ବ୍ରହ୍ମପୁର

୨ଲକ୍ଷ ଟଙ୍କା ଲୁଟ ଅଭିଯୋଗ

୨ଲକ୍ଷ ଟଙ୍କା ଲୁଟ ଅଭିଯୋଗ
ଦାରିଙ୍ଗବାଡ଼ି,୭।୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଲୁଟ ହୋଇଛି। ଏଥିରେ ସେହି ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୨ଲକ୍ଷ ୧ ହଜାର ଟଙ୍କାକୁ ଦୁର୍ବୁତ୍ତମାନେ ବାଇକରେ ଆସି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରକାଶଯେ, ଗ୍ରେସ୍‌ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସୁନିତା ପ୍ରଧାନ ଏବଂ ସମ୍ପାଦିକ ମିତାରାଣୀ ପ୍ରଧାନ ତାଙ୍କ ଗ୍ରୁପର ଅର୍ଥ ଉଠାଣ ପାଇଁ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରୁ ୨ ଲକ୍ଷ ୫୦ହଜାର ଟଙ୍କା ଉଠାଇ ୪୯ହଜାର ଟଙ୍କା ବ୍ୟାଙ୍କ ପାସ ବୁକ୍‌ରେ ପୁନର୍ବାର ଜମା କରିଥିଲେ। ବଳକା ୨ଲକ୍ଷ ୧ ହଜାର ଟଙ୍କା ଏକ ବ୍ୟାଗରେ ନେଇ ଅଟୋରେ ମିତାରାଣୀଙ୍କ ଘର ସମ୍ମୁଖରେ ଓହ୍ଲାଇଥିଲୋ ସେହି ସମୟରେ ତାଙ୍କୁ ବାଇକ୍‌ରେ ପିଛା କରି ଆସିଥିବା କେତେକ ଦୁର୍ବୁତ୍ତ ବ୍ୟାଗଟିକୁ ଲୁଟି ନେଇଥିଲେ। ସେମାନେ ପାଟି କରିବା ବେଳେ ବାଇକ୍‌ରେ ଦୁର୍ବୁତ୍ତମାନେ ଦ୍ରୁତ ଗତିରେ ସିମନବାଡ଼ି ଅଭିମୁଖେ ପଳାଇଥିଲେ। ମିତାରାଣୀ କହିବା ପ୍ରକାରେ ବ୍ୟାଗଟି ଲୁଟ ହେବା ସମୟରେ ଗୋଟିଏ ବାଇକରେ ଆସିଥିବା ୨ଜଣ ଲୁଟ କରି ନେଇଥିଲା ବେଳେ ଅନ୍ୟ ଏକ ବାଇକ୍‌ରେ ମଧ୍ୟ ତାଙ୍କ ସହିତ ଲୋକ ଆସିଥିଲେ । ତାଙ୍କ ବ୍ୟାଗରେ ଟଙ୍କା ସହ ସଂଘର ବିଭିନ୍ନ ରେଜିଷ୍ଟର, ବ୍ୟାଙ୍କ ପାସବୁକ୍‌କୁ ମଧ୍ୟ ନେଇଥିବା ସେ କହିଛନ୍ତିି। ଏନେଇ ଦାରିଙ୍ଗବାଡ଼ି ଆଇଆଇସି ତୁଷାରକାନ୍ତ ମହାପାତ୍ର ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ବ୍ୟାଙ୍କକୁ ଯାଇ ସିସିଟିଭି ଫୁଟେଜକୁ ଯାଞ୍ଚ କରଛନ୍ତିିା ଖବର ଲେଖିବା ସୁଦ୍ଧା ଥାନାରେ ଏନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।
All Right Reserved By

ବ୍ରହ୍ମପୁର

ସମ୍ଭାବ୍ୟ ବନ୍ୟା: ଡିପ୍ଲୋମା ଇଞ୍ଜିନିୟର କାର୍ଯ୍ୟରେ ଯୋଗ ନ ଦେଲେ କ୍ରିମିନାଲ ମାମଲା

ସମ୍ଭାବ୍ୟ ବନ୍ୟା: ଡିପ୍ଲୋମା ଇଞ୍ଜିନିୟର କାର୍ଯ୍ୟରେ ଯୋଗ ନ ଦେଲେ କ୍ରିମିନାଲ ମାମଲା

ଛତ୍ରପୁର,୨୦।୯(ଡି.ଏନ.ଏ)-ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗୁରୁବାର ରାତିରେ ଝଡବାତ୍ୟା ରୂପ ନେବା ସମ୍ଭାବନା ରହିଥିବା ଏସଆରସିଙ୍କ ପକ୍ଷରୁ ସତର୍କ କରାଯାଇଛି। ବର୍ଷା ହେଉଥିବାରୁ ନଦୀ ଓ ନାଳରେ ବନ୍ୟା ଜଳ ପ୍ରବେଶ କରିବ। ଏଣୁ  ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ କାର୍ଯ୍ୟରେ ଯୋଗ ଦେବାକୁ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଛତ୍ରପୁର,୨୦।୯(ଡି.ଏନ.ଏ)- ଚମାଖଣ୍ଡି ଥାନା ଭିକାରିପଲ୍ଲୀ ପଞ୍ଚାୟତ ନରସିଂହପୁର ଗାଁରେ ୧୭ ତାରିଖରେ ଚାଷ ଜମିରେ ପାଣି ମଡାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର  ଆହତଙ୍କୁ ପୋଲିସ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଚମାଖଣ୍ଡି ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଥିଲା। ଏହାକୁ ଭିତ୍ତିକରି ୨ଟି ମାମଲା (ନଂ. ୯୩/୧୮ ଓ ୯୪/୧୮) ରୁଜୁ ହୋଇଥିଲା। ଗୁରୁବାର ପୋଲିସ ଏହି ମାମଲାରେ ଉଭୟ ଗୋଷ୍ଠୀର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହରିବନ୍ଧୁ ପାତ୍ର, ପ୍ରଫୁଲ ପାତ୍ର ଓ  ନାଗେଶ୍ୱର ପାତ୍ର। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଗୁଡା,୨୦।୯(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ସିନ୍ଦ୍ରିଗଁା ରାସ୍ତା ଦେଇ ଯାଇଥିବା ଖଡଗନଦୀରେ ଗତ ରବିବାର କଟପଡି ଗ୍ରାମର କାପୁ ଦିଗାଳ ନଦୀରେ ଗାଧୋଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଗ୍ରାମବାସୀ ଓ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇ ନ ଥିଲେ। ଗୁରୁବାର ବାଲିଗୁଡା ନିକଟସ୍ଥ କୁଟିକିଆ ଘାଟରେ ଏକ ମୃତଦେହ ଲାଗିଥିଲା। କେତେକ ଲୋକ ଦେଖି ଏନେଇ କାପୁଙ୍କ ପରିବାର ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ଅପରାହ୍ନରେ କାପୁଙ୍କ ପରିବାର ଲୋକେ ପହଞ୍ଚତ୍ ମୃତଦେହ ଉଦ୍ଧାର କରି ଆଣି ସତ୍କାର କରିଥିଲେ।

ରାଜ୍ୟସ୍ତରୀୟ କବାଡ଼ିକୁ ମନୋନିତ ହେଲେ ୪ ଖେଳାଳି

ବୁଗୁଡ଼ା,୨୦ା୯(ଡି.ଏନ.ଏ.)- ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପିପୁଲସ୍‌ ହାଇସ୍କୁଲ ବୁଗୁଡ଼ାର ୪ ଜଣ ଖେଳାଳି ଚୟନ ହୋଇଥିବା ଜଣାପଡ଼ିଛି। ବୁଧବାର ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ଜିଲାସ୍ତରୀୟ ସମୂହ କବାଡ଼ି ପ୍ରତିଯୋଗିତାରେ ୧୧ ଜଣ ମନୋନୀତ ହୋଇ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ ହୋଇଛନ୍ତି। ସେଥିମଧ୍ୟରୁ କବାଡ଼ି ୧୭ ବର୍ଷରୁ କମ ବାଳକ ଦଳରେ ପିପୁଲସ ହାଇସ୍କୁଲ ବୁଗୁଡ଼ାର ରାକେଶ ଦାଶ, ଅଶୋକ କୁମାର ସାହୁ ଓ ରାଜେଶ ସାହୁ ଏବଂ କବାଡ଼ି ୧୪ ବର୍ଷରୁ କମ ବାଳକ ବିଭାଗରେ ପିପୁଲସ ହାଇସ୍କୁଲ ବୁଗୁଡ଼ାର ରାକେଶ ସାହୁ ଅଛନ୍ତି। ଏମାନଙ୍କର କୋଚ ଭାବେ କ୍ରୀଡ଼ା ଶିକ୍ଷକ ବିଶ୍ୱେଶ୍ୱର ଗିରି ଦାୟିତ୍ୱ ନେଇଥିଲେ।

ଶାଗୁଆନ କାଠଗଣ୍ଡି ବୋଝେଇ ଗାଡ଼ି ଜବତ, ୪ ଗିରଫ

ଶାଗୁଆନ କାଠଗଣ୍ଡି ବୋଝେଇ ଗାଡ଼ି ଜବତ, ୪ ଗିରଫ

ପୋଲସରା,୨୦।୯(ଡି.ଏନ.ଏ.)- ପୋଲସରା ବନାଞ୍ଚଳ ଜୋକବନ୍ଧ ରେଞ୍ଜ ରାଇପଡ଼ା ଗ୍ରାମସ୍ଥିତ ସ୍କୁଲ ନିକଟରେ ବୁଧବାର ରାତି ପ୍ରାୟ ସାଢେ ୨ଟାରେ ବନବିଭାଗ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ପିକଅପ୍‌ ଭ୍ୟାନ (ନଂ ଓଆର୦୭ଡି-୪୫୨୯) ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି।

ଓ୍ବାର୍ଡମେମ୍ବର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଓ୍ବାର୍ଡମେମ୍ବର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଶଙ୍କରାଖୋଲ,୨୦।୯(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଟିକାବାଲି ହାଟପଦାଠାରେ ଥିବା କଳିଙ୍ଗ ବୈଶ୍ୟ ସମାଜ ଗୃହରେ ଚକାପାଦ ବ୍ଲକର ୩ ପଞ୍ଚାୟତର ଓ୍ବାର୍ଡମେମ୍ବରମାନଙ୍କୁ ନେଇ ଚାଲିଥିବା ପ୍ରଶିକ୍ଷଣ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି। ବ୍ଲକର ଶଙ୍କରାଖୋଲ, କୁସୁମେଣ୍ଡି ଓ (ଏଲ୍‌) ବପଲମେଣ୍ଡିର ୫୯ ଜଣ ଓ୍ବାର୍ଡମେମ୍ବର ଶିବିରରେ ଯୋଗ ଦେଇଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ପ୍ରଶିକ୍ଷକଭାବେ ସାମାଜିକକର୍ମୀ ଅଶୋକ ପରିଡା ଓ ନିରଞ୍ଜନ ବେହେରା ଯୋଗ ଦେଇଥିଲେ।

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୦।୯:  କୋର୍ଟପେଟାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର ବାଟ ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଅଯୋଧ୍ୟାନଗର ଦ୍ୱିତୀୟ ଲାଇନ୍‌ର ଅନୀଲ କୁମାର ପ୍ରଧାନ ୨ ଲକ୍ଷ ଟଙ୍କା ଜମା କରିବା ନିମନ୍ତେ ବ୍ୟାଙ୍କକୁ ଯାଇଥିଲେ। ମାତ୍ର ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ଅନିଲଙ୍କୁ ଛତ୍ରପୁର ଯିବାକୁ ରାସ୍ତା ପଚାରିଥିଲେ।

ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ୱାର୍ଡବାସୀ

ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ୱାର୍ଡବାସୀ

ଗଞ୍ଜାମ,୨୦ା୯(ଡି.ଏନ.ଏ.)-ଗଞ୍ଜାମ ଏନ୍‌ଏସି ଅଧୀନ ୱାର୍ଡ ନଂ. ୭ କୈବର୍ତ୍ତ ସାହିରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି। ଏନେଇ ସାହିର ମହିଳାମାନେ ବୁଧବାର ପୂର୍ବାହ୍ନରେ 

ନିର୍ଦ୍ଦୋଷରେ ଖଲାସ ହେଲେ ସବ୍ୟସାଚୀ, ଦଣ୍ଡପାଣି

ନିର୍ଦ୍ଦୋଷରେ ଖଲାସ ହେଲେ ସବ୍ୟସାଚୀ, ଦଣ୍ଡପାଣି

ବ୍ରହ୍ମପୁର ଅଫିସ୍‌,୨୦ା୯-ମାଓବାଦୀ ସମ୍ପର୍କିତ ଚିଠି ଜବତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଏବଂ ମାଓବାଦୀ ମଧ୍ୟସ୍ଥ ଦଣ୍ଡପାଣି ମହାନ୍ତି।  ଅତିରିକ୍ତ ଜିଲା ସେସନ୍‌ ଜଜ୍‌ ସଞ୍ଜୟ କୁମାର ସାହୁ ବୁଧବାର ଏହି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।

ଆର୍ଯ୍ୟଭଟ୍ଟ ପକ୍ଷରୁ ପ୍ଲାଷ୍ଟିକ, ପଲିଥିନ ବର୍ଜନ ନେଇ ସଚେତନତା ସଭା

ଆର୍ଯ୍ୟଭଟ୍ଟ ପକ୍ଷରୁ ପ୍ଲାଷ୍ଟିକ, ପଲିଥିନ ବର୍ଜନ ନେଇ ସଚେତନତା ସଭା

ବ୍ରହ୍ମପୁର ଅଫିସ,୨୦ା୯-ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ଏବଂ ଫୋରମ ଫର ଗଞ୍ଜାମ  ଆନୁକୂଲ୍ୟରେ ସ୍ଥାନୀୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଫାଟକ ନିକଟରେ ପଲିଥିନ ଏବଂ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ବୁଧବାର ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା। 

ପିଓଏସ୍‌ ଛଡ଼ାଇ ନେଲା ରାଶନ୍‌, ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ

ପିଓଏସ୍‌ ଛଡ଼ାଇ ନେଲା ରାଶନ୍‌, ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୨୦ା୯-ରାଶନ୍‌ ସାମଗ୍ରୀ ନେବା ପାଇଁ କେନ୍ଦ୍ର ସରକାର ଏଣିକି ସମସ୍ତ ରାଶନ୍‌ ବିକ୍ରୟ କେନ୍ଦ୍ରରେ ପିଓଏସ୍‌(ପଏଣ୍ଟ ଅଫ୍‌ ସେଲ୍‌) ମଶିନ୍‌ରେ ଟିପ ଚିହ୍ନ ଦେବାକୁ ପଡ଼ୁଛି। ଏହି ବାୟୋମେଟ୍ରିକ୍‌ ବ୍ୟବସ୍ଥା ପ୍ରଚଳନ ହେବା ପରେ ଅନେକ ସମସ୍ୟା ସୃଷ୍ଟି ହେଉଛି।

ଏମ୍‌ବିଏ ଛାତ୍ର ହତ୍ୟା ମାମଲା, ୨ଗିରଫ

ଏମ୍‌ବିଏ ଛାତ୍ର ହତ୍ୟା ମାମଲା, ୨ଗିରଫ

ଭଞ୍ଜନଗର,୧୯।୯(ଡି.ଏନ.ଏ.)- ତାରସିଂ ଥାନା ଭୋଗରା ଗ୍ରାମର ଏମ୍‌ବିଏ ଛାତ୍ର ହତ୍ୟା ମାମଲାରେ ପୋଲିସ ବୁଧବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜିତୁଙ୍କ ବନ୍ଧୁ ପ୍ରଭଞ୍ଜନ ତ୍ରିପାଠୀ ଓ ବଂଶି ଗୌଡ।