ଅନଗୁଳ-ଢେଙ୍କାନାଳ

୪ବଖରା ଭସ୍ମୀଭୂତ

୪ବଖରା ଭସ୍ମୀଭୂତ


ପରଜଙ୍ଗ, ୭।୩(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଗେଙ୍ଗୁଟିଆ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ବସୁଲେଇ ଗ୍ରାମରେ ବୁଧବାର ଅପରାହ୍ନ ୨ଟାରେ ଅଗ୍ନିକାଣ୍ଡ ଘଟି ଭଜମନ ରାଉତ ଏବଂ ତାଙ୍କ ପୁଅ ସୁଶାନ୍ତ ରାଉତଙ୍କ ୨ ବଖରା ଲେଖାଏଁ ଛାରଖାର ହୋଇଯାଇଛି। ଏହାର କାରଣ ଜଣାପଡ଼ିନାହିଁ। ପରିବାର ଲୋକେ ବିଶ୍ରାମ ନେଉଥିବାବେଳେ ହଠାତ୍‌ ନିଅଁା ଲାଗି ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଭଜମନଙ୍କ ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ନିଅଁା ଅଁାରୁ ବର୍ତ୍ତିପାରିନାହିଁ। ପରଜଙ୍ଗ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଅଁାର ପ୍ରକୋପରେ କୌଣସି ସାମଗ୍ରୀ ଉଦ୍ଧାର କରିବା ସମ୍ଭବପର ହୋଇ ନ ଥିଲା। ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି। ଗେଙ୍ଗୁଟିଆ ଅତିରିକ୍ତ ଆର୍‌ଆଇ ଆଲୋକ ଲେଙ୍କା ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରିଛନ୍ତି। ବିପନ୍ନ ପରିବାରକୁ ପଲିଥିନ୍‌ ଯୋଗାଇ ଦିଆଯାଇଛି। ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ଯୁବନେତା ଡାକ ଜେନା କ୍ଷତିଗ୍ରସ୍ତଙ୍କୁ ସମବେଦନା ଜଣାଇବା ସହିତ ରିଲିଫ୍‌ କୋଡ୍‌ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ବାଣିଜ୍ୟକର ଅଫିସ ସ୍ଥାନାନ୍ତରକୁ ବିରୋଧ

ବାଣିଜ୍ୟକର ଅଫିସ ସ୍ଥାନାନ୍ତରକୁ ବିରୋଧ

ତାଳଚେର, ୨୪ା୬(ନି.ପ୍ର.)- ତାଳଚେର ବାଇପାସ ଠାରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅତି ତରବରିଆ ଭାବେ ଅନୁଗୋଳକୁ ସ୍ଥାନାନ୍ତର କରାଯିବା ନେଇ ବିଭିନ୍ନ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପୋଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ

ବଇଣ୍ଡା,୨୪।୬(ଡି.ଏନ.ଏ)- ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚି ନିକଟରେ ରବିବାର ସାରେ ପୋଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କରାଯାଇଛି। ଉଭୟ ପାର୍ଶ୍ୱରୁ ଆସୁଥିବା ସମସ୍ତ ବାଇକ ଗୁଡ଼ିକକୁ ଅଟକାଇ ସେମାନଙ୍କର ହେଲମେଣ୍ଟ ଯାଞ୍ଚ କରାଯାଇଥିଲା।

ଗୋଣ୍ଡ ସମାଜର ବୈଠକ

ବଇଣ୍ଡା,୨୪।୬(ଡି.ଏନ.ଏ)- ଆଠମଲ୍ଲିକ ବ୍ଲକ ମାନ୍ଦୁର ନିକଟରେ ରବିବାର ଗୋଣ୍ଡ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜର ମହାସଚିବ ପ୍ୟାରୀମୋହନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଗୋଣ୍ଡ ସମାଜର ଓଡ଼ିଶା ପ୍ରଦେଶ ଅଧିକାରୀ ମହେନ୍ଦ୍ର ସିଂ ନାୟକ ଯୋଗଦେଇ ମହିଳାମାନଙ୍କର କିଭଳି ବିକାଶ

ମଦ ଜବତ ଜଣେ ଗିରଫ

ମଦ ଜବତ ଜଣେ ଗିରଫ

ଭୁବନ, ୨୪ା୬(ଡି.ଏନ୍‌.ଏ.)-ଚୋରା ମଦ କାରବାର ଅଭିଯୋଗରେ ଭୁବନ ପୋଲିସ ଅନଳ ମୁଣ୍ଡାସାହିର ସନ୍ତୋଷ ପିଙ୍ଗୁଆ (୫୦)ଙ୍କୁ ଶନିବାର ଗିରଫ କରିଛି। ସନ୍ତୋଷ ଘରେ ମହୁଲି ମଦ ବିକ୍ରି କରୁଥିବା ସୂଚନାପାଇ ଏଏସ୍‌ଆଇ ଶେଷଦେବ ଲେଙ୍କାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ସାତମାଇଲ, ୨୪ା୬(ଡି.ଏନ୍‌.ଏ.)-ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ ସାନମୁଣ୍ଡା ଗ୍ରାମରେ ରବିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଶତ୍ରୁଘ୍ନ ବେହେରାଙ୍କ ପୁଅ ସମ୍ବିତ (୪୪)। ସକାଳ ୭ଟାରେ ଅଚଳ ହୋଇପଡ଼ିଥିବା ଟୁଲ୍‌ ପମ୍ପକୁ ସମ୍ବିତ ସଜାଡୁଥିବାବେଳେ ହଠାତ୍‌ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିଲା।

ଘର ପୋଡ଼ି ଅଭିଯୋଗରେ ଜଣେ ଗିରଫ

ଘର ପୋଡ଼ି ଅଭିଯୋଗରେ ଜଣେ ଗିରଫ

ବଇଣ୍ଡା,୨୪।୬(ଡି.ଏନ.ଏ)- ହଣ୍ଡପା ଥାନା ଅଶ୍ରୁବାହାଳ ଗ୍ରାମର ସମ୍ଭୁ ପ୍ରଧାନଙ୍କ ଘର ପୋଡ଼ି ଅଭିଯୋଗରେ ସେହି ଗ୍ରାମର ଶରତ ପ୍ରଧାନଙ୍କୁ ରବିବାର ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ୧୦୧/୧୮ରେ ଏକ ମାମଲା ରୁଜୁ କରି ଶରତଙ୍କୁ ଆଠମଲ୍ଲିକ କୋର୍ଟକୁ ଚାଲାଣ କରାଯାଇଛି।

ବାଇକ୍‌ରୁ ଖସିପଡ଼ି ମହିଳା ଗୁରୁତର

ବାଇକ୍‌ରୁ ଖସିପଡ଼ି ମହିଳା ଗୁରୁତର

ପରଜଙ୍ଗ୨୩।୬,(ଡ଼ି.ଏନ୍‌.ଏ)- ପରଜଙ୍ଗ ଥାନା ୫୩ ନଂ. ଜାତୀୟ ରାଜପଥର ହାତୀଲୁଚାଣି ଛକ ନିକଟରେ ରବିବାର ଅପରାହ୍ନରେ ବାଇକରୁ ଖସିପଡି କାମାକ୍ଷାନଗର ଥାନା ଜିରିଡାମଳି ଗ୍ରାମର ଶ୍ରୀମତୀ ମହାଳିକ(୫୦) ଗୁରୁତର ଆହତ ହୋଇଛନ୍ତି। ସୂଚନାମୁତାବକ, ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ବାଇକରେ ବସି ବାପ ଘର ବୁଢାପଙ୍କ ଗ୍ରାମକୁ ଯାଉଥିବାବେଳେ ହମ୍ପସରେ ଛିଟିକି ପଡ଼ିଥିଲେ।

ଜରପଡ଼ା ବନାଞ୍ଚଳରେ ଦନ୍ତାହାତୀ ଉପଦ୍ରବ

ଜରପଡ଼ା ବନାଞ୍ଚଳରେ ଦନ୍ତାହାତୀ ଉପଦ୍ରବ

ଛେଣ୍ଡିପଦା,୨୪।୬(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ଜରପଡ଼ା ବନାଞ୍ଚଳ ଅଧୀନ ବାଲିପଟା, କିସିଣ୍ଡା, ଜାମୁନାଳୀ, ଡେଉରିଆଝରଣ, ବସନ୍ତପୁର ଆଦି ଗ୍ରାମରେ ଗତ ୫ ଦିନ ହେବ ଏକ ଦନ୍ତାହାତୀ ବ୍ୟାପକ ଉପଦ୍ରବ କରୁଥିବା ଜଣାପଡିଛି। ଅଧିକାଂଶ ଚାଷୀଙ୍କ ଆମ୍ବ, କଦଳୀ, ବିଭିନ୍ନ ଖରାଟିଆ ପନିପରିବା ଫସଲ ଖାଇ ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ସଭା

କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ସଭା

ଭୁବନ,୨୪।୬(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ନଗର କଂଗ୍ରେସ କମିଟି ପକ୍ଷରୁ ରବିବାର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀର ସଭାପତି ବିନୋଦ ମହାରଣା ଅଧ୍ୟକ୍ଷତା କରିଥିଲେ।

କଂଗ୍ରେସର କର୍ମୀ ସମ୍ମିଳନୀ

କଂଗ୍ରେସର କର୍ମୀ ସମ୍ମିଳନୀ

ବଅଁରପାଳ,୨୪।୬(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ ୨୭ ନଂ. ଜୋନରେ କଂଗ୍ରେସର ଏକ କର୍ମୀ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏ

ଢେଙ୍କାନାଳରେ ପ୍ରଥମ:  ବସିଲା ୫୦୦ କେଭିଏ ଟ୍ରାନ୍ସଫର୍ମର

ଢେଙ୍କାନାଳରେ ପ୍ରଥମ: ବସିଲା ୫୦୦ କେଭିଏ ଟ୍ରାନ୍ସଫର୍ମର

ଢେଙ୍କାନାଳ ଅଫିସ, ୨୪।୬- ଢେଙ୍କାନାଳ ପୌରାଞ୍ଚଳ ଗୁଡ଼ିଆନାଳୀ ବିବି ହାଇସ୍କୁଲ ନିକଟରେ ଶନିବାର ୫୦୦ କିଲୋଭୋଲ୍ଟ ଆମ୍ପିୟର (କେଭିଏ) ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହୋଇଛି। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ସୁଧାର ଆଣିବାକୁ ସ୍ଥାପନ କରାଯାଇଥିବା ଉକ୍ତ ଟ୍ରାନ୍ସଫର୍ମର ଢେଙ୍କାନାଳରେ ପ୍ରଥମ। ଅପରାହ୍ନ ୪ଟାରେ ବିଧାୟକ ସରୋଜ କୁମାର ସାମଲ ଏହାକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ସହରରେ ଅନୁରୂପ ଭାବେ ୬୧ଟି ଟ୍ରାନ୍ସଫର୍ମର ସ୍ଥାପନ କରାଯିବା ଯୋଜନା ରହିଛି। ଏଥିପାଇଁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ସାରିଅଁରେ ତେଜୁଛି ନିଶା ବିରୋଧୀ ଆନ୍ଦୋଳନ

ସାରିଅଁରେ ତେଜୁଛି ନିଶା ବିରୋଧୀ ଆନ୍ଦୋଳନ

ଢେଙ୍କାନାଳ ଅଫିସ, ୨୪।୬- ଢେଙ୍କାନାଳ ସଦର ଥାନା ସାରିଅଁ ଗ୍ରାମକୁ ନିଶାମୁକ୍ତ କରିବାକୁ ଦୀର୍ଘ ୧୫ବର୍ଷ ହେଲା ସଂଘର୍ଷ ଚଳାଇଛନ୍ତି ଅଞ୍ଚଳବାସୀ। ଏହାକୁ ନେଇ ମଦ ବ୍ୟବସାୟୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ହେଲେ ୧୯ ତାରିଖରେ ନିଶା ନିବାରଣ ଅଭିଯାନର ଜଣେ ସଦସ୍ୟଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ଗ୍ରାମରେ ଲାଗି ରହିଛି ଚାପା ଉତ୍ତେଜନା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଗ୍ରାମବାସୀ ଶନିବାର ଥାନା ଘେରାଉ କରିଥିଲେ।

Model This Week

ଆହାନା