ରାଜ୍ୟ |

ବିଜେଡିି ନେତାଙ୍କ ସହ ୯ଜଣଙ୍କୁ ଆଜୀବନ ଜେଲ

ବିଜେଡିି ନେତାଙ୍କ ସହ ୯ଜଣଙ୍କୁ ଆଜୀବନ ଜେଲ

ଭଞ୍ଜନଗର,୭।୩(ଡ଼ି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ତୁଳସୀପଲ୍ଲିର ଲାଲୁ ଗୌଡ଼ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ବିଧାନ କୁମାର ଚାନ୍ଦ ୨୩ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ଏକ ବର୍ଷ ଜେଲ ଭୋଗିବା ପାଇଁ ବିଚାରପତି ରାୟ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ବ୍ଲକ ଯୁବ ବିଜେଡ଼ି ସଭାପତି କୁଲୁ ଭୂୟାଁ, ତାଙ୍କ ଭାଇ ତଥା ଡିହପଢ଼ାଳ ସରପଞ୍ଚ ସୁଜିତ କୁମାର ଭୂୟାଁ, ମନୋରଞ୍ଜନ ବିଷୋୟୀ, ପ୍ରଭାକର ଗୌଡ଼, ମନୋଜ ଜେନା, ପଞ୍ଚାନନ ବେହେରା, ରବୀନ୍ଦ୍ର ଭୂୟାଁ, ଆକୁଳି ମଳିକ ଓ ନୀଳମଣି ପ୍ରଧାନ। ଅନ୍ୟପକ୍ଷରେ ଏହି ହତ୍ୟା ମାମଲାରେ ୮ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେମାନେ ହେଲେ ବସନ୍ତ ପ୍ରଧାନ, ସୁଶାନ୍ତ ନାୟକ, ସଞ୍ଜୟ ସ୍ବାଇଁ, ଦୂତୀକୃଷ୍ଣ ସ୍ବାଇଁ, ସୁନୀଲ ସ୍ବାଇଁ, ଦିଲୀପ ମଳିକ, ସୀମାଞ୍ଚଳ ମାହାର୍ଥା ଓ ଧନୁ ଗୌଡ଼। ସମସ୍ତ ଅଭିଯୁକ୍ତ ଓ ଖଲାସ ହୋଇଥିବା ବ୍ୟକ୍ତିମାନଙ୍କ ଘର ଡିହପଢ଼ାଳ ପଞ୍ଚାୟତରେ। ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ଯୋଗୁ ତାଙ୍କର ବିଚାର ହୋଇପାରିନାହିଁ।
୨୦୧୨ ଫେବୃୟାରୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଡିହପଢ଼ାଳ ପଞ୍ଚାୟତ ସରପଞ୍ଚ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ତୁଳସୀପଲ୍ଲିର ଲାଲୁ ତାଙ୍କ ମା’ ପ୍ରମିଳାଙ୍କୁ ବିଜେଡି ସମର୍ଥନରେ ପ୍ରାର୍ଥୀ କରାଇବାକୁ ଚାହିଁଥିବା ବେଳେ କୁଲୁ ମଧ୍ୟ ତାଙ୍କ ଭାଉଜଙ୍କୁ ପ୍ରାର୍ଥୀ କରାଇ ଦଳର ସମର୍ଥନ ଲୋଡ଼ିଥିଲେ। ଏହାକୁ ନେଇ ସେ ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଲାଗିଥିଲା। ଶେଷରେ କୁଲୁଙ୍କ ଭାଉଜଙ୍କୁ ବିଜେଡି ସମର୍ଥନ ମିଳିଥିଲା। ସେପଟେ ଅସନ୍ତୁଷ୍ଟ ଥିବା ଲାଲୁ ତାଙ୍କ ମା’ଙ୍କୁ ସ୍ବାଧୀନ ଭାବେ ପ୍ରାର୍ଥୀ କରାଇଥିଲେ। ୨୦୧୨ ଫେବୃୟାରୀ ୧୫ ତାରିଖରେ ଭୋଟ ସରି ଗଣତି ପରେ ଲାଲୁଙ୍କ ମା’ ବିଜୟୀ ହୋଇଥିବା ଜଣାପଡିଥିଲା। ପରଦିନ ଅର୍ଥାତ ୧୬ ତାରିଖ ସକାଳେ ଲାଲୁ ନିଜ ସମର୍ଥକଙ୍କ ସହ ଡିହପଢ଼ାଳ ଛକରେ କଥା ହେଉଥିଲେ। ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀର କେତେଜଣ ଯୁବକ ଆସି ଯୁକ୍ତିତର୍କ କରିଥିଲେ। ପରେ ଲାଲୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲାଲୁଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗ୍ରାମରେ ନିର୍ବାଚନୀ ହିଂସା ଲାଗି ରହିଥିଲା। ଏପରିକି ଅଭିଯୁକ୍ତ ମନୋରଞ୍ଜନଙ୍କ ବାପା ଦଣ୍ଡପାଣିଙ୍କୁ ଲାଲୁଙ୍କ ସମର୍ଥକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମନୋରଞ୍ଜନଙ୍କ ସ୍ତ୍ରୀ ବିନିତା ସମିତିସଭ୍ୟା ପ୍ରାର୍ଥିନୀ ହୋଇ ପରାଜିତ ହୋଇଥିଲେ। ନିର୍ବାଚନୀ ହିଂସା ନେଇ ସେ ସମୟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ଲାଲୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଏମ୍‌.ତାଜ୍‌ ଆଦେନୀ ଏବଂ ମୁଦାଲାମାନଙ୍କ ପକ୍ଷରୁ ସନ୍ତୋଷ ପଣ୍ଡା,ଗୋପାଳ ପାଣିଗ୍ରାହୀ, ସାଗର ତ୍ରିପାଠୀ, ଅଶୋକ ଗୌଡ଼, ତପନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ରାୟ ବିରୋଧରେ ହାଇକୋର୍ଟରେ ଅପିଲ୍‌ କରାଯିବ ବୋଲି କୁଲୁଙ୍କ ଓକିଲ ଅଶୋକ ଗୌଡ଼ ସୂଚନା ଦେଇଛନ୍ତି।

All Right Reserved By

ରାଜ୍ୟ |

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଜବତ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରବିବାର ପୁଣି ସୁନା ଜବତ ହୋଇଛି। ଏଥର ୧ କି.ଗ୍ରା.ରୁ ଊର୍ଦ୍ଧ୍ୱ ସୁନା ଜବତ କରାଯାଇଥିବା ବେଳେ ୩ ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ। ଜବତ ସୁନାର ମୂଲ୍ୟ ୩୧,୫୪,୬୨୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଘଟଣାକୁ ଲଗାଇ ଗତ ୧୦ ଦିନ ମଧ୍ୟରେ ୩ ଥର ସୁନା ଜବତ ହୋଇଛି।

ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ମାମଲା ରୁଜୁ, ୩ ଅଟକ

ଚାନ୍ଦବାଲି,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ନାଲଗଣ୍ଡା ପଞ୍ଚାୟତ ପ୍ରତାପପୁର ଗ୍ରାମରେ ଶନିବାର ରାତିରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଏଥିରେ ୧୩ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବାବେଳେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ରବିବାର ୩ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି।

୫୭ ହୋଟେଲକୁ ନୋଟିସ୍‌ ପ୍ରସଙ୍ଗ: ଜିଲାପାଳଙ୍କୁ ଭେଟିବ ହୋଟେଲ ମାଲିକ ସଂଘ

୫୭ ହୋଟେଲକୁ ନୋଟିସ୍‌ ପ୍ରସଙ୍ଗ: ଜିଲାପାଳଙ୍କୁ ଭେଟିବ ହୋଟେଲ ମାଲିକ ସଂଘ

ପୁରୀ ଅଫିସ,୨୪।୬: ପୁରୀ ସମୁଦ୍ରକୂଳଠାରୁ ୩ଶହ ମିଟର ଦୂରରେ ରହିଥିବା ୫୭ଟି ହୋଟେଲକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ବେନିୟମ ଭାବେ ଭୂତଳ ଜଳ ଉତ୍ତୋଳନ କରୁଥିବାରୁ ହୋଟେଲରେ ଥିବା ବୋରଓ୍ବେଲଗୁଡ଼ିକ ୭ ଦିନ ମଧ୍ୟରେ ସିଲ୍‌ କରିବାପାଇଁ ନୋଟିସ୍‌ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରବିବାର ପୁରୀ ହୋଟେଲ ମାଲିକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଘର ସମ୍ପାଦକ ରାଜ କିଶୋର ପାତ୍ରଙ୍କ ନେତୃତ୍ୱରେ ଏକ ୧୧ ଜଣିଆ କମିଟି ଗଠନ କରାଯାଇଛି।

‘ଆମ ଗାଁ ଆମ ବିକାଶ’ ଲାଗି ପ୍ରସ୍ତୁତି ବୈଠକ

‘ଆମ ଗାଁ ଆମ ବିକାଶ’ ଲାଗି ପ୍ରସ୍ତୁତି ବୈଠକ

ବାସୁଦେବପୁର,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କନ୍‌ଫରେନ୍ସ ହଲ୍‌ ପରିସରରେ ରବିବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ବୀରକିଶୋର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।

କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଯାଜପୁର ଅଫିସ,୨୪।୬: ଯାଜପୁର ଜିଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଳିଡିହ ଗ୍ରାମରେ ରବିବାର ଭୋର ସମୟରେ ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମଙ୍ଗଳପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରମେଶଚନ୍ଦ୍ର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଶ୍ରୀଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବା : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳକାଠ

ଶ୍ରୀଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବା : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳକାଠ

ସାକ୍ଷୀଗୋପାଳ, ୨୪।୬(ଡି.ଏନ୍‌.ଏ.): ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ ଠାକୁରଙ୍କ ସେନାପଟ ଓ ବାହୁଟ ସେବା ହୋଇଥାଏ। ଶ୍ରୀମନ୍ଦିରର ଗୁପ୍ତ ସେବା ମଧ୍ୟରେ ଏହିସେବା ଅନ୍ତର୍ଭୁକ୍ତ। ଏହି ସେବା ପାଇଁ ଦରକାର ପଡ଼ୁଥିବା ବଉଳକାଠ ଶନିବାର ରାତିରେ ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଛି।

ବଳାତ୍କାର ଉଦ୍ୟମ ବିରୋଧ କରିବାରୁ ପିଲା ଚୋର କହି ମହିଳାଙ୍କୁ ମାଡ଼ ଘଟଣା: ୩ ଗିରଫ

ରାଉରକେଲା ଅଫିସ, ୨୪।୬-ରାଉରକେଲା ଇନ୍ଦିରାନଗରରେ ଜନୈକା ମହିଳାଙ୍କୁ ପିଲା ଚୋର କହି ପିଟିବା ଘଟଣା ନୂଆମୋଡ଼ ନେଇଛି। ରବିବାର ଘଟଣାର ସତ୍ୟତା ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି। ଗତ ୧୭ ତାରିଖ ରାତିର ଘଟଣା।

ଭାଜପାର ବୁଦ୍ଧିଜୀବୀ ସମ୍ମିଳନୀ

ଭାଜପାର ବୁଦ୍ଧିଜୀବୀ ସମ୍ମିଳନୀ

ଠାକୁରମୁଣ୍ଡା,୨୪।୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ରାଣୀଶକ୍ତି ମନ୍ଦିର ସଭାଗୃହରେ ଶନିବାର ସନ୍ଧ୍ୟାରେ ଭାଜପା ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୋଦି ସରକାରଙ୍କ ୪୮ମାସ ପୂର୍ତ୍ତି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃପାସିନ୍ଧୁ ମହାନ୍ତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଭାଜପା ଉପସଭାପତି ରାଜକିଶୋର ଦାସ, ସାଧାରଣ ସମ୍ପାଦକ ଅନନ୍ତ କୁମାର ନାୟକ, ଜିଲା ସଭାପତି ନବୀନ ରାମ ପ୍ରମୁଖ ଉପସ୍ଥିତ ଥିଲେ।

ବାଣିଜ୍ୟକର କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଧାରଣା

ବାଣିଜ୍ୟକର କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଧାରଣା

ତାଳଚେର,୨୪।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବାଇପାସଠାରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅତି ତରବରିଆ ଭାବେ ଅନୁଗୋଳକୁ ସ୍ଥାନାନ୍ତର କରାଯିବା ନେଇ ବିଭିନ୍ନ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନୁଗୋଳ ଜିଲା ବଣିକ ସଂଘର ସଦସ୍ୟ, ଯୁବସମାଜସେବୀ ସଙ୍ଗଠନ ଏବଂ ଭାଜପା ପକ୍ଷରୁ ଏହାର ବିରୋଧ କରାଯାଇ ରବିବାର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଯାଇଥିଲେ,  ଶବ ହୋଇ ଫେରିଲେ

ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ରିଷିଡ଼ା,୨୪।୬(ଡି.ଏନ.ଏ.) ପୁଅ ସାନ ହୋଇଥିବାବେଳେ ବାପା ମୃତ୍ୟୁବରଣ କରିଥିଲେ। ତେଣୁ ପିଲା ଦିନରୁ ସ୍ବପ୍ନ ଥିଲା ଯେ, ବାପାଙ୍କ ଅସ୍ଥିକୁ ପ୍ରୟାଗଠାରେ ବିସର୍ଜନ କରିବେ। ହେଲେ ପୁଅ ବଡ଼ ହେଲା ପରେ ବାପାଙ୍କ ଅସ୍ଥି ପ୍ରୟାଗରେ ବିସର୍ଜନ କରିବାକୁ ଆହ୍ଲାବାଦ ଯାଇଥିଲେ। କିନ୍ତ ଶବ ହୋଇ ଫେରିଲେ। ଭାଗ୍ୟର ବିଡମ୍ବନା, ଘରକୁ ଫେରୁଥିବାବେଳେ ଷ୍ଟେଶନରେ ଘଟିଲା ଅଘଟଣ। ଟ୍ରେନ ଚଢୁଥିବା ବେଳେ ଖସିପଡି ଜୀବନ ହାରିଲେ। ସେ ହେଉଛନ୍ତି, ସୀତାରାମ ବାରିକ(୩୨)। ତାଙ୍କ ଘର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ସଦର ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ।

କେଶଲଗା ହତ୍ୟାକାଣ୍ଡର ୬ବର୍ଷ ପରେ ରାୟ: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

କେଶଲଗା ହତ୍ୟାକାଣ୍ଡର ୬ବର୍ଷ ପରେ ରାୟ: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ବୀରମହାରାଜପୁର, ୨୪।୬(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେଶଲଗା ଗ୍ରାମରେ ୬ବର୍ଷ ତଳେ ସଂଘଟିତ ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସୋନପୁର ଜିଲା ଅତିରିକ୍ତ ଦୌରାଜଜ୍‌ ଉକ୍ତ ମାମଲାରେ ଅଭିଯୁକ୍ତ ସୁରେଶ ଠେଲା(୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ପୋଲିସ ପକ୍ଷରୁ ୩୦୨ ଦଫା ଆଇପିସିରେ ଚାର୍ଜଶିଟ୍‌ ଦାଖଲ କରିଥିଲେ ହେଁ ବିଚାର ପ୍ରକ୍ରିୟା ଶେଷରେ ଦୋଷୀ ସାବ୍ୟସ୍ତ ସୁରେଶଙ୍କୁ ୩୦୪ (୨) ଦଫାରେ ୭ବର୍ଷ ସଶ୍ରମ କାରଦଣ୍ଡ ଶୁଣାଇଛନ୍ତି ।

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ବ୍ରହ୍ମପୁର ଅଫିସ,୨୪ା୬- ଗୋପାଳପୁର ସମବାୟ ପରିଚାଳନା ପ୍ରତିଷ୍ଠାନକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି।

Model This Week

ଆହାନା