ବ୍ରହ୍ମପୁର

ସୂଚନାଫଳକ ନେଲା ନାବାଳକଙ୍କ ଜୀବନ

ସୂଚନାଫଳକ ନେଲା ନାବାଳକଙ୍କ ଜୀବନ
କୋଦଳା, ୭।୩- ଗଞ୍ଜାମ ଜିଲା କୋଦଳା ପାଣ୍ଡିସାହିରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଏକ ସୂଚନାଫଳକ ପଡି ଜଣେ ନାବାଳକଙ୍କ ଜୀବନ ଯାଇଛି। ସେ ହେଲେ କୋଦଳା ଗୋଲାସାହିର ଦୁର୍ଯ୍ୟ ଗୌଡଙ୍କ ପୁଅ ପପୁ। ପ୍ରକାଶ ଯେ, ମଙ୍ଗଳବାର ସାରେ ପପୁ ପାଣ୍ଡିସାହିର ଜଗା ବେହେରାଙ୍କ ଘରକୁ କୌଣସି କାମରେ ଯାଇଥିଲେ। ପରେ ଜଗା ଓ ପପୁ ସାଙ୍ଗ ହୋଇ ନିକଟରେ ନିର୍ମାଣାଧୀନ ଡ୍ରେନ୍‌ର ସୂଚନାଫଳକ ନିକଟରେ ଖେଳୁଥିଲେ। ସେହି ସାହିରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ଡ୍ରେନ ନିର୍ମାଣର ସୂଚନାଫଳକ କରାଯାଇଥିଲା। ଏହା ସ୍ବତନ୍ତ୍ର ଜାଗାରେ ତିଆରି ନ ହୋଇ ରାସ୍ତାକଡରେ ଥିବା ପୋଲ ଗାର୍ଡ ଓ୍ବାଲ ଉପରେ ନିର୍ମାଣ କରାଯାଇଥିଲା। କେବଳ ଇଟା ଯୋଡେଇ କରାଯାଇଥିବାରୁ ତାହା ଉପରେ ହାତ ରଖିଲେବି ହଲୁଥିଲା। ଏନେଇ ଲୋକେ ବିଭାଗୀୟ କାର୍ଯ୍ୟାଳୟରେ ମଧ୍ୟ ପୂର୍ବରୁ ଅଭିଯୋଗ କରିଥିଲେ। ପପୁ ଓ ଜଗା ସେହି ଫଳକ ନିକଟରେ ଖେଳୁଥିବାବେଳେ ଫଳକଟି ହଠାତ୍‌ ଓଲଟି ପଡିଥିଲା। ଏଥିରେ ଜଗା ଗୁରୁତର ଆହତ ହୋଇଥିବା ବେଳେ ପପୁ ଫଳକ ତଳେ ଚାପିହୋଇ ରହିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ମଙ୍ଗଳବାର ରାତିରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ସେଠାରେ ମୃତଦେହ ବ୍ୟବଚ୍ଛେଦ ପରେ ଗଁ।କୁ ଆଣି ସତ୍କାର କରାଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
All Right Reserved By

ବ୍ରହ୍ମପୁର

ନିର୍ବାଚନ ପାଇଁ  ଶେରଗଡ଼ ପୋଲିସର ଫ୍ଲାଗ ମାର୍ଚ୍ଚ

ନିର୍ବାଚନ ପାଇଁ ଶେରଗଡ଼ ପୋଲିସର ଫ୍ଲାଗ ମାର୍ଚ୍ଚ

ଶେରଗଡ଼,୨୪।୩(ଡି.ଏନ୍‌.ଏ.): ଏପ୍ରିଲ ୧୮ରେ ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନ ହେବ। ଏନେଇ ଶନିବାର ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରଏ ପରିଦର୍ଶନରେ ଆସି ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ହେବାକୁ ନିର୍ଦ୍ଦେଶ ଦେବା ପରେ ରବିବାର ଶେରଗଡ଼ ପୋଲିସ ଥାନା ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛି।

    ଟିକେଟ ବଣ୍ଟାକୁ ନେଇ ଦିଗପହଣ୍ଡିରେ ଭାଜପାର ଅସନ୍ତୋଷ: ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ବିରୋଧ

ଟିକେଟ ବଣ୍ଟାକୁ ନେଇ ଦିଗପହଣ୍ଡିରେ ଭାଜପାର ଅସନ୍ତୋଷ: ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ବିରୋଧ

ବ୍ରହ୍ମପୁର ଅଫିସ,୨୪।୩: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଭାଜପା ପକ୍ଷରୁ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକେଟ ଦିଆଯାଇଛି। ଏହାକୁ ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଅନ୍ୟ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

ବିଷାକ୍ତ ଖାଦ୍ୟ ଖାଇ ଏସ୍‌.ମାରିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀ ମୃତ, ୫ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ଏସ୍‌.ମାରିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀ ମୃତ, ୫ ଅସୁସ୍ଥ

ଗୋଷାଣି,୨୪।୩(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକର ଲାବଣ୍ୟଗଡ଼ ଏସ୍‌. ମାରଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଉକ୍ତ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ମୃତକ ହେଲେ ଉଦୟଗିରି ଥାନା ଏନ୍‌ ରୋଗେଇସିଂ ଗ୍ରାମର ମିଶାଲ ରଇତଙ୍କ ଝିଅ ଟୁନି ରଇତ। 

ଯକ୍ଷ୍ମା ଦିବସ ପାଳିତ

ଯକ୍ଷ୍ମା ଦିବସ ପାଳିତ

ବ୍ରହ୍ମପୁର ଅଫିସ,୨୪ା୩ : ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ରବିବାର ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

୧୯ ଡକାୟତ ଗିରଫ : ୪ ବନ୍ଧୁକ, ବୋମା ଓ ଖଣ୍ଡା ଜବତ

୧୯ ଡକାୟତ ଗିରଫ : ୪ ବନ୍ଧୁକ, ବୋମା ଓ ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୪ା୩-ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି।  ଏବେଠୁ ପୋଲିସ ଶାନ୍ତିଶୃଙ୍ଖଳା ଓ ଅବାଧ ନିର୍ବାଚନ ପାଇଁ ଅପରାଧୀ ଧରପଗଡ଼ ଅଭିଯାନ ଜୋରଦାର କରିଛି। ଜେଲ ଫେରନ୍ତା ଓ ଫେରାର ଥିବା ପେସାଦାର ଅଭିଯୁକ୍ତଙ୍କ ଗତିବିଧି ଉପରେ ଦୃଷ୍ଟି ଦେବା ସହ ସେମାନଙ୍କୁ କାବୁ କରିବା ପାଇଁ ଯୋଜନା କରିଛି। 

ଯୁବକଙ୍କୁ ଆକ୍ରମଣ, ୩ ଅଟକ

ଯୁବକଙ୍କୁ ଆକ୍ରମଣ, ୩ ଅଟକ

ବ୍ରହ୍ମପୁର ଅଫିସ,୨୪ା୩-ଗାନ୍ଧୀନଗରରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଟାଉନ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ବୋଲି ଥାନାଧିକାରୀ ସନ୍ତୋଷିନୀ ଓରାମ କହିଛନ୍ତି। 

ହୋଲି ଖେଳକୁ ନେଇ ୨ଗୋଷ୍ଠୀ ମଧ୍ୟରେ ମାରପିଟ, ଥାନାରେ ମାମଲା

ଗୋପାଳପୁର,୨୪ା୩(ଡି.ଏନ୍‌.ଏ.)-ଗୋପାଳପୁର ଥାନା  ଭାବିନାରୟଣପୁରରେ ଶୁକ୍ରବାର ହୋଲି ଖେଳବେଳେ ରଙ୍ଗ ଲଗାଇବାକୁ ନେଇ  ୨ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି। ଏ. ଜଗନ୍ନାଥଙ୍କ ଅଭିଯୋଗ ପ୍ରକାରେ ନଂ.୩୫/୧୯ ଓ କେ. ରଘୁନାଥଙ୍କ ଅଭିଯୋଗ ପ୍ରକାରେ ନଂ.୩୬/୧୯ରେ ମାମଲା ରୁଜୁ ହୋଇଛି।

ନିର୍ବାଚନ ପ୍ରସ୍ତୁତି ଉପରେ ଜିଲାପାଳଙ୍କ ସୂଚନା: ବୁଥ୍‌କୁ ଦିବ୍ୟାଙ୍ଗ ଭୋଟରଙ୍କୁ ଅଣାଯିବା ବ୍ୟବସ୍ଥା

ନିର୍ବାଚନ ପ୍ରସ୍ତୁତି ଉପରେ ଜିଲାପାଳଙ୍କ ସୂଚନା: ବୁଥ୍‌କୁ ଦିବ୍ୟାଙ୍ଗ ଭୋଟରଙ୍କୁ ଅଣାଯିବା ବ୍ୟବସ୍ଥା

ଛତ୍ରପୁର,୨୪ା୩(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଶନିବାର ଅପରାହ୍ନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ,୨୪ା୩(ଡି.ଏନ୍‌.ଏ.) -ଗୋଛାପଡା ଥାନା ଅଞ୍ଚଳ ଲୁହୁରାସାହି ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଗୋଚ୍ଛାପଡା ପୋଲିସ ଚଢାଉ କରି ଏକ କାର ଭିତରୁ ୪୨ କେଜି ଗଞ୍ଜେଇ ଜବତ କରିଛି। 

ପୋଲିସକୁ ପିଟି ବାଇକ୍‌ ଚାଳକ ଗିରଫ

ପୋଲିସକୁ ପିଟି ବାଇକ୍‌ ଚାଳକ ଗିରଫ

ବୁଗୁଡ଼ା,୨୪ା୩(ଡି.ଏନ.ଏ.)-ବୁଗୁଡ଼ା ଥାନା ହାବିଲଦାରଙ୍କୁ ଗାଳିଗୁଲଜ ସହ ତାଙ୍କୁ ପିଟିବା ଅଭିଯୋଗରେ ପୋଲିସ ବାଇକ୍‌କୁ ଜବତ କରିବା ସହ ଶନିବାର ଚାଳକଙ୍କୁ କୋର୍ଟଚାଲାଣ କରିଛି । 

ମଦ ଜବତ, ୩ କୋର୍ଟଚାଲାଣ

ଗୋପାଳପୁର,୨୪ା୩-ବେଆଇନ ମଦ ବିକ୍ରି ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ଦୁଇଦିନରେ ତିନୋଟି ସ୍ଥାନରେ ଚଢ଼ାଉ କରି ୩ ଜଣଙ୍କୁ ଶନିବାର କୋର୍ଟଚାଲାଣ କରିଛି। 

ପଦ୍ମାବତୀ ସ୍ମାରକୀ କ୍ରିକେଟ ଟ୍ରଫ, ଲିଡ୍‌ସ ଚାମ୍ପିୟନ୍‌

ପଦ୍ମାବତୀ ସ୍ମାରକୀ କ୍ରିକେଟ ଟ୍ରଫ, ଲିଡ୍‌ସ ଚାମ୍ପିୟନ୍‌

ବ୍ରହ୍ମପୁର ଅଫିସ,୨୪ା୩-ବ୍ରହ୍ମପୁର ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଏଲ୍‌.ପଦ୍ମାବତୀ ସ୍ମାରକୀ କ୍ରିକେଟ ଟ୍ରଫି ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଲିଡ୍‌ସ କ୍ରିକେଟ କ୍ଲବ ଚାମ୍ପିୟନ୍‌ ହୋଇଥିବା ବେଳେ ଖଲ୍ଲିକୋଟ ରନର୍ସଅପ୍‌ ହୋଇଛି। 


Model This Week

ରଶ୍ମି
Why Dharitri