ସମ୍ପାଦକୀୟ |

ଜୈବିକ କୃଷି ଓ ମହିଳା

ଜୈବିକ କୃଷି ଓ ମହିଳା
ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ମୋ ପାଇଁ ପ୍ରାଣୀ ମଙ୍ଗଳ ଯେତିକି ଜୈବିକ କୃଷି ସେତିକି ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ହଜାର ହଜାର ପ୍ରଜାତିର ପ୍ରାଣୀଙ୍କ ଜୀବନରକ୍ଷା ହୋଇପାରିବ ଏବଂ ଏ ପୃଥିବୀ ମଣିଷମାନଙ୍କ ପାଇଁ ଅଧିକ ସୁନ୍ଦର ବାସଯୋଗ୍ୟ ହୋଇପାରିବ। ମୁଁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ବେଳେ ଆମେ ଏକ ନୂଆ ପ୍ରକଳ୍ପ ଆରମ୍ଭ କରିଥିଲୁ। ଦିଲ୍ଲୀ ହାଟରେ ଆମେ ଏକ ୧୫ ଦିନିଆ ବାର୍ଷିକ ମେଳାର ବ୍ୟବସ୍ଥା କଲୁ। ଏହି ମେଳାକୁ ୩୦୦ ମହିଳା ଜୈବିକ ଚାଷୀ ସେମାନଙ୍କ ଉତ୍ପାଦ ଧରି ବିକ୍ରି କରିବାକୁ ଆସନ୍ତି। ଚଳିତବର୍ଷ ଏହି ମେଳାରେ ୨ କୋଟି ଟଙ୍କାର ଉତ୍ପାଦ ବିକ୍ରି ହୋଇଥିଲା। ଆମେ ମଧ୍ୟ ସୃଷ୍ଟି ନାମକ ସଂସ୍ଥା ଦ୍ୱାରା ଅହମଦାବାଦରେ ଆୟୋଜିତ ବିଶାଳ ଜୈବିକ କୃଷି ମେଳାକୁ ୫୦ ଜଣ ମହିଳାଙ୍କୁ ପଠାଇଥାଉ। ଆସନ୍ତା ଫେବୃୟାରୀରେ ବମ୍ବେଠାରେ ଏପରି ଏକ ମେଳା କରିବାର ଯୋଜନା ଅଛି। ଭାରତରେ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ପୁରସ୍କାର ନାରୀ ଶକ୍ତି ଆଓ୍ବାର୍ଡ ଯେ ଏକ ବା ଏକାଧିକ ମହିଳା ଜୈବିକ ଚାଷୀ ବା ଗୋଷ୍ଠୀ ପାଇପାରିବେ ଏ ବିଷୟରେ ମୁଁ ନିଶ୍ଚିତ। ଭାରତର ଯାଯାବର ଜାତି ଓ ବେସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ମୁଁ ୨୦୧୬ରେ ଯାଇଥିଲି। ଏହି ସମ୍ପ୍ରଦାୟ ନିଜର ପରମ୍ପରା, ସଂସ୍କୃତି, ଓଟ ପାଳନ ଓ ଓଟ କ୍ଷୀରର ବ୍ୟବସାୟକୁ ଧରି ରଖିଛନ୍ତି। ଚଳିତବର୍ଷ ମୁଁ ନୋଏଡ଼ାରେ ଅନୁଷ୍ଠିତ ଏକ ଜୈବିକ କୃଷି ମେଳାକୁ ଯାଇଥିଲି। ଏଥିରେ ୭୦୦ରୁ ଅଧିକ କମ୍ପାନୀ, ଅନୁଷ୍ଠାନ, ଏନ୍‌ଜିଓ ଓ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। OFAI ନାମକ ସଂସ୍ଥା ଏହାର ଆୟୋଜନ କରିଥିଲା, ଯାହାର ମୁଖ୍ୟାଳୟ ଗୋଆରେ ଏବଂ ଯାହାର ମୁଖ୍ୟ ହେଉଛନ୍ତି ଡ. କ୍ଲାଉଡ୍‌ ଆଲ୍‌ଭାରେସ୍‌। ଏଠାରେ ସିକିମ ମଣ୍ଡପ ଥିଲା ସବୁଠାରୁ ଆକର୍ଷଣୀୟ ଏବଂ ମୋ ମତରେ ସାରା ରାଜ୍ୟକୁ ଜୈବିକ କୃଷି ରାଜ୍ୟରେ ପରିଣତ କରିପାରିଥିବା ସିକିମ ମୁଖ୍ୟମନ୍ତ୍ରୀଙ୍କୁ ଭାରତ ରତ୍ନ ସମ୍ମାନ ମିଳିବା ଉଚିତ। ଏଠାରେ ଶତାଧିକ ପ୍ରକାରର ଚାଉଳ ଥିଲା। ସେଥିରେ କେତେକ ପ୍ରକାରର ଚାଉଳ ଥିଲା, ଯାହାକୁ ରାନ୍ଧିବା ଦରକାର ନାହିଁ। ତା’ ଉପରେ କେବଳ ଗରମ ପାଣି ଢାଳିଦେଲେ ତାହା ଭାତ ହୋଇଯିବ। ମୁଁ ଏଠାରେ ଏମିତି କେତେକ ପରିବା ଦେଖିଲି, ଯାହା ମୁଁ ଆଗରୁ କେବେ ଦେଖି ନ ଥିଲି- ବିରାଟ ଲମ୍ବା ଧଳା ବାଇଗଣ, ବିଭିନ୍ନ ପ୍ରକାରର କଖାରୁ, କାକୁଡ଼ି ଓ ଲଙ୍କା। ପୁଣି ଦେଖିଲି ନାଲି ଆଳୁ ଓ ଧଳାରୁ ବାଇଗଣୀ ପର୍ଯ୍ୟନ୍ତ ଅନୂ୍ୟନ ୫୦ ପ୍ରକାରର ରାଜ୍‌ମା। ମୁଁ ଯେତେବେଳେ ଗ୍ରାମ୍ୟ ପନିପରିବାରେ ତିଆରି ମଧ୍ୟାହ୍ନଭୋଜନ ଖାଇଲି, ମୋତେ ଲାଗିଲା ମୁଁ ଯେମିତି ସ୍ବର୍ଗରେ ଭୋଜନ କରୁଛି। ଅନେକ ବିଲୁପ୍ତପ୍ରାୟ ପ୍ରଜାତିର ପନିପରିବା ମଞ୍ଜି ସଂଗ୍ରହ କରି ହଜାର ହଜାର ଲୋକଙ୍କ ଜୀବନକୁ ବଦଳାଇ ଦେଇଥିବା ମହିଳାମାନେ ପ୍ରଶଂସାର ପାତ୍ର। କର୍ନାଟକର ସିର୍ସିଠାରେ ଥିବା ବନଶ୍ରୀ ମାଲନାଡ୍‌ ଗାର୍ଡେନ ଏବଂ ସୀଡ୍‌ ସେଭର୍ସ କଲେକ୍ଟିଭ୍‌ ମହିଳାମାନଙ୍କ ଦ୍ୱାରା ପରିଚାଳିତ। ସେମାନେ କ୍ଷୁଦ୍ର ଚଟକ ଭେଣ୍ଡିଠାରୁ ଆରମ୍ଭ କରି ପୁରୁଣା ପ୍ରଜାତିର ଆଖୁ ପର୍ଯ୍ୟନ୍ତ ୧୨୦ ପ୍ରକାରର ପନିପରିବା ତାଲିକାଭୁକ୍ତ କରିଛନ୍ତି। ଏ ସମସ୍ତ ଐତିହ୍ୟ ମଞ୍ଜି। ଆପଣ sunitasirsi@gmail.com ଠିକଣାରେ ସେମାନଙ୍କ ସହ ଯୋଗଯୋଗ କରିପାରିବେ। ଅନ୍ନଦାନ ହେଉଛି କର୍ନାଟକର ଏକ ଏନ୍‌ଜିଓ, ଯାହା ସଙ୍ଗୀତା ଶର୍ମାଙ୍କ ଦ୍ୱାରା ଆରମ୍ଭ କରାଯାଇଛି। କିଛି ବର୍ଷ ହେଲା ଏହା ଜୈବିକ କୃଷି ବିଷୟରେ ତାଲିମ ଦେବା ସହ ୨୦୦ରୁ ଅଧିକ ପ୍ରକାରର ପନିପରିବା ମଞ୍ଜି ସଂରକ୍ଷଣ କରି ଆସୁଛି। ସଙ୍ଗୀତା ଅନୁଭବ କଲେ ଯେ, ବିହନ ନିଗମ ଓ କୃଷି ପ୍ରତିଷ୍ଠାନଗୁଡ଼ିକ ବିଷ, ରାସାୟନିକ ସାର ଓ କୀଟନାଶକ ଆଦି ଦ୍ୱାରା ସବୁ ବିହନ ଓ ଖାଦ୍ୟପଦାର୍ଥକୁ ସଂକ୍ରମିତ କରିଆସୁଛନ୍ତି। ତେଣୁ ସେ ନିଜେ ବିହନ ସଂଗ୍ରହ କରିବା, ଚାଷ କରି ପୁଣି ବିହନ ଉତ୍ପାଦନ କରିବା ଏବଂ କୃଷକମାନଙ୍କୁ ବିତରଣ କରିବାକୁ ନିଷ୍ପତ୍ତି ନେଲେ। ଏ ପର୍ଯ୍ୟନ୍ତ ସେ ୩ ଲକ୍ଷ ବିହନ ପ୍ୟାକେଟ୍‌ ମାଗଣାରେ ଗରିବ କୃଷକମାନଙ୍କୁ ବିତରଣ କରିବା ସହ କମ୍‌ ଦାମ୍‌ରେ ଉଦ୍ୟାନ ଚାଷୀମାନଙ୍କୁ ବିକ୍ରି କରିସାରିଲେଣି। ସେ ଜୈବିକ କୃଷି ସମ୍ବନ୍ଧରେ ତାଲିମ ମଧ୍ୟ ଦେଉଛନ୍ତି। ତାଙ୍କ କୋର୍‌ ଗ୍ରୁପ୍‌ରେ ୧୮ ଜଣ କୃଷକ ତାଲିମ ଦେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆପଣ ତାଙ୍କ ସହ info@annadana-india.org ଠିକଣାରେ ଯୋଗାଯୋଗ କରିପାରିବେ। ନିରଞ୍ଜନା ମାରୁ ହେଉଛନ୍ତି ଓ୍ବାର୍ଦ୍ଧାର ଜଣେ ମହିଳା ଯେ କି ଚେତନା ବିକାଶ ନାମରେ ଏକ ଏନ୍‌ଜିଓ ପରିଚାଳନା କରୁଛନ୍ତି। ସେମାନଙ୍କର ଗଛ, ଘାସ, କନ୍ଦ ଓ ଗୋଖାଦ୍ୟ ଆଦିର ଏକ ପ୍ରଦର୍ଶନ ଫାର୍ମ ଅଛି ଏବଂ ସେମାନେ ପତିତ ଜମିର ପୁନରୁଦ୍ଧାର ଓ ମିଶ୍ରିତ ଚାଷ ବିଷୟରେ ସ୍ଥାନୀୟ କୃଷକମାନଙ୍କୁ ତାଲିମ ଦେଉଛନ୍ତି। ତାଙ୍କର ଠିକଣା ହେଲା: chetanavikaswda@gmail.com. ସାବରମତୀ ଟିକି ହେଉଛନ୍ତି ପ୍ରଫେସର ରାଧାମୋହନଙ୍କ କନ୍ୟା, ଯିଏ କି ନୟାଗଡ଼ରେ ଅନୁର୍ବର ପତିତ ଜମି କିଣିଛନ୍ତି। ଏ ଜମିରେ କିଛି ହେବା ଅସମ୍ଭବ ବୋଲି ଲୋକେ କହୁଥିବା ବେଳେ ସେ ଏହାର ବିକାଶ ଘଟାଇ କୃଷି ଉପଯୋଗୀ କରିଛନ୍ତି ଏବଂ ତାଙ୍କ ଫାର୍ମର ନାମ ଦେଇଛନ୍ତି ‘ସମ୍ଭବ’। ଏହି ଫାର୍ମରୁ ସାବରମତୀ ଓ ତାଙ୍କ ଟିମ୍‌ ୩୧୪ ପ୍ରକାର ପାରମ୍ପରିକ ଧାନଚାଷ କରି ଓ ବିହନ ଉତ୍ପାଦନ କରି ଓଡ଼ିଶାର କୃଷକମାନଙ୍କୁ ବିତରଣ କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବାର ଠିକଣା ହେଲା: sabarmati@gmail.com. ପେବ୍‌ଲ ଗାର୍ଡେନ ହେଉଛି ଦୀପିକା କୁନ୍ଦଜୀଙ୍କ ଦ୍ୱାରା ପରିଚାଳିତ ପତିତ ଜମିକୁ ପୁନରୁଦ୍ଧାର କରିବାର ଏକ ପ୍ରକଳ୍ପ। ୭ ଏକର ମୋରମ ମାଟିର ଏହି ଜମିର ଉପର ମାଟି କ୍ଷୟ ପାଇ ଏହା ସମ୍ପୂର୍ଣ୍ଣ ଅନୁର୍ବର ହୋଇପଡ଼ିଛି। ଦୀପିକା ଓ ତାଙ୍କ ସହଯୋଗୀ ଏଥିରେ ବିଭିନ୍ନ ବୃକ୍ଷରୋପଣ କରିବା ସହ ଏକ ପୋଖରୀ ଖୋଳାଇଛନ୍ତି। ଏଥିରେ ଜୈବିକ ଖତ ଆଦି ଦେଇ ମାଟିକୁ ଉର୍ବର କରିଛନ୍ତି। ବର୍ତ୍ତମାନ ଏହି ଜମିରେ ୮୦ ପ୍ରକାରର ପନିପରିବା ଓ ବିରଳ ଔଷଧୀୟ ବୃକ୍ଷ ଆଦି ଚାଷ ହେଉଛି। ଏଥିରୁ ସେ ଅମଳ କରୁଥିବା ବିହନଗୁଡ଼ିକୁ ଅନ୍ୟ ଚାଷୀ ଓ ବିହନ ସଂରକ୍ଷକମାନଙ୍କ ସହ ଆଦାନପ୍ରଦାନ କରୁଛନ୍ତି। ତାଙ୍କ ଠିକଣା ହେଲା: pebblegardenforest@gmail.com. ମୋହିନୀ ଭିସ୍ତେ ହେଉଛନ୍ତି ରାୟଗଡ଼, ନୈନିତାଲର ଜଣେ ମହିଳା। ସେ ଜନ ପ୍ରେରଣା ସଂଗଠନ ନାମକ ଏକ ମହିଳା କୃଷକ ନେଟ୍‌ଓ୍ବର୍କ ସହ ଜଡ଼ିତ। ୨୦୦୯ ମସିହାରେ ସେ ଓ ତାଙ୍କ ସାଙ୍ଗମାନେ ପାରମ୍ପରିକ ବିହନ ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ଦେଶୀ ଗହମ, ବାଜରା, ମକା, ଯଅ ଓ ପନିପରିବା ଆଦିର ଏକ ବିହନ ବ୍ୟାଙ୍କ ତିଆରି କରିଛନ୍ତି। କୃଷକମାନେ ଏଠାରୁ ମାଗଣାରେ ବିହନ ନେଇ ଜୈବିକ ପଦ୍ଧତିରେ ଚାଷ କରି ଅମଳ କଲା ପରେ ନେଇଥିବା ବିହନର ଦୁଇଗୁଣ ସଂସ୍ଥାକୁ ଦେଉଛନ୍ତି। ଆପଣ ତାଙ୍କ ସହ ଫୋନ୍‌ ନମ୍ବର- ୦୯୫୬୮୨୫୪୯୪୫ରେ ଯୋଗାଯୋଗ କରିପାରିବେ। ପୁଣି ଡ. ବନ୍ଦନା ଶିବଙ୍କ ଅବଦାନ ତ ଭୁଲିବାର ନୁହେଁ। ସେ ୧୯୮୪ ମସିହାରୁ ଅହିଂସ କୃଷି ପଦ୍ଧତି ବିଷୟରେ ଲେଖିବା ସହ କାମ କରି ଆସୁଛନ୍ତି। ସେ ୩୦୦୦ ପ୍ରକାରର ଚାଉଳ, ୧୫୦ ଗହମ, ୧୫୦ ରାଜ୍‌ମା ଏବଂ ପନିପରିବା ଓ ଡାଲି ସହ ୫୦୦୦ କିସମର ଫସଲ ସଂରକ୍ଷଣ କରିବାରେ ସକ୍ରିୟଭାବେ ସମ୍ପୃକ୍ତ ଅଛନ୍ତି। ତାଙ୍କର ଉତ୍ତରାଖଣ୍ଡର ଶେରପୁରଠାରେ ୪୫ ଏକରର ଏକ ବିହନ ବ୍ୟାଙ୍କ ଅଛି। ତାଙ୍କର ଠିକଣା ହେଲା: Dehradun@navdanya.net. ଚଳିତବର୍ଷ ଦୀପାବଳିରେ ମୁଁ ବାଜେ ମିଠାଇ, ମୂର୍ତ୍ତି, ଖଜୁରି, ବାଦାମ ଆଦି ଉପହାର ଦେଇ ନାହିଁ। ତା’ ବଦଳରେ କ୍ଷୁଦ୍ର ଜୈବିକ ଚାଷୀଙ୍କଠାରୁ ଆଣିଥିବା ଜୈବିକ ଶସ୍ୟ, ଡାଲି, ଜାମ, ଆଚାର ଆଦିର ପ୍ୟାକେଟ୍‌ ଉପହାର ଦେଇଛି। ଯାହାଙ୍କୁ ଦେଇଛି, ସେମାନେ ଖୁବ୍‌ ଖୁସି ହୋଇଛନ୍ତି। ଆମେ ଆମର ସ୍ବାଦ ବଦଳାଇ ଜୈବିକ ଶସ୍ୟ, ଡାଲି ଓ ପନିପରିବା ଆଦି ଖାଇଲେ ଅଧିକ ସୁସ୍ଥ ରହିପାରିବା ଏବଂ କ୍ୟାନ୍‌ସର ପରି ମାରାତ୍ମକ ରୋଗ ଆଦିକୁ ଦୂରେଇ ଦେଇପାରିବା। ହିନ୍ଦୀରେ ଏକ ଢଗ ଅଛି: କାଠିଆ ଗେହୁଁ କାର୍ଗି ଧାନ, ଜୋ ବୋଓ୍ବେ ଓ୍ବହ ଚତୁର କିସାନ। କାଠିଆ ଗହମ ଓ କାର୍ଗି ଧାନ (ଉଭୟ ଜୈବିକ ଓ ପୁରୁଣା କିସମ) ଉଭୟ ଶୁଷ୍କ ଓ ଆର୍ଦ୍ର ଜମିରେ ଚାଷ କରାଯାଇପାରେ। (Email: gandhim@nic.in)
All Right Reserved By

ସମ୍ପାଦକୀୟ |

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ସ୍କୁଲ ବ୍ୟାଗ୍‌ ନିଜ ଓଜନଠାରୁ ଅଧିକ ହୋଇଯାଉଥିବାରୁ ନିକଟରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂଆକରି ସ୍କୁଲ ଯାଉଥିବା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ହୋମ୍‌ୱାର୍କ ଦେଇ ଚାପଗ୍ରସ୍ତ କରାଯାଉଛି। ତେଣୁ ଏ ଦିଗରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ପରେ କେନ୍ଦ୍ର ସରକାର ତପତ୍ର ହୋଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖୁବ୍‌ଶୀଘ୍ର ଏ ନେଇ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।

ମିଛୁଆ ବନ ବିଭାଗ

ମିଛୁଆ ବନ ବିଭାଗ

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ନଭେମ୍ବର ୧୪ରେ ତା’ ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। 

ଭୂଲୁଣ୍ଠିତ ମାନବାଧିକାର

ଭୂଲୁଣ୍ଠିତ ମାନବାଧିକାର

ଆଜି ତମାମ ବିଶ୍ୱରେ ୭୦ତମ ମାନବାଧିକାର ଦିବସ ପାଳନ ହେଉଛି। ୧୯୪୮ ଡିସେମ୍ବର ୧୦ ତାରିଖ ଆଜିର ଦିନରେ ଜାତିସଂଘ ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ଅର୍ପଣ କରିଥିଲା ଐତିହାସିକ ସାର୍ବଜନୀନ ବିଶ୍ୱ ମାନବାଧିକାର ଘୋଷଣାପତ୍ର। 

ବାକ୍‌ ସ୍ବାଧୀନତା

ବାକ୍‌ ସ୍ବାଧୀନତା

ଆକାର ପଟେଲ

ଆକ୍ରମଣାତ୍ମକ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟାହୀନ ରହୁଥିବା ଦେଶଗୁଡ଼ିକ ପ୍ରାୟତଃ ଉନ୍ନତି କରିବାର ସମ୍ଭାବନା ଅଧିକ ଥାଏ। ପ୍ରତିବର୍ଷ ମାନବ ସ୍ବାଧୀନତା ସୂଚକାଙ୍କ (ହ୍ୟୁମାନ୍‌ ଫ୍ରିଡମ୍‌ ଇଣ୍ଡେକ୍ସ)ର ଆକଳନ କରୁଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ୍‌ ଏ ଦିଗରେ ସବୁଠୁ ମୁକ୍ତ ବା ସ୍ବାଧୀନ ଦେଶରୂପେ ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ନର୍‌ଓ୍ବେ, ଡେନ୍‌ମାର୍କ, ନେଦରଲାଣ୍ଡ ଓ ଇଂଲଣ୍ଡକୁ ବିବେଚନା କରିଛି। 

ଯେବେ ହିସାବ ମାଗିବେ ଈଶ୍ୱର

ଯେବେ ହିସାବ ମାଗିବେ ଈଶ୍ୱର

ପ୍ରକାଶ ତ୍ରିପାଠୀ

ବିଳାସପୂର୍ଣ୍ଣ ସ୍କୋଡା କାରଟିଏ ଗୁରୁଗାଓଁସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ’ ସମ୍ମୁଖରେ ଅଟକିଲା। କାରରୁ ଓହ୍ଲାଇଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଓ ତାଙ୍କ ମା’।

ଅର୍ଥନୀତିର ଦିଗ୍‌ଦର୍ଶକ

ଅର୍ଥନୀତିର ଦିଗ୍‌ଦର୍ଶକ

ଭାରତୀୟ ଅର୍ଥନୀତିକୁ ଦିଗ୍‌ଦର୍ଶନ ଦେବାରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)ଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତି ଅର୍ଥ, ବେପାର ବାଣିଜ୍ୟ  ଏବଂ ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ସରକାରଙ୍କୁ ଉପଦେଶ ଦେଇଥାଆନ୍ତି।

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ କେବଳ ସ୍ତ୍ରୀମାନେ ନିର୍ଯାତିତ ହୁଅନ୍ତି ନାହିଁ ବରଂ କେତେକ ସ୍ତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କୁ ନିର୍ଯାତନା ଦେଇଥାଆନ୍ତି। ଏଥିପାଇଁ ଆମ ଓଡିଶାରେ ମହିଳା କମିଶନ୍‌ ଭଳି ପୁରୁଷ କମିଶନ୍‌ ଗଠନ ପାଇଁ କେତେକ ବ୍ୟକ୍ତି ଓ ସଂଗଠନ ଦାବି କରି ଆସୁଛନ୍ତି। ନିର୍ଯାତିତ ମହିଳାଙ୍କ ସ୍ବର ସମସ୍ତଙ୍କୁ ଶୁଭୁଥିବା ବେଳେ ସ୍ତ୍ରୀ ନିର୍ଯାତିତ ସ୍ବାମୀଙ୍କ ସ୍ବର ପବନରେ ମିଳାଇଯାଏ।  ନିର୍ଯାତିତ ପୁରୁଷ ନିଜ ମନକଥା କେବଳ ମନରେ ହିଁ ମାରିଥାଏ। 

ସ୍ବଚ୍ଛତା ଭେଳିକି

ସ୍ବଚ୍ଛତା ଭେଳିକି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଅଧିକାଂଶ କେନ୍ଦ୍ର ସରକାରୀ ଓ୍ବେବ୍‌ସାଇଟ୍‌ ନିଜ ଆଡ଼ୁ ଜନସୂଚନା ପ୍ରକାଶ କରୁନାହାନ୍ତି, ଯାହା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନୁଯାୟୀ ଏକ ବାଧ୍ୟତାମୂଳକ ବ୍ୟବସ୍ଥା। ସିଆଇସିଙ୍କ ଏହି ଅଧ୍ୟୟନରୁ ସ୍ବତଃ ପ୍ରମାଣିତ ଯେ, ସ୍ବଚ୍ଛତା କଥା ମୁହଁରେ କହୁଥିଲେ ମଧ୍ୟ ମୋଦି ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ସାଧାରଣରେ ଯେଉଁ ଅଭିଯୋଗ ଆସୁଛି, ତାହା ସତ୍ୟ। ପୂର୍ବତନ ମୁଖ୍ୟ ସୂଚନା କମିଶନର ଏ.ଏନ୍‌. ତିଓ୍ବାରୀ ଓ...

ଆସ, ସଫଳତାର କାହାଣୀ କହିବା

ଆସ, ସଫଳତାର କାହାଣୀ କହିବା

ସୌମ୍ୟା ପରିଡ଼ା 

କିଛିଦିନ ତଳେ ‘ମୁଲକ୍‌’ ନାମକ ହିନ୍ଦୀ ଫିଲ୍ମଟିଏ ରିଲିଜ୍‌ ହୋଇଥିଲା। ସେ ଫିଲ୍ମର ଶେଷଭାଗ ଆଡ଼କୁ ଜଣେ ଜଜ୍‌ ଗୋଟିଏ କେସ୍‌ର ଶୁଣାଣି କରି କହିଥିଲେ, ଯଦି ଜାତି, ଧମର୍ର୍, ମନ୍ଦିର-ମସଜିଦ୍‌ କି ଅପାରଗପଣ ଆଦି କଥାକୁ ଉଠାଇ କେହି ତମକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛି, ତା’ହେଲେ ଜାଣିବ ନିର୍ବାଚନ ପାଖେଇ ଆସିଲା। କଥାରେ ଅଛି ‘ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା’। ହେଲେ ଆମ ଶିଙ୍ଗ କିନ୍ତୁ ସବୁବେଳେ ଫଟା। କାରଣ ଆମ ହିସାବରେ ଆମେ ସବ୍‌ଜାନ୍‌ତା। ନିଜେ କିଛି କାମ କରିବା ...

କାମିନୀ କାଞ୍ଚନ

କାମିନୀ କାଞ୍ଚନ

ଶିବରାମ ଶତପଥୀ

ପୃଥିବୀରେ ଆବହମାନ କାଳରୁ ଆଜିଯାଏ ଯେତେ ମହାସମର ସଂଘଟିତ ହୋଇଛି, ସବୁରି ମୂଳରେ ନିହିତ କାମିନୀ ଅଥବା କାଞ୍ଚନ। ଅପ୍‌ସରା ତିଳୋତ୍ତମାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ଦୁଇ ଅଜେୟ ଭାଇ ସୁନ୍ଦ, ଉପସୁନ୍ଦ ପରସ୍ପର ମରାମରି ହୋଇ ମଲେ। ଶୁମ୍ଭନିଶୁମ୍ଭ, ମହିଷାସୁର, ଜଳନ୍ଧର ଆଦି ଅପରାଜେୟ ଦୈତ୍ୟ ପାର୍ବତୀଙ୍କ ରୂପଗୁଣରେ ମୁଗ୍ଧହୋଇ ତାଙ୍କୁ ପାଇବା ପାଇଁ ଯୁଦ୍ଧ କରି ପ୍ରାଣ ହରାଇଲେ। ସୀତାଙ୍କ ଯୋଗୁ ସ୍ବର୍ଣ୍ଣମୟୀ ଲଙ୍କାପୁରୀ ଦଗ୍ଧ ଓ ପରେ ପ୍ରବଳ ପରାକ୍ରମୀ ରାବଣର ବଧ ସମ୍ଭବ ହୋଇପାରିଥିଲା। ରୂପସୀ ରାଣୀ ହେଲେନ୍‌ଙ୍କ ହେତୁ ଟ୍ରୟନଗରୀ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। ପୁରାଣ ଓ ଇତିହାସରେ ଏ...

ଏଇ ଭାରତରେ

ଏଇ ଭାରତରେ


ଦେଶରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ବାଦବିବାଦ ଲାଗି ରହିଛି। କେତେକ ସ୍ଥାନରେ ଧର୍ମୀୟ ବିଦ୍ୱେଷ ଦେଖାଦେବା ସହିତ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିହେଉଛି। ଏଥିପାଇଁ ଦେଶରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ହେଉଥିବା ଅନେକ ଉଦାହରଣ ଅଛି।  କିନ୍ତୁ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ବନ୍ଧୁଙ୍କ ମୃତ୍ୟୁରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରିବା ଏକ ନିଆରା ଘଟଣା। ଏପରି ଏକ ...

 ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ହାର ୬.୫ ଓ ରିଭର୍ସ ରେପୋ ହାର ୬.୨ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ ବା ବୃଦ୍ଧି କରିନାହାନ୍ତି। ମୁଦ୍ରାସ୍ଫୀତି ହ୍ରାସ ପାଇବା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଅନେକ ଅର୍ଥନୈତିକ ବିଶ୍ଳେଷକ ଏହା ହିଁ ଆଶା କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଖୁସି କରିଛି, କାରଣ ରେପୋ ହାର ବୃଦ୍ଧି ପାଇଥିଲେ ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ପ୍ରଦାନ କରିବାରେ ଅସୁବିଧା ହୋଇଥାନ୍ତା। ତେବେ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା ଏବଂ ...