ଅନଗୁଳ-ଢେଙ୍କାନାଳ

ହିଂସା ବିରୋଧରେ ସ୍ବର ଉତ୍ତୋଳନ କରନ୍ତୁ ମହିଳା

ହିଂସା ବିରୋଧରେ ସ୍ବର ଉତ୍ତୋଳନ କରନ୍ତୁ ମହିଳା


ଅନୁଗୋଳ ଅଫିସ, ୭।୩- ପାରିବାରିକ ହିଂସାର ଶିକାର ମହିଳାମାନଙ୍କ ସୁରକ୍ଷା ପାଇଁ ୨୦୦୫ରୁ କାର୍ଯ୍ୟକାରୀ ହେଉଥିବା ଆଇନ୍‌ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ବୁଧବାର ଜିଲାପରିଷଦ ସମ୍ମିଳନୀ କକ୍ଷରେ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଉମାକାନ୍ତ ରାଜ ଯୋଗଦେଇ ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ନିମନ୍ତେ ନିଷ୍ଠାର ସହ ଆଇନ୍‌କୁ କାର୍ଯ୍ୟକାରୀ କରିବାସହ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଆୟୋଜିତ ଶିବିରରେ ସାଧନକର୍ମୀ ଭାବେ ସରକାରୀ ଆଇନଜୀବୀ ପରମାନନ୍ଦ ମିଶ୍ର ଯୋଗଦେଇ ଘରୋଇ ହିଂସା ଆଇନ୍‌ ୨୦୦୫ର ପୃଷ୍ଠଭୂମି ଓ ଏହାର ବିଭିନ୍ନ ବ୍ୟବହାରିକ ଦିଗ ଉପରେ ପାୱାରପଏଣ୍ଟ ଉପସ୍ଥାପନ କରିଥିଲେ। ସାହସିକତା ପ୍ରଦର୍ଶନ କରି ଘରୋଇ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସେ ମହିଳାମାନଙ୍କୁ ଆହ୍ବାନ କରିଥିଲେ। ଜିଲାରେ ଗତବର୍ଷ ହିଂସାର ଶିକାର ମହିଳାମାନଙ୍କୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ଏଥିରେ ସୂଚନା ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ଅଧ୍ୟାପକ ବିଭୁରଞ୍ଜନ ପଟ୍ଟନାୟକ, ଅବସରପ୍ରାପ୍ତ ଏଡିଜେ (ଅନୁଗୋଳ) ବଲ୍ଲଭ କୁମାର ଦାସ, ଅନୁଗୋଳ ବାର ଆସୋସିଏଶନ ଉପସଭାପତି ମମତା ପଟ୍ଟନାୟକ ଓ ବରିଷ୍ଠ ଆଇନଜୀବି ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଆଲମା ବରୁଆ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଆଇନର କାର୍ଯ୍ୟକାରିତାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସ୍ବେଚ୍ଛାସେବୀ କଲ୍ୟାଣ କିଶୋର ମହାନ୍ତି, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦୁଷ୍ମନ୍ତ ଗଡ଼ନାୟକଙ୍କ ସମେତ ବିଭିନ୍ନ ମହିଳା ସଙ୍ଗଠନର କର୍ମକର୍ତ୍ତା, ସମାଜ ମଙ୍ଗଳ ବିଭାଗର ସିଡ଼ିପିଓ ଓ ସୁପରଭାଇଜର, ବ୍ଲକ ଶିକ୍ଷା ଅଧିକାରିଣୀ, ସ୍ବୟଂସହାୟକ ଗୋଷ୍ଠୀ, ସ୍ଥାନୀୟ ଅଭିଯୋଗ କମିଟିର (ଯୌନ ନିର୍ଯାତନା କମିଟି) ସଦସ୍ୟାମାନେ ଯୋଗ ଦେଇଥିଲେ । ଆଇସିଡ଼ିଏସ୍‌ର ପ୍ରୋଗ୍ରାମ ଅଫିସର ତଥା ପ୍ରୋଟେକଶନ୍‌ ଅଫିସର ପୌର୍ଣ୍ଣମାସୀ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

All Right Reserved By

ଅନଗୁଳ-ଢେଙ୍କାନାଳ

ବାଇକ୍‌ରୁ ଖସିପଡ଼ି ମହିଳା ଗୁରୁତର

ବାଇକ୍‌ରୁ ଖସିପଡ଼ି ମହିଳା ଗୁରୁତର

ପରଜଙ୍ଗ୨୩।୬,(ଡ଼ି.ଏନ୍‌.ଏ)- ପରଜଙ୍ଗ ଥାନା ୫୩ ନଂ. ଜାତୀୟ ରାଜପଥର ହାତୀଲୁଚାଣି ଛକ ନିକଟରେ ରବିବାର ଅପରାହ୍ନରେ ବାଇକରୁ ଖସିପଡି କାମାକ୍ଷାନଗର ଥାନା ଜିରିଡାମଳି ଗ୍ରାମର ଶ୍ରୀମତୀ ମହାଳିକ(୫୦) ଗୁରୁତର ଆହତ ହୋଇଛନ୍ତି। ସୂଚନାମୁତାବକ, ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ବାଇକରେ ବସି ବାପ ଘର ବୁଢାପଙ୍କ ଗ୍ରାମକୁ ଯାଉଥିବାବେଳେ ହମ୍ପସରେ ଛିଟିକି ପଡ଼ିଥିଲେ।

ଜରପଡ଼ା ବନାଞ୍ଚଳରେ ଦନ୍ତାହାତୀ ଉପଦ୍ରବ

ଜରପଡ଼ା ବନାଞ୍ଚଳରେ ଦନ୍ତାହାତୀ ଉପଦ୍ରବ

ଛେଣ୍ଡିପଦା,୨୪।୬(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ଜରପଡ଼ା ବନାଞ୍ଚଳ ଅଧୀନ ବାଲିପଟା, କିସିଣ୍ଡା, ଜାମୁନାଳୀ, ଡେଉରିଆଝରଣ, ବସନ୍ତପୁର ଆଦି ଗ୍ରାମରେ ଗତ ୫ ଦିନ ହେବ ଏକ ଦନ୍ତାହାତୀ ବ୍ୟାପକ ଉପଦ୍ରବ କରୁଥିବା ଜଣାପଡିଛି। ଅଧିକାଂଶ ଚାଷୀଙ୍କ ଆମ୍ବ, କଦଳୀ, ବିଭିନ୍ନ ଖରାଟିଆ ପନିପରିବା ଫସଲ ଖାଇ ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ସଭା

କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ସଭା

ଭୁବନ,୨୪।୬(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ନଗର କଂଗ୍ରେସ କମିଟି ପକ୍ଷରୁ ରବିବାର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀର ସଭାପତି ବିନୋଦ ମହାରଣା ଅଧ୍ୟକ୍ଷତା କରିଥିଲେ।

କଂଗ୍ରେସର କର୍ମୀ ସମ୍ମିଳନୀ

କଂଗ୍ରେସର କର୍ମୀ ସମ୍ମିଳନୀ

ବଅଁରପାଳ,୨୪।୬(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ ୨୭ ନଂ. ଜୋନରେ କଂଗ୍ରେସର ଏକ କର୍ମୀ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏ

ଢେଙ୍କାନାଳରେ ପ୍ରଥମ:  ବସିଲା ୫୦୦ କେଭିଏ ଟ୍ରାନ୍ସଫର୍ମର

ଢେଙ୍କାନାଳରେ ପ୍ରଥମ: ବସିଲା ୫୦୦ କେଭିଏ ଟ୍ରାନ୍ସଫର୍ମର

ଢେଙ୍କାନାଳ ଅଫିସ, ୨୪।୬- ଢେଙ୍କାନାଳ ପୌରାଞ୍ଚଳ ଗୁଡ଼ିଆନାଳୀ ବିବି ହାଇସ୍କୁଲ ନିକଟରେ ଶନିବାର ୫୦୦ କିଲୋଭୋଲ୍ଟ ଆମ୍ପିୟର (କେଭିଏ) ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହୋଇଛି। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ସୁଧାର ଆଣିବାକୁ ସ୍ଥାପନ କରାଯାଇଥିବା ଉକ୍ତ ଟ୍ରାନ୍ସଫର୍ମର ଢେଙ୍କାନାଳରେ ପ୍ରଥମ। ଅପରାହ୍ନ ୪ଟାରେ ବିଧାୟକ ସରୋଜ କୁମାର ସାମଲ ଏହାକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ସହରରେ ଅନୁରୂପ ଭାବେ ୬୧ଟି ଟ୍ରାନ୍ସଫର୍ମର ସ୍ଥାପନ କରାଯିବା ଯୋଜନା ରହିଛି। ଏଥିପାଇଁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ସାରିଅଁରେ ତେଜୁଛି ନିଶା ବିରୋଧୀ ଆନ୍ଦୋଳନ

ସାରିଅଁରେ ତେଜୁଛି ନିଶା ବିରୋଧୀ ଆନ୍ଦୋଳନ

ଢେଙ୍କାନାଳ ଅଫିସ, ୨୪।୬- ଢେଙ୍କାନାଳ ସଦର ଥାନା ସାରିଅଁ ଗ୍ରାମକୁ ନିଶାମୁକ୍ତ କରିବାକୁ ଦୀର୍ଘ ୧୫ବର୍ଷ ହେଲା ସଂଘର୍ଷ ଚଳାଇଛନ୍ତି ଅଞ୍ଚଳବାସୀ। ଏହାକୁ ନେଇ ମଦ ବ୍ୟବସାୟୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ହେଲେ ୧୯ ତାରିଖରେ ନିଶା ନିବାରଣ ଅଭିଯାନର ଜଣେ ସଦସ୍ୟଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ଗ୍ରାମରେ ଲାଗି ରହିଛି ଚାପା ଉତ୍ତେଜନା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଗ୍ରାମବାସୀ ଶନିବାର ଥାନା ଘେରାଉ କରିଥିଲେ।

ରାସ୍ତାରେ ଛିଡା ହୋଇ ରହୁଛି ଟ୍ରକ୍‌

ରାସ୍ତାରେ ଛିଡା ହୋଇ ରହୁଛି ଟ୍ରକ୍‌

ତାଳଚେର, ୨୪ା୬ (ନି.ପ୍ର.)- ସ୍ଥାନୀୟ ବାଙ୍କଧରାଛକଠାରୁ ତାଳଚେର ଥର୍ମାଲ ୫୩ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ବଢିଚାଲିଛି। ଏଥିଯୋଗୁ ଉକ୍ତ ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟୁଥିବାବେଳେ ରାସ୍ତାପାର୍ଶ୍ୱରେ ବହୁ ସଂଖ୍ୟାରେ ଟ୍ରକ୍‌ ଦୀର୍ଘ ସମୟ ଧରି ଛିଡା ହୋଇରହିବା ଯୋଗୁ ଅସୁବିଧା ସୃଷ୍ଟି ହେଉଛି। ଏଥିଯୋଗୁ ରାସ୍ତା ସଙ୍କୁଚିତ ହୋଇଯାଉଥିବାରୁ ଯାନାବାହନ ଚଳାଚଳରେ ବାଧା ଉପୁଜୁଛି। ଶନିବାର ଅପରାହ୍ନରେ ସେଠାରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା। ଅପରାହ୍ନରେ ଏକ ଟ୍ରକ୍‌ ତାଳଚେର ଟ୍ରାଫିକ ନିକଟରେ ହଠାତ୍‌ ଖରାପ ହୋଇ ଯାଇଥିଲା ା ଉକ୍ତ ରାସ୍ତାରେ ଅନ୍ୟ ଟ୍ରକଗୁଡିକ ଛିଡା ହୋଇ ରହିବା ଓ ଟ୍ରକ୍‌ଟି ଖରାପ ହେବା ଯୋଗୁ ସେଠାରେ ଯାନାବାହନ ଚଳାଚଳ ହୋଇପାରି ନ ଥିଲା। ଫଳରେ ଦୀର୍ଘ ସମୟ ଧରି ୫୩ ନମ୍ବର ଜାତୀୟ ରାଜପଥରେ ତାଳଚେରରୁ ଚାଇଁପାଳ ପଯର୍‌ୟନ୍ତ ୫କିମିି ରାସ୍ତାରେ ଟ୍ରକର ଲମ୍ବା ଲାଇନ ଲାଗି ରହିବା ସାଧାରଣ ଜନତା ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା।

ପଞ୍ଚାୟତ, ପୌର ସଂସ୍ଥାର ଆର୍ଥତ୍କ ସ୍ଥିତି ସମୀକ୍ଷା

ଅନୁଗୋଳ ଅଫିସ,୨୪।୬- ରାଜ୍ୟ ୫ମ ଅର୍ଥ କମିଶନ ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡା. ଆର୍‌ ଏନ୍‌ ସେନାପତିଙ୍କ ନେତୃତ୍ୱରେ ଏକ ୩ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ଅନୁଗୋଳ ଜିଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି। ଏହି ଟିମ ପଞ୍ଚାୟତଗୁଡ଼ିକର ଆର୍ଥତ୍କ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏ ନେଇ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଏକ ବୈଠକ ବସିଥିଲା। ଏଥିରେ ଚତୁର୍ଦ୍ଦଶ କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ ଦ୍ୱାରା ବିଗତ ଆର୍ଥତ୍କ ବର୍ଷ (୨୦୧୫ ରୁ ୨୦୨୦) ପାଇଁ ମିଳିଥିବା ଅନୁଦାନର ବିନିଯୋଗ, ପଞ୍ଚାୟତ ଦ୍ୱାରା ସଂଗୃହୀତ ଟିକସ ଓ ପାଉଣା ଆଦି ଆଦାୟ ସମ୍ପର୍କରେ ଆଲୋଚନା ହୋଇଥିଲା।

ତୁଳସୀପାଳରେ ବଢୁଛି ମଦ କାରବାର

ବଅଁରପାଳ, ୨୪।୬(ଡ଼ିଏନ୍‌ଏ)- ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ରୋକ ଲଗାଇବାକୁ ଦାବି କରି ଶନିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମର ମହିଳା ଗୋଷ୍ଠୀ। ସେମାନଙ୍କ ଅଭିଯୋଗ ମୁତାବକ, ଗ୍ରାମରେ ଦିନକୁ ଦିନ ମଦ କାରବାର ବଢୁଛି। ପାନ ଦୋକାନ, ତେଜରାତି, ଜଳଖିଆ ଦୋକାନ ଆଦିରେ ମଦ ବିକ୍ରି କରାଯାଉଛି। କିଛି ଲୋକ ବ୍ୟକ୍ତିଗତ ଭାବେ ଘରେ ମଦ ବିକ୍ରି କରୁଛନ୍ତି।

ଏନ୍‌ଟିପିସି ବଜାରରେ ଲାଗିବ ସିସି କ୍ୟାମେରା

ଏନ୍‌ଟିପିସି ବଜାରରେ ଲାଗିବ ସିସି କ୍ୟାମେରା

କଣିହାଁ,୨୪।୬(ଡି.ଏନ.ଏ.)- କଣିହାଁ ବ୍ଲକ ଏନ୍‌ଟିପିସି ଟାଉନ ଥାନା ପକ୍ଷରୁ ଶନିବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶାଗୁଆନ ପଟା ଜବତ, ୪ ଗିରଫ

ଶାଗୁଆନ ପଟା ଜବତ, ୪ ଗିରଫ

ବନ୍ତଳା,୨୪।୬(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣା କୋଟ ରେଞ୍ଜ ବାଘମୁଣ୍ଡା ରିଜର୍ଭ ଫରେଷ୍ଟ କମ୍ପାଟମେଣ୍ଟ ୧ରଞ୍ଜାମଙ୍ଗା ଘାଟିରେ ଶୁକ୍ରବାର ରାତିରେ ବନବିଭାଗ ଚଢାଉ କରି ୧୬ଟି ଶାଗୁଆନ ପଟା ଜବତ କରିଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।

ଏଡ୍‌ସ ନିବାରଣ, ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଏଡ୍‌ସ ନିବାରଣ, ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୨୪।୬ - ଜିଲାରେ ଏଡ୍‌ସର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ନିୟନ୍ତ୍ରଣ ଓ ନିବାରଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ବୈଠକ ବସିଥିଲା। ଗତ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରିିତା ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା। ଏଚ୍‌ଆଇଭି ପରୀକ୍ଷା କିଟ୍‌ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଜେଏସ୍‌ପିଏଲ୍‌ ଦ୍ୱାରା ପ୍ରଦାନ କରାଯାଇଥିବା କୋଲ୍ଡ ଚେନ୍‌ ସିଷ୍ଟମ ମରାମତି ଆବଶ୍ୟକ କରୁଥିବାରୁ ଏହାର ବାର୍ଷିକ ରକ୍ଷଣା ବେଷଣ ବାବଦରେ ଜିଲା ଖଣିଜ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି ବୋଲି ଜିଲାପାଳ ପ୍ରକାଶ କରିଥିଲେ।

Model This Week

ଆହାନା