ବ୍ରହ୍ମପୁର

କେନ୍ଦୁପତ୍ର ତୋଳାଳିଙ୍କୁ ହଇରାଣ କରୁଛି ଡାକ ବିଭାଗ

କେନ୍ଦୁପତ୍ର ତୋଳାଳିଙ୍କୁ ହଇରାଣ କରୁଛି ଡାକ ବିଭାଗ

ଫୁଲବାଣୀ ଅଫିସ, ୭।୩- କନ୍ଧମାଳ ଜିଲାରେ ଡାକ ବିଭାଗ କର୍ମଚାରୀଙ୍କ ମନମାନି। କେନ୍ଦୁପତ୍ର ତୋଳାଳିଙ୍କୁ ଦେଉ ନାହାନ୍ତି ପ୍ରାପ୍ୟ। ଫଳରେ ୮ ଫଡିର ବହୁ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ନ ପାଇ ହଇରାଣ ହେଉଛନ୍ତି। ଗତ ଜୁନରୁ କେନ୍ଦୁପତ୍ର ବିଭାଗ ଏ ବାବଦରେ ପୋଷ୍ଟ ଅଫିସରେ ୧୩ ଲକ୍ଷ ଟଙ୍କା ଜମା କରିଥିଲେ ହେଁ ସେମାନେ ଏହି ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅପରପକ୍ଷେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ହିତାଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଉଛନ୍ତି। ଏଭଳି ଘଟଣା ଜିଲାର ଗୋଚ୍ଛାପଡା(ପଶ୍ଚିମ)କେନ୍ଦୁପତ୍ର ବନାଞ୍ଚଳ ଅଧୀନ ବାଲନ୍ଦାପଡାରେ ଦେଖିବାକୁ ମିଳିଛି। ବାଲନ୍ଦାପଡା କେନ୍ଦୁପତ୍ର ସେକ୍‌ସନରେ ୧୭ ଫଡି ରହିଛି। ୮ ଫଡିର ହିତାଧିକାରୀଙ୍କ କେନ୍ଦୁପତ୍ର ତୋଳା ବାବଦରେ ଗୋଚ୍ଛାପଡା ବନାଞ୍ଚଳ ଅଧିକାରୀ ୧୩ଲକ୍ଷ ଟଙ୍କା ପୋଷ୍ଟ ଅଫିସରରେ ଗତ ଜୁନ ମାସରେ ଜମା କରିଥିଲେ। ହିତାଧିକାରୀମାନେ ଉକ୍ତ ପୋଷ୍ଟ ଅଫିସକୁ ଟଙ୍କା ଉଠାଣ ପାଇଁ ଗଲା ବେଳେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ସେମାନଙ୍କୁ ଟଙ୍କା ଆସି ନ ଥିବା କହିଥିଲେ। ସେମାନେ ବନାଞ୍ଚଳ ଅଧିକରୀଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ। ଟଙ୍କା ଜମା ହୋଇଥିବା ହିତାଧିକାରୀ ଜାଣିବା ପରେ ପୁଣି ପୋଷ୍ଟ ଅଫିସକୁ ଯାଇଥିଲେ। ହେଲେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ସେମାନଙ୍କୁ ଗାଳି ଗୁଳଜ କରିଥିଲେ। ଏହା ବନାଞ୍ଚଳ ଅଧିକାରୀ ଜାଣି ତାଙ୍କୁ ଭେଟିବାକୁ ଯାଇଥିଳେ ହେଁ ସେ ଧରା ଛୁଆଁ ଦେଇ ନ ଥିଲେ। ଫଳରେ ସେ ଫୁଲବାଣୀ ମୁଖ୍ୟ ଡାକ ବିଭାଗ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରିଥିଲେ। ମାତ୍ର ସୁପରିଣ୍ଟେଣ୍ଡେଣ୍ଟ ଘଟଣା ବିଷୟରେ ଅବଗତ ଅଛି କହିବା ସହ କିଛି ଅସୁବିଧା ହେତୁ ଟଙ୍କା ଦିଆ ଯାଇ ନ ଥିବା କହିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କେନ୍ଦୁପତ୍ର ତୋଳାଳି ଟଙ୍କା ପାଇ ନ ଥିବାରୁ ଏବେ ବୁସ୍‌ କଟିଂ(ବୁଦା ସଫା) କାର୍ଯ୍ୟ ହୋଇ ପାରୁନାହିଁ। ସେପଟେ ବନାଞ୍ଚଳ ଅଧିକାରୀ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରଛନ୍ତି। ଅପରପକ୍ଷେ ବୁଧବାର କେତେକ ଫଡି ହିତାଧିକାରୀ ଜିଲାପାଳଙ୍କୁ ଭେଟି ସେମାନଙ୍କ ଟଙ୍କା ପାଇବା ପାଇଁ ଦାବି କରିଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ରବି ନାରାୟଣ ନାୟକ କୁହନ୍ତି, ୨୦୧୭ ଜୁନ ମାସରୁ ଆମେ ଟଙ୍କା ପୋଷ୍ଟ ଅଫିସରେ ଡିପୋଜିଟ କରିଛୁ। ବାଲନ୍ଦାପଡା ସେକସନ ପୋଷ୍ଟ ମାଷ୍ଟର ହିତାଧିକାରୀଙ୍କୁ କହଛନ୍ତି ମୋ ପାଖରେ ଟଙ୍କା ନାହିଁ, ଆମେ ଦେଇ ପାରିବୁ ନାହିଁ। ୧୩ ଲକ୍ଷ ଟଙ୍କା ସେ ହିତାଧିକାରୀଙ୍କୁ ଦେବେ। ମଁୁ ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଜଣାଇଛି। ସେ କହିଥିଲେ ୨ରୁ ୩ ଦିନ ମଧ୍ୟରେ ଟଙ୍କା ଦେଇ ଦେବେ। ହେଲେ ଦେଇ ନାହାନ୍ତିି। ମଁୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ଟଙ୍କା ହିତାଧିକାରୀ ପାଇ ନ ଥିବାରୁ ବୁସ କଟିଂ ହୋଇ ପାରୁନାହିଁ। ସେହିପରି ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟ ନାରାୟଣ ମିଶ୍ର ଘଟଣାକୁ ସ୍ବୀକାର କରିବା ସହ ୮ରୁ ୧୦ ଦିନ ମଧ୍ୟରେ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି।

All Right Reserved By

ବ୍ରହ୍ମପୁର

ପୋଖରୀରୁ କୁମ୍ଭୀର ଉଦ୍ଧାର

ପୋଖରୀରୁ କୁମ୍ଭୀର ଉଦ୍ଧାର

ଦିଗପହଣ୍ଡି,୧୮ା୬(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଲୁଣୁଲୁଣିଆ ଲକ୍ଷ୍ମୀନାରାୟଣପୁର ଗ୍ରାମ ପୋଖରୀରୁ ସୋମବାର ଏକ କୁମ୍ଭୀର ଉଦ୍ଧାର କରାଯାଇଛି ା ଗ୍ରାମବାସୀ ପୋଖରୀରୁ ମାଛ ଧରିବା ବେଳେ କୁମ୍ଭୀରଟି ଜାଲରେ ପଡିଥିଲା।

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଛତ୍ରପୁର,୧୮।୬(ଡି.ଏନ.ଏ)- ସୋମବାର ଅପରାହ୍ନରେ ଏକ ଅଟୋ ବେନିୟମ ଭାବେ ହଠାତ୍‌ ଛତ୍ରପୁରଠାରେ ଜାତୀୟ ରାଜପଥ ପାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ତାହାକୁ ରକ୍ଷା କରିବାକୁ ଯାଇ ଏକ କଣ୍ଟେନର ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ଜଣଙ୍କ ଘରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଦୁର୍ଘଟଣାରେ ମୋବାଇଲ କମ୍ପାନୀର ଓଡ଼ିଶା ମୁଖ୍ୟଙ୍କ ସମେତ ୪ ଆହତ

ଦୁର୍ଘଟଣାରେ ମୋବାଇଲ କମ୍ପାନୀର ଓଡ଼ିଶା ମୁଖ୍ୟଙ୍କ ସମେତ ୪ ଆହତ

ଗଞ୍ଜାମ,୧୮।୬(ଡି.ଏନ୍‌.ଏ.)- ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ପାରୁଲୁ ଜଙ୍କସନ ୧୬ ନଂ. ଜାତୀୟ ରାଜପଥରେ ଦୁର୍ଘଟଣାରେ ଏକ ମୋବାଇଲ କମ୍ପାନୀର ଓଡିଶା ମୁଖ୍ୟ ଡେଭିଡ ବୋଜ(୩୦), ବ୍ରହ୍ମପୁର ମୁଖ୍ୟ ଫରିଷ୍ଟା (୩୦) ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଡେଭିଡଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଫରିଷ୍ଟାଙ୍କର ହାତ, ଗୋଡ ଏବଂ ଛାତିରେ ଆଘାତ ଲାଗଛି।

ପାରିବାରିକ କଳହରୁ ସ୍ତ୍ରୀ, ସ୍ବାମୀ ଅର୍ଦ୍ଧଦଗ୍ଧ

ଧରାକୋଟ,୧୭ା୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ବରଡ଼ାବାଲି ପଞ୍ଚାୟତ କହିରାପଲ୍ଲୀ ଗ୍ରାମରେ ରବିବାର ମଧ୍ୟରାତ୍ରରେ ପାରିବାରିକ କହଳକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଛି ା ଉଭୟେ କିରୋସିନ ଢାଳି ଅଗ୍ନି ସଂଯୋଗ କରିବାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି ା

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ତଦନ୍ତ ନ ହେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ତଦନ୍ତ ନ ହେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ପାତ୍ରପୁର,୧୮ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିର ଆବାସ ଓ ମୋ’ କୁଡିଆ ଯୋଜନାର ହିତାଧିକାରୀ ଚୟନରେ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି।

ପୁରୁଷୋତ୍ତମପୁରରେ ଶିବବିବାହ ଉତ୍ସବ

ପୁରୁଷୋତ୍ତମପୁରରେ ଶିବବିବାହ ଉତ୍ସବ

ପୁରୁଷୋତ୍ତମପୁର,୧୮।୬(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଓ ଏହାର ଆଖପାଖ ଅଞ୍ଚଳରେ ଶୈବପୀଠଗୁଡିକରେ ରବିବାର ରାତିରେ ଶିବବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁର ସ୍ବପ୍ନେଶ୍ୱର ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ଦେବଦେବ ମହାଦେବଙ୍କୁ ବିଭିନ୍ନ ବାଦ୍ୟବାଜଣା ଓ ଆତସବାଜି ଶୋଭାଯାତ୍ରା ମଧ୍ୟରେ ଗ୍ରାମ ପରିକ୍ରମା କରାଯାଇ ମନ୍ଦିର ପରିସରରେ ଥିବା ବିବାହ ମଣ୍ଡପକୁ ଅଣାଯାଇଥିଲା।

ଦେବ ଦମ୍ପତିଙ୍କ ନଗର ପରିକ୍ରମା

ଦେବ ଦମ୍ପତିଙ୍କ ନଗର ପରିକ୍ରମା

ହିଞ୍ଜିଳିକାଟୁ,୧୮।୬(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକର ବିଭିନ୍ନ ଶୈବ ପୀଠଗୁଡ଼ିକରେ ରବିବାର ଶିବ ବିବାହ ଉତ୍ସବ ଓ ସୋମବାର ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳର ଲକ୍ଷ୍ମୀ ବଜାରସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ଶିବ, ପାର୍ବତୀଙ୍କ ବିବାହ ପରେ ସୋମବାର ଦେବ ଦମ୍ପତିଙ୍କୁ ନଗର ପରିକ୍ରମା କରାଯାଇଥିଲା।

ଶୀତଳଷଷ୍ଠୀ ଅବସରରେ ନାଟକ ‘ସୁଭଦ୍ରା ପରିଣୟ’ ମଞ୍ଚସ୍ଥ

ଶୀତଳଷଷ୍ଠୀ ଅବସରରେ ନାଟକ ‘ସୁଭଦ୍ରା ପରିଣୟ’ ମଞ୍ଚସ୍ଥ

ଶେରଗଡ଼,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ହରିକୃଷ୍ଣପୁର ଗ୍ରାମରେ ବହୁ ଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି। ରବିବାର ଶିବ ପାର୍ବତୀଙ୍କ ବିବାହ ପରେ ମଧ୍ୟରାତ୍ରରେ ନଗର ପରିକ୍ରମା କରାଯାଇଥିଲା। ତେବେ ସୋମବାର ଦ୍ୱିତୀୟ ଦିବସ ଅବସରରେ ଗୋଠଗାଁ ପକ୍ଷରୁ ‘ସୁଭଦ୍ରା ପରିଣୟ’ ନାଟକ ମଞ୍ଚସ୍ଥ କରାଯାଇଥିଲା।

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

ବ୍ରହ୍ମପୁର ଅଫିସ,୧୮।୬: ଗଞ୍ଜାମ ଜିଲା ବ୍ରହ୍ମପୁରଠାରେ ଆୟୁଷ ହସ୍ପିଟାଲ ନିର୍ମାଣ ପାଇଁ ୨୦୧୬ ମସିହାରେ କେନ୍ଦ୍ର ସରକାର ୧୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୮।୬: ଦରମା ପ୍ରଦାନରେ ବିଳମ୍ବ ପ୍ରତିବାଦରେ ସୋମବାର ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ସାଉଥ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ଅଭିଯୋଗ ଅନୁଯାୟୀ, ପ୍ରତିମାସ ୭ ତାରିଖ ସୁଦ୍ଧା ଦରମା ପ୍ରଦାନ କରାଯିବ ବୋଲି ପୂର୍ବରୁ ସାଉଥ୍‌କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୧୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ୫ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଦେଇଛି। ଗତ ମାସରେ ୧୩୫ ମି.ମି ଏବଂ ଏପ୍ରିଲ ମାସରେ ୧୭୭ ମି.ମି ବର୍ଷା ହୋଇଥିବାବେଳେ ଚଳିତ ମାସ ଏବେ ସୁଦ୍ଧା ମାତ୍ର ୯୩ ମି.ମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ହିଞ୍ଜିଳିକାଟୁ,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅଧୀନ ସମରଝୋଲା ଗ୍ରାମରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଏ. କ୍ରିଷ୍ଣା ରାଓ(୭୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ହସ୍ପିଟାଲ ପଠାଇବା ସହ ଘଟଣାର ଅଭିଯୁକ୍ତ ଏ. ଦିବାକର ରାଓଙ୍କୁ ଅଟକ ରଖିଛି।

Model This Week

ପ୍ରଭାତ