ସମ୍ବଲପୁର

ପିଡିଏସ୍‌ ସାମଗ୍ରୀ ହଡ଼ପ ଅଭିଯୋଗ

ପିଡିଏସ୍‌ ସାମଗ୍ରୀ ହଡ଼ପ ଅଭିଯୋଗ
ସୋନପୁର,୭।୩(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତରେ ପିଡିଏସ ଅନ୍ତର୍ଭୁକ୍ତ ଚାଉଳ, ଗହମ ଓ କିରୋସିନ ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପଞ୍ଚାୟତର ବହୁ ହିତାଧିକାରୀ। ଏ ସମ୍ପର୍କରେ ସେମାନେ ଜିଲାପାଳ ଦାଶରଥି ଶତପଥୀଙ୍କ ନିକଟରେ ମଙ୍ଗଳବାର ଫେରାଦ ହେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହିତାଧିକାରୀମାନେ ପୂର୍ବରୁ ବୀରମହାରାଜପୁର ଉପଜିଲାପାଳ ଗୋପିନାଥ ସାରକାଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଉକ୍ତ ପଞ୍ଚାୟତର ଅଚଣ୍ଡା ଗ୍ରାମସ୍ଥିତ ଏକ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଖାଉଟି ସାମଗ୍ରୀ ବଣ୍ଟନ ହୋଇ ଆସୁଛି । ହେଲେ ଗତ ୨୦୧୭ ଶେଷ ତଥା ଫେବୃୟାରୀ ୨୦୧୮ ମାସରେ ପଞ୍ଚାୟତର କୌଣସି ହିତାଧିକାରୀ ଚାଉଳ ପାଇନାହାନ୍ତି। ଏନଏଫଏସଏର ହିତାଧିକାରୀଙ୍କୁ ୪ ମାସର ପିଡିଏସ ସାମଗ୍ରୀ ଦିଆଯାଉନି। ସମ୍ପୃକ୍ତ ଏସ୍‌ଏଚଜି ଗତ ବର୍ଷ ଜୁଲାଇ ମାସଠାରୁ ଚାଉଳ ପଇଠ କରିବର ବିବରଣୀ ଖାଉଟି କାର୍ଡରେ ଲିପିବଦ୍ଧ କରି ନଥିବା ଦେଖିବାକୁ ମିଳିଛି। ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, କମ୍ପ୍ୟୁଟର ସ୍ଲିପ୍‌ ପରିବର୍ତ୍ତେ ସେମାନଙ୍କୁ ହାତଲେଖା ଚିଠା ଦିଆଯାଇଛି। ଖାଉଟି ସାମଗ୍ରୀ ନପାଇ ବାରମ୍ବାର ଫେରୁଛନ୍ତି। ଅଭିଯୋଗ କ୍ରମେ ଗ୍ରାମପଞ୍ଚାୟତ ବୈଠକରେ ଏ ସଂକ୍ରାନ୍ତରେ ପ୍ରସ୍ତାବ ଗ୍ରହଣ ହୋଇଥିଲେ ହେଁ ସରପଞ୍ଚ ନୀରବତା ଅବଲମ୍ବନ କରୁଛନ୍ତି। ଅନ୍ୟପକ୍ଷେ ବ୍ଲକ ମାର୍କେଟିଂ ଅଫିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ଉଦାସୀନ ରହୁଥିବାରୁ ତାଙ୍କୁ ନିଲମ୍ବନ କରିବାକୁ ଦାବି ହୋଇଛି। ସ୍ଥାନୀୟ ଜିଲା ପରିଷଦ ସଭ୍ୟା ଗାୟତ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ହିତାଧିକାରୀ ୱାର୍ଡ ସଭ୍ୟମାନଙ୍କ ସହିତ ଜିଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଥିଲେ । ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ମିଳିବା ସୁନିଶ୍ଚିତ କରିବା ସହ ଦୋଷୀଙ୍କ ବିରୋଧରେ କାଯର୍‌ୟାନୁଷ୍ଠାନ ପାଇଁ ଜିଲାପାଳ ପ୍ରତିଶୃତି ଦେଇଥିଲେ। ଏ ସମ୍ପର୍କରେ ବୀରମହାରାଜପୁର ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ କୁହନ୍ତି ଅଭିଯୋଗ ଅନୁଯାୟୀ ତଦନ୍ତ ଜାରି ରହିଛି । ରିପୋର୍ଟ ଦିନେ ଦୁଇଦିନ ଭିତରେ ଉପଜିଲାପାଳଙ୍କୁ ପ୍ରଦାନ କରାଯିବ ।
All Right Reserved By

ସମ୍ବଲପୁର

ପ୍ରତାରଣା: ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ

ପ୍ରତାରଣା: ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ

କୁଆଁରମୁଣ୍ଡା, ୨୪।୩(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ କଲୋନୀର ଜନୈକା ଯୁବତୀ (୨୬)ଙ୍କୁ ତାଙ୍କ ପ୍ରେମିକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଶେଷରେ ଯୁବତୀ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। 

କାଠ ଫାଳିଆରେ ସ୍ତ୍ରୀଙ୍କୁ ପିଟି ହତ୍ୟା

କାଠ ଫାଳିଆରେ ସ୍ତ୍ରୀଙ୍କୁ ପିଟି ହତ୍ୟା

ନୂଆପଡା ଅଫିସ/କୋମନା/ତରବୋଡ, ୨୪।୩- ଏହି ଜିଲା କୋମନା ଥାନା ଅନ୍ତର୍ଗତ ସିଲେଟପାଣି ଗାଁର  ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଶେଷରେ କାଳ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ସ୍ବାମୀ କୁରୁପତି ମାଝି(୨୨)ଙ୍କ କାଠ ଫାଳିଆ ମାଡରେ ସ୍ତ୍ରୀ ସୁମତୀ (୨୦)ଙ୍କ ମୃତ୍ୟୁ ଘଟିଛି।

‘ଜୋସନ୍‌-୨୦୧୯’ ଉଦ୍‌ଯାପିତ: ଦେବାଶିଷ ଚାମ୍ପିୟନ

‘ଜୋସନ୍‌-୨୦୧୯’ ଉଦ୍‌ଯାପିତ: ଦେବାଶିଷ ଚାମ୍ପିୟନ

ଦେବଗଡ, ୨୪।୩(ସ୍ବ.ପ୍ର) -ଦେବଗଡ଼ ସହର ମହୁଲଢିପା ସାହି ରାଧାକୃଷ୍ଣ ଯାତ୍ରା କମିଟି  ଏବଂ ବୀଣାପାଣି କ୍ଲବ ପକ୍ଷରୁ ଚଳିତବର୍ଷର ଦୁଇଦିନ ଧରି ଆୟୋଜିତ ‘ଜୋସନ-୨୦୧୯’ ଉଦ୍‌ଯାପିତ ହୋଇଯାଇଛି।

ନାଟବାଦୀ, ଗୀତିନାଟ୍ୟ ପ୍ରତିଯୋଗିତା: ମଞ୍ଚସ୍ଥ ହେଲା : ନାଟକ ଲାଲ୍‌ସା

ନାଟବାଦୀ, ଗୀତିନାଟ୍ୟ ପ୍ରତିଯୋଗିତା: ମଞ୍ଚସ୍ଥ ହେଲା : ନାଟକ ଲାଲ୍‌ସା

ବଲାଙ୍ଗୀର ଅଫିସ, ୨୪ା୩- ବଲାଙ୍ଗୀର ସଦାଇପାଲିସ୍ଥିତ ସାଇଟ୍‌ ରାଧାକୃଷ୍ଣ ମଣ୍ଡପରେ ଅଷ୍ଟମ ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି ା ନଅଦିନ ବ୍ୟାପୀ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୋସଲୀ ଭାଷାର ୧୫ଟି ନାଟକ ଓ ୮ଟି ଗୀତିନାଟ୍ୟ ମଞ୍ଚସ୍ଥ ହେବ |

ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ

ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ

ଲହୁଣୀପଡା, ୨୩।୩ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଠିଆବେର୍ଣ୍ଣା ଗ୍ରାମରେ ଶୁକ୍ରବାର ଗାଧୋଉଥିବା ବେଳେ ପୋଖରୀରେ ବୁଡି ବିଷ୍ଣୁ ମୁଣ୍ଡା (୬) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। 

ଚିକିତ୍ସିତ ହୋଇ ଫେରିଲେ ୧୧ଶିଶୁ

ଚିକିତ୍ସିତ ହୋଇ ଫେରିଲେ ୧୧ଶିଶୁ

ସୋନପୁର,୨୩।୩(ନି.ପ୍ର):ଜନ୍ମରୁ ହୃଦ୍‌ରୋଗରେ ଆକ୍ରାନ୍ତ ଥିବା ସୁବର୍ଣ୍ଣପୁର ଜିଲାର ୧୧ ଜଣ ଶିଶୁଙ୍କର ମାଗଣା ଶଲ୍ୟ ଚିକିତ୍ସା କରାଯାଇଛି। 

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ରେଙ୍ଗାଲି, ୨୩।୩ (ଡି.ଏନ.ଏ):ସମ୍ବଲପୁର ଜିଲା ଠେଲକଲୋଇ ଥାନା ଅନ୍ତର୍ଗତ ଖେରୁଆଲ ଭେଡେନ ନଦୀରେ ଶୁକ୍ରବାର ତିନିଟି ଜୀବନ ଚାଲି ଯାଇଛି।

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୩।୩:୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିରାଶ ଟିକେଟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଖୋଲାଖୋଲି ବିଦ୍ରୋହର ରୂପ ନେଉଛି। 

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

କୋଲାବିରା,୨୩।୩(ଡି.ଏନ୍‌.ଏ.):ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ସମାସିଂହାସ୍ଥିତ ସୁପର କ୍ଲବ ସଦସ୍ୟମାନେ ହୋଲି ବର୍ଜନ କରିଛନ୍ତି।

ଫଗୁଣ ଉତ୍ସବ ଉଦ୍‌ଯାପିତ

ଫଗୁଣ ଉତ୍ସବ ଉଦ୍‌ଯାପିତ

ଗାଇସିଲେଟ, ୨୩।୩(ଡି.ଏନ.ଏ):ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମରେ ଫଗୁଣ ଉତ୍ସବ ଉଦ୍‌ଯାପିତ ହୋଇ ଯାଇଛି।

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ବଲାଙ୍ଗୀର ଅଫିସ,୨୩।୩- ବଲାଙ୍ଗୀର ଟାଉନ ଥାନା ପୋଲିସ ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ର଼୍ୟାକେଟ୍‌ରେ ସକ୍ରିୟ ଥିବା ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ା ଗିରଫ ବ୍ୟକ୍ତିମାନେ ହେଲେ ବଲାଙ୍ଗୀର ବରପାଲିପଡାର ଅଜିତ୍‌ କୁମାର ନନ୍ଦ (୨୭), ସୁଦପଡାର ଅଭିଷେକ୍‌ ଦୋରା (୨୮), ସାଲେପାଲିର ଗୁଟୁ ପାଣ୍ଡେ ଓରଫ୍‌ ଧୃବ ପାଣ୍ଡେ (୩୨), ସଦର ଥାନା ଅନ୍ତର୍ଗତ କୁଶମେଲ ଗଁାର ନାରାୟଣ ମଲ୍ଲିକ (୨୩) ଓ ତେଲିଗୋଠପଡାର ସୁବାସିଂ ମେହେର (୪୩)। 

ଫଗୁଖେଳ ଭିତରେ ସମ୍ପନ୍ନ ହେଲା ଦେବ ମିଳନ

ଫଗୁଖେଳ ଭିତରେ ସମ୍ପନ୍ନ ହେଲା ଦେବ ମିଳନ

ବୀରମହାରାଜପୁର, ୨୩ା୩(ଡି.ଏନ୍‌.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଐତିହ ସମ୍ପନ୍ନ ଦୋଳଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଛି। ପ୍ରବଳ ଜନସମାଗମ ମଧ୍ୟରେ ତିନିଦିନ ଧରି ଏହି ମହାପର୍ବ ଅନୁଷ୍ଠିତ ହୋଇଥିଲା। 


Model This Week

ରଶ୍ମି
Why Dharitri