ସମ୍ବଲପୁର

ଡାକ୍ତରଖାନାରେ ମିଳୁନି ଚିକିତ୍ସା

ଜମନକିରା, ୭।୩ ( ଡି.ଏନ୍‌.ଏ)-ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଫାଶିମାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଡାକ୍ତରଙ୍କ ଅଭାବ ଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି। ଏହା ଉପରେ ନିର୍ଭର କରୁଥିବା ଶହ ଶହ ରୋଗୀ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ଆଗାମୀ ଏକ ମାସ ମଧ୍ୟରେ ଡାକ୍ତର ନିଯୁକ୍ତ କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଅଞ୍ଚଳବାସୀ ସରକାରଙ୍କ ପାଖରେ ଦାବି କରିଛନ୍ତି। ତେବେ ସରକାର ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମସ୍ୟା ସମ୍ପର୍କରେ ଜଣାଇଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କଲ୍ୟାଣ କୁମାର ଗୁପ୍ତା ପ୍ରକାଶ କରିଛନ୍ତି। ଜମନକିରା ବ୍ଲକ୍‌ରେ ଥିବା ୨୧ଟି ପଞ୍ଚାୟତ ମଧ୍ୟରୁ ମହଦା, କେନାଢ଼ିପା, ଫାଶିମାଲ, ଗୁଣ୍ଡୁରୁଚୁଅଁ।, ଧୁଡ଼ିପାଲି, ବଡ଼ମାଲ, କଟଙ୍ଗପାଣି, ଭୋଜପୁର, ସିରିଡ଼, ଜମନକିରା, କସଡ଼ା, ଟିକିବା, ଟିକିଲିପଡ଼ା, ସରଡ଼ା, ବଡ଼ରମା ଆଦି ପଞ୍ଚାୟତର ଶହ ଶହ ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ଦେବଗଡ଼ ଜିଲାର କଂସର, କେନ୍ଦେଇଜୁରୀ, ତିଲେଇବଣୀ ଏବଂ ରେଙ୍ଗାଲି ବ୍ଲକ୍‌ର ଲଇଡ଼ା, ପରମାଣପୁର ଆଦି ପଞ୍ଚାୟତର ରୋଗୀ ମଧ୍ୟ ଏହା ଉପରେ ନିର୍ଭରଶୀଳ। ୩୦ ବର୍ଷ ହେବ ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ। ସେହି ସମୟରେ ଜମନକିରା ବ୍ଲକ୍‌ର ଭୌଗୋଳିକ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଫାଶିମାଲଠାରେ ୩୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ନିର୍ମାଣ କରିଥିଲେ । କେତେକ ସ୍ପେସାଲିଷ୍ଟ ନିଯୁକ୍ତ ହୋଇଥିଲେ। ଡାକ୍ତରଙ୍କ ଉତ୍ତମ ଚିକିତ୍ସା ଯୋଗୁ ପ୍ରତ୍ୟହ ଶହ ଶହ ରୋଗୀ ଚିକିତ୍ସିତ ହୋଇ ଭଲରେ ଫେରୁଥିଲେ। ସମସ୍ତ ବେଡ୍‌ ଭର୍ତ୍ତି ହୋଇ ରହୁଥିଲା। ତେବେ ରାଜ୍ୟ ସରକାର ତଥା ବିଭାଗୀୟ ଉଦାସୀନତା ଯୋଗୁ ଏବେ ଏଠାରେ ଡାକ୍ତରଙ୍କ ଘୋର ଅଭାବ ରହିଛି। ୫ ଜଣ ସ୍ପେଶାଲିଷ୍ଟ ରହିବା ସ୍ଥାନରେ କଣ୍ଟ୍ରାକଚୁଆଲ ଭାବେ୨ ଜଣ ଡାକ୍ତର ରହିଛନ୍ତି। ଜଣେ ଇନଚାର୍ଜ ଥିବା ବେଳେ ସେ ଭୋଜପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ ଥାଇ ଏଠାର କାର୍ଯ୍ୟ ତୁଲାଉଛନ୍ତି। ୩ ବର୍ଷ ହେବ ଏହି ଉନ୍ନୀତ ଡାକ୍ତରଖାନାକୁ ଅଧିକ ସୁବିଧା ସୁଯୋଗ ଦେବା ବାହାନାରେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାମିତ କରାଯାଇଛି। ମାତ୍ର ଅଧିକ ସୁବିଧା ଦେବା ବଦଳରେ ସରକାର ଅନେକ ସମସ୍ୟା ଆଣି ଏଠି ଥୋଇଛନ୍ତି। ଖଟ, ଆଲମିରା, ଟେବୁଲ ଆଦି ନଷ୍ଟ ହେଲାଣି। ୨ ଜଣ ଫାର୍ମାସିଷ୍ଟ ରହିବା ସ୍ଥାନରେ ଜଣେ ମାତ୍ର ରହିଛନ୍ତି। ୪ ସୁଇପରଙ୍କ ସ୍ଥାନରେ ୨ ଜଣ ରହିଛନ୍ତି। ୫ ଆଟେଣ୍ଡାଣ୍ଟଙ୍କ ସ୍ଥାନରେ ୩ ଜଣ ଅଛନ୍ତି। ଜଣେ ରେଡିଓ ଗ୍ରାଫର ଓ ଜଣେ ଅପ୍‌ଥାଲମିକ ଆସିଷ୍ଟାଣ୍ଟ ରହିବା ପାଇଁ ନିୟମ ଥିବା ବେଳେ ସେମାନଙ୍କୁ ଅନ୍ୟତ୍ର ଡେପୁଟେଶନ୍‌ରେ ପଠାଇ ଦିଆଯାଇଛି। ଏ ସବୁ ସମସ୍ୟା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ସରକାର ଏବଂ ବିଭାଗୀୟ ଅଧିକାରୀଙ୍କୁ ପ୍ରତିକାର ପାଇଁ ଦାବି ହୋଇ ଆସୁଛି। ତାହା ସତ୍ତ୍ୱେ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଏଣୁ ଲୋକେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନ କରିବେ ବୋଲି ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
All Right Reserved By

ସମ୍ବଲପୁର

 ଶିକ୍ଷାର ବିକାଶରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିକ୍ଷାର ବିକାଶରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ମୁରିବାହାଲ, ୧୫।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ  ବିଦ୍ୟାଳୟର ବୌଦ୍ଧିକ ମଣ୍ଡପଠାରେ ୧୪ତମ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସୁମନାନନ୍ଦ ଖମାରୀଙ୍କ ସଂଯୋଜନାକ୍ରମେ ଆୟୋଜିତ କାର୍ଯ୍ୟକ୍ରମକୁ ମୁରିବାହାଲ ତହସିଲଦାର ସରିତା ଗୁପ୍ତା ମୁଖ୍ୟଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। 

ବସ୍‌ ଧକ୍କାରେ ଶ୍ୱଶୁର ମୃତ୍ୟୁ, ଜ୍ୱାଇଁ ଗୁରୁତର

ବସ୍‌ ଧକ୍କାରେ ଶ୍ୱଶୁର ମୃତ୍ୟୁ, ଜ୍ୱାଇଁ ଗୁରୁତର

ମୁରିବାହାଲ, ୧୫।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗଁରେଇ ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ  ବସ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କର  ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଜ୍ୱାଇଁ ଗୁରୁତର ହୋଇଛନ୍ତି। ମୃତକ ହେଲେ ପର୍ଶୁ ରଣା(୫୫)।  ବାଇକରେ ଥିବା ତାଙ୍କ ଜ୍ୱାଇଁ ଅର୍ଜୁନ ରଣାଙ୍କୁ ବଙ୍ଗୋମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଜାତୀୟ ସ୍କୁଲ ଗେସ୍ସ: ଓଡିଶା ଖୋଖୋ ଖେଳାଳୀଙ୍କ ଛତିଶଗଡ ଗସ୍ତ

ଜାତୀୟ ସ୍କୁଲ ଗେସ୍ସ: ଓଡିଶା ଖୋଖୋ ଖେଳାଳୀଙ୍କ ଛତିଶଗଡ ଗସ୍ତ

ଟିଟିଲାଗଡ,୧୫।୧୨(ଡି.ଏନ.ଏ.)-ଜାତୀୟ ସ୍କୁଲ ଗେସ୍ସରେ ଭାଗ ନେବାପାଇଁ ଓଡିଶା ଖୋଖୋର ବାଳକ (୧୭) ଟିମ୍‌ ଶନିବାର ଟିଟିଲାଗଡରୁ ଛତିଶଗଡ ଗସ୍ତ କରିଛି। ବିଭିନ୍ନ ବିଦ୍ୟାଳୟରୁ ଚୟନ ହୋଇଥିବା ଖୋଖୋ ଟିମରେ ୧୨  ସଦସ୍ୟ ରହିଛନ୍ତି। ଟିଟିଲାଗଡରେ ୪ଦିନ ପ୍ରଶିକ୍ଷଣ ପରେ ୬୪ତମ ଜାତୀୟ ସ୍କୁଲ ଗେସ୍ସରେ 

ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ, ସୁବଳୟା ପଞ୍ଚାୟତ ଚାମ୍ପିୟନ

ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ, ସୁବଳୟା ପଞ୍ଚାୟତ ଚାମ୍ପିୟନ

ଅମରପାଲି/ବୀରମହାରାଜପୁର, ୧୫।୧୨ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି। ବୀରମହାରାଜପୁରସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ହୋଇଥିବା ଉକ୍ତ ଟୁର୍ନାମେଣ୍ଟର 

ଛୁଆ ଭାଲୁର ମୃତଦେହ ଉଦ୍ଧାର

ଛୁଆ ଭାଲୁର ମୃତଦେହ ଉଦ୍ଧାର

ନବରଙ୍ଗପୁର,୧୫।୧୨(ବି.ପ୍ର.): ନବରଙ୍ଗପୁର ବ୍ଲକ ଭତରା ସିଉନୀ ପଞ୍ଚାୟତ ଉତରା ଗାଁର ନଦୀ ପଠାରେ ଶନିବାର ଏକ ଛୁଆ ଭାଲୁର ମୃତଦେହ ପଡ଼ି ରହିଥିବା ଜଣାପଡ଼ିଛି।

ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ ସିଏସିରେ ନିଷ୍ପତ୍ତି:  ଆଗକୁ ଜାରି ରହିବ ଆନ୍ଦୋଳନ

ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ ସିଏସିରେ ନିଷ୍ପତ୍ତି: ଆଗକୁ ଜାରି ରହିବ ଆନ୍ଦୋଳନ

 ବୀରମହାରାଜପୁର, ୧୫ା୧୨ (ଡି.ଏନ୍‌.ଏ.)

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ଆହ୍ବାନ କ୍ରମେ ପର୍ଯ୍ୟାୟକ୍ରମେ ଚାଲିଥିବା ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ। 

ଭିଏସଏସ ସ୍କୁଲର ବାର୍ଷିକ ଉତ୍ସବ

ସମ୍ବଲପୁର, ୧୫।୧୨ (ବ୍ୟୁରୋ)

ବୀର ସୁରେନ୍ଦ୍ର ସାଏ ଇଂରାଜୀ ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ରାତିରେ ଧନକଉଡାସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଜସ୍ମିନ୍‌ ବାନୋଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା। 

ଶକ୍ତି ସଂରକ୍ଷଣ ପାଇଁ ସଚେତନ କଲେ ଛାତ୍ରୀଛାତ୍ର

ଶକ୍ତି ସଂରକ୍ଷଣ ପାଇଁ ସଚେତନ କଲେ ଛାତ୍ରୀଛାତ୍ର

ରେଢ଼ାଖୋଲ,୧୫।୧୨(ଡି.ଏନ.ଏ.)

ଆଜିର ସମାଜରେ ବିଦ୍ୟୁତ ଶକ୍ତି ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଛି। ଏହାର ସୁବିନିଯୋଗ ଓ ସଂରକ୍ଷଣ କରାଗଲେ ଶକ୍ତି ଅପଚୟକୁ ରୋକିବା ସହିତ ଅନ୍ୟତ୍ର ବିନିଯୋଗ ହୋଇପାରିବ। ଏହି ବାର୍ତ୍ତା ନେଇ ଗୌରଚନ୍ଦ୍ର ହାଇସ୍କୁଲର ଛାତ୍ରୀଛାତ୍ର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସଚେତନ କରିଛନ୍ତି। 

ତୃତୀୟ ସମ୍ବଲପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ

ତୃତୀୟ ସମ୍ବଲପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ

ସମ୍ବଲପୁର,୧୫।୧୨ (ବ୍ୟୁରୋ)

ତୃତୀୟ ସମ୍ବଲପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୮ ଶୁକ୍ରବାର ସ୍ବାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି । 

ଉତ୍ତର ଦେଲେ ଭିମ୍‌ସାର ନିର୍ଦ୍ଦେଶକ

ଉତ୍ତର ଦେଲେ ଭିମ୍‌ସାର ନିର୍ଦ୍ଦେଶକ

ଚିପିଲିମା,୧୫।୧୨(ବ୍ୟୁରୋ)-ବୁର୍ଲା ମେଡିକାଲ କଲେଜ (ଭିମ୍‌ସାର)ର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ କାରଣର ଦର୍ଶାଅ ନୋଟିସର ଉତ୍ତର ଦେଇଛନ୍ତି। ଶୁକ୍ରବାର ସେ ଆବଶ୍ୟକ ପ୍ରମାଣପତ୍ର, ଭିଡିଓ ଆଦି ସ୍ବାସ୍ଥ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ଦାଖଲ କରିଥିବା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। 

ଶୋଇଥିବାବେଳେ ବୃଦ୍ଧ ପୋଡିଗଲେ

ଶୋଇଥିବାବେଳେ ବୃଦ୍ଧ ପୋଡିଗଲେ

ରେଢାଖୋଲ, ୧୫।୧୨ (ଡି.ଏନ.ଏ)-ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ଅଧୀନ ବଡ଼ବେର୍ଣ୍ଣି ଗାଁରେ ଜଣେ ବୃଦ୍ଧ ଅନ୍ତରା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ ଯୁଜେଷ୍ଟି ମୁଣ୍ଡା (୫୪)। ଶୁକ୍ରବାର ରାତିରେ ସେ ଖାଇପିଇ ସାରି ନିଆଁ ଲଗାଇ ଶୋଇଥିଲେ। ହେଲେ ପୋଡ଼ିଯିବାରୁ ଚିତ୍କାର ଶୁଣି ଘର ଲୋକେ ଉଦ୍ଧାର କରିଥିଲେ। ତୁରନ୍ତ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହର ୪୦ ଭାଗ ପୋଡ଼ି ଯାଇଛି। ତେବେ ସେ ହାପର ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଛି।

ଟ୍ରାନ୍ସଫର୍ମରରୁ କଏଲ ଚୋରି, ଛେଳିଖାଇ ଗାଁ ଅନ୍ଧାରରେ

ଟ୍ରାନ୍ସଫର୍ମରରୁ କଏଲ ଚୋରି, ଛେଳିଖାଇ ଗାଁ ଅନ୍ଧାରରେ

ରେଢ଼ାଖୋଲ,୧୫।୧୨(ଡି.ଏନ.ଏ.)-ରେଢ଼ାଖୋଲ ବ୍ଲକ ଭାଲିଆକଟା ପଞ୍ଚାୟତର ଛେଳିଖାଇ ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମରରୁ କଏଲ ଚୋରି ହୋଇଯାଇଛି। ଏଥି ଯୋଗୁ ୪ଦିନ ହେବ ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି।