ବ୍ରହ୍ମପୁର

ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

ଦୁର୍ଘଟଣାରେ ଜଣେ ମୃତ, ୨ ଆହତ
ବେଗୁନିଆପଡ଼ା,୭।୩(ଡି.ଏନ.ଏ.)- ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କୁମ୍ଭାରଗାଁ ନିକଟସ୍ଥ ସିଦ୍ଧପଲ୍ଲୀ ରାସ୍ତା ବୁଲାଣୀରେ ମଙ୍ଗଳବାର ରାତିରେ ଏକ ଦୁର୍ଘଟଣା ଘଟିଛି। ମୋପେଡ ସହ ଟ୍ରାକ୍ଟର ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବିଭୂତି ଭୂଷଣ ବେହେରା। ପ୍ରକାଶ ଯେ, ମଙ୍ଗଳବାର ରାତିରେ କୁମ୍ଭାରଗାଁ ପଞ୍ଚାୟତ ତାଳଗାଁର ବିଭୂତି ଭୂଷଣ ବେହେରା, କୁନା ବେହେରା ଓ ପୂର୍ଣ୍ଣ ବେହେରା ଏକ ମୋପେଡରେ କୁମ୍ଭାରଗାଁରୁ ନିଜ ଗ୍ରାମକୁ ଫେରୁଥିଲେ। ସିଦ୍ଧପଲ୍ଲୀ ନିକଟ ଏକ ବୁଲାଣୀରେ ଅପରପଟରୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିଭୂତିଙ୍କ ମୃତ୍ୟୁ ଘଟିଥିବା ବେଳେ କୁନା ଓ ପୂର୍ଣ୍ଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଭୂତିଙ୍କ ବାପା ମଧୁ ବେହେରା ବୁଧବାର ଫାଣ୍ଡିରେ ଏତଲା ଦେବାପରେ ପୋଲିସ ନଂ.୪୯/୨୦୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଫାଣ୍ଡି ଅଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି। ମୋପେଡଟି ନୂଆ ହୋଇଥିବାରୁ ନମ୍ବର ହୋଇନଥିବା ବେଳେ ଟ୍ରାକ୍ଟରଟି ଫେରାର ହୋଇଥିବା ଜଣାପଡ଼ିଛି।
All Right Reserved By

ବ୍ରହ୍ମପୁର

କେନାଲ ହୁଡ଼ାରେ ପଡ଼ି ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୧୦।୧୨- କେନାଲକୁ ଗାଧୋଇ ଯିବା ବେଳେ ହୁଡ଼ାରେ ପଡ଼ିଯାଇ ସଜ୍ଞାହୀନ ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ଥାନା ଚଷା ନିମଖଣ୍ଡିପେଣ୍ଠ ଗ୍ରାମର ଗୋବିନ୍ଦ ନାୟକ (୬୦) ।

ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଆସିକା,୧୦।୧୨(ଡି.ଏନ୍‌.ଏମ.)- ଆସିକା ବ୍ରହ୍ମପୁର ୫୯ ନଂ. ଜାତୀୟ ରାଜପଥର କର୍ଣ୍ଣୋଳି ଛକରୁ କିଛି ଦୂରରେ ଏକ ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ପୋଲିସ ସୋମବାର ସକାଳ ଉଦ୍ଧାର କରିଛି।

ପୁଇଁତୋଳା ଛକରୁ ଦୋକାନ ହଟିବା ଘଟଣା: ଉଠା ଦୋକାନୀ ମାଲିକ ସଂଘ ପକ୍ଷରୁ ତହସିଲ ଅଫିସ ଘେରାଉ

ପୁଇଁତୋଳା ଛକରୁ ଦୋକାନ ହଟିବା ଘଟଣା: ଉଠା ଦୋକାନୀ ମାଲିକ ସଂଘ ପକ୍ଷରୁ ତହସିଲ ଅଫିସ ଘେରାଉ

ଗଞ୍ଜାମ,୧୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁଇଁତୋଳା ଛକ  ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବେଆଇନ ଦୋକାନଗୁଡିକୁ ଉଠାଇବା ପାଇଁ ଡିସେମ୍ବର ୫ରେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତହସିଲ କାର୍ଯ୍ୟାଳୟ ପକ୍ଷରୁ  ନୋଟିସ ଜାରି ହୋଇଥିଲା। ଟ୍ରାଫିସ ସମସ୍ୟା ଓ ସଡ଼କ ନିରାପତ୍ତାର  ଆଳ ଦେଖାଇ ଏହି ନୋଟିସ  ଜାରି ହୋଇଥିଲା। 

ଜୈବିକ ପଦ୍ଧତିରେ କରାଯାଉଥିବା କ୍ଷୁଦ୍ରଦାନା ଶସ୍ୟର ପୁନରୁଦ୍ଧାର ଉଦ୍ୟମ

ଜୈବିକ ପଦ୍ଧତିରେ କରାଯାଉଥିବା କ୍ଷୁଦ୍ରଦାନା ଶସ୍ୟର ପୁନରୁଦ୍ଧାର ଉଦ୍ୟମ

ଦାରିଙ୍ଗବାଡ଼ିତ,୧୦।୧୨(ଡି.ଏନ.ଏ)- ବିଷାକ୍ତ ଖାଦ୍ୟଠାରୁ ଦୂରେଇ ରହିବା ସହ ହଜିଯାଉଥିବା ମୂଳଖାଦ୍ୟ ଏବଂ କ୍ଷୁଦ୍ରଦାନା ଶସ୍ୟକୁ ପୁନରୁଦ୍ଧାର କରିବା ଏବଂ ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନ କରିବାକୁ ପ୍ରୟାସ କରାଯାଇଛିା 

ଧାନ ଗଦାରେ  ନିଆଁ: ୨୦ ଭରଣ ଧାନ ନଷ୍ଟ

ଧାନ ଗଦାରେ ନିଆଁ: ୨୦ ଭରଣ ଧାନ ନଷ୍ଟ

ଛତ୍ରପୁର, ୧୦।୧୨(ଡି.ଏନ.ଏ.): ଛତ୍ରପୁର ବ୍ଲକ ଚି଼କଲଖଣ୍ଡି ମୋଜ଼ା ବୀରେଶ୍ବର ମନ୍ଦିର ନିକଟ ବିଲରେ ଥିବା ୪ଟି ଧାନ ଗଦାରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇବା ଫଳରେ  ୨୦ ଭରଣ ଧାନ ନଷ୍ଟ ହୋଇଯାଇଛି।

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁଶପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଦୁୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏନେଇ ସୋମବାର ଉଭୟ ପରିବରାରଙ୍କ ଏତଲା କ୍ରମେ ପୋଲିସ  କେସ୍‌ ନଂ.୨୧୮/୧୮ ଓ ୨୧୯/୧୮  ଘଟଣାର ତଦନ୍ତ ଆରମ୍ଭ କରିଛି ।

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ଚନ୍ଦ୍ରଗିରି,୧୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା କିଡ଼ାସିଂ  ଗ୍ରାମରେ  ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

କବିତା ପାଠୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଲା

କବିତା ପାଠୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଲା

ଦାରିଙ୍ଗବାଡ଼ି,୧୦।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି  ବ୍ଲକ ଅଫିସ ନିକଟ ପଡ଼ିଆରେ ରବିବାରଠାରୁ ଶୀତ ଉତ୍ସବ ଓ ପୁସ୍ତକ ମେଳା ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ ୩ଟାରେ ଆରମ୍ଭ ହୋଇଥିଲା କବିତା ପାଠୋତ୍ସବ। 

ଜି.ଉଦୟଗିରିରେ ପ୍ରବଳ ଶୀତ, ଘନ କୁହୁଡ଼ି

ଜି.ଉଦୟଗିରିରେ ପ୍ରବଳ ଶୀତ, ଘନ କୁହୁଡ଼ି

ଜି.ଉଦୟଗିରି,୧୦ା୧୨(ଡି.ଏନ.ଏ.)-ଜି.ଉଦୟଗିରି ସହରରେ ଶନିବାର ରାତିରୁ ପ୍ରବଳ ଶୀତ ଅନୁଭୂତ ହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୭.୭ ଡିଗ୍ରୀ ସେଲସିୟସ ଥିବା ବେଳେ ସକାଳୁ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥିଲା।

ବ୍ରହ୍ମପୁରରେ ଭିଏଚ୍‌ପିର ହିନ୍ଦୁ ସମ୍ମିଳନୀ

ବ୍ରହ୍ମପୁରରେ ଭିଏଚ୍‌ପିର ହିନ୍ଦୁ ସମ୍ମିଳନୀ

ବ୍ରହ୍ମପୁର ଅଫିସ,୧୦ା୧୨-ଗଞ୍ଜାମ ଜିଲା ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ରବିବାର ବ୍ରହ୍ମପୁର ମହାନଗର ଉପକଣ୍ଠ ଖଜୁରିଆରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ଦାବି ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।

କ୍ରିଏଟିଭ୍‌ ସ୍ପୋର୍ଟସ୍‌ କ୍ଲବ୍‌ ଚାମ୍ପିୟନ

କ୍ରିଏଟିଭ୍‌ ସ୍ପୋର୍ଟସ୍‌ କ୍ଲବ୍‌ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୦ା୧୨-ବ୍ରହ୍ମପୁର ଷ୍ଟାଡିୟମରେ ଶନିବାର ଉଦ୍‌ଘାଟିତ ହୋଇଥିବା ଦୁଇଦିନିଆ ଗଞ୍ଜାମ ଜିଲା ଆଥଲେଟିକ୍‌ ମିଟ୍‌ -୨୦୧୮  ରବିବାର ଉଦ୍‌ଯାପିତ । ଏଥିରେ କ୍ରିଏଟିଭ୍‌ ସ୍ପୋଟର୍‌ସ କ୍ଲବ ଚାମ୍ପିୟନ ହୋଇଥିବା ବେଳେ ବ୍ରହ୍ମପୁରକସ୍ଥିତ ଓଡ଼ିଶା ଜେଲ୍‌ ଟ୍ରେନିଂ ସ୍କୁଲ ରନର୍ସଅପ୍‌ ହୋଇଥିବା ଜଣାପଡିଛି ।

ମିଳିତ କ୍ରିୟାନୁଷ୍ଠାନ କମିଟିର ସ୍ବତନ୍ତ୍ର ବୈଠକ

ମିଳିତ କ୍ରିୟାନୁଷ୍ଠାନ କମିଟିର ସ୍ବତନ୍ତ୍ର ବୈଠକ

ବ୍ରହ୍ମପୁର ଅଫିସ,୧୦ା୧୨-ବ୍ରହ୍ମପୁର ସହରତଳି ତଥା ପାର୍ଶ୍ୱବର୍ତ୍ତୀ ପଞ୍ଚାୟତ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ଦାବିରେ ସ୍ଥାନୀୟ ଲୋକ ପ୍ରତିନିଧି ତଥା ପ୍ରଶାସନ ଅବହେଳାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।