ଜାତୀୟ |

ପିଏନ୍‌ବି ମାମଲା: ଇଡିକୁ ଦିଲ୍ଲୀ ହାଇକୋର୍ଟଙ୍କ ଜବାବ ତଲବ

ପିଏନ୍‌ବି ମାମଲା: ଇଡିକୁ ଦିଲ୍ଲୀ ହାଇକୋର୍ଟଙ୍କ ଜବାବ ତଲବ
ନୂଆଦିଲ୍ଲୀ, ୭ା୩ (ପି.ଟି.): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ହୋଇଥିବା ଠକେଇକୁ ନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଜବାବ ତଲବ କରିଛନ୍ତି। ହୀରା ଗହଣା ଡିଜାଇନର ନୀରବ ମୋଦିଙ୍କ କମ୍ପାନୀ ଫାୟାରଷ୍ଟାର ଡାଏମଣ୍ଡ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍‌ ଲିମିଟେଡ୍‌ ବେଆଇନ୍‌ ଅର୍ଥ କାରବାର କରିଥିବା ସଂକ୍ରାନ୍ତ ଏକ ମାମଲା ଇଡି ପୂର୍ବରୁ ରୁଜୁ କରିଥିଲା। ନୀରବଙ୍କ ବିରୋଧରେ ହୋଇଥିବା ଉକ୍ତ ମାମଲା ବିରୋଧରେ ତାଙ୍କ କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହାକୁ ଆଧାର କରି ବିଚାରପତି ଏସ୍‌ ମୁରଲିଧର ଏବଂ ଆଇ.ଏସ୍‌. ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଡିକୁ ନୋଟିସ୍‌ ଜାରି କରିଛନ୍ତି। ଇଡିର ସର୍ଚ୍ଚ ଓ୍ବାରେଣ୍ଟ୍‌ ଏବଂ ଅନ୍ୟାନ୍ୟା ତଥ୍ୟ ନୀରବଙ୍କ କମ୍ପାନୀକୁ ପ୍ରଦାନ କରିବା ପାଇଁ ଫାୟାରଷ୍ଟାର ଡାଏମଣ୍ଡ ଇଣ୍ଟରନ୍ୟାଶ୍‌ନାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲା। ମାର୍ଚ୍ଚ ୧୯ରେ ପରବର୍ତ୍ତୀ ଶୁଣାଣି ଥିବା ବେଳେ ସମସ୍ତ ଜରୁରୀ ତଥ୍ୟ ଉକ୍ତ ଦିନ ଉପସ୍ଥାପନ କରିବା ପାଇଁ ଇଡିକୁ କୋର୍ଟ କହିଛନ୍ତି।
All Right Reserved By

ଜାତୀୟ |

ରାଫାଲ ଡିଲ୍‌ ରାୟର ସଂଶୋଧନ ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ରର ଆବେଦନ

ରାଫାଲ ଡିଲ୍‌ ରାୟର ସଂଶୋଧନ ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ରର ଆବେଦନ

ନୂଆଦିଲ୍ଲୀ, ୧୫।୧୨: ରାଫାଲ ଡିଲ୍‌କୁ ନେଇ ତଦନ୍ତ ଅନାବଶ୍ୟକ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେବା ପରେ ଜାତୀୟ ରାଜନୀତିରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛିି।

ରାହୁଲଙ୍କ ହାତ ଛାଡିଲେ ଅଖିଳେଶ

ରାହୁଲଙ୍କ ହାତ ଛାଡିଲେ ଅଖିଳେଶ

ନୂଆଦିଲ୍ଲୀ, ୧୫।୧୨: ରାଫାଲ ଡିଲ୍‌କୁ ନେଇ ତଦନ୍ତ ଅନାବଶ୍ୟକ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେବା ପରେ ଜାତୀୟ ରାଜନୀତିରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛିି। ଅଦାଲତଙ୍କ ରାୟ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ କଂଗ୍ରେସ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ୱାରା ରାଫାଲ ଡିଲ୍‌ ଦୁର୍ନୀତି ତଦନ୍ତ ଦାବି ଦୋହରାଇଛି। 

ଫ୍ରାନ୍ସ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ମୋଦି

ଫ୍ରାନ୍ସ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ/ପ୍ୟାରିସ, ୧୫।୧୨:  ଦେଶରେ ଏବେ  ରାଫାଲ ଡିଲ୍‌କୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଥିବାବେଳେ ଫ୍ରାନ୍ସ ବିଦେଶ ମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି।

କୈଳାସ ବିଜୟବର୍ଗୀୟଙ୍କ ବିବାଦୀୟ ମନ୍ତବ୍ୟ: ବିଦେଶୀ ମହିଳାଙ୍କ ସନ୍ତାନ ଦେଶପ୍ରେମୀ ହୋଇପାରିବେ ନାହିଁ

କୈଳାସ ବିଜୟବର୍ଗୀୟଙ୍କ ବିବାଦୀୟ ମନ୍ତବ୍ୟ: ବିଦେଶୀ ମହିଳାଙ୍କ ସନ୍ତାନ ଦେଶପ୍ରେମୀ ହୋଇପାରିବେ ନାହିଁ

ନୂଆଦିଲ୍ଲୀ, ୧୫।୧୨: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଭାଜପା ଶିବିରରେ ବିଷାଦର ଛାୟା ଖେଳିଯାଇଛି। ଏହାକୁ ନେଇ ଭାଜପା ନେତାମାନେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି।

ଆସୁଛି ବାତ୍ୟା

ଆସୁଛି ବାତ୍ୟା

ଚେନାଇ/ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ‘ତିତଲି’ ଓ ‘ଗଜ’ ବାତ୍ୟା ପରେ ଚଳିତ ସିଜିନର ତୃତୀୟ ଘୂର୍ଣ୍ଣିବାତ୍ୟା ମାଡି ଆସୁଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଆସନ୍ତା ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।  

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

ଆଇଜଲ,୧୫।୧୨: ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌)ର ଅଧ୍ୟକ୍ଷ ଜୋରାମଥାଙ୍ଗା ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ଜୋରାମଥାଙ୍ଗା ଦ୍ୱିତୀୟ ଥର ଲାଗି ମିଜୋରାମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଶନିବାର ସକାଳେ ମୁମ୍ବାଇରୁ ଦିଲ୍ଲୀ ଦେଇ ଲକ୍ଷ୍ନୌ ଯିବାବେଳେ ଏଥିରେ ବୋମା ଥିବା ଖବର ମିଳବା ପରେ ଲୋଙ୍କ ମଧ୍ୟରେ ଭୟ ସଂଚାର ହୋଇଥିଲା। 

ପାକିସ୍ତାନ ହାଇ କମିଶନଙ୍କ ପାଖରୁ ହଜିଲା ୨୩ ଭାରତୀୟଙ୍କ ପାସପୋର୍ଟ

ପାକିସ୍ତାନ ହାଇ କମିଶନଙ୍କ ପାଖରୁ ହଜିଲା ୨୩ ଭାରତୀୟଙ୍କ ପାସପୋର୍ଟ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୧୫।୧୨: ପାକିସ୍ତାନସ୍ଥିତ ଗୁରୁଦ୍ୱାର ଯାତ୍ରା କରିବାକୁ ଥିବା ୨୩ଜଣ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାସପୋର୍ଟ ହଜିଯିବା ଖବର ମିଳିବା ପରେ ୨ଦେଶର ଚିନ୍ତା ବଢି ଯାଇଛି।

ପୁଲଓ୍ବାମାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

ପୁଲଓ୍ବାମାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୫।୧୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଶନିବାର ସକାଳୁ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ସୁରକ୍ଷାବଳଙ୍କ ଆକ୍ରମଣରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି।

ଛିଣ୍ଡୁନି ଛତିଶଗଡ଼ର ଅଙ୍କକଷା

ଛିଣ୍ଡୁନି ଛତିଶଗଡ଼ର ଅଙ୍କକଷା

ନୂଆଦିଲ୍ଲୀ,୧୫।୧୨: ମଧ୍ୟ ପ୍ରଦଶ ଓ ରାଜସ୍ଥାନକୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା ବେଳେ ଏବେ ସମସ୍ତଙ୍କ ନଜର ଛତିଶଗଡ଼ ଉପରେ।  ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ଏ ନେଇ କାହାର ନାଁ ଚୁଡାନ୍ତ କରାଯାଇ ନାହିଁ।

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୧୫।୧୨: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ୧୭ ତାରିରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି। 

ନେପାଳରେ ଚଳିବନି ଭାରତର ବଡ଼ ନୋଟ୍‌

ନେପାଳରେ ଚଳିବନି ଭାରତର ବଡ଼ ନୋଟ୍‌

କାଠମାଣ୍ଡୁ,୧୫।୧୨:  ପଡ଼ୋଶୀ ଦେଶ ନେପାଳରେ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍‌କୁ ତତ୍କାଳ ନିଷିଦ୍ଧ କରାଯାଇଛି। ଶୁକ୍ରବାର କ୍ୟାବିନେଟ୍‌ରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।