ବ୍ରହ୍ମପୁର

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ

ବ୍ରହ୍ମପୁର ଅଫିସ,୭।୩- ପାଞ୍ଚ ମାସର ଏରିୟର ବିଲ୍‌ ପାସ କରିଦେବାକୁ କହି ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ବୁଧବାର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଲାଞ୍ଚ ବାବଦରେ ୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀଙ୍କ ହାତରେ ଧରାପଡିଛନ୍ତି। ସେ ହେଲେ ସତ୍ୟ ନାରାୟଣ ପ୍ରତିହାରୀ। ତାଙ୍କ ନିକଟରୁ ଲାଞ୍ଚ ବାବଦ ଟଙ୍କା ଜବତ କରାଯାଇଛି। ଏ ନେଇ ୭/୧୮ରେ ମାମଲା ରୁଜୁ କରାଯିବା ସହିତ ତାଙ୍କୁ ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ କୋର୍ଟକୁ ପଠାଇ ଦିଆଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁଙ୍କଠାରୁ ସୂଚନା ମିଳିଛି।ପ୍ରକାଶ ଯେ, ଗଞ୍ଜାମ ଏନ୍‌ଏସିର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନାଙ୍କ ଏରିୟର ବିଲ୍‌ ପାସ କରାଇଦେବାକୁ ସେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିହାରୀଙ୍କୁ ବହୁବାର କହିଥିଲେ। ବିଲ୍‌ ପାସ୍‌ କରାଇଦେବାକୁ ହେଲେ ୫ ହଜାର ଟଙ୍କା ଦେବାକୁ ପଡିବ ବୋଲି ପ୍ରତିହାରୀ ତାଙ୍କୁ କହିଥିଲେ। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଜେନା ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ବୁଧବାର କନିଷ୍ଠ ଯନ୍ତ୍ରୀ ଜେନା ଛତ୍ରପୁରସ୍ଥିତ ରେଳ ଷ୍ଟେଶନଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିହାରୀଙ୍କୁ ଦାବି ମୁତାବକ ୫ ହଜାର ଟଙ୍କା ଦେଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ପରେ ଯାଞ୍ଚ କରାଯାଇ ତାଙ୍କ ପକେଟରୁ ଲାଞ୍ଚ ବାବଦ ୫ ହଜାର ଟଙ୍କା ଜବତ୍‌ କରିବା ସହ ତାଙ୍କୁ ଗିରଫ କରାଯାଇଥିଲା। ଏଥିସହିତ ଏନ୍‌ଏସି କାର୍ଯ୍ୟାଳୟରେ ଥିବା ତାଙ୍କ ପ୍ରକୋଷ୍ଠ ଓ ପୁରୀସ୍ଥିତ ପୈତୃକ ବାସଭବନ ଉପରେ ଚଢାଉ କରାଯାଇଥିଲା।

All Right Reserved By

ବ୍ରହ୍ମପୁର

ବାଳକରେ ହୁପଷ୍ଟର୍ସ, ବାଳିକାରେ ପରୀ ଚାମ୍ପିୟନ

ବାଳକରେ ହୁପଷ୍ଟର୍ସ, ବାଳିକାରେ ପରୀ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୯ା୬ବ୍ରହ୍ମପୁର ଷ୍ଟାଡିୟମ୍‌ଠାରେ ଚାଲିଥିବା ଦ୍ୱିତୀୟ ବ୍ରହ୍ମପୁର ବାସ୍କେଟବଲ୍‌ ଚ୍ୟାଲେଞ୍ଜ ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ବାଳକରେ ବ୍ରହ୍ମପୁର ହୁପ୍‌ଷ୍ଟର୍ସ ଏବଂ ବାଳିକାରେ ବ୍ରହ୍ମପୁର ପରୀ ଚାମ୍ପିୟନ୍‌ ହୋଇଛି।

ଭିତ୍ତିଭୂମିର ଅଭାବ ସତ୍ତ୍ୱେ ମିଳୁଛି ସଫଳତା

ଭିତ୍ତିଭୂମିର ଅଭାବ ସତ୍ତ୍ୱେ ମିଳୁଛି ସଫଳତା

ରାଇକିଆ,୧୯ା୬(ଡ଼ି.ଏନ.)ବିଦ୍ୟାଳୟସ୍ତରରେ ହେଉ କିମ୍ବା କଲେଜସ୍ତରରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ଛାତ୍ରୀଛାତ୍ରମାନେ ବିଭିନ୍ନ କ୍ରୀଡ଼ାରେ ସବୁବେଳେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରି ଆସୁଛନ୍ତିି।

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲା ଜୀବିକା ସୁରକ୍ଷା ମଞ୍ଚ

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲା ଜୀବିକା ସୁରକ୍ଷା ମଞ୍ଚ

ଫୁଲବାଣୀ ଅଫିସ, ୧୯ା୬ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ା ତାଙ୍କର ମୃତ୍ୟୁ ଦୁର୍ଘଟଣା ଜନୀତ କି ତାଙ୍କୁ ମାରି ଦିଆଯାଇଛି ସେ ନେଇ ପ୍ରଶ୍ନ ଉଠିଛି ା ସେପଟେ ଘଟଣା ସମ୍ପର୍କରେ ପୋଲିସ ମାମଲା ରୁଜୁ କରୁନାହିଁ।

‘ସବୁଦିନ ପାଇଁ ତାଙ୍କ ସ୍ଥାନ ରହିବ ଅପୂରଣୀୟ’

‘ସବୁଦିନ ପାଇଁ ତାଙ୍କ ସ୍ଥାନ ରହିବ ଅପୂରଣୀୟ’

ବ୍ରହ୍ମପୁର ଅଫିସ,୧୯ା୬ବସନ୍ତ ପାଣିଗ୍ରାହୀ ଏକଧାରରେ ଥିଲେ ସାହିତି୍ୟକ, ଭାଷାପ୍ରେମୀ, ନାଟ୍ୟକାର, ସାମାଜିକକର୍ମୀ, ରାଜନୀତିଜ୍ଞ। ତାଙ୍କର ସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇ ରହିବ।

୬ ମାସ ପରେ ଗୁଜରାଟରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୯ା୬ଗୋପାଳପୁର ଥାନା ଅଞ୍ଚଳରେ ଏକ କାଜୁ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ ଯୁବତୀଙ୍କୁ ଗଣବଳାତ୍କାର ୨୦୧୭ରେ କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ୬ ମାସ ପରେ ଗୋପାଳପୁର ଥାନା ପୋଲିସ ଗୁଜୁରାଟର ସୁରଟ କ୍ରାଇମ୍‌ବ୍ରାଞ୍ଚ ପୋଲିସ ସହାୟତାରେ ସୁରଟରୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ପ୍ରମୋଦ ସାହୁ।

ଗାମୁଣ୍ଡିରେ ପାଣି ସମସ୍ୟା ନେଇ ଅସନ୍ତୋଷ

ଭଞ୍ଜନଗର, ୧୯।୬ (ଡି.ଏନ.ଏ) ଭଞ୍ଜନଗର ତହସିଲ ପକ୍ଷରୁ ସୋମବାର ଗାମୁଣ୍ଡିରେ ମୋ ଭୂମି ମୋ ପଟ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୧ଲକ୍ଷ କ୍ଷମତା ବିଶିଷ୍ଟ ପାଣି ଟାଙ୍କି ମଧ୍ୟ ଉଦଘାଟନ ହୋଇଥିଲା ।

ଆସିକାରେ କୁନି ପରୀଙ୍କୁ ସମ୍ବର୍ଦ୍ଧନା

ଆସିକାରେ କୁନି ପରୀଙ୍କୁ ସମ୍ବର୍ଦ୍ଧନା

ଆସିକା,୧୯ା୬ (ଡି.ଏନ୍‌.ଏ.)ଶିଶୁ ମାନଙ୍କ ଉପରେ ଚାଲିଥିବା ଯୌନ ନିର୍ଯାତନା ରୋକିବା ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗତ ୮ ତାରିଖରେ ଆସିକା ସହରରେ ପରୀରଥ ପରିକ୍ରମା କରିଥିଲା ା

ପୋଖରୀରୁ କୁମ୍ଭୀର ଉଦ୍ଧାର

ପୋଖରୀରୁ କୁମ୍ଭୀର ଉଦ୍ଧାର

ଦିଗପହଣ୍ଡି,୧୮ା୬(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଲୁଣୁଲୁଣିଆ ଲକ୍ଷ୍ମୀନାରାୟଣପୁର ଗ୍ରାମ ପୋଖରୀରୁ ସୋମବାର ଏକ କୁମ୍ଭୀର ଉଦ୍ଧାର କରାଯାଇଛି ା ଗ୍ରାମବାସୀ ପୋଖରୀରୁ ମାଛ ଧରିବା ବେଳେ କୁମ୍ଭୀରଟି ଜାଲରେ ପଡିଥିଲା।

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଛତ୍ରପୁର,୧୮।୬(ଡି.ଏନ.ଏ)- ସୋମବାର ଅପରାହ୍ନରେ ଏକ ଅଟୋ ବେନିୟମ ଭାବେ ହଠାତ୍‌ ଛତ୍ରପୁରଠାରେ ଜାତୀୟ ରାଜପଥ ପାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ତାହାକୁ ରକ୍ଷା କରିବାକୁ ଯାଇ ଏକ କଣ୍ଟେନର ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ଜଣଙ୍କ ଘରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଦୁର୍ଘଟଣାରେ ମୋବାଇଲ କମ୍ପାନୀର ଓଡ଼ିଶା ମୁଖ୍ୟଙ୍କ ସମେତ ୪ ଆହତ

ଦୁର୍ଘଟଣାରେ ମୋବାଇଲ କମ୍ପାନୀର ଓଡ଼ିଶା ମୁଖ୍ୟଙ୍କ ସମେତ ୪ ଆହତ

ଗଞ୍ଜାମ,୧୮।୬(ଡି.ଏନ୍‌.ଏ.)- ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ପାରୁଲୁ ଜଙ୍କସନ ୧୬ ନଂ. ଜାତୀୟ ରାଜପଥରେ ଦୁର୍ଘଟଣାରେ ଏକ ମୋବାଇଲ କମ୍ପାନୀର ଓଡିଶା ମୁଖ୍ୟ ଡେଭିଡ ବୋଜ(୩୦), ବ୍ରହ୍ମପୁର ମୁଖ୍ୟ ଫରିଷ୍ଟା (୩୦) ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଡେଭିଡଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଫରିଷ୍ଟାଙ୍କର ହାତ, ଗୋଡ ଏବଂ ଛାତିରେ ଆଘାତ ଲାଗଛି।

ପାରିବାରିକ କଳହରୁ ସ୍ତ୍ରୀ, ସ୍ବାମୀ ଅର୍ଦ୍ଧଦଗ୍ଧ

ଧରାକୋଟ,୧୭ା୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ବରଡ଼ାବାଲି ପଞ୍ଚାୟତ କହିରାପଲ୍ଲୀ ଗ୍ରାମରେ ରବିବାର ମଧ୍ୟରାତ୍ରରେ ପାରିବାରିକ କହଳକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଛି ା ଉଭୟେ କିରୋସିନ ଢାଳି ଅଗ୍ନି ସଂଯୋଗ କରିବାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି ା

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ତଦନ୍ତ ନ ହେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ତଦନ୍ତ ନ ହେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ପାତ୍ରପୁର,୧୮ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିର ଆବାସ ଓ ମୋ’ କୁଡିଆ ଯୋଜନାର ହିତାଧିକାରୀ ଚୟନରେ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି।

Model This Week

ପ୍ରଭାତ