ରାଜ୍ୟ |

ଜବରଦଖଲରେ ଶ୍ରୀଜଗନ୍ନାଥଙ୍କ ୫୬ହଜାର ଏକର ଜମି

ଜବରଦଖଲରେ ଶ୍ରୀଜଗନ୍ନାଥଙ୍କ ୫୬ହଜାର ଏକର ଜମି
କଟକ ଅଫିସ, ୭।୩: ରାଜ୍ୟ ଓ ବାହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ହଜାର ଏକର ଜମି ବେଆଇନ ଭାବେ ଜବରଦଖଲରେ ରହିଛି। ଏହି ଜମିକୁ ଜବରଦଖଲକାରୀଙ୍କ କବ୍‌ଜାରୁ ଫେରାଇ ଆଣିବା ପାଇଁ ନିବେଦନ କରାଯାଇ ବୁଧବାର ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ପୁରୀ ଜିଲା ଚନ୍ଦନପୁରର ଶରତ ଚନ୍ଦ୍ର ସାହୁ ଓ ଏସ୍‌.ଏନ. ବାନାର୍ଜୀଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇ ଏଥିରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡାଯାଇଛି। ଜଗନ୍ନାଥଙ୍କ ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ପାଖାପାଖି ୧୦ହଜାର କୋଟି ଟଙ୍କା ହେବ। ସେଟେଲମେଣ୍ଟ ଆଇନରେ ଜାଲିଆତି କରାଯାଇ ଏହି ମୂଲ୍ୟବାନ ଜମିକୁ ବଡ଼ବଡ଼ିଆମାନେ ହାତେଇଛନ୍ତି। ତାହାକୁ ଅବୈଧ ଘୋଷଣା କରାଯାଉ ବୋଲି ଆବେଦନକାରୀ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି। ତାହାଛଡ଼ା ଏହି ମାମଲାର ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି କାହାରିକୁ ହସ୍ତାନ୍ତର କରା ନ ଯାଉ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେବା ନିମନ୍ତେ ହାଇକୋର୍ଟଙ୍କୁ ଆବେଦନକାରୀ ନିବେଦନ କରିଛନ୍ତି। ମାମଲାରେ ଆବେଦନକାରୀମାନେ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ଆଇନ ସଚିବ,ଭିଜିଲାନ୍ସ ନିର୍ଦ୍ଦେଶକ, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି। ପିଟିଶନରେ ଦର୍ଶାଯାଇଛି ଯେ, ଉକ୍ତ ୫୬ହଜାର ଏକର ଅମୃତ ମଣୋହୀ ସମ୍ପତ୍ତିକୁ ସେଟେଲମେଣ୍ଟ ଆଇନ ଅନୁଯାୟୀ ବ୍ୟକ୍ତିଗତ ମାଲିକାନାକୁ ଟେକି ଦିଆଯାଇଛି। ଫଳରେ ଜମିର ମାଲିକାନା ଠାକୁରଙ୍କ ହାତରୁ ବେଆଇନ ଭାବେ ଚାଲିଯାଇଛି। ସ୍ବର୍ଗଦ୍ୱାର ଜମି ଦୁର୍ନୀତି ମାମଲାର ଖୋଳତାଡ଼ ବେଳେ ଏହା ଜଣାପଡ଼ିଥିଲା। ଏହି କାରବାରରେ ସରକାରୀ ଅଧିକାରୀମାନଙ୍କ ହାତ ରହିଛି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ତାଙ୍କ ପିଟିଶନରେ ଉଲ୍ଲେଖ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ଏହି ମାମଲା ପରିଚାଳନା କରୁଛନ୍ତି।
All Right Reserved By

ରାଜ୍ୟ |

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ବ୍ରହ୍ମଗିରି,୨୧।୯(ଡି.ଏନ୍‌.ଏ.): ଚିଲିକାରେ ହେଲିକପ୍ଟର ଉଡାଣ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଅଭିଯୋଗ ହୋଇଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅରଖକୁଦା ମେରାଇନ୍‌ ଥାନାରେ ପୂର୍ବାହ୍ନରେ ଏହି ଅଭିଯୋଗ କରାଯାଇଛି। 

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଝଡବାତ୍ୟାର ରୂପ ନେଇଛି। ଗୁରୁବାର ମଧ୍ୟରାତ୍ରିରେ ଗୋପାଳପୁର ଛୁଇଁବା ପରେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ଦେଇ ସ୍ଥଳଭାଗ ଛୁଇଁଛି।

ବର୍ଷା ବିତ୍ପାତ: ବିପଦ ସଙ୍କୁଳ ଅବସ୍ଥାରେ ନୀଳଗିରିର ୭ ପଞ୍ଚାୟତ, ଅଯୋଧ୍ୟାର ୨ ଗ୍ରାମ ଜଳବନ୍ଦୀ

ବର୍ଷା ବିତ୍ପାତ: ବିପଦ ସଙ୍କୁଳ ଅବସ୍ଥାରେ ନୀଳଗିରିର ୭ ପଞ୍ଚାୟତ, ଅଯୋଧ୍ୟାର ୨ ଗ୍ରାମ ଜଳବନ୍ଦୀ

ସଜନାଗଡ଼,୨୧।୦୯(ଡି.ଏନ୍‌.ଏ.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଡାଏ’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପବନ ହେଉଛି। ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅନ୍ତର୍ଗତ ୭ଟି ପଞ୍ଚାୟତ  ତେନ୍ତୁଳିଆ, ନରସିଂହପୁର, କାଁସ, ରାଧାକିଶୋରପୁର, ମଛୁଆ, ବେଗୁନିଆ, ଅଯୋଧ୍ୟା ଆଦି ପଞ୍ଚାୟତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। 

ଲଗାଣ ବର୍ଷାରେ ମାଲକାନଗିରି ବେହାଲ: ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ମାଲକାନଗିରି ବେହାଲ: ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି, ୨୧।୯: ଲଘୁଚାପ ଜନିତ ବର୍ଷା ଯୋଗୁ ମାଲକାନଗିରି ଜିଲାର ଅବସ୍ଥା ବେହାଲ ହୋଇପଡ଼ିଛି। ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁରୁବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ବର୍ତ୍ତମାନ ସୁଦ୍ଧା ଜାରି ରହିଛି । 

ପୋଲିସ ଅଧିକାରୀଙ୍କ ନାଁରେ ବିଦ୍ୟୁତ୍‌ ଚୋରି ଅଭିଯୋଗ

ବାରିପଦା ଅଫିସ,୨୦।୯-ମୟୂରଭଞ୍ଜ ଜିଲା ବାରିପଦା ସହରରେ ଜଣେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ନିଜ ସରକାରୀ ବାସଭବନରେ ବିଦ୍ୟୁତ୍‌ ସଂଯୋଗ ନ ନେଇ ହୁକ ପକାଇଥିବା  ଘଟଣା ନଜରକୁ ଆସିଛି। 

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ, ୨୧।୯: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶୁକ୍ରବାର ମହାପ୍ରଭୁଙ୍କ ମଙ୍ଗଳଆଳତି ଦର୍ଶନ କରିଛନ୍ତି। ଭୋର ସାଢ଼େ ୫ଟାରେ ଆମିକ୍‌ କ୍ୟୁରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ଭୁବନେଶ୍ୱର,୨୧ା୯(ବ୍ୟୁରୋ) :କୋଇଲାରୁ ଗ୍ୟାସ୍‌ ଉତ୍ପାଦନ ଦ୍ୱାରା ଦେଶର ପ୍ରଥମ ସାର କାରଖାନା ତାଳଚେରଠାରେ ସ୍ଥାପନ ହେବାକୁ ଯାଉଛି। ବନ୍ଦ ହୋଇ ପଡିଥିବା ଉକ୍ତ କାରଖାନାକୁ ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ପୁନରୁଦ୍ଧାର କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଉପକୂଳ ମୁହାଁ ‘ଡାଏ’

ଉପକୂଳ ମୁହାଁ ‘ଡାଏ’

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଡାଏ’ରେ ପରିଣତ ହୋଇଛି। ଏହା ଗୋପାଳପୁରଠାରୁ ୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ପୁରୀ ଅଫିସ, ୨୧ା୯: ଅଭିଜିତ ଆୟର ମିତ୍ର ଦୀର୍ଘ ୧ବର୍ଷ ହେଲା ଓଡ଼ିଶା, ଓଡ଼ିଆ ଜାତି, ଓଡ଼ିଶାର ଐତିହ୍ୟକୁ ନେଇ ବିଭିନ୍ନ ପ୍ରକାର ଅରୁଚିକର ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ଆସୁଛନ୍ତି। ସେ କେବଳ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାଭିମାନକୁ କଠୋର ଆଘାତ ପହଞ୍ଚାଇଲା ଭଳି ମନ୍ତବ୍ୟ ପୋଷ୍ଟ କରି ଆସୁଛନ୍ତି। ଶ୍ରୀଜଗନ୍ନାଥଙ୍କ ବିରୋଧରେ ମଧ୍ୟ ଅରୁଚିକର ମନ୍ତବ୍ୟ ରଖିଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୧ା୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଗୁରୁବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି।

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ପୁରୀ ଅଫିସ, ୨୧ା୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଉଛି। ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଦିନ ତମାମା ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟାରୁ ପବନ ଆରମ୍ଭ ହୋଇଯାଇଛି। 

୧୫ ହଜାର ମିଲିୟନ ଟନ୍‌ ପିଇଟି ବ୍ୟବହାର କରୁଛି ଓଡ଼ିଶା

ଭୁବନେଶ୍ୱର,୨୧।୯(ବ୍ୟୁରୋ)- ସାରା ବିଶ୍ୱରେ ମୁଣ୍ଡପିଛା ୨୮ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଥିବା ବେଳେ ଭାରତବର୍ଷରେ ମୁଣ୍ଡପିଛା ୧୧ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌ ବ୍ୟବହାର କରାଯାଉଛି।