ସମ୍ପାଦକୀୟ |

କାହା ପାଇଁ ବ୍ୟାଙ୍କ୍‌

କାହା ପାଇଁ ବ୍ୟାଙ୍କ୍‌
ବିଚିତ୍ର ବିଶ୍ୱାଳ/ କେନ୍ଦ୍ରାପଡ଼ାର ୬୫ ବର୍ଷୀୟ ରଘୁନାଥ ସ୍ବାଇଁଙ୍କ ବ୍ୟାଙ୍କ୍‌ ଖାତାରେ ଧାନ ବିକ୍ରି ଟଙ୍କା ଜମା ହେବା ମାତ୍ରେ ଛାଏଁ ଛାଏଁ ପାଞ୍ଚ ହଜାର ଟଙ୍କା କଟିଗଲା। ରଘୁନାଥଙ୍କ ମୁଣ୍ଡ ଝାଇଁ ମାରିଗଲା। ବ୍ୟାଙ୍କ୍‌ ଅଧିକାରୀଙ୍କ ପାଖରେ ଫେରାଦ ହୋଇ ବୁଝିଲେ ଯେ, ପାଞ୍ଚ ବର୍ଷ ତଳେ ଆଣିଥିବା ପଚାଶ ହଜାର ଟଙ୍କା ଋଣର କିସ୍ତି ବାବଦକୁ ବ୍ୟାଙ୍କ୍‌ ସେ ଟଙ୍କା କାଟି ନେଇଛି। ବିଚରା ରଘୁନାଥ ନାକକାନ ମୋଡ଼ି ହୋଇ ରହିଲେ। ଏହା କେବଳ ଗୋଟିଏ ରଘୁନାଥଙ୍କ କାହାଣୀ ନୁହେଁ, ଅନେକ ରଘୁନାଥ ଏପରି ଅଛନ୍ତି, ଯେଉଁମାନଙ୍କ ଋଣ ବାବଦ ଟଙ୍କାକୁ ବ୍ୟାଙ୍କ୍‌ ଏପରି ଭାବେ କାଟି ନେଉଛି। ଏହା ସତ୍ୟ ଯେ, ରଘୁନାଥ ଯେହେତୁ ବ୍ୟାଙ୍କ୍‌ରୁ ଋଣ ଆଣିଛନ୍ତି, ତାଙ୍କୁ ଶୁଝିବାକୁ ହଁି ପଡ଼ିବ। ଋଣ ବାବଦକୁ କେବଳ ଖାତାରୁ ଟଙ୍କା କାଟିନେବା ନୁହେଁ, ଋଣ ଅସୁଲ୍‌ କରିବା ପାଇଁ ବ୍ୟାଙ୍କ୍‌ମାନେ ଏହାଠାରୁ ବି ଜଘନ୍ୟ ଉପାୟ ଆପଣାନ୍ତି। କେତେକ କ୍ଷେତ୍ରରେ ବ୍ୟାଙ୍କ୍‌ ସମ୍ପତ୍ତି ନିଲାମ କରିଦିଏ ତ କେତେବେଳେ ଘର କୋରଖ କରେ। ମୋଟର ସାଇକେଲ୍‌ କିସ୍ତି ଶୁଝି ନ ପାରିଲେ ବ୍ୟାଙ୍କ୍‌ ଲୋକ ଲଗାଇ ଗାଡ଼ି ଛଡ଼େଇନିଏ। ଏପରିକି ବ୍ୟାଙ୍କ୍‌ର ଏଜେଣ୍ଟମାନେ ଋଣ ପରିଶୋଧ କରି ନ ଥିବା ଲୋକମାନଙ୍କୁ ଡରେଇବା, ଧମକେଇବା ବା ଶାରୀରିକ ଆକ୍ରମଣ କରିବାର ବି ନଜିର ଅଛି। କିନ୍ତୁ ପ୍ରଶ୍ନ ହେଉଛି, ବ୍ୟାଙ୍କ ଏପରି ସବୁ ଅମାନବିକ ଉପାୟ କେବଳ ସାଧାରଣ ଲୋକ ତଥା ଚାଷୀମାନଙ୍କ କ୍ଷେତ୍ରରେ କରିଥାଏ କାହଁିକି? ଧନିକ ଗୋଷ୍ଠୀ ବା କମ୍ପାନୀମାନଙ୍କ ସହିତ ଏପରି କରିଥିବାର ତ କେବେ ଶୁଣାଯାଇନାହଁି। ଓଲଟି ଋଣର ପରିମାଣ ବଢ଼ିଗଲେ ବ୍ୟାଙ୍କ୍‌ ଧନୀ ଓ କର୍ପୋରେଟ୍‌ ହାଉସ୍‌ମାନଙ୍କୁ ଅଧିକ ଋଣ ଦେଇଥାଏ। ମାତ୍ର ପଚାଶ ହଜାର ଟଙ୍କା ବା ତା’ଠାରୁ କମ୍‌ ଟଙ୍କାର ଋଣ ଅସୁଲ୍‌ କରିବା ପାଇଁ ବ୍ୟାଙ୍କ୍‌ ଯେକୌଣସି ଉପାୟ ଅବଲମ୍ବନ କରୁଥିବା ବେଳେ କୋଟି କୋଟି ଟଙ୍କା ଋଣ ନେଉଥିବା ଧନିକମାନଙ୍କ କ୍ଷେତ୍ରରେ ନୀରବ ପଡ଼ିଯାଏ କାହଁିକି? ଋଣଗ୍ରହୀତାମାନେ ଶୁଝିବାକୁ ଡେରି କଲେ ବ୍ୟାଙ୍କ୍‌ ସେମାନଙ୍କ ନାମକୁ ସର୍ବସାଧାରଣ କାନ୍ଥବାଡ଼ରେ ଲେଖି ପ୍ରକାଶ କରିଥାଏ, ଯାହା ସେମାନଙ୍କ ସାମାଜିକ ସମ୍ମାନରେ ଆଞ୍ଚ ଆଣିଥାଏ। ହେଲେ କୌଣସି ଧନୀ ଲୋକ ଋଣ ନ ଶୁଝିଲେ, ବ୍ୟାଙ୍କ୍‌ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ କରିଥିବାର ତ କେବେ ଦେଖାଯାଏ ନାହଁି। ଏ ସବୁଥିରୁ ବୁଝାପଡ଼ୁଛି ବ୍ୟାଙ୍କ୍‌ର ସବୁ ନୀତି ନିୟମ ଯେପରି କେବଳ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଧନୀମାନେ ଏ ସବୁର ଊର୍ଦ୍ଧ୍ୱରେ। ଧନିକମାନେ ତଥା କର୍ପୋରେଟ୍‌ ହାଉସ୍‌ମାନେ ଦୀର୍ଘ ସମୟ ଧରି ବିଶାଳ ପରିମାଣର ଋଣରାଶି ନ ଶୁଝିଲେ ବ୍ୟାଙ୍କ୍‌ ତରଫରୁ ସେହି ପରିମାଣକୁ ନନ୍‌ ପରଫର୍ମିଙ୍ଗ୍‌ ଆସେଟ୍‌ ଅର୍ଥାତ୍‌ ଅକାମୀ ସମ୍ପତ୍ତି କୁହାଯାଉଛି। ସେହି ପରିମାଣକୁ ଅସୁଲ୍‌ କରିବା ପାଇଁ ଆଉ ଧରପଗଡ଼ କରାଯାଉନାହଁି। କିନ୍ତୁ ଜଣେ ଚାଷୀ ବା ସାଧାରଣ ଲୋକଟିଏ ଅଳ୍ପ ପରିମାଣର ଋଣ ଶୁଝି ନ ପାରିଲେ ତାକୁ ଅସୁଲ୍‌ କରିବା ପାଇଁ ବ୍ୟାଙ୍କ୍‌ ସମସ୍ତ ପ୍ରକାର କୌଶଳ ଆପଣାଉଛି। ଏପରିକି ମାନସିକ ନିର୍ଯାତନା ସହି ନ ପାରି ବିଚରା ସାଧାରଣ ଲୋକଟି ଆତ୍ମହତ୍ୟା ପରି ରାସ୍ତା ଆପଣାଉଛି। କିନ୍ତୁ ନୀରବ ମୋଦି ବା ବିଜୟ ମାଲ୍ୟାଙ୍କ ପରି କୋଟିପତିମାନଙ୍କୁ ବ୍ୟାଙ୍କ୍‌ ଜ୍ୱାଇଁ ପରି ବ୍ୟବହାର ଦେଖାଇ ଋଣ ପରେ ଋଣ ଦେଇ ଚାଲୁଛି ଓ ଶେଷରେ ସେମାନେ ଦେଶ ଛାଡ଼ି ଉଡିଯାଉଛନ୍ତି। ସମ୍ପ୍ରତି ନୀରବ ମୋଦି ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ୍‌ରୁ ୧୧,୪୦୦ କୋଟିର ଋଣ ଖିଲାପ କରି ବିଦେଶରେ ଆତ୍ମଗୋପନ କରିଛନ୍ତି। ଆମ ଦେଶରେ କର୍ପୋରେଟ୍‌ ହାଉସ୍‌ ଓ ଧନିକମାନେ ଋଣ ନେଇ ଶୁଝୁ ନ ଥିବା ରାଶିର ପରିମାଣ ୯.୫ ଲକ୍ଷ କୋଟି। ଏହି ବିପୁଳ ପରିମାଣର ଅର୍ଥକୁ ଅଚଳ ପରିସମ୍ପତ୍ତି ବୋଲି ଘୋଷଣା କରାଯାଇଥିବା ବେଳେ ଚାଷୀମାନେ ଋଣ ଛାଡ଼ କରିବା ପାଇଁ ଦାବି କଲେ ବୁଦ୍ଧିଜୀବୀ ଓ ତଥାକଥିତ ଅର୍ଥନୀତିଜ୍ଞମାନେ ଗୋଡ଼େଇ ଆସୁଛନ୍ତି। ଲୋକ ସଭାର ପବ୍ଲିକ୍‌ ଆକାଉଣ୍ଟ୍‌ସ କମିଟି ଆକଳନ କରିଛନ୍ତି ଯେ, ମାର୍ଚ୍ଚ ୨୦୧୭ ସୁଦ୍ଧା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କର ଅଶୁଝା ଋଣର ପରିମାଣ ୬.୮ ଲକ୍ଷ କୋଟି ଟଙ୍କା, ଯେଉଁଥରୁ ୭୦% କେବଳ ବଡ଼ ବଡ଼ କମ୍ପାନୀମାନେ ହଁି ନେଇଛନ୍ତି। ଏହି ଋଣର ମାତ୍ର ୧% ହଁି ଚାଷୀମାନଙ୍କ ଦ୍ୱାରା ଅଶୁଝା ରହିଛି। ଗତ ୧୦ ବର୍ଷ ମଧ୍ୟରେ ୩.୬୦ ଲକ୍ଷ କୋଟି ଟଙ୍କା ଋଣକୁ ବ୍ୟାଙ୍କ୍‌ମାନେ ବ୍ୟାଡ୍‌ ଡେବିଟ୍‌ ଅର୍ଥାତ୍‌ କୁଋଣ ଘୋଷଣା କରି ଛାଡ଼ କରିଛନ୍ତି। କିନ୍ତୁ ଚାଷୀମାନେ ଋଣ ପରିଶୋଧ ନ କଲେ ବ୍ୟାଙ୍କ୍‌ ସେମାନଙ୍କ ନାମରେ ମକଦ୍ଦମା କରି ତାଙ୍କୁ ଜେଲ୍‌ରେ ପୂରାଉଛି। ସମ୍ପ୍ରତି ମହାରାଷ୍ଟ୍ର ସରକାର ୩୪,୦୦୦କୋଟି ଟଙ୍କା ଋଣ ଛାଡ଼ କରି, ସେଥିରୁ ୮୯ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଘୋଷଣା କରିଛନ୍ତି। ଏହି ହିସାବରେ ହିସାବ କଲେ ଯେଉଁ ୧୧,୪୦୦ କୋଟି ଟଙ୍କା ଋଣ ନେଇ ନୀରବ ମୋଦି ବିଦେଶରେ ଆତ୍ମଗୋପନ କରିଛନ୍ତି, ସେତିକି ଟଙ୍କାରେ ୩୦ ଲକ୍ଷ ଚାଷୀଙ୍କର ଋଣ ଛାଡ଼ କରାଯାଇ ପାରିଥାନ୍ତା। ସେହିପରି ରୋଟୋମ୍ୟାକ୍‌ କମ୍ପାନୀ ମାଲିକଙ୍କ ୩୬୯୫ କୋଟି ଓ ବିଜୟ ମାଲ୍ୟାଙ୍କ ୯୦୦୦ କୋଟି ଟଙ୍କାର ଋଣରେ ଆମ ଦେଶର ଆଉ ୩୦ ଲକ୍ଷ ଚାଷୀଙ୍କ ଋଣ ଛାଡ଼ କରାଯାଇପାରିଥାନ୍ତା। ଆଗାମୀ ଦିନରେ ସେମାନଙ୍କୁ ଆତ୍ମହତ୍ୟା କରିବା ପରି ଦୁର୍ଦ୍ଦିନ ଦେଖିବାକୁ ପଡ଼ି ନ ଥାନ୍ତା। ଏହି ତିନି ଜଣଙ୍କ ଋଣର ପରିମାଣରେ ଯଦି ୬୦ ଲକ୍ଷ ଚାଷୀ ଉପକୃତ ହୋଇପାରିଥାନ୍ତେ, ତେବେ ଯେତେ କମ୍ପାନୀ ଋଣ ଖିଲାପ କରି ବୁଲୁଛନ୍ତି ତାଙ୍କ ପରିମାଣ ହିସାବକୁ ନେଲେ ଆମ ଦେଶର ପ୍ରାୟ ପ୍ରତ୍ୟେକ ଚାଷୀ ଋଣଯନ୍ତାରୁ ମୁକ୍ତି ପାଇଯାନ୍ତେ। ଅସଲରେ ବ୍ୟାଙ୍କ୍‌ମାନେ ତାଙ୍କ ନୀତି ନିୟମକୁ କେବଳ ଗରିବ ଲୋକଙ୍କ ଉପରେ ଲାଗୁ କରୁଥିବା ବେଳେ ଅସଲ ଋଣ ଖିଲାପି ତଥା ଧନିକମାନେ ସବୁ ଟଙ୍କା ଲୁଟି ନେଇ ବିଦେଶକୁ ଉଡ଼ିଯାଉଛନ୍ତି। (ମୋ-୯୪୩୮୪୬୮୪୭୪)
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଋଣ ଛାଡ଼

ସମ୍ପାଦକୀୟ/ ଋଣ ଛାଡ଼

ଡିସେମ୍ବର ୧୭ରେ କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ ହେବ ବୋଲି ଘୋଷଣା କରିଛନ୍ତି। କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ କୃଷିଋଣ ଛାଡ଼ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିବାରୁ କମଲନାଥ ତତ୍‌କ୍ଷଣାତ୍‌ ପଦକ୍ଷେପ ନେଇଛନ୍ତି। ସେହିପରି ଏହିଦିନ କେନ୍ଦ୍ର ..

ସୁନ୍ଦର ଜାଗା, ଭଲ ଲୋକ

ସୁନ୍ଦର ଜାଗା, ଭଲ ଲୋକ

ନବୀନ ପଟ୍ଟନାୟକ

ଗତ କେତେ ସପ୍ତାହ ଧରି ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ପ୍ରସିଦ୍ଧ ଅନେକ ବ୍ୟକ୍ତିଙ୍କୁ ଆତିଥେୟତା ପ୍ରଦାନ କରିଛି। ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଶିଳ୍ପପତିମାନେ ଏକାଠି ହୋଇଥିଲେ। ସେହିପରି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ବିଶ୍ୱ ପ୍ରସିଦ୍ଧ କଳାକାର, ସାଂସ୍କୃତିକ ତଥା କ୍ରୀଡ଼ା ଜଗତର ଖ୍ୟାତନାମା ବ୍ୟକ୍ତିତ୍ୱ, ବିଭିନ୍ନ ଦେଶର ..

ଆତ୍ମହତ୍ୟା ମହାପାପ

ଆତ୍ମହତ୍ୟା ମହାପାପ

ଇଂ. ବିଦ୍ୟାଧର ପଣ୍ଡା

ହାଡୁ ପୁରୋହିତଙ୍କର ପୁରାଣ ଜ୍ଞାନ ଭଲ। ଛକ ଚା’ଦୋକାନରେ ବସି କେତେ କଥା ଆଲୋଚନା କରନ୍ତି। କାଲି ପେଥାଇ ବାତ୍ୟାର କୋହଲା ପାଗରେ ଅଦିନିଆ ଚାଷୀମାନେ ଚା’ ପିଇବାକୁ ଛକକୁ ଝଡପରି କୁଆଡୁ ମାଡିଆସି ଭିଡ କରିଥାନ୍ତି। ଗୋସେଇଁଙ୍କୁ ଦେଖିବା ମାତ୍ରେ ପାଦତଳେ ଓଳଗି ହୋଇ ଚାରିପଟେ ଚକ୍ରାକାରରେ ଛିଡା ହୋଇଗଲେ। ଚା’ ପିଇବା ସହ ଟିଭି ଖବର ଦେଖିବେ ଓ ଲୋକଙ୍କଠାରୁ ଆଗାମୀ ବର୍ଷା ଓ ବାତ୍ୟା କଥା ଜାଣିବେ। ଏମିତି ପ୍ରକାରର ଲୋକଙ୍କୁ ଦେଖି ହାଡୁ ପୁରୋହିତଙ୍କର ପାକୁଆ ପାଟିରେ ପ୍ରବଚନ ଶକ୍ତି ବଢିଯାଏ। ଗତବର୍ଷ ଚାଷକାମରେ ହାରି ଚାରିଜଣ ଅଧାବରଷିଆ ଚାଷୀ ଆତ୍ମହତ୍ୟା କଲେ। ଏକଥା ଗୋସେଇଁଙ୍କୁ ...

ସୂର୍ଯ୍ୟ ନମସ୍କାର

ସୂର୍ଯ୍ୟ ନମସ୍କାର

ଅଲେଖ ଚନ୍ଦ୍ର ମିଶ୍ର

ସକଳ ଶକ୍ତିର ଉତ୍ସ ସୂର୍ଯ୍ୟଙ୍କୁ କେଉଁ ଆଦିମ କାଳରୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆ ହୋଇଛି। ଋତୁଚକ୍ର, ଦିନରାତି, ମେଘ, ରଙ୍ଗ, ଅଗ୍ନି, ତାପଶକ୍ତି ଇତ୍ୟାଦି ସୂର୍ଯ୍ୟଙ୍କ ଯୋଗୁ ସମ୍ଭବ। ସୂର୍ଯ୍ୟଙ୍କ ନାମ ସହିତ ଅନେକ ଦେଶର ଭୌଗୋଳିକ ସ୍ଥିତିକୁ ଯୋଡାଯାଇଛି, ଯଥା ନିଶିଥସୂର୍ଯ୍ୟର ଦେଶ (ନରଓ୍ବେ), ସୂର୍ଯ୍ୟୋଦୟର ଦେଶ (ଜାପାନ) ଇତ୍ୟାଦି। ସାରା ପୃଥିବୀରେ ରବିବାର (ସନ୍‌ଡେ)ର ଏକ ସ୍ବ...

ଏଇ ଭାରତରେ

ଏଇ ଭାରତରେ

ଭାରତର ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି। ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଅନେକେ ଭିକ୍ଷାବୃତ୍ତି କରି ପେଟ ପୋଷିଥାନ୍ତି। ତେବେ ଭାରତର ଏକ ଗଁା ରହିଛି, ଯେଉଁଠି ଭିକ ମାଗିବା ଲୋକଙ୍କର ପେସା। ଉତ୍ତରପ୍ରଦେଶର କାନପୁର ଜିଲାରେ ରହିଛି ଏକ କପାଡିଆ ବସ୍ତି। ଏଠାରେ ବାସ କରୁଥିବା ଲୋକେ ଭିକ୍ଷାବୃତ୍ତି କରି ଚଳନ୍ତି। ଏହା ତାଙ୍କର କୌଳିକ ବୃତ୍ତି। ବସ୍ତିର କୌଣ..

ସମ୍ପାଦକୀୟ/ରାୟର ରଙ୍ଗ

ସମ୍ପାଦକୀୟ/ରାୟର ରଙ୍ଗ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଦେହରକ୍ଷୀ ବେୟନ୍ତ ସିଂ ଓ ସତ୍‌ଓ୍ବନ୍ତ ସିଂ ୧୯୮୪ ଅକ୍ଟୋବର ୩୧ରେ ଗୁଳିକରି ହତ୍ୟା କରିଥିଲେ। ଏହା ପରେ ଦିଲ୍ଲୀ ସମେତ ସମଗ୍ର ଦେଶରେ ଶିଖ୍‌ ବିରୋଧୀ ଦଙ୍ଗାରେ ୮,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା। ଅବଶ୍ୟ ବେସରକାରୀ ହିସାବରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ଥିବା ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଭଳି ଗଣହତ୍ୟା ସେହି ସମୟରେ ସମଗ୍ର ଦେଶରେ ଚହଳ ପକାଇ ଦେଇଥିଲା। ଦୀର୍ଘ ୩୪ ବର୍ଷ ପରେ ଦଙ୍ଗାର ...

ମାନବାଧିକାର ଓ ମୃତ୍ୟୁଦଣ୍ଡ

ମାନବାଧିକାର ଓ ମୃତ୍ୟୁଦଣ୍ଡ

ବୈକୁଣ୍ଠନାଥ ମିଶ୍ର

ଭାରତ ସମ୍ବିଧାନର ଧାରା ୨୧ ଭାରତୀୟ ନାଗରିକଙ୍କୁ ସ୍ବାଧୀନଭାବେ ବଞ୍ଚିବାର ଅଧିକାର ପ୍ରଦାନ କରିଛି। ବ୍ୟକ୍ତିର ସେହି ଅଧିକାର କ୍ଷୁଣ୍ଣ ହେଲେ ମାନବିକ ଅଧିକାର ବିପନ୍ନ ହେଲା ବୋଲି ବୁଝିବାକୁ ହେବ। ଆଧୁନିକ ଯୁଗରେ ମାନବାଧିକାର ଏକ ବିତର୍କିତ ପ୍ରସଙ୍ଗ। କାରଣ ମାନବାଧିକାରର ସଂଜ୍ଞା ଅସ୍ପଷ୍ଟ। ସମାନ ଅପରାଧ ପାଇଁ ଜଣେ ଫାଶୀ ଦଣ୍ଡାଦିଷ୍ଟ ହେଉଥିବା ବେଳେ ଆଉ ଜଣେ ଆଜୀବନ ଜେଲଦଣ୍ଡ ପାଏ। ଜଣେ ନ୍ୟାୟମୂର୍ତ୍ତିଙ୍କ ଦୃଷ୍ଟିରେ ଫାଶୀ ମାନବାଧିକାରର ପରିପନ୍ଥୀ ତ ଆଉ ଜଣେ ବିରଳରୁ ଅତି ବିରଳ ଅପରାଧ ପାଇଁ ଫାଶୀଦଣ୍ଡ ଏକମାତ୍ର ବିକଳ୍ପ ବୋଲି ବିବେଚନା କରନ୍ତି। କେତେକ ମାନବାଧିକାର କର୍ମୀଙ୍କ ମତରେ ଜଣଙ୍କର ଜୀବ..

ଶୀତ ପରେ ବସନ୍ତ

ଶୀତ ପରେ ବସନ୍ତ

ଉପେନ୍ଦ୍ର ବିଶ୍ୱାଳ

‘ଧାରେ ହସ’ ଶୀର୍ଷକ ମୋର ପ୍ରବନ୍ଧଟିଏ ପାଠକଲା ପରେ କଲ୍ୟାଣୀ ନାମ୍ନୀ ଶିକ୍ଷୟିତ୍ରୀ କହିଲେ ”ଭଗବାନ ଯାହା ଓଠରୁ ସବୁଦିନ ପାଇଁ ହସ ଲିଭାଇ ଦେଇଛନ୍ତି, ସେ ବା ହସିବ କେମିତି?“ ଅବଶ୍ୟ ବେଦନାଭରା ଥିଲା ତାଙ୍କ ଜୀବନ କାହାଣୀ। ଦୁର୍ଭାଗ୍ୟର କଳାବାଦଲ ଘୋଟିଆସିଛି ତାଙ୍କ ଜୀବନରେ। ପ୍ରଥମେ ମା’ଙ୍କୁ ଓ ପରେ ବାପାଙ୍କୁ ହରାଇ ଦିଗହରା ହେଲେ। ଏକମାତ୍ର ଭାଇ ହିଁ ସାହାରା ସାଜି ଭଉଣୀର ବିବାହ କରାଇଦିଏ। ମାତ୍ର ନିୟତି ନିଷ୍ଠୁର ସାଜିଥିଲା। ସ୍ବାମୀଙ୍କ ନିର୍ଯାତନା ଥିଲା ତାଙ୍କ ପାଇଁ ଆହୁରି ଅସହ୍ୟ। ଜୀବନ ବଞ୍ଚାଇବାକୁ ଯାଇ ଭଉଣୀଟି ଫେରିଆସେ ଭାଇର ଆଶ୍ରାରେ। ବିବାହ ପରେ ଭାଇ ମଧ୍ୟ ହାତ ଛାଡ଼ିଦିଏ। ତା’ପରେ ଚାରିଦି..

ଏଇ ଭାରତରେ

ଏଇ ଭାରତରେ

କେତେକେ ଜୀବନ ଧାରଣ ପାଇଁ ଯେଭଳି କଷ୍ଟ ବରଣ କରିଥାଆନ୍ତି ତାହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ତ୍ରିପୁରାର ରାଜଧାନୀ ଅଗରତାଲାରେ ରିକ୍‌ସା ଚଳାଉଥିବା ସୋମା ଚକ୍ରବର୍ତ୍ତୀ। ସେ ଝିଅକୁ କପଡାରେ ବାନ୍ଧି ଛାତିରେ ଧରିବା ସହିତ ପେଟ ପୋଷିବା ପାଇଁ ଦିନସାରା ରାଜରାସ୍ତାରେ ରିକ୍ସା ଟାଣନ୍ତି। ତାଙ୍କ ପ୍ରତି ସହାନୁଭୂତି ଦେଖାଇ ଅନେକେ ଅଧାବାଟରୁ..

ବିଶ୍ୱାସ ତୁଟିଲା

ବିଶ୍ୱାସ ତୁଟିଲା

ତଥାଗତ ସତପଥୀ

ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣାଯିବା ନେଇ ହୋଇଥିବା ଚୁକ୍ତିରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟ ଡିସେମ୍ବର ୧୪ରେ ରାୟ ଦେବା ପରେ ରାଜନୈତିକ କାଦୁଅ ଫିଙ୍ଗାଫୋପଡ଼ା ଆରମ୍ଭ ହୋଇଯାଇଛି। 

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଚିନ୍ମୟ ରଞ୍ଜନ କୁମାର

କୃଷି ଓ କୃଷକ ବିଭିନ୍ନ କାରଣ ପାଇଁ ଏବେ ଚାପଗ୍ରସ୍ତ। କୃଷି ମୁଖ୍ୟତଃ ବର୍ଦ୍ଧିତ ଜନସଂଖ୍ୟା, ସହରୀକରଣ, ସରକାରୀ ଅର୍ଥ ବିନିଯୋଗର ହ୍ରାସ, ନୀତି ନିର୍ଦ୍ଧାରଣ ଓ ପ୍ରଣୟନରେ ଅସମାନତା ଏବଂ ପ୍ରାକୃତିକ ସମ୍ପଦର ସ୍ଖଳନ ଭଳି ସମସ୍ୟା ଦ୍ୱାରା ପୀଡ଼ିତ।

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

୧୯୭୨ ମସିହାର ଏକ ଘଟଣା। ମୁଁ ରାଉରକେଲାକୁ ବଦଳି ହୋଇ, ସେଠାରେ ଥିବା ଓଡ଼ିଶା-ମିଲିଟାରୀ ପୋଲିସ (ଓଏମ୍‌ପି)ର ତ୍ରିତାଲା ଫ୍ଲାଟ୍‌ର ଉପର ମହଲାର ଏକ ବାସଗୃହରେ ରହୁଥାଏ।