ବ୍ରହ୍ମପୁର

ଯୁବକଙ୍କୁ ହତ୍ୟା, ଗୁଳିମାଡ଼ ସନ୍ଦେହ

ଭଞ୍ଜନଗର,୭।୩(ଡ଼ି.ଏନ.ଏ)-ଭଞ୍ଜନଗର ଥାନା ଡୁମାକୁମ୍ପାର ଜଣେ ଯୁବ ବ୍ୟବସାୟୀଙ୍କ ମୃତଦେହକୁ ନୂଆପଲ୍ଲୀ ଘାଇ ନିକଟରୁ ବୁଧବାର ଉଦ୍ଧାର କରାଯାଇଛି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର (୧୯)। ମୃତଦେହ ନିକଟରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ଓ ମୋବାଇଲ ଫୋନ୍‌ ଜବତ କରିଛି। ଶରୀରରେ ଆଘାତ ଲାଗିଥିବାରୁ ପୂର୍ଣ୍ଣଚନ୍ଦ୍ରଙ୍କୁ କେହି ଗୁଳିକରି ହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଜବତ ବନ୍ଧୁକଟି କାହାର ତାହା ତଦନ୍ତ ଚାଲିଛି। ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସନ୍ଧ୍ୟାରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଛନ୍ତି। ମୃତଦେହକୁ ଗୁରୁବାର ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ। ଏ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୂର୍ଣ୍ଣଚନ୍ଦ୍ର ସାଇକେଲ ଯୋଗେ ବୁଲି ବୁଲି ଫାଷ୍ଟଫୁଡ଼୍‌ ବ୍ୟବସାୟ କରୁଥିଲେ। ମଙ୍ଗଳବାର ବ୍ୟବସାୟ ସାରି ଘରକୁ ଫେରି ଖାଇଥିଲେ। ରାତି ପ୍ରାୟ ୮ଟାରେ ଘରୁ କେଉଁଆଡେ ଚାଲିଯାଇଥିଲେ। ରାତିରେ ସେ ଆଉ ଫେରି ନ ଥିଲେ। ବୁଧବାର ସକାଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନୂଆପଲ୍ଲୀ ଘାଇ ନିକଟରୁ ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହକୁ ଠାବ କରି ଥାନାକୁ ଖବର ଦେଇଥିଲେ। ଏ ନେଇ ଏସଡିପିଓ ଦାସ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଗୁରୁବାର ସୁଦ୍ଧା ସତ୍ୟତା ଜଣାପଡିବ।
All Right Reserved By

ବ୍ରହ୍ମପୁର

ଆଜି ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିବେ ନବୀନ

ଆଜି ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,(ବ୍ୟୁରୋ)/ଛତ୍ରପୁର, ୨୦ା୩(ଡି.ଏନ.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲାର ହିଞ୍ଜିଳି ଏବଂ ବରଗଡ଼ ଜିଲାର ବିଜେପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୁଧବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। 

ନାମାଙ୍କନ ଦାଖଲ: ଦ୍ୱିତୀୟ ଦିନରେ ୨ ଜଣ 

ନାମାଙ୍କନ ଦାଖଲ: ଦ୍ୱିତୀୟ ଦିନରେ ୨ ଜଣ 

ବ୍ରହ୍ମପୁର ଅଫିସ,୨୦ା୩-ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଦ୍ୱିତୀୟ ଦିନରେ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ୨ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। 

ଲତିକାଙ୍କ ହାତରେ ବିଜେଡି, ବିଜୟଙ୍କ ହାତରେ କଂଗ୍ରେସ ଟିକେଟ 

ବେଗୁନିଆପଡା,୨୦ା୩(ଡି.ଏନ୍‌.ଏ.)-ସାଧାରଣ ନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। କବିସୂର୍ଯ୍ୟନଗର ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଲତିକା ପ୍ରଧାନ ଟିକେଟ ହାତେଇଛନ୍ତି। 

କଂଗ୍ରେସରୁ ଇସ୍ତଫା ଦେଲେ ନିରଞ୍ଜନ 

ବ୍ରହ୍ମପୁର ଅଫିସ,୨୦ା୩-ଗଞ୍ଜାମ ଜିଲାରେ କଂଗ୍ରେସ ପ୍ରାର୍ଥୀ ଚୟନରେ ଗୁରୁତର ବିଭ୍ରାଟ ହୋଇଛି। ରାଜ୍ୟ କଂଗ୍ରେସ ବିଜେଡି ସହ ଭିତିରି ସମ୍ପର୍କ ରଖି ଟିକେଟ ବଣ୍ଟନ କରୁଥିବା ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ସଦସ୍ୟ ତଥା ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ ମଙ୍ଗଳବାର ସଙ୍ଗିନ ଅଭିଯୋଗ କରିଛନ୍ତି । 

ଗଞ୍ଜାମ ଜିଲାରେ ୧୩ ବିଧାନସଭା କ୍ଷେତ୍ର: କଂଗ୍ରେସରୁ ଜଣେ ବି ମହିଳାଙ୍କୁ କରାଯାଇନି ପ୍ରାର୍ଥୀ 

ବ୍ରହ୍ମପୁର ଅଫିସ,୨୦ା୩-କଂଗ୍ରେସର ପ୍ରାର୍ଥୀ ତାଲିକା ଗତ ସୋମବାର ମଧ୍ୟରାତ୍ରିରେ ପ୍ରକାଶ ପାଇଛି । ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ ଆସନ ବୁଝାମଣା ଅନୁସାରେ ଛତ୍ରପୁର ସେଗ୍‌ମେଣ୍ଟକୁ ଦଳ ସିପିଆଇକୁ ଛାଡ଼ିଦେଇଛି। ଅବଶିଷ୍ଟ ୧୨ ନିର୍ବାଚନମଣ୍ଡଳୀରୁ ଜଣେ ବି ମହିଳାଙ୍କୁ ଟିକେଟ ଦେଇନାହିଁ କଂଗ୍ରେସ। 

ଗଞ୍ଜାମ ଓକିଲ ସଂଘ ନିର୍ବାଚନ: ସଭାପତି ପଦରେ ତ୍ରିମୁଖୀ ଲଢ଼େଇ 

ଗଞ୍ଜାମ ଓକିଲ ସଂଘ ନିର୍ବାଚନ: ସଭାପତି ପଦରେ ତ୍ରିମୁଖୀ ଲଢ଼େଇ 

ବ୍ରହ୍ମପୁର ଅଫିସ,୨୦ା୩-ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ସୋମବାର ଏବଂ ମଙ୍ଗଳବାର ଦୁଇ ଦିନ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଚାଲିଥିଲା। ମଙ୍ଗଳବାର ଅପରାହ୍ନ ୩ଟାରେ ପ୍ରାର୍ଥତ୍ପତ୍ର ଦାଖଲ ଶେଷ ହୋଇଥିଲା।  

ଲାମ୍ବାକୁପ୍‌ଡା ଶାଳବଣ ଜଳୁଛି

ଲାମ୍ବାକୁପ୍‌ଡା ଶାଳବଣ ଜଳୁଛି

ଖଜୁରିପଡା,୧୯।୩(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକର ଟିଟ୍ରାପଙ୍ଗା ପଞ୍ଚାୟତ ଟିଟ୍ରାପଙ୍ଗା ଖେଳ ପଡିଆକୁ ଲାଗି ଥିବା ଲାମ୍ବାକୁପ୍‌ଡା ଶାଳବଣ ୨ଦିନ ହେଲାଣି ଜଳୁଛି। ମାତ୍ର ଏଯାଏ ବନବିଭାଗ ପାଖରେ ଖବର ନାହିଁ। ପ୍ରାୟ ୫ଏକର ଶାଳବଣର ମୂଲ୍ୟବାନ ଗଛ ଜଳି ନଷ୍ଟ ହୋଇଗଲାଣି। ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ବନବିଭାଗ ସ୍ବତନ୍ତ୍ର କର୍ମଚାରୀ ନିଯୁକ୍ତ କରିଥିଲେ ମଧ୍ୟ ଖରାଦିନ ଆମମ୍ଭରୁ ଜଙ୍ଗଲ ଜଳିଲାଣି। ନିଯୁକ୍ତି ପାଇଥିବା କର୍ମଚାରୀ ବାଇକରେ ବୁଲୁଥିଲେ ମଧ୍ୟ ନିଆଁ ଲିଭାଇବାକୁ ଉଦ୍ୟମ କରୁନାହାନ୍ତି।

ଆସିକା ଲୋକସଭା: ଜଣେ ପ୍ରାର୍ଥିପତ୍ର ଦାଖଲ କଲେ

ଆସିକା ଲୋକସଭା: ଜଣେ ପ୍ରାର୍ଥିପତ୍ର ଦାଖଲ କଲେ

ଛତ୍ରପୁର,୧୯।୩(ଡି.ଏନ.ଏ.)- ପ୍ରଥମ ଦିବସରେ ଆସିକା ଲୋକସଭା ଆସନ ପାଇଁ  ସିପିଆଇ (ଏମଏଲ୍‌) ରେଡ୍‌ ଷ୍ଟାରରୁ ଶଙ୍କର ସାହୁ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଆସିକା ଲୋକସଭା ଆସନର ରିଟର୍ଣ୍ଣିଂ ଅଫିସର ତଥା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୧୯ା୩-ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ପକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତିି। ଏଥିସହ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା କରିଛନ୍ତିି। ଏହା ଅନାଦାୟ ହେଲେ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ରାଇକିଆ ଥାନା ମାଣିକେଶ୍ୱର ଗ୍ରାମର ଶିବ ଓରଫ ଶ୍ରୀବତ୍ସ ଦିଗାଲ।

ଭୋଟ ବର୍ଜନ କରିବ ଏମ୍‌ପିଙ୍କ ଆଦର୍ଶ ଗାଁ

ଭୋଟ ବର୍ଜନ କରିବ ଏମ୍‌ପିଙ୍କ ଆଦର୍ଶ ଗାଁ

ପାତ୍ରପୁର,୧୯।୩(ଡି.ଏନ୍‌.ଏ.)- ବ୍ରହ୍ମପୁର ସଂସଦୀୟକ୍ଷେତ୍ର ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକର ଏମ୍‌ପିଙ୍କ ଆଦର୍ଶ ପଞ୍ଚାୟତ ହେଉଛି କେଶରୀପଡା। ବିକାଶ ହୋଇ ନ ଥିବାରୁ ଚଳିତ ନିର୍ବାଚନରେ ଏହି ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ମଙ୍ଗଳବାର ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଗତ ନିର୍ବାଚନବେଳେ ଗ୍ରାମ୍ୟ ମଣ୍ଡପରେ ଗ୍ରାମ୍ୟସ୍ତରୀୟ ବୈଠକ କରି ବିଜୁ ଜନତା ଦଳକୁ ଭୋଟ ଦେବାପାଇଁ ନିଷ୍ପତ୍ତି କରାଯାଇଥିଲା।

ଭଞ୍ଜନଗର ବାର ଆସୋସିଏଶନ ନିର୍ବାଚନ: ସଭାପତି ଦୌଡରେ ରାଜେନ୍ଦ୍ର, ଅଭିମନ୍ୟୁ

ଭଞ୍ଜନଗର ବାର ଆସୋସିଏଶନ ନିର୍ବାଚନ: ସଭାପତି ଦୌଡରେ ରାଜେନ୍ଦ୍ର, ଅଭିମନ୍ୟୁ

ଭଞ୍ଜନଗର,୧୯।୩(ଡି.ଏନ.ଏ)- ଚଳିତ ମାସ ୩୦ ତାରିଖରେ ଭଞ୍ଜନଗର ବାର ଆସୋସିଏଶନ ନିର୍ବାଚନ ହେବ। ମଙ୍ଗଳବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ସନ୍ଧ୍ୟାରେ ପ୍ରକାଶ ପାଇଛି। ସଭାପତି ଭାବେ ୨ ବରିଷ୍ଠ ଆଇନଜୀବୀ ଅଭିମୁନ୍ୟ ଗୌଡ ଓ ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ମଧ୍ୟରେ ମୁକାବିଲା ହେଉଛି। ଏଥିସହ ଉପ ସଭାପତି ପଦବୀ ପାଇଁ ଜ୍ୟୋତିରାଜ ପତି, ରବୀନ୍ଦ୍ର ନାଥ ବେହେରା, ସମ୍ପାଦକ ଅଶୋକ କୁମାର ଜେନା, ମଣି ଦିକ୍ଷିତ ଓ ସହ ସମ୍ପାଦକ ପଦବୀ ପାଇଁ ଆଶିଷ କୁମାର ପ୍ରଧାନ, ବଳରାମ ମହାପାତ୍ର, ଚନ୍ଦ୍ରମଣି ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି। ଏଥିସହ ୩ କାର୍ଯ୍ୟକାରି କମିଟି ପଦବୀ ପାଇଁ ଅଜୟ କୁମାର ପ୍ରଧାନ, ଛବିଲାଲ ପୃଷ୍ଟି, ଦଣ୍ଡପାଣି ପ୍ରଧାନ, ସୁଧାଶୁଂବାଳା ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେହିଭଳି କୋଷାଧ୍ୟକ୍ଷ ପଦବୀ ପାଇଁ ସୁନନ୍ଦ କୁମାର ତ୍ରିପାଠୀ ଓ ଲାଇବ୍ରେରୀ ସମ୍ପାଦକ ପଦବୀ ପାଇଁ ଜନାର୍ଦନ ପ୍ରଧାନ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଯୋଗୁ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

କଂଗ୍ରେସରୁ ସଞ୍ଜୟ ତ୍ରିପାଠୀ ଭଞ୍ଜନଗର ବିଧାୟକ ପ୍ରାର୍ଥୀ

କଂଗ୍ରେସରୁ ସଞ୍ଜୟ ତ୍ରିପାଠୀ ଭଞ୍ଜନଗର ବିଧାୟକ ପ୍ରାର୍ଥୀ

ଭଞ୍ଜନଗର,୧୯।୩(ଡି.ଏନ.ଏ.)- ସୋମବାର ବିଳମ୍ବିତ ରାତିରେ ପୂର୍ବତନ ପିସିସି ସମ୍ପାଦକ ସଞ୍ଜୟ କୁମାର ତ୍ରିପାଠୀଙ୍କୁ କଂଗ୍ରେସର ଭଞ୍ଜନଗର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ବିକ୍ରମ କେଶରୀ ଆରୁଖ ଷଷ୍ଠ ଥର ପାଇଁ ପ୍ରତିଦ୍ୱନ୍ଦିତା କରିବେ। ସେହିଭଳି ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ଭାଜପା ତାର ପ୍ରାର୍ଥୀ ଘୋଷଣା କରିପାରିନାହିଁ। କିନ୍ତୁ ଭାଜପାର ଜଣେ ଆଶାୟୀ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରୁଥିବା ଲକ୍ଷ୍ୟ କରାଯାଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା