ବ୍ରହ୍ମପୁର

ମୋଷ୍ଟ ୱାଣ୍ଟେଡ୍‌ ବବୁଲ କୋର୍ଟ ଚାଲାଣ

ମୋଷ୍ଟ ୱାଣ୍ଟେଡ୍‌ ବବୁଲ କୋର୍ଟ ଚାଲାଣ
ଭଞ୍ଜନଗର,୭।୩(ଡି.ଏନ.ଏ.)- ଏନ୍‌କାଉଣ୍ଟରରେ କାବୁ ହୋଇଥିବା ଝାଡ଼ଖଣ୍ଡ ପୋଲିସର ମୋଷ୍ଟୱାଣ୍ଟେଡ଼ ବବୁଲ ପାଶୱାନଙ୍କୁ ବୁଧବାର ଅପରାହ୍ନରେ ଭଞ୍ଜନଗର କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବା ପରେ ବବୁଲଙ୍କୁ ସ୍ଥାନୀୟ ସ୍ବତନ୍ତ୍ର ଉପ କାରଗାରକୁ ପଠାଇ ଦିଆଯାଇଛି। ଆସିକାର ବସ୍‌ ମାଲିକ ପ୍ରତାପ ପୋଲେଇଙ୍କୁ ରବି ନାହାକ ନଭେମ୍ବର ୭ ତାରିଖରେ ଗୁଳିକରି ହତ୍ୟା କରିଥିଲେ। ପ୍ରତାପଙ୍କ ବନ୍ଧୁ ତଥା ଆସିକା ଏନଏସିର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ପୋଲେଇ ପ୍ରତିଶୋଧ ନେବାପାଇଁ ଯୋଜନା କରିଥିଲେ। ରବିଙ୍କୁ ହତ୍ୟା କରିବା ପାଇଁ ସେ ରାଉରକେଲାରେ ରହୁଥିବା ବବୁଲ ଓ ହିଞ୍ଜିଳିକାଟୁ ଥାନା ଅଞ୍ଚଳର ଜିତେନ୍ଦ୍ର ନାୟକଙ୍କୁ ଟଙ୍କା ଦେଇଥିଲେ। ଝାଡ଼ଖଣ୍ଡ ପୋଲିସ ବବୁଲଙ୍କ ଗତିବିଧି ଜାଣି ଗଞ୍ଜାମ ପୋଲିସକୁ ସୂଚନା ଦେଇଥିଲା। ଅଭିଯୁକ୍ତଦ୍ୱୟ କୌଣସି ଅଘଟଣ ଘଟାଇବା ପୂର୍ବରୁ ଭଞ୍ଜନଗର ପୋଲିସ ନିଧିଆପଲ୍ଲୀ ନିକଟରେ ସେମାନଙ୍କୁ ଏନକାଉଣ୍ଟର କରି କାବୁ କରିଥିଲା। ମଙ୍ଗଳବାର ବ୍ରହ୍ମପୁର ବଡ଼ ମେଡ଼ିକାଲରୁ ବବୁଲ ସୁସ୍ଥ ହୋଇ ବାହାରିଥିଲେ। ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ବବୁଲଙ୍କୁ ରିମାଣ୍ଡରରେ ଆଣିବା ସମ୍ଭାବନା ରହିଛି।
All Right Reserved By

ବ୍ରହ୍ମପୁର

ଜାନିବିଲି ପ୍ରକଳ୍ପ ଭେଳିକି, ଖରା ଆରମ୍ଭରୁ ପାନୀୟ ଜଳ ସଙ୍କଟ

ଜାନିବିଲି ପ୍ରକଳ୍ପ ଭେଳିକି, ଖରା ଆରମ୍ଭରୁ ପାନୀୟ ଜଳ ସଙ୍କଟ

ବ୍ରହ୍ମପୁର ଅଫିସ,୨୫ା୩-ବ୍ରହ୍ମପୁରର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଗତ ୩ ତାରିଖରେ ଜାନିବିଲି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ ହୋଇଛି।  ତଥାପି ପ୍ରଥମ ପର୍ଯ୍ୟାୟରେ ନିର୍ଦ୍ଧାରିତ ୱାର୍ଡକୁ ପାନୀୟ ଜଳ ଯୋଗାଣ ଠିକଭାବେ ହେଉ ନ ଥିବା ଅଭିଯୋଗ ହୋଇଛି।  

ଦୁବାଇରେ ବ୍ରହ୍ମପୁର ଡାକ୍ତରଙ୍କ ଉପସ୍ଥାପନା

ଦୁବାଇରେ ବ୍ରହ୍ମପୁର ଡାକ୍ତରଙ୍କ ଉପସ୍ଥାପନା

ବ୍ରହ୍ମପୁର ଅଫିସ,୨୫ା୩-ଗ୍ଲୋବାଲ୍‌ କାର୍ଡିଓ ଏବଂ ଡାଇବେଟିସ୍‌ ଏକାଡ଼େମି ତରଫରୁ ଦୁବାଇ ଠାରେ ମେଟାବୋଲିକ୍‌ କନ୍‌କ୍ଲେଭ୍‌-୨୦୧୯ ଅନୁଷ୍ଠିତ ହୋଇଯାଇଛି । ଥାଇରଏଡ୍‌ ସମସ୍ୟା ଥିଲା ଏହି ବର୍ଷର ମୁଖ୍ୟ ବିଷୟ। 

ବ୍ରହ୍ମପୁରରେ ହେବ ତ୍ରିମୁଖୀ ଲଢ଼େଇ

ବ୍ରହ୍ମପୁରରେ ହେବ ତ୍ରିମୁଖୀ ଲଢ଼େଇ

ବ୍ରହ୍ମପୁର ଅଫିସ,୨୫ା୩-ଗଞ୍ଜାମ ଜିଲାର ବ୍ରହ୍ମପୁର ଲୋକସଭା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୧ରେ ହେବ ମତଦାନ। ସୋମବାର ନାମାନଙ୍କନ ପତ୍ର ଦାଖଲର ଶେଷ ଦିବସ । ତେଣୁ ବିଭିନ୍ନ ଦଳରୁ ଟିକେଟ ପାଇଥିବା ପ୍ରାର୍ଥୀଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । 

ଟିକେଟ ବଣ୍ଟନକୁ ନେଇ ଆଇଏନ୍‌ଟିୟୂସିର ଅସନ୍ତୋଷ

ଟିକେଟ ବଣ୍ଟନକୁ ନେଇ ଆଇଏନ୍‌ଟିୟୂସିର ଅସନ୍ତୋଷ


ଫୁଲବାଣୀ ଅଫିସ, ୨୪ା୩-କନ୍ଧମାଳ ଜିଲାରେ ଲୋକସଭା ଓ ୨ଟି ବିଧାନସଭା କ୍ଷେତ୍ର ଲାଗି କଂଗ୍ରେସର ଟିକେଟ ବଣ୍ଟନକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ(ଆଇଏନ୍‌ଟିୟୂସି) ବିରୋଧ କରିଛି। ଫୁଲବାଣୀରେ ଦଳୀୟ କାର୍ଯ୍ୟାଳୟରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆଇଏନଟିୟୂସିର ସଭାପତି ଘନ ଶବର ଯୋଗଦେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ନେତୃବୃନ୍ଦଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଜିଲାରେ କଂଗ୍ରେସର ସଂଗଠନ ସୁପ୍ତ ଅବସ୍ଥାରେ ଥିଲା। କଂଗ୍ରେସର ଏହି ଶ୍ରମିକ ଶାଖା ୨୦୧୩ରୁ ସଂଗଠନକୁ ମଜବୁତ୍‌ କରି କାର୍ଯ୍ୟ କରି ଆସୁଛି। ଯେତବେଳେ ଦଳ ଯେଉଁ ପ୍ରକାର ସାହାର୍ଯ୍ୟ ଚାହିଁଛି ତାହା କରାଯାଇଛି। ଆମେ ବିଗତ ୬ ବର୍ଷ ହେବ ଦଳୀୟ

କେନାଲ ନିକଟରୁ ବନ୍ଧୁକ, ବାରୁଦ ଜବତ

କେନାଲ ନିକଟରୁ ବନ୍ଧୁକ, ବାରୁଦ ଜବତ

ଚିକିଟି,୨୪।୩(ଡି.ଏନ.ଏ.)- ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ କେନାଲ ହିଡରୁ କେ.ନୂଆଗାଁ ପୋଲିସ ଶନିବାର ବିଳମ୍ବିତ ରାତିରେ ଦେଶୀ ବନ୍ଧୁକ ଓ ବାରୁଦ ଜବତ କରିଛି। କେହି ଶିକାରୀ ଶିକାର ପାଇଁ ବନ୍ଧୁକ ସଜାଡୁଥିବା ବେଳେ ପୋଲିସ୍‌କୁ ଦେଖି ଦୌଡି ପଳାଇଥିଲେ। ପୋଲିସ ସେଠାରୁ ବନ୍ଧୁକ ଓ ବାରୁଦ ଜବତ କରିଥିଲା।

ମୋହନା, ଅଡବା ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ମୋହନା, ଅଡବା ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ମୋହନା,୨୪ା୩(ଡି.ଏନ୍‌.ଏ.)- ମୋହନା ସଦର ମହକୁମାରେ ମୋହନା ଥାନା ପକ୍ଷରୁ ରବିବାର ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିଲା। ଆସନ୍ତା ସାଧାରଣ ନିର୍ବାଚନବେଳେ ଭୋଟରମାନେ ନିର୍ଭୟରେ ଭୋଟଦାନ କରିବାକୁ ସଚେତନତା କରାଯାଇଥିଲା। ଗଜପତି ଏସ୍‌ପି ସାରା ଶର୍ମାଙ୍କ ନେତୃତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଫ୍ଲାଗ୍‌ମାର୍ଚ୍ଚ ମୋହନା ଥାନାଠାରୁ ଆରମ୍ଭ ହୋଇ ମୋହନା ଷ୍ଟେଟ୍‌ ବ୍ୟାଙ୍କ, ସାହିଗୁଡ଼ିକ ପରିକ୍ରମା କରି ଲୋକଙ୍କୁ ସଚେତନତା କରାଯାଇଥିଲା। ଏଥିରେ ମୋହନା ଥାନା ଅଧିକାରୀ ସୁଜିତ୍‌ ନାୟକ, ଆଲୋକ ରଞ୍ଜନ ଜଗଦଲା, ପିଙ୍କି ମୁର୍ମୁ ପ୍ରମୁଖ  ଯୋଗ ଦେଇଥିଲେ।

କାର ସହ ୫୦ କେଜି ଗଞ୍ଜେଇ ଜବତ

କାର ସହ ୫୦ କେଜି ଗଞ୍ଜେଇ ଜବତ


ମୋହନା,୨୪ା୩(ଡି.ଏନ୍‌.ଏ.)- ମୋହନା ଥାନା ପିଣ୍ଡିକି ପଞ୍ଚାୟତ ନିଜୁମା ଗ୍ରାମ ଛକଠାରେ ମୋହନା ପୋଲିସ ରାତ୍ରକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଏକ କାର୍‌କୁ  ଅଟକାଇ ଯାଞ୍ଚ କରିବାବେଳେ ସେଥିରୁ ୫୦କେଜି ଗଞ୍ଜେଇ ଜବତ ହୋଇଛି। ଗାଡି ଚାଳକ ଓ ଗାଡିରେ ଥିବା ଅନ୍ୟଜଣେ ଜଙ୍ଗଲକୁ ଦୌଡି ପଳାଇଥିଲେ।
    ପ୍ରକାଶ ଯେ, ଏକ ନିଛାଟିଆ ସ୍ଥାନରୁ ଏକ କାର୍‌ (ନଂ.ଓଡି ୦୨ ଏୟୁ-୯୪୬୨) ରାଜ୍ୟ ରାଜପଥ ଉପରକୁ ଆସୁଥିବା ବେଳେ ପୋଲିସ ସନ୍ଦେହ କରି ଗାଡିଟିକୁ ଅଟକାଇଥିଲା। ଗାଡିଚାଳକ ଓ ଗାଡିରେ ଥିବା ଅନ୍ୟଜଣେ ସେଠାରୁ ଦୌଡି ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ପୋଲିସ ଗାଡି ଯାଞ୍ଚବେଳେ ସେଥିରୁ ୩ ବସ୍ତାରୁ ୫୦କେଜି ଗଞ୍ଜେଇ ଜବତ କରିଥିଲା। ଏସଆଇ ସିନ୍ଧୁ ସାର୍କାଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ। ଗଞ୍ଜେଇ ବସ୍ତାଗୁଡିକୁ ମାଜିଷ୍ଟ୍ରେଟ୍‌ ଦ୍ୱାୟିତ୍ୱରେ ଥିବା କଲ୍ୟାଣି ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।

୩୮୦ ଲିଟର ମଦ ଜବତ

୩୮୦ ଲିଟର ମଦ ଜବତ

ଧରାକୋଟ,୨୪।୩(ଡି.ଏନ୍‌.ଏ.)- ଧରାକୋଟ ଥାନା ଜଗମୋହନ ପଞ୍ଚାୟତର ଚମ୍ପାପଲ୍ଲୀ, ଭାଲିଆପାଲ୍ଲୀରୁ ରବିବାର ସକାଳେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ବ୍ୟାପକ ଦେଶୀ ମଦ ପୋଚ ନଷ୍ଟ କରାଯିବା ସହ ୩୮୦ ଲି. ମଦ ଜବତ କରାଯାଇଛି। ଏଥିସହ ବିପୁଳ ପରିମାଣର ଗୁଡ଼, ରସ ହାଣ୍ଡି, ୨୦ରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ ବ୍ୟାରେଲ ସହ ଅନ୍ୟାନ୍ୟ ବ୍ୟବହୃତ ସରଞ୍ଜାମ ଜବତ ହୋଇଛି। ଗ୍ରାମ ନିକଟ ଲଟା ବୁଦା ମୂଳେ ଥିବା ୧୩ ହଜାର ଲିଟର ଦେଶୀ ମଦ ପୋଚ ନଷ୍ଟ କରାଯାଇଛି।

ନିର୍ବାଚନ ପାଇଁ  ଶେରଗଡ଼ ପୋଲିସର ଫ୍ଲାଗ ମାର୍ଚ୍ଚ

ନିର୍ବାଚନ ପାଇଁ ଶେରଗଡ଼ ପୋଲିସର ଫ୍ଲାଗ ମାର୍ଚ୍ଚ

ଶେରଗଡ଼,୨୪।୩(ଡି.ଏନ୍‌.ଏ.): ଏପ୍ରିଲ ୧୮ରେ ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନ ହେବ। ଏନେଇ ଶନିବାର ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରଏ ପରିଦର୍ଶନରେ ଆସି ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ହେବାକୁ ନିର୍ଦ୍ଦେଶ ଦେବା ପରେ ରବିବାର ଶେରଗଡ଼ ପୋଲିସ ଥାନା ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛି।

    ଟିକେଟ ବଣ୍ଟାକୁ ନେଇ ଦିଗପହଣ୍ଡିରେ ଭାଜପାର ଅସନ୍ତୋଷ: ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ବିରୋଧ

ଟିକେଟ ବଣ୍ଟାକୁ ନେଇ ଦିଗପହଣ୍ଡିରେ ଭାଜପାର ଅସନ୍ତୋଷ: ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ବିରୋଧ

ବ୍ରହ୍ମପୁର ଅଫିସ,୨୪।୩: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଭାଜପା ପକ୍ଷରୁ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକେଟ ଦିଆଯାଇଛି। ଏହାକୁ ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଅନ୍ୟ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

ବିଷାକ୍ତ ଖାଦ୍ୟ ଖାଇ ଏସ୍‌.ମାରିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀ ମୃତ, ୫ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ଏସ୍‌.ମାରିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀ ମୃତ, ୫ ଅସୁସ୍ଥ

ଗୋଷାଣି,୨୪।୩(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକର ଲାବଣ୍ୟଗଡ଼ ଏସ୍‌. ମାରଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଉକ୍ତ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ମୃତକ ହେଲେ ଉଦୟଗିରି ଥାନା ଏନ୍‌ ରୋଗେଇସିଂ ଗ୍ରାମର ମିଶାଲ ରଇତଙ୍କ ଝିଅ ଟୁନି ରଇତ। 

ଯକ୍ଷ୍ମା ଦିବସ ପାଳିତ

ଯକ୍ଷ୍ମା ଦିବସ ପାଳିତ

ବ୍ରହ୍ମପୁର ଅଫିସ,୨୪ା୩ : ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ରବିବାର ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


Model This Week

ରଶ୍ମି
Why Dharitri