ସମ୍ପାଦକୀୟ |

ପ୍ରତିଦ୍ୱନ୍ଦ୍ୱୀ ନୁହଁ, ପରିପୂରକ

ପ୍ରତିଦ୍ୱନ୍ଦ୍ୱୀ ନୁହଁ, ପରିପୂରକ

ଡ. ପ୍ରଫୁଲ୍ଲ କୁମାର ସାହୁ/
ପ୍ରତ୍ୟେକ ଆନ୍ଦୋଳନ ଅନ୍ତରାଳରେ ଥାଏ କିଛି ଅସନ୍ତୋଷ ଜନିତ ପ୍ରତିକ୍ରିୟା ଏବଂ ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ନିମନ୍ତେ ଏକ କ୍ରିୟାଶୀଳ ଅଭୀପ୍ସା। ସେହି ନ୍ୟାୟରେ ନିଜର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବିଶ୍ୱବ୍ୟାପୀ କ୍ରମଶଃ ତୀବ୍ର ହେବାରେ ଲାଗିଛି ନାରୀମୁକ୍ତି ଆନ୍ଦୋଳନର ସ୍ବର ଓ ସଂକଳ୍ପ।
ନାରୀ ଓ ପୁରୁଷ ସମାଜର ଦୁଇଟି ଅଲଗା ଅଲଗା ଅଙ୍ଗ ହେଲେ ବି ମନୁଷ୍ୟ ଭାବରେ ଏକ ଓ ଅଭିନ୍ନ। ଉଭୟଙ୍କର କର୍ମକ୍ଷେତ୍ର ଭିନ୍ନ, କିନ୍ତୁ ଉଭୟ ଉଭୟଙ୍କ ପାଇଁ ପ୍ରକୃତିପ୍ରଦତ୍ତ ସହଯୋଗୀ। ପରସ୍ପରର ପରିପୂରକ। ଜଣେ ହୃଦୟ ହେଲେ ଆଉ ଜଣେ ତା’ର ସ୍ପନ୍ଦନ। ଏହି ବିଚାରବୋଧ ଯଦି ସର୍ବଜନଗ୍ରାହୀ ହୋଇପାରନ୍ତା ତେବେ ସମାଜରୁ ଅପସରି ଯାଆନ୍ତା ବହୁ ବିସଙ୍ଗତି, ବିଭଙ୍ଗ ଓ ବିଶୃଙ୍ଖଳା। ଆଉ ନାରୀବାଦୀଙ୍କ ପକ୍ଷରୁ ଉଠନ୍ତା ନାହିଁ ଯୁଗ ଯୁଗ ଧରି ଚଳିଆସୁଥିବା ସମାଜ ବ୍ୟବସ୍ଥାର ପୁନର୍ନ୍ୟାସ ଦାବି। ଏହା ଏକ ବିଡ଼ମ୍ବିତ ସତ୍ୟ ଯେ, ଆମ ସୁଦୀର୍ଘ ସାଂସ୍କୃତିକ ପରମ୍ପରାରେ ନାରୀ କେବେ ବି ପୁରୁଷ ସହିତ ଏକ ସମତୁଲ ଜୀବନ ବଞ୍ଚତ୍ନାହିଁ, ବରଂ ବଞ୍ଚତ୍ଛି ନିହାତି ଏକ ଅବହେଳିତ ଜୀବନ। ଏଥିପାଇଁ ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷରେ ଅନେକ ପ୍ରଶ୍ନ ଉଠୁଛି ଏବଂ ନାରୀର ଉତ୍‌ଥାନ ପାଇଁ ଜାରି ରହିଛି ନିରନ୍ତର ପ୍ରୟାସ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରକାଶ ପାଇଥିବା ତପତ୍ରତା ଯୋଗୁ ବହୁ ଭାବରେ ସୁଧୁରିଛି ନାରୀର ସାମାଜିକ ସ୍ଥିତି। ଅଧ୍ୟୟନ, ଅଧ୍ୟାପନା, ଉଚ୍ଚତର ଗବେଷଣା ଓ ରାଜନୀତି ଆଦି କ୍ଷେତ୍ରରେ ସେ ପ୍ରତିପାଦନ କରିପାରିଛି ନିଜର ଅସାଧାରଣ ଦକ୍ଷତା। ପାରମ୍ପରିକ ଆଚାର ଓ ଆଚରଣ ବାହାରେ ନିଜ ପାଇଁ ତିଆରି କରିପାରିଛି ଏକ ନୂଆ ପରିଚୟ। ମାତ୍ର ନାରୀ ଏତେ ବାଟ ଗଲା ପରେ ବି ଆମ ପ୍ରାତ୍ୟହିକ ସମାଜ ଜୀବନରେ ଜାରି ରହିଛି ତାକୁ ଲାଞ୍ଛିତ ଓ ଅବଦମିତ କରି ରଖିବାର ଏକଚାଟିଆ ପ୍ରୟାସ। ନାରୀ ପ୍ରତି ପୁରୁଷର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ତିଆରି ହୋଇଛି କଠୋର ଆଇନ। ପରିସଂଖ୍ୟାନ କହୁଛି ସବୁ ଆଇନକାନୁନ ଓ କଟକଣା ସତ୍ତ୍ୱେ ନାରୀ ନିର୍ଯାତନା ବଢୁଛି। ଏଭଳି କଳଙ୍କିତ ଅଧ୍ୟାୟର ଅବସାନ ପାଇଁ ଆଇନ ଆହୁରି କଠୋର ହେବା ଉଚିତ। ଏହା ସତ୍ତ୍ୱେ ଅପରାଧପ୍ରବଣତା କମିବ କି ନା ସନ୍ଦେହ। କାରଣ ନୀତି ନୈତିକତା ଓ ମୂଲ୍ୟବୋଧର ଅବକ୍ଷୟ ଏବେ ଚରମ ସୀମାରେ। ବଜାରୀକରଣ ବ୍ୟବସ୍ଥାରେ ଚାଲିଛି ନାରୀକୁ ଆୟୁଧ କରି ମଣିଷ ପଣିଆକୁ ଚୂରମାର କରିଦେବାର ମସୁଧା। ତେଣୁ ନାରୀର ସୁରକ୍ଷା ଓ ସମ୍ମାନ ଆଇନ ଅପେକ୍ଷା ଅଧିକ ନିର୍ଭର କରେ ଜାଗ୍ରତ ଜନମତ ଉପରେ।
ଯୁଗ ଯୁଗ ଧରି ପ୍ରଚଳିତ ସମାଜ ବ୍ୟବସ୍ଥାକୁ ପୁରୁଷପ୍ରଧାନ କହି ଆକ୍ଷେପ କରି ଆସୁଛି ନାରୀ। ମାତ୍ର ସେ ଭୁଲିଯାଇଛି ଆମ ସମାଜ ବ୍ୟବସ୍ଥାର ପ୍ରତି କ୍ଷେତ୍ରରେ ନାରୀଶକ୍ତିର ଉପାସନା ଆଗ। ସେ ଅନୁଭବ କରିପାରୁନି ନିଜ ପାଖରେ ଥିବା କସ୍ତୁରୀର ଶ୍ରେୟକୁ। ନାରୀ ବିନା ସମାଜକୁ ଧାରଣ ଓ ପୂରଣ କରିବା ପାଇଁ ଦ୍ୱିତୀୟ ଆଉ କେହି ନାହିଁ। ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ପ୍ରକ୍ରିୟାରେ ତା’ର ଅଧିକାର ସ୍ବତଃସିଦ୍ଧ। ଅଥଚ ସେ ବିବର୍ତ୍ତନୀୟ ବାସ୍ତବତାକୁ ଭୁଲି ପୁରୁଷକୁ ମାଗୁଛି ଅଧିକାର। ପରିବାର ଭଳି ତ ସାମ୍ରାଜ୍ୟର ସର୍ବମୟ କର୍ତ୍ତ୍ରୀ ହେଉଛି ନାରୀ, ଯେଉଁ ସାମ୍ରାଜ୍ୟରେ ପୁରୁଷ କେବଳ ନାମମାତ୍ର ମୁଖ୍ୟ। ପୁରୁଷର ନାରୀ ପ୍ରାଣତା ହିଁ ଏହାର କାରଣ। ସେ ମରିବା ଯାଏ ତମାମ ଜୀବନ ବଞ୍ଚେ ନିରୁତା ନାରୀପ୍ରାଣ ହୋଇ। ନାରୀକୁ ହୃଦୟେଶ୍ୱରୀ କରିବା ପାଇଁ ପୁରୁଷ ପ୍ରାଣର ଅମାପ ବ୍ୟାକୁଳତା କଥା ଭାବିଲେ ଲାଗୁଛି ଏ ପୃଥିବୀଟା ବିଲ୍‌କୁଲ୍‌ ନାରୀପ୍ରଧାନ। ପୁରୁଷର ଏ ଦୁର୍ବଳତାର ସୁଯୋଗ ନେଇ ନାରୀ ଜାହିର କରେ ନିଜର ଓଦ୍ଧତ୍ୟ ଓ ଅହଂପଣ। ତା’ର ଅହଂକାର ଓ ସ୍ବାର୍ଥପରତା ପାଇଁ ପରିବାରରେ ସୃଷ୍ଟି ହୁଏ ଅଶାନ୍ତିର ଝଡ଼। ନାରୀ ନିର୍ଯାତନା ପାଇଁ ପ୍ରସ୍ତୁତ ହୁଏ କ୍ଷେତ୍ର। ନାରୀ ଲାଞ୍ଛନାର ପ୍ରତିଟି ପ୍ରକରଣ ପାଇଁ ପୁରୁଷପ୍ରଧାନ ସମାଜ ବ୍ୟବସ୍ଥାକୁ ଦାୟୀ କରୁଛି ନାରୀ। ଅଥଚ ସେହି ନାରୀ ପାଲଟି ଯାଉଛି ଆଉ ଜଣେ ନାରୀର ପ୍ରଥମ ଓ ପ୍ରଧାନ ଶତ୍ରୁ।
ପୁରୁଷର ଦୁର୍ବହ ଆଧିପତ୍ୟ ଓ ବହୁନାରୀ ଭୋଗର ପ୍ରବୃତ୍ତିକୁ ଯଥାସମ୍ଭବ ଦୂରକରିବା ପାଇଁ ନାରୀ ଜାଗି ଉଠିବା ଏକାନ୍ତ ଜରୁରୀ। ଜାଗରଣର ଅର୍ଥ କିନ୍ତୁ ସ୍ବେଚ୍ଛାଚାରିତା ନୁହେଁ, ଏକ ମନସ୍ତାତ୍ତ୍ୱିକ ସଚେତନତା। ନାରୀ ଚେତନା ଓ ନାରୀ ଧର୍ମର ସଂସ୍କାର ହିଁ ନାରୀ ଜାଗରଣ। ସଂସ୍କାର ଏକ ଶୁଦ୍ଧତାର ବିଷୟ। ଏହା ମନ ତଳର କଥା। ଶିକ୍ଷା, ନିଯୁକ୍ତି ଓ ରାଜନୀତି ଆଦି ଯେକୌଣସି କ୍ଷେତ୍ରରେ ନାରୀ ଯେତେ ଆଗକୁ ଗଲେ ବି ତା’ର ଅସଲ ଉତ୍‌ଥାନ ଥାଏ ମହନୀୟ ବ୍ୟକ୍ତିତ୍ୱ , ସଂଯତ ବେଶଭୂଷା, ମାର୍ଜିତ ବ୍ୟବହାର ଓ ଆଦର୍ଶ ଆଚରଣରେ। ଶୃଙ୍ଖଳା ଓ ମର୍ଯ୍ୟାଦାର ସୀମାରେଖା ତଳେ ରହି ନାରୀ ତା’ର କର୍ତ୍ତବ୍ୟ ସମ୍ପାଦନ କରିପାରିଲେ ହସିଉଠିବ ଅପ୍ରେମ ଓ ଅଶ୍ରଦ୍ଧା ରହିତ ଗୋଟେ ସୁନ୍ଦର ପୃଥିବୀ। ଅନ୍ୟଥା ସମାଜ ରସାତଳଗାମୀ ହେବା ଅବଶ୍ୟମ୍ଭାବୀ।
ଆମତ୍ୀୟତାର ଅମୃତ ଲଗ୍ନରେ ନାରୀବାଦୀମାନଙ୍କର ବିଚାର ବଦଳୁ। ନାରୀ ପ୍ରଗତି ବିନା ପୁରୁଷ ସମାଜ ଯେ ବିକଳାଙ୍ଗ- ଏ ଉପଲବ୍ଧି ମଧ୍ୟ ପୁରୁଷର ଆସୁ। ଫଳରେ ଲିଙ୍ଗଭେଦ ନେଇ ପୃଥିବୀରେ କେବେ ଗଢ଼ିଉଠିବନି ଦୁଇଟି ଯୁଦ୍ଧରତ ଶିବିର।
(ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ)
(ବିଜୁ ପଟ୍ଟନାୟକ ନଗର, ଭଦ୍ରକ,
ମୋ- ୯୪୩୮୮୫୫୦୮୮)

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ଗ୍ଲୋବାଲ ଫାଇନାନ୍‌ସିଆଲ ଇନ୍‌ଫର୍ମେଶନ କମ୍ପାନୀ ‘ଏକ୍ସପେରିଆନ୍‌’ ୧୮ ଜୁନ୍‌, ୨୦୧୮ରେ ଭାରତୀୟଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ ଏଠାକାର ୨୫ ପ୍ରତିଶତ ନାଗରିକ ଆର୍ଥିକ ଠକେଇର ସମ୍ମୁଖୀନ ହେଉଛନ୍ତି। ଏହା ପଛରେ ରହିଛି ଅନ୍‌ଲାଇନ୍‌ କାରବାର। କିଛି ସୁବିଧା ଓ ସେବା ପାଇବା ପାଇଁ ୫୧ ପ୍ରତିଶତ ଭାରତୀୟ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାୟାସରେ ଦେଇଦେଉଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଆଜିର ଡିଜିଟାଲ ଯୁଗରେ ପ୍ରାୟ ପ୍ରତି କ୍ଷେତ୍ରରେ ଇଣ୍ଟରନେଟ୍‌ ମାଧ୍ୟମରେ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏକ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ବୈଷୟିକ ବିକାଶ ଅତ୍ୟନ୍ତ ଜରୁରୀ। କିନ୍ତୁ ଯେଉଁମାନେ ଏହାର ପ୍ରୟୋଗାତ୍ମକ ଦିଗ ସହ ଅଭ୍ୟସ୍ତ ହୋଇନାହାନ୍ତି, ସେମାନେ ଅନ୍ୟମାନଙ୍କ ଉପରେ ନିର୍ଭର କରି ପ୍ରବଳ ...

ଦୀପ ତେଜିଲେ ହାତ ଚିକ୍କଣ

ଦୀପ ତେଜିଲେ ହାତ ଚିକ୍କଣ

ବୈକୁଣ୍ଠନାଥ ମିଶ୍ର ମାତ୍ର ଛ’ବର୍ଷର ଝିଅ ଲକ୍ଷ୍ମୀ। ଦରିଦ୍ର ମାତାପିତାଙ୍କ କାରୁଣ୍ୟ ତାକୁ ବିଚଳିତ କରେ। ଗ୍ରାମର ଆରାଧ୍ୟ ଦେବତା ନୀଳମାଧବଙ୍କ ଉପରେ ତା’ର ପ୍ରଗାଢ ବିଶ୍ୱାସ। ପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରି ତା’ ନିଜର ତଥା ପରିବାରର ଦୈନ୍ୟ ପ୍ରକାଶ କରିବାର ଲିପ୍ସା ତା’ ମନ ମଧ୍ୟରେ ଜାଗ୍ରତ ହୋଇଛି। ହେଲେ ଭଜନକୀର୍ତ୍ତନ ଓ ଗହଳଚହଳରେ ସଦା ପ୍ରକମ୍ପିତ ମନ୍ଦିରକୁ ଆସି ପ୍ରଭୁଙ୍କୁ ଦର୍ଶନ କରିବା କଷ୍ଟକର। ଦିନେ ବୈଶାଖର ନିଛାଟିଆ ଝାଞ୍ଜି ଦି’ପହରେ ସେ ସାହସ କରି ଘରୁ ଗୋଡ କାଢିଲା ଓ ମନ୍ଦିର ସଂଲଗ୍ନ ଝଙ୍କାଳିଆ କୃଷ୍ଣଚୂଡା ଗଛମୂଳେ ଠିଆ ହେଲା। କ୍ଷୁଦ୍ର ବାତାୟନ ମଧ୍ୟ ଦେଇ ଦେଖିଲା- ଗର୍ଭଗୃହର ଅନ୍ଧକାର ଭେଦକରି ପ୍ରଭୁ ସତେଯେମିତି ...

ରହସ୍ୟ ଖୋଲିବ କୁଞ୍ଚି

ରହସ୍ୟ ଖୋଲିବ କୁଞ୍ଚି

ସୁଧୀର କୁମାର ନାୟକ କୁଞ୍ଚି ମନ ଦୁଃଖ। ଅନ୍ୟମାନଙ୍କର ଅବହେଳା ପାଇଁ ସେ ଆଜି ଲଜ୍ଜିତ, ଚର୍ଚ୍ଚିତ। ତା’ ହଜିବା କଥାଟା ରାଜ୍ୟ ବାହାରକୁ ବି ଚାଲିଗଲାଣି। ବାସ୍ତବିକ ସେ କ’ଣ ଯାହିତାହି କୁଞ୍ଚି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରନତ୍ଭଣ୍ଡାରର କୁଞ୍ଚି, ଯେଉଁଠି ଅଛି ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ, କାହିଁରେ କେତେ। କୁଞ୍ଚି ନିଜକୁ ନିଜେ ପଚାରୁଛି ଏତେ ନୀତିନିୟମ, କଟକଣାର ଦ୍ୱାର ଡେଇଁ ସେ ହଜିଗଲା କିପରି? ସେ ନିଜେ ହଜିଲା, ନା ତାକୁ କିଏ ହଜାଇଲା? କୁଞ୍ଚି ହଜିବାର ତନାଘନା ଭିତରେ ତାହାର ନକଲ (ଡୁପ୍ଲିକେଟ୍‌ କାଠି) ମିଳିଛି, ...

ଏଇ ଭାରତରେ

ଏଇ ଭାରତରେ

ପୁଅଝିଅଙ୍କ ନାମକରଣ କରିବା ପାଇଁ ବାପାମା’ମାନେ ଶବ୍ଦ ଯୋଗାଡ଼ରେ ଲାଗିଥାଆନ୍ତି କାହିଁ କେତେ ଦିନରୁ। ଏଥିପାଇଁ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ପରାମର୍ଶ ଲୋଡ଼ିଥାଆନ୍ତି। ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ଏକ ଦମ୍ପତି ସେମାନଙ୍କ ନବଜାତ ଶିଶୁପୁତ୍ରର ନାମକରଣ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେମାନେ ଏଥିପାଇଁ ୩ଟି ନାଁ ବାଛିଥିଲେ। ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନେ ଭୋଟ ଦେଇ ସେଥିମଧ୍ୟରୁ ନାଁ ଚୟନ କରିଛନ୍ତି। ଏଥିରେ ନିର୍ବାଚନ ପ୍ରଚାରପତ୍ର ଲାଗିବା ସାଙ୍ଗକୁ ବାଲାଟ୍‌ ବକ୍ସ ବି ବ୍ୟବହାର ହୋଇଥିଲା। ଗୋଣ୍ଡିଆ ଜିଲାର ଦେଓରି ତାଲୁକା ଅନ୍ତର୍ଗତ ମିଥୁନ ଏବଂ ମାନ୍‌ସି ବ୍ୟାଙ୍ଗ୍‌ ଏଭଳି ଏକ ଅଭିନବ ଉପାୟ ସ୍ଥିର କରିଛନ୍ତି। ଏପ୍ରିଲ ୫ରେ ଜନ୍ମିତ ସନ୍ତାନର ନାମକରଣ ପାଇଁ ଜୁନ୍‌ ୧୫ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ...

ଦାୟୀ କିଏ

ଦାୟୀ କିଏ

ତଥାଗତ ସତପଥୀ: ଝଡ଼ତୋଫାନ ଯୋଗୁ ୧୬ ଜୁନ୍‌ ୨୦୧୮ ସନ୍ଧ୍ୟାରେ ଚିଲିକାରେ ଯାତ୍ରୀବାହୀ ଡଙ୍ଗା ବୁଡ଼ିଗଲା। ଜୁନ୍‌ ୧୭ରେ ୪ ଜଣଙ୍କ ମୃତଦେହ ମିଳିବା ପରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ପାଖାପାଖି ଦେଢ଼ ବର୍ଷ ପରେ ଏଭଳି ଅଘଟଣର ପୁନରାବୃତ୍ତି ଘଟିଛି। ୧୦ ଡିସେମ୍ବର ୨୦୧୬ରେ ଚିଲିକାରେ ହୋଇଥିବା ଡଙ୍ଗାବୁଡ଼ିରେ ୨ ଜଣ ଶିଶୁଙ୍କ ସହ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଏହାକୁ ରୋକାଯାଇ ନ ପାରିବା ବିଷୟ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରୁଛି। ଦେଖିବାକୁ ଗଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନ ଇନ୍‌ଲାଣ୍ଡ ଓ୍ବାଟର ଟ୍ରାନ୍ସପୋର୍ଟ ସର୍ଭିସେସ୍‌ (ଅନ୍ତର୍ଦେଶୀୟ ଜଳପଥ ପରିବହନ ସେବା)ର ବାଲୁଗାଁଠାରେ ରହିଥିବା ସରକାରୀ କାର୍ଯ୍ୟାଳୟ ଚିଲିକା ଜଳରାଶିରେ ଚାଲୁଥିବା ଡଙ୍ଗାଗୁଡ଼ିକୁ ପଞ୍ଜୀକରଣ କରିବା ସହ ସେଗୁଡ଼ିକୁ ନିୟମିତ ଯାଞ୍ଚ କରିବାର ବ୍ୟବସ୍ଥା ରହିଛି।

ଏଇ ଭାରତରେ

ଏଇ ଭାରତରେ

ବିହାରର ରାଜଧାନୀ ପାଟ୍‌ନାରେ ଏକ ମ୍ୟୁଜିକାଲ୍‌ ବ୍ୟାଣ୍ଡ୍‌ ଗଠନ କରାଯାଇଛି। କେବଳ ଦଳିତ ମହିଳାମାନଙ୍କୁ ନେଇ ଏହା ଗଠିତ ହୋଇଛି। ସମାଜର ଧରାବନ୍ଧା ନୀତିନିୟମକୁ ଭଙ୍ଗକରି ଏହି ମହିଳାମାନେ ବାଦ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ‘ସର୍ଗମ୍‌ ବ୍ୟାଣ୍ଡ୍‌’ ନାମକ ଏହି ଦଳ ବାହାଘର ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବାଦ୍ୟ ବଜାଇ ଥାଆନ୍ତି। ପାଟ୍‌ନାର ଦାନପୁର ସବ୍‌ଡିଭିଜନ୍‌ ଅନ୍ତର୍ଗତ ଧିବ୍ରା ଗଁାର ୧୦ଜଣ ମହିଳା ଏଥିରେ ସାମିଲ ହୋଇଛନ୍ତି।...

କି ଥିଲା ସେ ବିଦ୍ୟା

କି ଥିଲା ସେ ବିଦ୍ୟା

ଅଭୟ ସୂତାର ଆଧୁନିକ ଯୁଗରେ ବିଜ୍ଞାନ ଢେର ଅଗ୍ରଗତି କରିଛି। ପୃଥିବୀରୁ ଗ୍ରହ-ଉପଗ୍ରହକୁ ଯାତ୍ରା ଓ ସଫଳ ପ୍ରତ୍ୟାବର୍ତ୍ତନ, ସମୁଦ୍ରର ସର୍ବନିମ୍ନ ସ୍ତରରୁ ସମ୍ପଦ ସଂଗ୍ରହ, ପରମାଣୁ ଶକ୍ତି, ମୋବାଇଲ ଫୋନ୍‌, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଟେଲିଭିଜନ ଇତ୍ୟାଦିର ବ୍ୟବହାରକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି। ମାତ୍ର ପ୍ରାଚୀନ ଭାରତରେ ବି ବିଜ୍ଞାନ କମ୍‌ ଉନ୍ନତି କରି ନ ଥିଲା। ଅବଶ୍ୟ ଏହାର ଐତିହାସିକ ପ୍ରମାଣ ନାହିଁ, ଏ କଥା ପୁରାଣଶାସ୍ତ୍ରରୁ ଯାହା ଜାଣିହୁଏ। ରାବଣର ପୁଷ୍ପକ ବିମାନ, ରାମଙ୍କ ସେତୁବନ୍ଧ ନିର୍ମାଣ ଇତ୍ୟାଦି ବିଷୟକୁ କେତେକେ କାଳ୍ପନିକ ବୋଲି ବିଚାର କରୁଥିଲେ ମଧ୍ୟ କହିବାକୁ ପଡ଼ୁଛି ଯେ, ଯଦି ଏ ଯୁଗରେ ବିଜ୍ଞାନର ଏଭଳି ପ୍ରଗତି ସମ୍ଭବ ହୋଇପାରିଛି, ତେବେ ସେ ଯୁଗରେ ଏ ସବୁ କଥା ହୋଇ ନ ଥିବ କାହିଁକି?...

ନିରାଶାର ଚାରିବର୍ଷ

ନିରାଶାର ଚାରିବର୍ଷ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନେତୃତ୍ୱାଧୀନ ସରକାରର ଚାରିବର୍ଷ ପୂର୍ତ୍ତି ଅବସରରେ କଟକଠାରେ ଏକ ଜନସମାବେଶରେ ଉଦ୍‌ବୋଧନ ଦେଇଛନ୍ତି। ଗତ ଚାରିବର୍ଷ ମଧ୍ୟରେ ନିଜ ସରକାରର ଉପଲବ୍ଧିର ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ସମାବେଶରେ ସେ ଜନଧନ ଯୋଜନାରେ ବ୍ୟାଙ୍କ୍‌ ଖାତା ଖୋଲିବାଠାରୁ ଆରମ୍ଭ କରି ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଗ୍ୟାସ୍‌ ସଂଯୋଗ ପର୍ଯ୍ୟନ୍ତ ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ବଢ଼େଇ ଚଢ଼େଇ ଉପସ୍ଥାପନ କରିବା ଦେଖିବାକୁ ମିଳିଲା। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଦେଶ ସାରା ବୁଲି ସରକାରଙ୍କ ଚାରିବର୍ଷର ସଫଳତାକୁ ଜନଗଣଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହି ସରକାର ଆତ୍ମପ୍ରଚାରକୁ କେତେ ଗୁରୁତ୍ୱ ଦିଏ ତାହା ଗତ ଚାରିବର୍ଷ ମଧ୍ୟରେ କେବଳ ଖବରକାଗଜ ଓ ଟିଭିରେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ୪୩୪୩.୨୬ କୋଟି ଟଙ୍କାରୁ ସ୍ପଷ୍ଟ ବୁଝି ହେଉଛି।...

 କାହିଁକି ପାରୁନାହୁଁ

କାହିଁକି ପାରୁନାହୁଁ

ଆକାର ପଟେଲ ଶନିବାର ରୁଷିଆରେ ଆଇସ୍‌ଲାଣ୍ଡ ସହ ଆର୍ଜେଣ୍ଟିନା ଫିଫା ବିଶ୍ୱ କପ୍‌ ଖେଳିଛି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୫ମ ଓ ୧୨ଶ ସ୍ଥାନରେ ଥିବା ଦୁଇଦଳ ମଧ୍ୟରେ ଏହି ଖେଳ ବଡ଼ ଚମକଦାର ଥିଲା। ତେବେ ଶେଷରେ ଖେଳ ଡ୍ର ରହିଲା। ସବୁଠାରୁ ମଜାର କଥା ହେଲା ମାତ୍ର ୩ ଲକ୍ଷ ଲୋକସଂଖ୍ୟା ଥିବା ଆଇସ୍‌ଲାଣ୍ଡ ମାତ୍ର ପ୍ରାୟ ୨ ବର୍ଷ ତଳେ ର଼୍ୟାଙ୍କିଙ୍ଗ୍‌ରେ ଭାରତଠାରୁ ତଳେ ୧୩୩ତମ ସ୍ଥାନରେ ଥିଲା। ଏହା ନିଜସ୍ବ ଶୈଳୀରେ ଇଂଲଣ୍ଡକୁ ହରାଇ ବିଶ୍ୱ କପ୍‌ ଖେଳିବାର ସୁଯୋଗ ପାଇଲା। ଭାରତ ୯୭ତମ ସ୍ଥାନରେ ଥାଇ ବି ବିଶ୍ୱ କପ୍‌ ଖେଳିବାରୁ ବଞ୍ଚିତ ହୋଇଛି। ..

 ତଳକୁ ଟିକେ ଚାହଁ

ତଳକୁ ଟିକେ ଚାହଁ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଜଣେ ଜିଜ୍ଞାସୁର ପ୍ରଶ୍ନ ଥିଲା ସ୍ବାମୀ ବିବେକାନନ୍ଦଙ୍କୁ- ”ମୁଁ ଏକା କାହିଁକି ଦୁଃଖରେ ରହିବି? ମୋ ଆଖପାଖର ସମସ୍ତେ ସୁଖରେ ରହୁଥିଲାବେଳେ, ମାନସମ୍ମାନ, ପ୍ରାଚୁର୍ଯ୍ୟ ପ୍ରତିଷ୍ଠା କାହିଁରେ ବି ଊଣା ନ ଥାଇ ହସଖୁସିରେ ଦିନ କାଟୁଥିଲାବେଳେ ସବୁଥିରୁ ବଞ୍ଚିତ ହୋଇ ମୁଁ କାହିଁକି ଦୁଃଖରେ ବଞ୍ଚତ୍ବି ? ଈଶ୍ୱର ପରା ସମସ୍ତଙ୍କ ପାଇଁ ସମାନ। ଅନ୍ୟ ସଭିଙ୍କୁ ସବୁପ୍ରକାରେ ପରିପୂର୍ଣ୍ଣ କରି ରଖିଥିବାବେଳେ ମୋ ପାଇଁ ଅପ୍ରାପ୍ତି ଅସନ୍ତୋଷଭରା ଶୂନ୍ୟ ଜୀବନଟିଏ କାହିଁକି?“ ସ୍ବାମିଜୀଙ୍କ ଉଦ୍ଦେଶ୍ୟରେ ଅସହାୟ ଯୁବକର ...

ଅନୁଭବୀ ଅଧିକାରୀ

ଅନୁଭବୀ ଅଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ସରକାରୀ କ୍ଷେତ୍ରରେ ଦୁର୍ନୀତି ରୋକିବା ପାଇଁ ୧୯୬୪ରେ ପ୍ରତିଷ୍ଠା କରାଯାଇଥିଲା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)। ୨୦୦୩ରେ ଏହି ଭ୍ରଷ୍ଟାଚାର ନିରୋଧୀ ସଂସ୍ଥାକୁ ବୈଧାନିକ ମାନ୍ୟତା ମିଳିଥିଲା। ଏହା ଏକ ସ୍ବୟଂଚାଳିତ ସଂସ୍ଥା, ଯାହା ଉପରେ କୌଣସି କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷଙ୍କ କର୍ତ୍ତୃତ୍ୱ ନ ଥାଏ। କିନ୍ତୁ ସିଭିସି ପାର୍ଲାମେଣ୍ଟକୁ ଉତ୍ତରଦାୟୀ। କେ. ଭି. ଚୌଧ୍‌ରୀ ଏହାର ମୁଖ୍ୟ ଥିବା ବେଳେ ଡକ୍ଟର ତେଜେନ୍ଦ୍ର ମୋହନ ଭାସିନ୍‌ଙ୍କୁ ଭିଜିଲାନ୍ସ କମିଶନର ପଦରେ ଅବସ୍ଥାପିତ କରାଯାଇଛି। ଖାଲି ପଡ଼ିଥିବା ଅନ୍ୟତମ ଭିଜିଲାନ୍ସ କମିଶନର ପଦବୀରେ ୨୦୧୮ ଜୁନ୍‌ ୧୦ରେ ବରିଷ୍ଠ ଆଇପିଏସ୍‌ ଶରଦ କୁମାରଙ୍କୁ ନିଯୁକ୍ତି ମିଳିଛି। ଫଳରେ...

ଏଇ ଭାରତରେ

ଏଇ ଭାରତରେ

ଆମେ ଜାଣୁ ଦ୍ୱାପର ଯୁଗରେ ମାମୁ କଂସ ଭଉଣୀ ଦେବକୀଙ୍କ ସନ୍ତାନମାନଙ୍କୁ ହତ୍ୟା କରିଥିଲେ। ହତ୍ୟା ପଛରେ ଭଣଜାମାନଙ୍କ ପକ୍ଷରୁ ପ୍ରାଣନାଶର ଆଶଙ୍କା ଥିଲା। କିନ୍ତୁ କଳିଯୁଗରେ କେତେକ ବ୍ୟକ୍ତି ବିନା ଦୋଷରେ ଭଣଜାଭାଣିଜୀଙ୍କୁ ହତ୍ୟାକରିବାକୁ ପଛାନ୍ତି ନାହିଁ। ମାନସିକ ସ୍ତରରେ ଦୁର୍ବଳ ଦୁଇ ଯମଜ ଭଣଜା (୧୨)ଙ୍କୁ ଜଣେ ବ୍ୟକ୍ତି ନୃଶଂସଭାବେ ହତ୍ୟା କରିଛନ୍ତି। ଏପରି ଏକ ଘଟଣା ଘଟିଛି ତେଲେଙ୍ଗାନାର ନାଲ୍‌ଗୋଣ୍ଡା ଅଞ୍ଚଳରେ। ନାଲ୍‌ଗୋଣ୍ଡା ନିକଟବର୍ତ୍ତୀ ମିରିଆଲ୍‌ଗୁଡାଠାରେ ଭଡାଘରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ଦୁଇଭଣଜାଙ୍କୁ ଘରକୁ ବୁଲାଇ ଆଣିଥିଲେ। ଶୁକ୍ରବାର ରାତିରେ ଏହି ବ୍ୟକ୍ତି ଜଣକ ସେମାନଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ଅଭିଯୁକ୍ତ ମୃତଦେହ ଦୁଇଟିକୁ କାର୍‌ ଯୋଗେ ନେବାକୁ ଉଦ୍ୟମ କରୁଥିବା ବେଳେ ଘର ମାଲିକ ଏହା ଦେଖିବାକୁ ପାଇଥିଲେ। ...

Model This Week

ପ୍ରଭାତ