ରାଜ୍ୟ |

ବେଆଇନ ଖଣି ଲିଜ୍‌ଧାରୀଙ୍କୁ ସରକାରଙ୍କ ଚେତାବନୀ: ଜରିମାନା ପଇଠ କର ନହେଲେ ସମ୍ପତ୍ତି ବାଜ୍ୟାପ୍ତ

ବେଆଇନ ଖଣି ଲିଜ୍‌ଧାରୀଙ୍କୁ ସରକାରଙ୍କ ଚେତାବନୀ: ଜରିମାନା ପଇଠ କର  ନହେଲେ ସମ୍ପତ୍ତି ବାଜ୍ୟାପ୍ତ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ପରିବେଶ ଆଇନକୁ ଉଲ୍ଲଂଘନ କରି ବେଆଇନ ଭାବେ ଖଣି ଖନନ କରିଥିବା ଲିଜ୍‌ଧାରୀଙ୍କୁ ସରକାର ପୁଣି ଥରେ କଡା ଚେତାବନୀ ଦେଇଛନ୍ତି। ଯେଉଁ ଲିଜ୍‌ଧାରୀମାନେ ଜରିମାନା ରାଶି ଜମା କରି ନାହାନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ। ଆବଶ୍ୟକ ସ୍ଥଳେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ । ଏ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲାସ୍ତରୀୟ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ମଲ୍ଲିକ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ବେଆଇନ ଭାବେ ଅଧିକ ଖଣି ଖନନ କରିଥିବା ଲିଜ୍‌ଧାରୀଙ୍କ ଉପରେ ଜରିମାନା ଧାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ ନିକଟରେ ୧୦୦ ପ୍ରତିଶତ ଜରିମାନା ରାଶି ଦାଖଲ କରିବାକୁ ୨୦୧୭ ଅଗଷ୍ଟରେ ସର୍ବୋଚ୍ଚ ଅଦାଲତ ବେଆଇନ ଲିଜ୍‌ଧାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜରିମାନା ରାଶି ପ୍ରଦାନ କରିବାକୁ କୁହାଯାଇଥିଲା। ଫଳରେ ଜରିମାନା ପଇଠ କରିବାକୁ ସରକାରଙ୍କ ପକ୍ଷରୁ ୧୩୭ ଲିଜ୍‌ଧାରୀଙ୍କୁ ନୋଟିସ ଜାରି କରାଯାଇଥିଲା।
ସେମାନଙ୍କଠାରୁ ୧୭,୫୭୬ କୋଟି ଟଙ୍କା ଆଦାୟ କରିବାକୁ ଧାର୍ଯ୍ୟ କରାଯାଇଛି। ସେଥିରୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ମାତ୍ର ୮୧ ଜଣ ଲିଜଧାରୀଙ୍କଠାରୁ ୧୧ ହଜାର ୬୨୧ କୋଟି ଟଙ୍କା ଆଦାୟ ହୋଇଛି । କାର୍ଯ୍ୟକ୍ଷମ ଥିବା ଖଣିଗୁଡିକ ସେମାନଙ୍କର ଜରିମାନା ରାଶି ପଇଠ କରିଥିବା ବେଳେ ବନ୍ଦ ହୋଇ ରହିଥିବା ୫୬ଟି ଖଣି ଲିଜ୍‌ଧାରୀମାନେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜରିମାନା ରାଶି ପ୍ରଦାନ କରି ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ୫୬ ଲିଜ୍‌ଧାରୀଙ୍କ ମଧ୍ୟରୁ ୧୩ ଜଣ ଅଳ୍ପ କିଛି ଜରିମାନା ଅର୍ଥ ଦାଖଲ କରିଛନ୍ତି। ବନ୍ଦ ଖଣିଗୁଡିକରୁ ଏବେ ସୁଦ୍ଧା ୭ ହଜାର ୬୮୯ କୋଟି ଟଙ୍କା ଆଦାୟ ବାକି ରହିଛି। ଜରିମାନା ଆଦାୟକୁ ତ୍ୱରାନ୍ବିତ କରିବା ପାଇଁ ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ଜିଲାପାଳଙ୍କ ସମେତ ଉପଜିଲାପାଳ, ତହସିଲଦାର ଓ ଆଞ୍ଚଳିକ ଖଣି ନିର୍ଦ୍ଦେଶକ ସଦସ୍ୟ ରହିଛନ୍ତି। ପ୍ରତି ମାସରେ କମିଟି ଏ ନେଇ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଜରିମାନା ପ୍ରଦାନରେ ଖିଲାପ କରୁଛନ୍ତି ସେମାନଙ୍କ ବିରୋଧରେ କେସ କରିବା ସହ ସେମାନଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଲିଜ୍‌ଧାରୀମାନେ କେତେ ପରିମାଣ ଅର୍ଥ ପ୍ରଦାନ କଲେ ସେ ନେଇ ଏକ ଷ୍ଟାଟସ ରିପୋର୍ଟ ଦେବାକୁ ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରିବେଶ ମଞ୍ଜୁରୀ ନ ନେଇ ବେଆଇନ ଭାବେ ଲିଜ୍‌ଧାରୀମାନେ ୨୦୦୦ରୁ ୨୦୧୧ ମଧ୍ୟରେ ଲୁହାପଥର ଓ ମାଙ୍ଗନିଜ ଖୋଳି ନେଇଥିଲେ। ସେଥିପାଇଁ ସେମାନଙ୍କ ଉପରେ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜ୍ୟ ସରକାର ବେଆଇନ ଲିଜ୍‌ଧାରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜରିମାନା ରାଶି ପଇଠ କରିବାକୁ ନୋଟିସ ଜାରି କରିଥିଲେ। ତେବେ ଏହା ବିରୋଧରେ ଲିଜ୍‌ଧାରୀମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଖଣି ଖନନ ବେଳେ ପରିବହନ ଖର୍ଚ୍ଚ, ରୟାଲଟି ଓ ଟିକସ ବାବଦ ରାଶିକୁ ଜରିମାନାରୁ ବାଦ୍‌ ଦେବାକୁ ଲିଜ୍‌ଧାରୀ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ ସର୍ବୋଚ୍ଚ ଅଦାଲତ ଲିଜ୍‌ଧାରୀଙ୍କ ଆବେଦନକୁ ଖାରଜ କରି ୨୦୧୭ ଡିସେମ୍ବର ସୁଦ୍ଧା ଜରିମାନା ରାଶି ପଇଠ କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ।

All Right Reserved By

ରାଜ୍ୟ |

ପ୍ରେମରେ ବିଫଳ ହେବାରୁ ନାବାଳକ କରିଥିଲେ ହତ୍ୟା

ପ୍ରେମରେ ବିଫଳ ହେବାରୁ ନାବାଳକ କରିଥିଲେ ହତ୍ୟା

ଯାଜପୁର ରୋଡ,୨୩ା୬(ନି.ପ୍ର)- ଯାଜପୁର ଜିଲା କୋରେଇ ଥାନା ଫାଜଲପୁର ଗାଁରେ ଗତ ୧୮ ତାରିଖରେ ସୁନୀତା ଓତାର ନାମ୍ନୀ ନାବାଳିକାଙ୍କ ହାତଗୋଡ଼ ବନ୍ଧା ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ସମଗ୍ର ଜିଲାରେ ଚହଳ ସୃଷ୍ଟି କରିଥିବା ବେଳେ ନାବାଳିକାର ମୃତ୍ୟୁ କିଭଳି ହେଲା ସେ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

ମହିଳାଙ୍କୁ ଗଣବଳାତ୍କାର ଉଦ୍ୟମ, ଜଣେ ଅଟକ

ମହିଳାଙ୍କୁ ଗଣବଳାତ୍କାର ଉଦ୍ୟମ, ଜଣେ ଅଟକ

ବରଗଡ଼ ଅଫିସ୍‌,୨୩।୬- ବରଗଡ଼ ଟାଉନ ଥିନା ଅଧୀନ କଟାପାଲି ଗ୍ରାମ ନିକଟ ଏକ ଫାର୍ମ ହାଉସରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ଗଣବଳାତ୍କାର ଉଦ୍ୟମ ହୋଇଥିଲା। ପୋଲିସ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍‌ ହୋଇଯାଇଛନ୍ତି ।

ଖାଉଟି ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଖାଉଟି ଅଧିକାର ଉଲଂଘନ ହେଲେ ତାହାର ପ୍ରତିକାର ପାଇଁ ଆଇନରେ ସ୍ବତନ୍ତ୍ର ଖାଉଟି ଅଦାଲତର ବ୍ୟବସ୍ଥା କରାଯାଇଛି। ଉଚିତ ମୂଲ୍ୟରେ ଉତ୍ତମ ମାନର ଦ୍ରବ୍ୟ ଓ ସେବା ବଜାରରେ ଉପଲବ୍ଧ ହେବା ଖାଉଟିର ଆଇନଗତ ଅଧିକାର ରହିଛି।

ବିଜୟ ସମ୍ଭାବନା ଥିବା ଆସନକୁ ଦିଆଯିବ ପ୍ରାଥମିକତା: ନିରଞ୍ଜନ

ବିଜୟ ସମ୍ଭାବନା ଥିବା ଆସନକୁ ଦିଆଯିବ ପ୍ରାଥମିକତା: ନିରଞ୍ଜନ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶୁକ୍ରବାର ସ୍କ୍ରିନିଂ କମିଟି ଗଠନ ପରେ ରାଜ୍ୟ ନେତୃତ୍ୱ ଆହୁରି ଉତ୍ସାହିତ ହୋଇଥିବା ଜଣାପଡିଛି।

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନେଇ ବିଚାର ଚାଲିଛି: ପର୍ଯ୍ୟଟନ ମନ୍ତ୍ରୀ

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନେଇ ବିଚାର ଚାଲିଛି: ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ନେଇ ବିଚାର ଚାଲିଥିବା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ବନ୍ଦେ ଉତ୍କଳ ଜନନୀ ସଂଗୀତ ପ୍ରତି ସମସ୍ତଙ୍କର ଆନ୍ତରିକତା ରହିଛି। ବିଧାନସଭା ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ଏହା ଗାନ ହେବା ବେଳେ ସମସ୍ତେ ସମ୍ମାନ ଜଣାଇଥାନ୍ତି।

ନବଜାତ ଶିଶୁପୁତ୍ରକୁ ଖତଗଦାରେ ପୋତିଦେଲେ ମା’

ନବଜାତ ଶିଶୁପୁତ୍ରକୁ ଖତଗଦାରେ ପୋତିଦେଲେ ମା’

କପ୍ତିପଦା,୨୩ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଲାବଣ୍ୟଦେଇପୁର ପଞ୍ଚାୟତ ଢିପାସାହି ଗ୍ରାମର ଜଣେ ମହିଳା ନିଜ ନବଜାତ ଶିଶୁ ପୁତ୍ରକୁ ଏକ ଖତଗଦାରେ ପୋତି ଦେଇଥିବା ଘଟଣା ଶନିବାର ଲୋକଲୋଚନକୁ ଆସିଛି।

ବିବାହିତ ସତ୍ତ୍ୱେ ପ୍ରେମିକାଙ୍କ ବିବାହକୁ ସହିପାରିଲେନି ପ୍ରେମିକ

ବିବାହିତ ସତ୍ତ୍ୱେ ପ୍ରେମିକାଙ୍କ ବିବାହକୁ ସହିପାରିଲେନି ପ୍ରେମିକ

କଣ୍ଟାପଡା, ୨୩।୬(ଡି.ଏନ୍‌.ଏ.) କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳବ୍ରାହ୍ମଣସାଇଲୋ ଗ୍ରାମର ଜଣେ ବିବାହିତ ଯୁବକ ଶନିବାର କନ୍ଦଳନଦୀ ପଠାରେ ଥିବା ଏକ ଚାକୁଣ୍ଡା ଗଛରେ ରଶିଲଗାଇ ଅତ୍ମହତ୍ୟା କରିଛନ୍ତି।

ଘର ଭିତରୁ ୧୦୦ରୁ ଊର୍ଦ୍ଧ୍ୱ ନାଗ ଛୁଆ ଉଦ୍ଧାର

ଘର ଭିତରୁ ୧୦୦ରୁ ଊର୍ଦ୍ଧ୍ୱ ନାଗ ଛୁଆ ଉଦ୍ଧାର

ଧାମନଗର,୨୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମର ବିଜୟ ଭୁୟାଁଙ୍କ ଘର ଭିତରୁ ଶନିବାର ଶହେରୁ ଊର୍ଦ୍ଧ୍ୱ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପଲାଇନ୍‌ ଓ ଧାମନଗର ବନ ବିଭାଗ ପକ୍ଷରୁ ସାପଧରା କାର୍ଯ୍ୟ ଜାରି ରହିଛି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ବାଙ୍କୀର ସାହାପଦା ପାଇକ ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପୂର୍ଣ୍ଣ ରାଉତ ଘର ସାମ୍ନା ବାରଣ୍ଡାରେ ଉଝି ଦେଇ ମଶାରି ଟାଙ୍ଗି ଶୋଇଥିବା ବେଳେ ଭିତରକୁ ଏକ ଚନ୍ଦନ ବୋଡ଼ା ପଶିଯାଇଥିଲା।

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ରାଜ୍ୟବାସୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହା କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୁହେଁ, ବରଂ ଖୋଦ୍‌ ରାଜଧାନୀରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ମାତ୍ର ଶକ୍ତି ବିଭାଗ ଏସବୁ ସମସ୍ୟାର ସମାଧାନ ନ କରି ପୂର୍ବବତ୍‌ ବିଭିନ୍ନ ନିୟମ ଖିଲାପ କରିଥିବା ବିଦ୍ୟୁତ୍‌ ସଂଯୋଗୀକରଣ, ବଣ୍ଟନ ଏବଂ ଶୁଳ୍କ ଆଦାୟ ସଂସ୍ଥାକୁ ବିନା ଟେଣ୍ଡରରେ ଅନୁକମ୍ପା ପ୍ରଦାନ କରିଚାଲିଛି।

ଓଡ଼ାପଡ଼ାରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ୧୯୨ ପ୍ରକଳ୍ପକୁ ଅର୍ଥ ମଞ୍ଜୁର

ଓଡ଼ାପଡ଼ାରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ୧୯୨ ପ୍ରକଳ୍ପକୁ ଅର୍ଥ ମଞ୍ଜୁର

ଓଡ଼ାପଡ଼ା,୨୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗଡିଆକାଟେଣୀ ଛକ ନିକଟସ୍ଥ ପଡ଼ିଆରେ ଶନିବାର ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ୧୯୨ଟି ପ୍ରକଳ୍ପ ନିମନ୍ତେ ୪ କୋଟି ୯୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି।

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ପୁରୀ ଅଫିସ,୨୩ା୬ : ପୁରୀ ଗୋବର୍ଦ୍ଧନ ମଠସ୍ଥିତ ବିମଳା ମନ୍ଦିରରୁ ଚୋରି ହୋଇଥିବା ଶନିବାର ଗୋବର୍ଦ୍ଧନ ମଠ ପକ୍ଷରୁ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ବେଢ଼ାରେ ଥିବା ହୁଣ୍ଡି ତାଡି ଲକ୍ଷାଧିକ ଟଙ୍କା, ଦାନ ଦକ୍ଷିଣା ଆଦି ଚୋରିକରି ନେଇଛନ୍ତି।

Model This Week

ପ୍ରଭାତ