ସମ୍ବଲପୁର

ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଲେ ନୋଡାଲ କମିଶନର

ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଲେ ନୋଡାଲ କମିଶନର
ନୂଆପଡା ଅଫିସ,୭।୩- ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ମୁଖ୍ୟ ଶାସନ ସଚିବ ତଥା ନୂଆପଡା ଦାୟିତ୍ୱରେ ଥିବା ନୋଡାଲ କମିଶନର ପ୍ରଦୀପ କୁମାର ଜେନା ଦୁଇ ଦିନିଆ ଗସ୍ତ କରି ରାଜଧାନୀକୁ ଫେରିଯାଇଛନ୍ତି । ଦୁଇ ଦିନ ଧରି ଜିଲାବ୍ୟାପୀ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରି ଉନ୍ନୟନ ପ୍ରତି ଗୁରୁତ୍ୱ ଦେବାକୁ ଜିଲାପ୍ରଶାସନକୁ ପରାମର୍ଶ ଦେଇଛନ୍ତି। କମିଶନର ଜେନା ସୋମବାର ପୂର୍ବାହ୍ନ ୧୦ଟାବେଳେ ପ୍ରଥମେ ଜଳସେଚନ ବିଭାଗର ସାହିପଲାସ୍ଥିତ ପ୍ରକଳ୍ପ ବୁଲି ଦେଖିଥିଲେ । ପରେ ବୋଇରଭାଡି ଗାଁକୁ ଯାଇ ସେଠାରେ ସ୍ବୟଂ ସହାୟକ ଦଳର ମହିଳାମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ବାହାରି ବୁଢିପାଲି, ଚୁହୁରୀ ଗଁ।କୁ ଯାଇ ସେଠିକାର ଚାଷୀମାନଙ୍କୁ କିପରି ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଚାଷ କ୍ଷେତ୍ରରେ ଉନ୍ନତି ଆଣିହେବ ସେ ନେଇ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ଓଡିଶା ସୀମାନ୍ତରେ ଛତିଶଗଡ ସରକାର ଚେକ ଡ୍ୟାମ ନିର୍ମାଣ କରି ଜଳ ଶୋଷଣ କରୁଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚାରେ ରହିଆସିଥିଲା ।ଏହାକୁ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀମାନଙ୍କୁ ନେଇ କମିଶନର ଜେନା ଅମାନାରା ଗ୍ରାମପଞ୍ଚାୟତର ଖଲନା ସୀମାନ୍ତ ନଟେଇ ନାଲା ପରିଦର୍ଶନ କରିଥିଲେ। ପ୍ରକୃତରେ ଛତିଶଗଡ ସରକାର ଏଠିକାର ଚାଷୀ ଏବଂ ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବାକୁ ଅପଚେଷ୍ଟା କରୁଥିବା ଅନୁଭବ କରିଥିଲେ ।ଏହା ପରେ ସାରାବଙ୍ଗ ଗ୍ରାମପଞ୍ଚାୟତ ପରିଦର୍ଶନ କରି ସେଠାରେ କାର୍ଯ୍ୟକାରୀ କରିଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଦେଖି ଖୁସି ପ୍ରକଟ କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ମହୁଲଭଟା ଗଁ।ରେ ମତ୍ସ୍ୟ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଚିଙ୍ଗୁଡି ଚାଷ କରିଥିବା ଦେଓନାଥ ରଣାଙ୍କ ଚାଷ ବୁଲି ଦେଖିଥିଲେ । ଏହା ପରେ କୁରୁମପୁରୀସ୍ଥିତ ଚୌକପଡାରେ କିଛି ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଘର ଏବଂ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ଏହିଭଳି କୋମନା ବ୍ଲକ କାଣ୍ଡେତରା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଋତୁକାଳୀନ ଆବାସ କେନ୍ଦ୍ର, ଜଳ ଯୋଗାଣ ପ୍ରକଳ୍ପ ଦେଖିଥିଲେ। ସେଠାରୁ ବୁଦ୍ଧିକୋମନା ଯାଇ ପ୍ରାଥମିକ ଚିକିତ୍ସାକେନ୍ଦ୍ର, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ଦେଖିଥିଲେ । ଶେଷରେ ଝଗ୍ରାହୀରେ ଚାଲିଥିବା ଆଦର୍ଶ ବିଦ୍ୟାଳୟ ବୁଲିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କୁ ପଚାରି ବୁଝିଥିଲେ। ସନ୍ଧ୍ୟାରେ ସ୍ଥାନୀୟ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ଏଥିରେ କମିଶନର ଜେନା ଅଧ୍ୟକ୍ଷତା କରିଥିବାବେଳେ ଜିଲାପାଲ ଡା. ପୋମା ଟୁଡୁ, ଡିଆରଡିଏ ପିଡି ବୃଷଭ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲାପାଲ ତ୍ରିଲୋଚନ ମିଞ୍ଜଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । କମିଶନର ଜେନା ଜିଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କିପରି ତ୍ୱରାନ୍ବିତ କରାଯିବ ସେ ଉପରେ ପରାମର୍ଶ କରିଥିଲେ । ତାଙ୍କ ପରିଦର୍ଶନ ସମୟରେ ଦେଖିଥିବା ବିଭିନ୍ନ ବ୍ୟତିକ୍ରମ ବିଷୟରେ ଅଧିକାରୀମାନଙ୍କୁ ଅବଗତ କରି ସେଗୁଡିକୁ ତୁରନ୍ତ ସମାଧାନ କରିବାକୁ କହିଥିଲେ ।
All Right Reserved By

ସମ୍ବଲପୁର

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

 ବରଗଡ଼ ଅଫିସ୍‌,୯।୧୨: ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। 

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଡୁଙ୍ଗୁରିପାଲି, ୯ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ୧୦ମ ବର୍ଷ ଆଞ୍ଚଳିକ ଧନୁଯାତ୍ରା ମହୋସତ୍ବ ପାଇଁ କଂସ କଳାକାର ବରଣ ହୋଇଛି ା ବରଗଡ ଜିଲା ଦେଓଗାଁ ଗ୍ରାମର ଜଗଦାନନ୍ଦ ମିଶ୍ରଙ୍କୁ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ। 

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ସୋନପୁର,୯।୧୨(ନି.ପ୍ର.): ପରୀକ୍ଷାରେ କେବଳ ଭଲ ନମ୍ବର ରଖିଲେ ହେବନି। ଶିଶୁଟି ସମସ୍ତ ଗୁଣରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ପ୍ରତିଯୋଗିତାମୂଳକ ସମାଜରେ ଶିଶୁର ସାମଗ୍ରିକ ବିକାଶ କିଭଳି ହୋଇ ପରିବ ସେଥିପ୍ରତି ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସୋନପୁର ଭୀମଭୋଇ କଳା ମଣ୍ଡପଠାରେ ଦୟାନନ୍ଦ ପ୍ଲେ/ପବ୍ଲିକ୍‌ ସ୍କୁଲର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲାପାଳ ମଧୁସୂଦନ ମିଶ୍ର ମତବ୍ୟକ୍ତ କରିଛନ୍ତି। 

କଫ ସିରଫ ଜବତ: ୩ଗିରଫ

କଫ ସିରଫ ଜବତ: ୩ଗିରଫ

ନୂଆପଡା ଅଫିସ/କୋମନା, ୯। ୧୨-ନୂଆପଡା ଜିଲା କୋମନା ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ଜନ୍ଦ୍ରାମୁଣ୍ଡା ଗାଁରେ ଚଢାଉ କରି ବିଭିନ୍ନ ଜାଗାରୁ ୪୨୦ଟି କଫ ସିରଫ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ୨୧(ଖ) ଏନଡିପିଏସ ଆକ୍ଟ, ୨୭(ଖ) ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟରେ ମାମଲା (ନଂ.୨୯୮/୧୮) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ହେଲେ ଡାଳିନ୍ଦ୍ର ମାଝୀ (୩୪), ନବଘନ ମାଝୀ(୨୮) ଏବଂ ଲାଲମନ ମାଝୀ (୩୨)। 

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା, ୯।୧୨ (ଡି.ଏନ.ଏ.)

ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜ ନାଏକଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲା ବିଶ୍ରା ଛକ ନିକଟରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ମନୋଜଙ୍କ କାର ବିଶ୍ରା ଛକ ଡିଭାଇଡରରେ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ରାଉରକେଲା ସମେତ କୁଆଁରମୁଣ୍ଡା ଅଞ୍ଚଳରେ ଭିନ୍ନଭିନ୍ନ ଆଲୋଚନା ହେଉଛି। ବିଶେଷକରି ଦୁର୍ଘଟଣାସ୍ଥଳକୁ 

ବୋଲେରୋ ଗାଡ଼ି ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣେଇ ଉପଖଣ୍ଡ  ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ରାସ୍ତା ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଲୁଟ ହୋଇଛି।

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ପାଞ୍ଚ ଗିରଫ

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ପାଞ୍ଚ ଗିରଫ

ସିନାପାଲି, ୯।୧୨(ଡି.ଏନ.ଏ.)- ନୂଆପଡା ଜିଲା ସିନାପାଲି ବନବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ସହ  ପାଞ୍ଚଜଣଙ୍କୁ ଗିରଫ କରାଯାଇଛି।  

ଓଡିଶାର ଧର୍ମଧାରାରେ ଖମ୍ବେଶ୍ୱରୀ ଉପାସନା ନେଇଛି ସ୍ବତନ୍ତ୍ର ସ୍ଥାନ

ଓଡିଶାର ଧର୍ମଧାରାରେ ଖମ୍ବେଶ୍ୱରୀ ଉପାସନା ନେଇଛି ସ୍ବତନ୍ତ୍ର ସ୍ଥାନ

ବୀରମହାରାଜପୁର,  ୯ା୧୨(ଡି.ଏନ୍‌.ଏ.) ଓଡିଶାରେ ଶାକ୍ତ ଉପାସନାର ପରମ୍ପରା ବହୁ ପ୍ରାଚୀନ। ଶାକ୍ତ ସଂସ୍କୃତିରେ ସ୍ତମ୍ବେଶ୍ୱରୀ ବା ଖମ୍ବେଶ୍ୱରୀଙ୍କ ଉପାସନା ନେଇଛି ସ୍ବତନ୍ତ୍ର ସ୍ଥାନ। ରାଜ୍ୟର ଦକ୍ଷିଣ-ପଶ୍ଚିମରୁ ଆଦିମ ଅଧିବାସୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦେବୀ ଉପାସନା ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନ୍ୟ ବର୍ଗଙ୍କ ଦ୍ୱାରା ପୃଷ୍ଠପୋଷକତା ଲାଭକରି ଲୋକପ୍ରିୟ ହୋଇଥିଲା। 

ଗାଡ଼ି ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକୋ

ଗାଡ଼ି ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକୋ

ବେଦବ୍ୟାସ, ୯।୧୨(ଡି.ଏନ.ଏ.)-ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା-ବଣାଇ ରାସ୍ତାର ଗୋଟିଦର ନିକଟରେ ଶନିବାର ସନ୍ଧ୍ୟା ସାଢେ ୭ଟାରେ ଅଜଣା ଗାଡ଼ି ଧକ୍କାରେ ବୁଧନାଥ ମୁଣ୍ଡାରୀ (୪୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ନିକଟସ୍ଥ ଗୋଟିଦର ବସ୍ତିରେ। ସେ କ୍ରଶର ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିଲେ। 

ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ବୈଠକ

ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ବୈଠକ

ସୁନ୍ଦରଗଡ଼, ୯।୧୨(ଡି.ଏନ୍‌.ଏ) -ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସମଗ୍ର ରାଜ୍ୟରେ ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୫ ଶେଷ ତାରିଖ ରହିଥିଲା। 

ଉଷାଦେବୀ ମେମୋରିଆଲ କ୍ରିକେଟ:  ବଡମାଲ ସେମିରେ

ଉଷାଦେବୀ ମେମୋରିଆଲ କ୍ରିକେଟ: ବଡମାଲ ସେମିରେ

ଉଲୁଣ୍ଡା, ୮।୧୨(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି କୁକିଆ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଖେଳରେ ଜେଜେସିସି ବଡମାଲ ଦଳ ଆୟୋଜକ କୁକିଆ ଦଳକୁ ୮ ଉଇକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । 

ରାଷ୍ଟ୍ରୀୟ ଲୋକ ଅଦାଲତ, ୫ ମାମଲାର ଆପୋଷ ସମାଧାନ

ରାଷ୍ଟ୍ରୀୟ ଲୋକ ଅଦାଲତ, ୫ ମାମଲାର ଆପୋଷ ସମାଧାନ

ବୀରମହାରାଜପୁର, ୮ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ବରିଷ୍ଠ ଦେୱାନି ଜଜ୍‌ ଅଦାଲତ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।