ଅନଗୁଳ-ଢେଙ୍କାନାଳ

ଇନ୍ସପେକ୍ଟରସ୍ତରରେ ଅଦଳବଦଳ

ଅନୁଗୋଳ ଅଫିସ,୭।୩- ଅନୁଗୋଳ ଏସ୍‌ପି ବ୍ରିଜେଶ କୁମାର ରାୟ ବୁଧବାର ଇନ୍ସପେକ୍ଟରସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଇନ୍ସପେକ୍ଟର ରମେଶ ଚନ୍ଦ୍ର ବିଶୋଇଙ୍କୁ ହେଡ଼କ୍ବାର୍ଟର୍ସରୁ ଅନୁଗୋଳ ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ଅନୁଗୋଳ ଥାନା ଆଇଆଇସି ସୁକୁମାର ତ୍ରିପାଠୀଙ୍କୁ ପାଲଲହଡ଼ା ଥାନାର ଆଇଆଇସି ଭାବେ ବଦଳି କରାଯାଇଛି। ଇନ୍ସପେକ୍ଟର ସୌଭାଗ୍ୟ ସ୍ବାଇଁଙ୍କୁ ହେଡ଼କ୍ବାର୍ଟର୍ସରୁ ବିକ୍ରମପୁର ଥାନା ଆଇଆଇସି ଭାବେ ଏବଂ ଇନ୍ସପେକ୍ଟର ଲବ ବୋଡ଼ାଙ୍କୁ ବିକ୍ରମପୁର ଥାନାରୁ ନିଶା ଥାନା ଆଇଆଇସି ଭାବେ ବଦଳି କରାଯାଇଛି। ସେହିପରି ଇନ୍ସପେକ୍ଟର ନିର୍ମଳା ଗୋଚ୍ଛାୟତଙ୍କୁ ନିଶା ଥାନାରୁ ଛେଣ୍ଡିପଦା ଥାନାରେ ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ବିକାଶର ଗାଥା ଲେଖିବ ତାଳଚେର ଫର୍ଟିଲାଇଜର୍ସ

ବିକାଶର ଗାଥା ଲେଖିବ ତାଳଚେର ଫର୍ଟିଲାଇଜର୍ସ

ତାଳଚେର,୨୩ା୯(ନି.ପ୍ର.)- ତାଳଚେର ଫର୍ଟିଲାଇଜର୍ସ ପ୍ଲାଣ୍ଟ ପୁନରୁଦ୍ଧାର କାର୍ଯ୍ୟ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ପାଖାପାଖି ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୩୬ ମାସ ପରେ ଏହା କାର୍ଯ୍ୟକ୍ଷମ ହେଲେ ସିଧାସଳଖ ୪୫୦୦ ଜଣ କର୍ମସଂସ୍ଥାନ ପାଇବେ। ଅନ୍ୟ ଭିତ୍ତିଭୂମି ବିକାଶର ମଧ୍ୟ ଏହା ବାଟ ଫିଟାଇବ। ଏହି ପ୍ଲାଣ୍ଟ ନୂଆ ଓଡ଼ିଶାର ବିକାଶ ଗାଥା ଲେଖିବା ସହ ଦେଶ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସ୍ଥାନୀୟ ବକ୍ସି ଜଗବନ୍ଧୁ ଷ୍ଟାଡିୟମ ପରିସରରେ ଭାଜପା ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। 

ତାଳଚେର ଫର୍ଟିଲାଇଜର୍ସ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ତାଳଚେର ଫର୍ଟିଲାଇଜର୍ସ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ତାଳଚେର,୨୩।୯(ନି.ପ୍ର.)- ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନା (ନୂତନ ନାମ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌) ପୁନରୁଦ୍ଧାରର ଭିତ୍ତି ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଏଫ୍‌ସିଆଇ ପରିସରରେ ଏହାର ଶିଳାନ୍ୟାସ କରିବା ସହ ଏହି କାରଖାନା ଆଗାମୀ ଦିନରେ ଦେଶକୁ ନୂତନ ଦିଗ ଦେଖାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି। ପୂର୍ବାହ୍ନ ସାଢ଼େ ୧୦ଟାରେ କାରଖାନା ପରିସରରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉପସ୍ଥିତ ଥିଲେ। 

ବିଷ ପିଇଦେଲେ ନବବଧୂ

ବିଷ ପିଇଦେଲେ ନବବଧୂ


ବନ୍ତଳା, ୨୨ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ବ୍ରହ୍ମପୁର ଗ୍ରାମର ସ୍ମିତା ଜେନା (୨୨) ଶୁକ୍ରବାର ସକାଳେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। 

ବେଙ୍ଗା ନାଳ ସାଜିଲା ବାଧକ, ଡାକ୍ତରଖାନା ଯାଇପାରିଲେନି: କୂଅରୁ ଉଦ୍ଧାର ବୃଦ୍ଧାଙ୍କ ଜୀବନ ଗଲା

ବେଙ୍ଗା ନାଳ ସାଜିଲା ବାଧକ, ଡାକ୍ତରଖାନା ଯାଇପାରିଲେନି: କୂଅରୁ ଉଦ୍ଧାର ବୃଦ୍ଧାଙ୍କ ଜୀବନ ଗଲା

ଭାପୁର, ୨୨ା୯(ଡି.ଏନ୍‌.ଏ.)-କୂଅରୁ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ବୃଦ୍ଧା ଆଉ ଡାକ୍ତରଖାନା ଭିତରେ ପାଚେରି ହୋଇ ଛିଡ଼ାହେଲା ବେଙ୍ଗା ନାଳ। 

ଏସିଡ୍‌ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ

ଏସିଡ୍‌ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ

ହିନ୍ଦୋଳ,୨୨।୯(ଡି.ଏନ.ଏ.)-ଖଜୁରିଆକଟାସ୍ଥିତ ହିନ୍ଦୋଳ କଲେଜରେ ଶନିବାର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ସବ୍‌ଜଜ୍‌  ସି.ଏଚ୍‌. ବାସୁଦେବ ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। 

ଦୁର୍ଘଟଣାରେ ଜଣେ ଗୁରୁତର

ଦୁର୍ଘଟଣାରେ ଜଣେ ଗୁରୁତର

ପରଜଙ୍ଗ, ୨୨ା୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍‌ ନିକଟରେ ଶନିବାର ମଧ୍ୟାହ୍ନରେ ବାଇକ୍‌ରୁ ଖସିପଡ଼ି କୁଆଳୋ ଗ୍ରାମର ଗୋବିନ୍ଦ ରଣା ଗୁରୁତର ହୋଇଛନ୍ତି।

ବିଜେଡିରେ ମିଶିଲେ ୯ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ ୯ କଂଗ୍ରେସ କର୍ମୀ

ଆଠମଲ୍ଲିକ,୨୨।୯(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଜାମୁଡୋଲ ପଞ୍ଚାୟତ ଲାଇନ୍‌ପଡା ଗ୍ରାମର ୭ ନଂ. ଓ୍ବାର୍ଡ଼ର କଂଗ୍ରେସ କର୍ମୀ ସୁରେଶନ ବିଶ୍ୱାଳ, ପ୍ରଦୀପ ସେଠୀ, ପଞ୍ଚାନନ ପ୍ରଧାନ, କନ୍ଦର୍ପ ବିଶ୍ୱାଳ, ସଦାଶିବ ରଣା, ଜିତେନ୍ଦ୍ର ପ୍ରଧାନ, ଅନାଦି ପ୍ରଧାନ, ନିରଞ୍ଜନ ପ୍ରଧାନ, ଉଗ୍ରେସନ ବିଶ୍ୱାଳ ଶୁକ୍ରବାର ବିଜେଡିରେ ସାମିଲ ହୋଇଛନ୍ତି। 

ପଞ୍ଚାୟତସ୍ତରୀୟ ବିଜୁ ଯୁବ ବାହିନୀ ବୈଠକ

ପଞ୍ଚାୟତସ୍ତରୀୟ ବିଜୁ ଯୁବ ବାହିନୀ ବୈଠକ

ଛେଣ୍ଡିପଦା,୨୨।୯(ଡି.ଏନ.ଏ.)-ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତ ଅଫିସଠାରେ ଶନିବାର ବିଜୁ ଯୁବ ବାହିନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୁବ ବାହିନୀ ସଭାପତି ବୁଲୁ ସାହୁଙ୍କ ଆହ୍ବାନକ୍ରମେ ଏହି ବୈଠକରେ ଯୁବ ବାହିନୀ ସଙ୍ଗଠନ ସଭ୍ୟାସଭ୍ୟଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। 

 ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ବଇଣ୍ଡା,୨୨।୯(ଡି.ଏନ.ଏ.)- ଗତ ୩ ଦିନ ଧରି  ହୋଇଥିବା ଲଘୁଚାପ ଲଗାଣ ବର୍ଷାରେ  ଆଠମଲ୍ଲିକ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ପାଇକ ସାହି ପଞ୍ଚାୟତରେ  ଏହାର ପ୍ରଭାବ ଦେଖିବାକୁ ମିଳିଛି। ପାଇକ ସାହି ଗ୍ରାମର ଦଣ୍ଡଧର ସାହୁ, ପବନ ନାୟକଙ୍କ ଚାଳ ଘର ଭାଙ୍ଗି ଯାଇଛି। 

ବଢୁଛି ଚୋରା ମଦ କାରବାର: ପ୍ରଶାସନ ନୀରବ

ବଢୁଛି ଚୋରା ମଦ କାରବାର: ପ୍ରଶାସନ ନୀରବ


ବଇଣ୍ଡା,୨୨।୯(ଡି.ଏନ.ଏ.)-  ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଇଲାକାରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ପେଡ଼ିପଥର, ସାନହୁଲା, କୁର୍ତ୍ତିବାସପୁର, ଠାକୁରଗଡ଼, ଟାପଢୋଲ, ସାପଘରା, ମଇମୁରା ପାଇକ ସାହି ଆଦି ଗ୍ରାମ ଗୁଡ଼ିକରେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। 

କତଡା-ବଡମୂଳ ରାସ୍ତା ବିପର୍ଯ୍ୟସ୍ତ

କତଡା-ବଡମୂଳ ରାସ୍ତା ବିପର୍ଯ୍ୟସ୍ତ

ଛେଣ୍ଡିପଦା,୨୨।୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତ ଅନ୍ତର୍ଗତ କତଡା ହନୁମାନ ମନ୍ଦିର ଛକଠାରୁ ବଡମୂଳ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। 

ନୂଆ ଓଡ଼ିଶାର ବିକାଶ ଗାଥା ଲେଖିବ ତାଳଚେର ସାର କାରଖାନା: ପ୍ରଧାନମନ୍ତ୍ରୀ

ନୂଆ ଓଡ଼ିଶାର ବିକାଶ ଗାଥା ଲେଖିବ ତାଳଚେର ସାର କାରଖାନା: ପ୍ରଧାନମନ୍ତ୍ରୀ

ତାଳଚେର,୨୨ା୯(ନି.ପ୍ର.)- ରୁଗ୍‌ଣ ହୋଇପଡ଼ିଥିବା ତାଳଚେର ସାର କାରଖାନାକୁ ନବଜୀବନ ମିଳିବ। ଏହା ନୂଆ ଓଡ଼ିଶାର ବିକାଶ ଗାଥା ଲେଖିବ। ବାର୍ଷିକ ୧.୨୭ ନିୟୁତ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି କାରଖାନାର ଶିଳାନ୍ୟାସ କରି  ଏପରି ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।