ସମ୍ପାଦକୀୟ |

ଏଇ ଭାରତରେ

ପିଲାମାନେ ସ୍କୁଲ୍‌ ନ ଗଲେ ଶିକ୍ଷକଙ୍କର କୌଣସି ଚିନ୍ତା ନ ଥାଏ। ସ୍କୁଲ୍‌ ଦୂରରେ ଥିଲେ ପିଲାମାନେ ଯିବାଆସିବା ପାଇଁ ଅସୁବିଧା ଭୋଗନ୍ତି। କେତେକ ପିଲା ଆସି ନ ପାରି ଅଧାରୁ ପଢ଼ା ଛାଡି ଦିଅନ୍ତି। କିନ୍ତୁ ଦୁଇଜଣ ଶିକ୍ଷକ ନିଜ ଖର୍ଚ୍ଚରେ କାର୍‌ ଯୋଗେ ପିଲାମାନଙ୍କୁ ସ୍କୁଲ୍‌ ଆଣି ପାଠ ପଢ଼ାଇବା ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ସୃଷ୍ଟି କରିଛି। ମାଙ୍ଗାଲୁରୁଠାରୁ ୨୬କି.ମି. ଦୂର ପାନେମାଙ୍ଗାଲୁରୁଠାରେ ଏକ ଉଚ୍ଚ ପ୍ରାଥମିକ ସ୍କୁଲ୍‌ ରହିଛି। ୨୦୦୯-୧୦ ଶିକ୍ଷାବର୍ଷରେ ଅନେକ ଛାତ୍ର ଦୂରରୁ ସ୍କୁଲ୍‌କୁ ଆସି ନ ପାରି ପାଠପଢ଼ା ବନ୍ଦ କରିଦେଇଥିଲେ। କିନ୍ତୁ ପିଲାଙ୍କ ନୈରାଶ୍ୟର ଅନ୍ଧକାରରେ ଆଶାର ଆଲୋକବର୍ତ୍ତିକା ସାଜି ଶାରୀରିକ ଶିକ୍ଷା ଶିକ୍ଷକ ରାଧାକ୍ରିଷ୍ଣ ନାୟକ ଏବଂ ସହକାରୀ ଶିକ୍ଷକ ନୁରୁଦ୍ଦିନ୍‌ ଜି.ଏମ୍‌. ପିଲାମାନଙ୍କୁ ସ୍କୁଲ୍‌ ଆଣିବାକୁ ଉଦ୍ୟମ କଲେ। ନୁରୁଦ୍ଦିନ୍‌ ଗୋଟିଏ ଆମ୍ବାସାଡର ଏବଂ ନାୟକ ଗୋଟିଏ ମାରୁତି ଓମ୍‌ନି କିଣିଲେ। ସେମାନେ ପିଲାମାନଙ୍କୁ ସ୍କୁଲକୁ ଆଣିବା ସହିତ ପଢ଼ା ସରିବା ପରେ ପିଲାଙ୍କୁ ଘରେ ଛାଡି ଦେଉଥିଲେ। ବର୍ତ୍ତମାନ ସ୍କୁଲ୍‌ରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୮୫ ଛାତ୍ର ପଢ଼ୁଛନ୍ତି। ୯ବର୍ଷ ତଳେ ଅର୍ଦ୍ଧାଧିକ ଛାତ୍ର ସ୍କୁଲ୍‌ ଆସିବା ପାଇଁ ନିଜ ଘର ଲୋକଙ୍କ ଉପରେ ନିର୍ଭର କରୁଥିଲେ। କିନ୍ତୁ ପିଲାଙ୍କୁ ଆଣିବା ଓ ଛାଡ଼ିବା ସୁବିଧା ଯୋଗାଇଦେବାରୁ ପରିସ୍ଥିତି ବଦଳିଯାଇଛି ବୋଲି ସ୍କୁଲ୍‌ ପ୍ରଧାନ ଶିକ୍ଷକ ପକରୁଦ୍ଦିନ୍‌ ବି.କେ. ପ୍ରକାଶ କରିଛନ୍ତି। ଅଧିକାଂଶ ଛାତ୍ରଙ୍କ ଘର ସ୍କୁଲଠାରୁ ୭କି.ମି. ଦୂର। ଦୁଇ ଶିକ୍ଷକ ନିଜେ ଗାଡି ଚଳାଇ ପିଲାମାନଙ୍କୁ ନେବା ଆଣିବା କରନ୍ତି। ଏହାଦ୍ୱାରା ସେମାନଙ୍କ ପାଠ ପଢ଼ାଇବା ବାଧାପ୍ରାପ୍ତ ହୁଏନାହିଁ। ୭ବର୍ଷ ହେଲା ସେମାନେ ଦୁଇଟି ଗାଡିର ଇନ୍ଧନ ଓ ରକ୍ଷଣାବେକ୍ଷଣ ବାବଦରେ ନିଜ ପକେଟରୁ ଖର୍ଚ୍ଚ କରୁଥିଲେ। ଏଥିପାଇଁ ବର୍ଷକୁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। କିନ୍ତୁ ବିଗତ ଦୁଇବର୍ଷ ହେଲା ଅଭିଭାବକମାନେ ଏହି ଖର୍ଚ୍ଚ କରିଆସୁଛନ୍ତି।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...

ସମ୍ପାଦକୀୟ/ ରୋଗୀ ବନ୍ଧକ

ସମ୍ପାଦକୀୟ/ ରୋଗୀ ବନ୍ଧକ

କୌଣସି ଆର୍ଥିକ ସଂସ୍ଥାରୁ ଋଣ ଆଣିବାକୁ ହେଲେ ବ୍ୟକ୍ତିବିଶେଷଙ୍କୁ ମଟ୍‌ଗେଜ୍‌ ବା ବନ୍ଧକ ରଖିବାକୁ ପଡ଼େ। ଋଣ କରିଥିବା ବ୍ୟକ୍ତି ଯଦି ଭବିଷ୍ୟତରେ ତାହାକୁ ଶୁଝିବାକୁ ଅକ୍ଷମ ହୁଅନ୍ତି, ତେବେ ବନ୍ଧକ ଥିବା ଜିନିଷ ନିଲାମ କରାଯାଇ ଅର୍ଥ ଅସୁଲ କରାଯାଏ। ରୋଗୀଙ୍କୁ ବନ୍ଧକ ରଖାଯିବା ବିଷୟ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ବର୍ତ୍ତମାନ ଡାକ୍ତରଖାନା ବିଶେଷକରି ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳୁଛି। ହସ୍ପିଟାଲ ଯାଉଥିବା ଦେଶର ଅଧିକାଂଶ ଲୋକ ଏଭଳି ପରିସ୍ଥିତିର ସାମ୍ନା କରୁଥିବେ। ରୋଗୀଙ୍କ ମୃତ୍ୟୁ ଘଟିଲେ...

ଘରୋଇ ହିଂସାର କରାଳ ରୂପ

ଘରୋଇ ହିଂସାର କରାଳ ରୂପ

ବୈକୁଣ୍ଠନାଥ ମିଶ୍ର

ହିଂସା ଏକ ନକାରାତ୍ମକ ଶବ୍ଦ, ଯାହା ପରପୀଡ଼ନ, ପରର କ୍ଷତି ସାଧନ, ଏପରି କି ଧ୍ୱଂସ ଓ ମୃତ୍ୟୁଲୀଳା ସଂଯୋଜନାକୁ ବୁଝାଏ। ଯେତେବେଳେ ଏହା ଆତ୍ମୀୟସ୍ବଜନ ବା ରକ୍ତ ସମ୍ପର୍କୀୟ ପ୍ରତି କରାଯାଏ, ତାହାକୁ ପାରିବାରିକ ବା ଘରୋଇ ହିଂସା କୁହାଯାଏ। ନିଜ ପୁତ୍ର ବା କନ୍ୟା ପରିବାରର ସମ୍ମାନକୁ ଭ୍ରୂକ୍ଷେପ ନ କରି ଏପରି କିଛି କରିବସନ୍ତି, ଯାହା ପରିବାର ସଦସ୍ୟଙ୍କ ମନରେ ସେମାନଙ୍କ ପ୍ରତି ଘୃଣା...

 ଆଦର୍ଶ, ଦେଶ ଓ ଦେଶାତ୍ମବୋଧ

ଆଦର୍ଶ, ଦେଶ ଓ ଦେଶାତ୍ମବୋଧ


ନୃସିଂହ ପ୍ରସାଦ ତ୍ରିପାଠୀ

ଗୋଟିଏ ଦେଶର ସର୍ବାଙ୍ଗୀଣ ଉନ୍ନତି ପାଇଁ ତା’ର ନାଗରିକଙ୍କର ଦେଶ ପ୍ରତି ପ୍ରତିବଦ୍ଧତା ଜରୁରୀ। ଏହାର ଲୋକପ୍ରିୟ ନାମ ହେଉଛି ଦେଶାତ୍ମବୋଧ। ଗଣତନ୍ତ୍ର ଶାସନ ପଦ୍ଧତିରେ ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସନ୍ତି, ସେମାନେ ସବୁବେଳେ ଜାହିର କରିବାକୁ ଚାହାନ୍ତି ଯେ, ସେମାନଙ୍କର ଦେଶଭକ୍ତି ଅତି ଉଚ୍ଚ ଧରଣର ଏବଂ ସେମାନେ ହିଁ ଦେଶକୁ ପ୍ରଗତି ପଥରେ ଚଳାଇନେବେ। ସ୍ବାଧୀନତା ପ୍ରାପ୍ତିର ସତୁରି ବର୍ଷରୁ ବେଶି ହେଲାଣି। କୋଠାବାଡ଼ି, ରାସ୍ତାଘାଟ, ଶିଳ୍ପ ଓ କୃଷିରେ କିଛି ପ୍ରଗତି ହୋଇଛି ନିଶ୍ଚୟ, କିନ୍ତୁ...

ଏଇ ଭାରତରେ

ଏଇ ଭାରତରେ

ପେଟ୍ରୋଲକୁ ତରଳ ସୁନା କହିବାର ଯଥାର୍ଥତା ବର୍ତ୍ତମାନ ଉପଲବ୍‌ଧି କରିହେଉଛି। କାରଣ ଏହାର ଲିଟର ପ୍ରତି ଦର ୧୦୦ଟଙ୍କା ଛୁଇଁବାକୁ ଆଉ ବେଶି ଦିନ ବାକି ନାହିଁ। ଭାରତର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ଛୁଇଁଛି। ଏହା ବାସ୍ତବରେ ମୋଟରଗାଡି ଚାଳକଙ୍କୁ ଖୁବ୍‌ ବାଧୁଛି। ଏହାର ମହାର୍ଘ ମୂଲ୍ୟ ଦୃଷ୍ଟିରୁ କେତେକେ ଏହାକୁ ନବଦମ୍ପତିଙ୍କୁ ଉପହାର ଦେବାକୁ ଉଚିତ ମଣୁଛନ୍ତି। ତାମିଲନାଡୁ...

ଅତିବଡ଼ ଜଗନ୍ନାଥ ଦାସ

ଅତିବଡ଼ ଜଗନ୍ନାଥ ଦାସ

ଆଗେ ଆମ ଓଡ଼ିଶାର ଗାଁ ଗାଁରେ ଥିଲା ଭାଗବତ ଟୁଙ୍ଗୀ। ପୂଜା ପାଉଥିବା ଏଇ ତାଳପତ୍ର ପୋଥିଙ୍କୁ ଲୋକେ ଭକ୍ତିରେ କହୁଥିଲେ ଭାଗବତ ଗାଦି। ପ୍ରତିଦିନ ସା ସମୟରେ ବ୍ରାହ୍ମଣ ପଣ୍ଡିତ ଭାଗବତ ପାଠ କରନ୍ତି।

କୁମ୍ଭକର୍ଣ୍ଣଙ୍କୁ କୋଟି ପ୍ରଣାମ

କୁମ୍ଭକର୍ଣ୍ଣଙ୍କୁ କୋଟି ପ୍ରଣାମ

ସବୁଠୁ ବଡ ଅଳସୁଆ କିଏ? ଯିଏ ପେଟେ ଖାଇ ନିଧୁର୍ର୍ମ ଶୋଇବା ବ୍ୟତୀତ କିଛି କାମ କରେନାହିଁ। 

ଓଡ଼ିଆଙ୍କୁ ଚାପୁଡ଼ା

ଓଡ଼ିଆଙ୍କୁ ଚାପୁଡ଼ା

ଭାରତୀୟ ହକି ଦଳରେ ଓଡ଼ିଆ ଖେଳାଳିଙ୍କ ଅବଦାନ ସ୍ମରଣୀୟ ରହିଆସିଛି। ଦିଲୀପ ତୀର୍କି, ଲାଜରୁସ ବାର୍ଲା, ଇଗ୍ନେଶ ତୀର୍କି,  ପ୍ରବୋଧ ତୀର୍କିଙ୍କ ଭଳି ଓଡ଼ିଆ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଦେଶକୁ ବହୁ ଅନ୍ତର୍ଜାତୀୟ ସ୍ତରୀୟ ଖେଳରେ ବିଜୟ ଆଣିଦେଇଛି। 

ନାଗରିକ ଅଧିକାରର ବିଜୟ

ନାଗରିକ ଅଧିକାରର ବିଜୟ

ଆକାର ପଟେଲ

ଭାରତୀୟ ନାଗରିକମାନଙ୍କ ଅଧିକାର ପାଇଁ ସବୁବେଳେ ସ୍ପଷ୍ଟ ବିଜୟ ମିଳି ନ ଥାଏ, ଯାହା ନିକଟରେ ମିଳିଛି ଧାରା ୩୭୭ର ଉଚ୍ଛେଦ ମାଧ୍ୟମରେ। ପୁଣି ତା’ର ଅଳ୍ପଦିନ ପରେ ଆଉ ଏକ ଆନନ୍ଦର ବିଷୟ ଯେ, ଉତ୍ତରପ୍ରଦେଶ ଶାହରନ୍‌ପୁର ଜିଲାର ଦଳିତ ନେତା ଚନ୍ଦ୍ରଶେଖର ଆଜାଦଙ୍କୁ ଜେଲରୁ ମୁକ୍ତି ମିଳିଛି। ଆଜାଦ ନିଜ ଜାତି ଓ ସଂସ୍କୃତିର ପରିଚୟ ଦେବାକୁ ଯାଇ ନିଜକୁ ଚମାର ବୋଲି କହିଥାନ୍ତି। ଆମ ...