ଅନଗୁଳ-ଢେଙ୍କାନାଳ

ପୋଲିସ ଜାଲରେ ହାଇୱେ ଲୁଟେରା: ୫ ଗିରଫ, ୪ ଫେରାର

ପୋଲିସ ଜାଲରେ ହାଇୱେ ଲୁଟେରା: ୫ ଗିରଫ, ୪ ଫେରାର
ଅନୁଗୋଳ ଅଫିସ/ ବନ୍ତଳା, ୭।୩- ଅନୁଗୋଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଗ୍ୟାଙ୍ଗ ଲୁଟ୍‌ କରି ପୋଲିସର ମୁଣ୍ଡବ୍ୟଥା ସାଜିଥିବା ଏକ ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୫ ଜଣ ମଙ୍ଗଳବାର ବିଳମ୍ବିତ ରାତିରେ ଧରା ପଡ଼ିଛନ୍ତି । ପୋଲିସ ଛାନ୍‌ଭିନ୍‌ ପରେ ସେମାନଙ୍କ ନିକଟରୁ ମାରଣାସ୍ତ୍ର, ମୋବାଇଲ, ଚୋରି ବାଇକ୍‌ ଓ ୪ ଚକିଆ ଯାନ ସହ ମୋଟ ୭ଟି ଗାଡ଼ି ଜବତ କରାଯାଇଛି। ବୁଧବାର ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ଆଡ଼ିଶିନାଲ ଏସ୍‌ପି ଜେ.ଏନ୍‌. ହଁାସଦା ଅନୁଗୋଳ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଗୋଳ ଥାନା ଏସ୍‌ଆଇ ହେମନ୍ତ କୁମାର ବେହେରା ପାଟ୍ରୋଲିଂ କରୁଥିବାବେଳେ ୫୫ନଂ ଜାତୀୟ ରାଜପଥର ଆରଟିଓ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଆମ୍ବବୁରିରେ କେତେଜଣ ଯୁବକ ହାଇୱେରେ ଲୁଟ୍‌ ପାଇଁ ଯୋଜନା କରୁଥିବା ଖବର ପାଇଥିଲେ। ପରେ ସେଠାରେ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରେ ୯ ଜଣ ଯୁବକ ଉପସ୍ଥିତ ଥିଲେ। ତେବେ ସେମାନଙ୍କୁ ପୋଲିସ ପଚରାଉଚୁରା କରୁଥିବା ସମୟରେ ସେଠାରୁ ୪ ଜଣ କୌଶଳ କ୍ରମେ ଚମ୍ପଟ ମାରିଥିଲେ। ପରେ ଯାଞ୍ଚ ବେଳେ ସେମାନଙ୍କଠାରୁ ଗୋଟିଏ ଏୟାରଗନ୍‌, ୨ଟି ଭୁଜାଲି ଓ ୭ଟି ମୋବାଇଲ ଜବତ କରାଯାଇଥିଲା। ଲୁଟେରାମାନେ ଜାତୀୟ ରାଜପଥରେ ଯାଉଥିବା ଭାରିଯାନ ଅଟକାଇ ଲୁଟ୍‌ କରିବା ନେଇ ଯୋଜନା ଥିବା ତଦନ୍ତରେ ଜଣାପଡିଥିଲା। ପରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଥାନା ଛେଳିଆପଡ଼ାରେ ରହୁଥିବା ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା କନ୍ତାମିଲା ଗ୍ରାମର ଭବାନୀଶଙ୍କର ଭଞ୍ଜ ଓରଫ ବୁବୁ, ଖଲାରୀ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସିପୁନ୍‌, ଜରପଡ଼ା ଥାନା ତୁବେ ଗୁଟୁସାହିର ଅନିଲ ବେହେରା, ତାଳଚେର କଲିୟରୀ ଥାନା ଭାଲୁଗାଡ଼ିଆର ସଂଗ୍ରାମ ନାୟକ ଓ ହେମସୁରପଡ଼ା ସେଠୀସାହିର ବୃନ୍ଦାବନ ସେଠୀ ଓରଫ ଗୁଣଦେଇ। ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୁକ୍ତମାନେ ହେଲେ ବାଲିମୀ ଥାନା ଝାରବେଡ଼ା ଗ୍ରାମର ବିନୟ ନାୟକ ଓରଫ ବ୍ରୁଝାଡ଼ୁ, କଣାବଣିଆ ଥାନା ବାଘମୁଣ୍ଡା ଗ୍ରାମର ବଂଶୀଧର ନାୟକ ଓରଫ ବଗ, ବିକ୍ରମପୁର ଥାନା ତେହେରାନପୁର ଗ୍ରାମର ସୁନିଲ ନାୟକ ଓରଫ ଲିଟୁ ଓ ହାକିମପଡ଼ାର ଆରଏମ୍‌ସି କ୍ବାର୍ଟର ସାହିର ନେପାଳି ବାହାଦୁର ଓରଫ ପିଣ୍ଟୁ। ପେବୃୟାରୀ ୧୨ ତାରିଖରେ ବନ୍ତଳା ଥାନା ବସଲା ଆଦିଆଘାଇ ନିକଟରେ ମହୀଧରପୁରରୁ ବନ୍ତଳା ଆସୁଥିବା ଏକ ଟାଟା ଏସିଇକୁ ଅଟକାଇବା ସହ ଏଥିରେ ବସିଥିବା ୪ଜଣଙ୍କୁ ଗଛରେ ବାନ୍ଧି ସେମାନଙ୍କଠାରୁ ୪ଟି ମୋବାଇଲ, ୧୦ହଜାର ଟଙ୍କା ଓ ଗାଡି ଲୁଟ୍‌ କରିଥିବା ଅଭିଯୁକ୍ତମାନେ ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏଥିରେ ବୁବୁ, ପିଣ୍ଟୁ, ଅନିଲ ପ୍ରମୁଖ ସମ୍ପୃକ୍ତ ଥିଲେ। ସେହିପରି ନିକଟରେ ହଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମ ନିକଟରେ ୫୫ନଂ ଜାତୀୟ ରାଜପଥରେ ମଧ୍ୟରାତ୍ରରେ ଏକ ପିକ୍‌ଅପ୍‌ ଭ୍ୟାନ, ଗତ ୧୯ ତାରିଖରେ ସେହିସ୍ଥାନରୁ ଏକ ବାଇକ୍‌କୁ ଲୁଟ କରିଥିବା ପୋଲିସ ପ୍ରକାଶ କରିଛି। ଏଥିରେ ଭବାନିଶଙ୍କର, ପିଣ୍ଟୁ, ସଂଗ୍ରାମ ଓ ଅନିଲ ସମ୍ପୃକ୍ତ ଥିଲେ। ଏହାସହ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ୫ଟି ଚୋରି ବାଇକ୍‌, ଗୋଟିଏ ଟାଟା ଏସିଇ ଓ ଏକ ପିକ୍‌ଅପ୍‌ ଭ୍ୟାନକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ସହ ଚୋରି ଗାଡି ଜବତ ପାଇଁ ଚଢ଼ାଉ ଜାରିଥିବା ପୋଲିସ କହିଛି। ଏହି ସମ୍ମିଳନୀରେ ଏସଡିପିଓ ହରିହର ପାଣି, ଅନୁଗୋଳ ଆଇଆଇସି ସୁକୁମାର ତ୍ରିପାଠୀ, ବନ୍ତଳା ଆଇଆଇସି ସବ୍ୟସାଚୀ ରାଉତ, ହଣ୍ଡପା ଆଇଆଇସି ସୁନିଲ କୁମାର କର, ଅନୁଗୋଳ ଏସ୍‌ଆଇ ହେମନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

 ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା

ଛେଣ୍ଡିପଦା,୧୦।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଡକେରେଜାଙ୍ଗ ପଞ୍ଚାୟତ ଅଧିନ ସାକୋସିହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରାଯାଉ ନ ଥିବାରୁ ଦୀର୍ଘ ଦିନ ଧରି ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ଅଚଳାବସ୍ଥା ସୃଷ୍ଟି ହୋଇଛି। 

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ଅନୁଗୋଳ ଅଫିସ୍‌, ୧୦।୧୨: ଅନୁଗୋଳ ସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାରେ ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ଅନୁଗୋଳ ପୋଲିସ ରିମାଣ୍ଡରେ ଆଣି ପହଞ୍ଚିଛି। ଡାକ୍ତରି ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି।

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ  ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  କନ୍ଦରସିଂହା ପଞ୍ଚାୟତ ଖଳିବାହଳ ସାହିର ଜଣେ ମହିଳାଙ୍କ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। 

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ  ଅଧିକ  ଆହତ

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ ଅଧିକ ଆହତ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ,): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ଖଇରାମୁଣ୍ଡା ଛକଠାରେ ସୋମବାର ଭୋର ୪ଟାରେ  ଏକ ଦୁର୍ଘଟଣା ଘଟିଛି।

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ବଇଣ୍ଡା, ୧୦।୧୨(ଡିଏନଏ): ଅନୁଗୋଳ ଜିଲା ଆଠମଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ହୋଇଥିଲା।

୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ: ଅଧିକ ଗଛ କାଟିଥିଲେ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୧୦।୧୨: ଢେଙ୍କାନାଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଆବଶ୍ୟକତା ନ ଥାଇ ଶତାଧିକ ପୁରୁଣା ଗଛ କାଟି ଦିଆଯାଇଛି। ଏହାର ପ୍ରତିକୂଳ ପ୍ରଭାବ ପଡୁଛି ପରିବେଶ ଉପରେ। ଏପରି ସଙ୍ଗିନ ଅଭିଯୋଗ ଆସିବା ପରେ ଉଦ୍‌ବେଗ ବ୍ୟକ୍ତ କରିଛି ଜଙ୍ଗଲ ଏବଂ ପରିବେଶ ବିଭାଗ। ଏ ନେଇ ବିଭାଗର ସ୍ବତନ୍ତ୍ର ସଚିବ ପିସିସିଏଫ୍‌ଙ୍କୁ ପତ୍ର ଲେଖି ଜଣାଇଛନ୍ତି। 

ପିଏସ୍‌ଆର ସିନେମା ହଲ୍‌ ଉଦ୍‌ଘାଟିତ

ପିଏସ୍‌ଆର ସିନେମା ହଲ୍‌ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୧୦ା୧୨: ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ରେ ରବିବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଛି ପିଏସ୍‌ଆର୍‌ ସିନେମା ହଲ୍‌। ଏସ୍‌ପି ସନ୍ତୋଷ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିଲେ। 

ହାତୀ ଦୌରାତ୍ମ୍ୟରୁ ସୁରକ୍ଷା ନେଇ ସଚେତନତା: ଲଙ୍କାଗୁଣ୍ଡ, ଫିନାଇଲ ବ୍ୟବହାର ତାଲିମ

ହାତୀ ଦୌରାତ୍ମ୍ୟରୁ ସୁରକ୍ଷା ନେଇ ସଚେତନତା: ଲଙ୍କାଗୁଣ୍ଡ, ଫିନାଇଲ ବ୍ୟବହାର ତାଲିମ

ଢେଙ୍କାନାଳ ଅଫିସ, ୧୦।୧୨: ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଚରମ ସୀମାରେ ପହଞ୍ଚତ୍ଛି। ଏହାକୁ ରୋକିବାକୁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା। ଏହି ଅବସରରେ ଓଡ଼ାପଡ଼ା ବ୍ଲକର ବଉଳପୁରପାଟଣା, ଗଁଦିଆ ବ୍ଲକ ଆତିଣ୍ଡା ଗ୍ରାମରେ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ଅଞ୍ଚଳବାସୀଙ୍କ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ଅଞ୍ଚଳବାସୀଙ୍କ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ

ଭୁବନ, ୧୦।୧୨(ଡି.ଏନ୍‌.ଏ.) ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲା ସୁକିନ୍ଦା ଶିଳ୍ପାଞ୍ଚଳକୁ ପାନୀୟ ଜଳ ଯୋଗାଣକୁ ନେଇ ସୃଷ୍ଟି ହୋଇଛି ତୀବ୍ର ବିରୋଧାଭାସ। ରବିବାର ଭୁବନ ଅଞ୍ଚଳର ଶତାଧିକ ଯୁବକ, ବୁଦ୍ଧିଜୀବୀ ଏକାଠି ହୋଇ ପାଇପ୍‌ ଲାଇନ କାମ ବନ୍ଦ କରିଥିଲେ।

ବ୍ୟାଙ୍କ ଡକାୟତିର ଚାଲିଛି ଖୋଳତାଡ଼: ମାଷ୍ଟରମାଇଣ୍ଡଙ୍କୁ ମାରାଥନ ଜେରା

ବ୍ୟାଙ୍କ ଡକାୟତିର ଚାଲିଛି ଖୋଳତାଡ଼: ମାଷ୍ଟରମାଇଣ୍ଡଙ୍କୁ ମାରାଥନ ଜେରା

ଅନୁଗୋଳ ଅଫିସ, ୧୦।୧୨- ଅନୁଗୋଳ ସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଥିବା ମାଧବ ରବି ଦାସଙ୍କୁ ଅନୁଗୋଳ ପୋଲିସ ଗୟାରୁ ରିମାଣ୍ଡରେ ଆଣି ଶନିବାର ବିଳମ୍ବିତ ରାତିରେ ଅନୁଗୋଳରେ ପହଞ୍ଚତ୍ବା ପରେ ମାରାଥନ ଜେରା ଆରମ୍ଭ କରିଛି। 

ଅନୁଗୋଳ ବଜାରରେ କେଟିଏମ୍‌ ୧୨୫

ଅନୁଗୋଳ ବଜାରରେ କେଟିଏମ୍‌ ୧୨୫

ଅନୁଗୋଳ ଅଫିସ, ୧୦।୧୨-ଅନୁଗୋଳ ବଜାରରେ କେଟିଏମ୍‌ର ନୂଆ ଗାଡି ଡିୟୁକ ୧୨୫ ଓ ଅଣ୍ଟିବ୍ରେକିଙ୍ଗ ସିଷ୍ଟମ(ଏବିଏସ୍‌) ପ୍ରବେଶ କରିଛି। ତେବେ ପ୍ରଥମ ଥର ପାଇଁ ବଜାରକୁ ଆସିଥିବା ଏହି ଗାଡ଼ିର ଚାହିଦା ରହିବ ବୋଲି କେଟିଏମ୍‌ ପକ୍ଷରୁ କୁହାଯାଇଛି। 

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ ଅଞ୍ଚଳବାସୀ

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ ଅଞ୍ଚଳବାସୀ

ଭୁବନ, ୯।୧୨(ଡି.ଏନ୍‌.ଏ.)-ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲା ସୁକିନ୍ଦା ଶିଳ୍ପାଞ୍ଚଳକୁ ପାନୀଳ ଜଳ ଯୋଗାଣକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ତୀବ୍ର ବିରୋଧାଭାସ। ରବିବାର ଭୁବନ ଅଞ୍ଚଳର ଶତାଧିକ ଯୁବକ, ବୁଦ୍ଧିଜୀବୀ ଏକାଠି ହୋଇ ପାଇପ ଲାଇନ କାମ ବନ୍ଦ କରିଥିଲେ। ଅଞ୍ଚଳବାସୀଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ କୌଣସି ପରିସ୍ଥିତିରେ ବ୍ରାହ୍ମଣୀ ନଦୀରୁ ଟୋପାଏ ପାଣି ଛଡ଼ାଯିବନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।