ତାରିଖରେ ରାଜଭବନକୁ ଏକ ଚିଠି ଲେଖିଥିଲେ। ଘଟଣାର ତଦନ୍ତ ପାଇଁ ସେ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ। ଏହାପରେ ଫେବୃୟାରୀ ୨୭ତାରିଖରେ ରାଜ୍ୟସରକାରଙ୍କ ଅର୍ଥବିଭାଗ ଉପସଚିବ ଭୁବନେଶ୍ୱର ଲୋକାଲ ପଣ୍ଡ ଅଡିଟରଙ୍କୁ ଚିଠି ମାଧ୍ୟମରେ ସ୍ବତନ୍ତ୍ର ଅଡିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
All Right Reserved By

ବ୍ରହ୍ମପୁର

ସରକାରୀ ଅଧିକାରୀଙ୍କୁ ଟ୍ରାକିଂ କରିବ ଟେଲିଫୋନ୍‌

ଛତ୍ରପୁର,୧୫ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ୍‌ ଟେଲିଫୋନ୍‌ ଏଣିକି ଅଧିକାରୀମାନଙ୍କୁ ଟ୍ରାକିଂ କରିବ। ଶୁକ୍ରବାର ଛତ୍ରପୁରସ୍ଥିତ  ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏକ ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି। 

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ବାଲିଗୁଡ଼ା,୧୫ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଏକ ଶିଶୁ କନ୍ୟାକୁ ୧୦ ତାରିଖରେ ବଳାତ୍କାର କରାଯାଇଥିଲା। ଶିଶୁକନ୍ୟା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ  ଗିରଫ କରିପାରି ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। 

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ୍‌

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ୍‌

ଫୁଲବାଣୀ ଅଫିସ, ୧୫ା୧୨-ଫୁଲବାଣୀ କରୋନେଶନ ପଡିଆରେ ଚାଲିଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ ଦ୍ୱିତୀୟ ଦିନରେ ପହଞ୍ଚଛି। ଅବସର ଥିଲା କନ୍ଧମାଳ ବାଳିକା ଟିମ୍‌ ବିପକ୍ଷ ଭୁବନେଶ୍ୱର। 

ବାଇକ୍‌ ଡିକି ଭାଙ୍ଗି ୨ ଲକ୍ଷ ଲୁଟ

ପୁରୁଷୋତ୍ତମପୁର,୧୫ା୧୨(ଡି.ଏନ୍‌.ଏ.):  ପୁରୁଷୋତ୍ତମପୁର ସହର ବଡ଼ବଜାରରେ ଶୁକ୍ରବାର ବାଇକ୍‌ ଡିକି ଭାଙ୍ଗି  ଦୁର୍ବତ୍ତମାନେ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। କୋଦଳା ଥାନା ଫାସି ଗ୍ରାମର ସତ୍ୟବାନ ପାଳ ପୁରୁଷୋତ୍ତମପୁର ଷ୍ଟେଟ୍‌ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ବଡ଼ବଜାରରେ ଥିବା ଏକ ଜୁଏଲର୍ସକୁ ଆସିଥିଲେ। 

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବ୍ରହ୍ମପୁର ଅଫିସ,୧୫ା୧୨- ସ୍ଥାନୀୟ ସର୍ଦ୍ଦାର ବଲ୍ଳଭଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ଶୁକ୍ରବାର କୋର୍ଟପେଟା ଛକରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। 

ଡୁରା, ପୋଲସରା କଲେଜ ବିଜୟୀ

ଡୁରା, ପୋଲସରା କଲେଜ ବିଜୟୀ

ବ୍ରହ୍ମପୁର ଅଫିସ,୧୫ା୧୨-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ୫୦ତମ ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ ଟୁନର୍ର୍ାମେଣ୍ଟ ଶୁକ୍ରବାରରୁ ଆରମ୍ଭ ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଓ ଆଙ୍କୁଶପୁର ଏସ୍‌ଏମ୍‌ଆଇଟିରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଉଭୟ କଲେଜରେ ଗୋଟିଏ ଲେଖାଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା ା

ଯୁବକଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍‌, ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୧୫ା୧୨:  ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଲୁଟ୍‌ କରାଯାଇଥିବା ନେଇ ଶୁକ୍ରବାର ବ୍ରହ୍ମପୁର ଗୋଷଣୀନୂଆଗଁା ଥାନାରେ ଅଭିଯୋଗ ହୋଇଛି ା ଏତଲାକୁ ଭିତ୍ତିକରି ପୋଲିସ ନଂ. ୧୪୯/୧୮ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କୁଳମଣୀ ସେଠୀ କହିଛନ୍ତି ା 

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ବ୍ରହ୍ମପୁର ଅଫିସ,୧୫ା୧୨-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ୪ ଗ୍ରାମରେ ବାର୍ଡ଼ ଫ୍ଲୁ ବ୍ୟାପିବାରେ ଲାଗିଛି । ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। କୁକୁଡ଼ା ମରାଯାଉଛି। ବିକ୍ରି ଉପରେ କଟକଣା ଜାରି କରାଯାଇଛି । 

ଅଟୋ ଧକ୍କାରେ ଅଙ୍ଗନଓ୍ବାଡି ଶିଶୁ ମୃତ

ଅଟୋ ଧକ୍କାରେ ଅଙ୍ଗନଓ୍ବାଡି ଶିଶୁ ମୃତ

ଫୁଲବାଣୀ ଅଫିସ, ୧୪।୧୨- କନ୍ଧମାଳ ଜିଲା ସଦର ଥାନା ପକନାଗାଁ ଅଞ୍ଚଳରେ ଶୁକ୍ରବାର ଅଙ୍ଗନଓ୍ବାଡି କେନ୍ଦ୍ରରୁ ଫେରୁଥିବା ଜଣେ ଶିଶୁଙ୍କ ଉପରେ ଅଟୋ ମାଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଶିଶୁ ଜଣକ ହେଲେ ପକନାଗାଁର କୃଷ୍ଣ କୁମାର ଦିଗାଲ(୪)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରିଛନ୍ତି। ଫୁଲବାଣୀ ବିଡିଓ, ତହସିଲଦାର ଏବଂ ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରତିଶ୍ରୁତି ଦେବାରୁ ଲୋକେ ରାସ୍ତାରୋକୋରୁ ହଟିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଅଟୋ କିମ୍ବା ଚାଳକଙ୍କୁ ଠାବ କରାଯାଇପାରିନାହିଁ। ଅଟୋଟି ଫିରିଙ୍ଗିଆ ବ୍ଲକ ରତଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକେ ଓ ଅଞ୍ଚଳବାସୀ ମୃତଦେହ ନେଇ ରାସ୍ତାରେ ରଖି ଅବରୋଧ କରିଥିଲେ। ପରିବାରକୁ କ୍ଷତି ପୁରଣ, ପିଲାମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାଖରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ପାଇଁ ଅଡି ବସିଥିଲେ।  ରେଡ୍ରକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ନିଯୁକ୍ତି ପତ୍ର ପାଇଁ ଲାଞ୍ଚ: ଧରାପଡିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିପିଏମ୍‌

ପାତ୍ରପୁର,୧୪।୧୨(ଡି.ଏନ୍‌.ଏ.)- ପାତ୍ରପୁର ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ଶୁକ୍ରବାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। କର୍ମଚାରୀ ଜଣକ ହେଲେ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ ନିରଞ୍ଜନ ରେଡ୍ଡୀ। ସୂଚନା ଅନୁଯାୟୀ,  ସାହାସପୁର ଗ୍ରାମର ବନିତା ନାୟକ ଆଶାକର୍ମୀ ପାଇଁ ଆବେଦନ କରି ସାକ୍ଷାତକାର ଦେଇ ସଫଳ ହୋଇଥିଲେ। ପରେ ନିଯୁକ୍ତି ପତ୍ର ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ଙ୍କୁ ସାକ୍ଷାତ କରିବାରୁ ୨୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଆଶାକର୍ମୀ ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀ ଜଣକ ପହଞ୍ଚତ୍ଥିଲେ। ନିଯୁକ୍ତି ପତ୍ର ପାଇଁ ୨ହଜାର ଟଙ୍କା ଆଶାକର୍ମୀଙ୍କ ଠାରୁ ନେଇ ବିପିଏମ୍‌ ରେଡ୍ଡୀ ପକେଟରେ ରଖିଲାବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ୪ଜଣିଆ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲେ। ଅଧିକ ତଦନ୍ତ ପାଇଁ ନିରଞ୍ଜନଙ୍କୁ ବ୍ରହ୍ମପୁର କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି।

ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ଗୋପାଳପୁର,୧୪।୧୨-ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟସ୍ଥିତ ବାଲାଜୀ ବିଦ୍ୟାପୀଠରେ ଶୁକ୍ରବାର ୮ମ ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗେଦଇ ୨ଦିନିଆ ମେଳାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଓୟୁଏଟିର ପ୍ରଫେସର ଡ. ଦାମୋଦର ଶତପଥୀ, ସମ୍ମାନିତ ଅତିଥି ଭାବେ ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ, କନିଷି ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି.ଏଚ୍‌. ଉଷାରାଣୀ, ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଓ ଅତିରିକ୍ତ ଜିଲା ଶିକ୍ଷାଧିକାରୀ

ପରିଚାଳନାଗତ ତ୍ରୁଟି ଯୋଗୁ ପୁଣି ବିପଦରେ ଛାତ୍ରୀ: ତବାରସିଂ କନ୍ୟାଶ୍ରମରେ ସମସ୍ତ ଅନ୍ତେବାସୀ ଅସୁସ୍ଥ

ପରିଚାଳନାଗତ ତ୍ରୁଟି ଯୋଗୁ ପୁଣି ବିପଦରେ ଛାତ୍ରୀ: ତବାରସିଂ କନ୍ୟାଶ୍ରମରେ ସମସ୍ତ ଅନ୍ତେବାସୀ ଅସୁସ୍ଥ

ଗଜପତି,୧୪।୧୨(ଡି.ଏନ୍‌.ଏ.): ଗଜପତି ଜିଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ତବାରସିଂ କନ୍ୟାଶ୍ରମରେ ଗୁରୁବାର ରାତି ଭୋଜନ ପରେ ସମସ୍ତ ୮୭ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡିଛନ୍ତି।