ସମ୍ବଲପୁର

ଭେଟିଲା ପ୍ରଶାସନ: ଚାଉଳ ମିଳିଲା, ଘର ପାଇଁ ପ୍ରତିଶ୍ରୁତି

ଲୋଇସିଂହା, ୭।୩(ଡି.ଏନ.ଏ.)- ଶେଷରେ ବେଟିଖାଇ ଦ୍ୱାରୀ(୭୦)ଙ୍କ ପାଖରେ ପହଞ୍ଚତ୍ଲା ପଞ୍ଚାୟତ ପ୍ରଶାସନ। ପ୍ରତିମାସରେ ଅନ୍ନପୂର୍ଣ୍ଣା ଯୋଜନାରେ ୧୦କେଜି ଚାଉଳ ଓ ସ୍ବତନ୍ତ୍ର କୋଟାରେ ଘରଟିଏ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ଘରଠାରୁ ଦେଢକିମି ଦୂର ଜଙ୍ଗଲ ସୀମାନ୍ତରେ ଦୀର୍ଘ ୨୫ବର୍ଷ ହେଲା ଏକାକୀ ରହି ଆସୁଥିବା ଆଗଲପୁର ବ୍ଲକ ଝାରବନ୍ଧଲି ଗାଁର ସ୍ବର୍ଗତ ପ୍ରହଲ୍ଲାଦ ଦ୍ୱାରିଙ୍କ ସ୍ତ୍ରୀ ବେଟିଖାଇଙ୍କ ପାଇଁ ଏହା ଦେଇଛି ବଞ୍ଚତ୍ବାର ନୂଆ ରାହା। ଗତ ଫେବୃୟାରୀ ୧୯ତାରିଖରେ ‘୨୫ବର୍ଷର ବାସନ୍ଦ ଜୀବନ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଏଥିରେ ବେନ୍ଦ୍ରା ପଞ୍ଚାୟତ ଅନ୍ତର୍ଗତ ବେଟିଖାଇଙ୍କ କରୁଣ କାହାଣୀ ଉଲ୍ଲେଖ ଥିଲା। ୨୫ବର୍ଷ ତଳେ କୁଷ୍ଠରୋଗରେ ଆକ୍ରାନ୍ତ ହେଲା ବେଳେକୁ ତାଙ୍କ ସାନ ପୁଅ ଥିଲେ ଦୁଗ୍ଧଜାତ ଶିଶୁ। ହେଲେ ସାମାଜିକ ବାସନ୍ଦ ଭୟରେ ସେ ଘର ଛାଡି ଗାଁଠାରୁ ଦେଢକିମି ଦୂର ନେଗିପାଲି ଶାଗୁଆନ ଜଙ୍ଗଲ ପାଖ ନିଜ ଚାଷ ଜମିରେ କୁଡିଆ କରି ରହିଲେ। ସାମାଜିକ କଟକଣା ଯୋଗୁ ସ୍ବାମୀ ଓ ପାଞ୍ଚ ସନ୍ତାନସନ୍ତତିଙ୍କଠାରୁ ଅଢେଇ ଦଶନ୍ଧି ଧରି ଜୀବନକୁ ପାଣି ଛଡାଇ ସେହି ସ୍ଥାନରେ ରହି ଆସୁଛନ୍ତି। ଏବେ ତାଙ୍କର ସବୁ ପିଲା ବିବାହିତ। ମାସକ ତଳେ ସ୍ବାମୀ ଆରପରିକୁ ଚାଲି ଯାଇଛନ୍ତି। ସମାଜିକ ବାସନ୍ଦ ଭୟ ଯୋଗୁ ପୁଅ ଝିଅ ବାହା ଘର ଓ ସ୍ବାମୀଙ୍କ ସଂସ୍କାର କାର୍ଯ୍ୟରେ ସେ ସାମିଲ ହୋଇ ପାରି ନ ଥିଲେ। କ୍ରିଷ୍ଣା କିଶୋରୀ ସେବା ସମିତିର ସଦସ୍ୟ ବେଟିଖାଇଙ୍କ ସମ୍ପର୍କରେ ଅବଗତ ହୋଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ବିଡିଓ ଦିକ୍ଷିତ ବେହେରା ଘଟଣା ସମ୍ପର୍କରେ ଅବଗତ ହୋଇ ଦୁଃଖ ପ୍ରକାଶ କରିଥିଲେ। ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଥିଲେ। ଏହିକ୍ରମରେ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଝାରବନ୍ଧଲି କିଷ୍ଣାକିଶୋରୀ ସମିତିର ସଭାପତି ସାନ୍ତନୁ ମିଶ୍ର, ଉପସଭାପତି ସୁଜିତ କର୍ଣ୍ଣଙ୍କ ଉପସ୍ଥିତିରେ ସରପଞ୍ଚ ତରାସ ସାହୁଙ୍କ ପ୍ରତିନିଧି ଚିନ୍ତାମଣୀ ସାହୁ, ପିଇଓ ସାଗର ସାହୁ ବେଟିଖାଇଙ୍କୁ ସାକ୍ଷାତ କରି ପ୍ରତିମାସରେ ଅନ୍ନପୂର୍ଣ୍ଣା ଯୋଜାନରେ ୧୦କେଜି ଚାଉଳ ଓ ଘରଟିଏ ଯୋଗାଇବାକୁ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
All Right Reserved By

ସମ୍ବଲପୁର

 ଶିକ୍ଷାର ବିକାଶରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିକ୍ଷାର ବିକାଶରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ମୁରିବାହାଲ, ୧୫।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ  ବିଦ୍ୟାଳୟର ବୌଦ୍ଧିକ ମଣ୍ଡପଠାରେ ୧୪ତମ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସୁମନାନନ୍ଦ ଖମାରୀଙ୍କ ସଂଯୋଜନାକ୍ରମେ ଆୟୋଜିତ କାର୍ଯ୍ୟକ୍ରମକୁ ମୁରିବାହାଲ ତହସିଲଦାର ସରିତା ଗୁପ୍ତା ମୁଖ୍ୟଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। 

ବସ୍‌ ଧକ୍କାରେ ଶ୍ୱଶୁର ମୃତ୍ୟୁ, ଜ୍ୱାଇଁ ଗୁରୁତର

ବସ୍‌ ଧକ୍କାରେ ଶ୍ୱଶୁର ମୃତ୍ୟୁ, ଜ୍ୱାଇଁ ଗୁରୁତର

ମୁରିବାହାଲ, ୧୫।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗଁରେଇ ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ  ବସ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କର  ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଜ୍ୱାଇଁ ଗୁରୁତର ହୋଇଛନ୍ତି। ମୃତକ ହେଲେ ପର୍ଶୁ ରଣା(୫୫)।  ବାଇକରେ ଥିବା ତାଙ୍କ ଜ୍ୱାଇଁ ଅର୍ଜୁନ ରଣାଙ୍କୁ ବଙ୍ଗୋମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଜାତୀୟ ସ୍କୁଲ ଗେସ୍ସ: ଓଡିଶା ଖୋଖୋ ଖେଳାଳୀଙ୍କ ଛତିଶଗଡ ଗସ୍ତ

ଜାତୀୟ ସ୍କୁଲ ଗେସ୍ସ: ଓଡିଶା ଖୋଖୋ ଖେଳାଳୀଙ୍କ ଛତିଶଗଡ ଗସ୍ତ

ଟିଟିଲାଗଡ,୧୫।୧୨(ଡି.ଏନ.ଏ.)-ଜାତୀୟ ସ୍କୁଲ ଗେସ୍ସରେ ଭାଗ ନେବାପାଇଁ ଓଡିଶା ଖୋଖୋର ବାଳକ (୧୭) ଟିମ୍‌ ଶନିବାର ଟିଟିଲାଗଡରୁ ଛତିଶଗଡ ଗସ୍ତ କରିଛି। ବିଭିନ୍ନ ବିଦ୍ୟାଳୟରୁ ଚୟନ ହୋଇଥିବା ଖୋଖୋ ଟିମରେ ୧୨  ସଦସ୍ୟ ରହିଛନ୍ତି। ଟିଟିଲାଗଡରେ ୪ଦିନ ପ୍ରଶିକ୍ଷଣ ପରେ ୬୪ତମ ଜାତୀୟ ସ୍କୁଲ ଗେସ୍ସରେ 

ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ, ସୁବଳୟା ପଞ୍ଚାୟତ ଚାମ୍ପିୟନ

ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ, ସୁବଳୟା ପଞ୍ଚାୟତ ଚାମ୍ପିୟନ

ଅମରପାଲି/ବୀରମହାରାଜପୁର, ୧୫।୧୨ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି। ବୀରମହାରାଜପୁରସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ହୋଇଥିବା ଉକ୍ତ ଟୁର୍ନାମେଣ୍ଟର 

ଛୁଆ ଭାଲୁର ମୃତଦେହ ଉଦ୍ଧାର

ଛୁଆ ଭାଲୁର ମୃତଦେହ ଉଦ୍ଧାର

ନବରଙ୍ଗପୁର,୧୫।୧୨(ବି.ପ୍ର.): ନବରଙ୍ଗପୁର ବ୍ଲକ ଭତରା ସିଉନୀ ପଞ୍ଚାୟତ ଉତରା ଗାଁର ନଦୀ ପଠାରେ ଶନିବାର ଏକ ଛୁଆ ଭାଲୁର ମୃତଦେହ ପଡ଼ି ରହିଥିବା ଜଣାପଡ଼ିଛି।

ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ ସିଏସିରେ ନିଷ୍ପତ୍ତି:  ଆଗକୁ ଜାରି ରହିବ ଆନ୍ଦୋଳନ

ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ ସିଏସିରେ ନିଷ୍ପତ୍ତି: ଆଗକୁ ଜାରି ରହିବ ଆନ୍ଦୋଳନ

 ବୀରମହାରାଜପୁର, ୧୫ା୧୨ (ଡି.ଏନ୍‌.ଏ.)

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ଆହ୍ବାନ କ୍ରମେ ପର୍ଯ୍ୟାୟକ୍ରମେ ଚାଲିଥିବା ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ। 

ଭିଏସଏସ ସ୍କୁଲର ବାର୍ଷିକ ଉତ୍ସବ

ସମ୍ବଲପୁର, ୧୫।୧୨ (ବ୍ୟୁରୋ)

ବୀର ସୁରେନ୍ଦ୍ର ସାଏ ଇଂରାଜୀ ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ରାତିରେ ଧନକଉଡାସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଜସ୍ମିନ୍‌ ବାନୋଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା। 

ଶକ୍ତି ସଂରକ୍ଷଣ ପାଇଁ ସଚେତନ କଲେ ଛାତ୍ରୀଛାତ୍ର

ଶକ୍ତି ସଂରକ୍ଷଣ ପାଇଁ ସଚେତନ କଲେ ଛାତ୍ରୀଛାତ୍ର

ରେଢ଼ାଖୋଲ,୧୫।୧୨(ଡି.ଏନ.ଏ.)

ଆଜିର ସମାଜରେ ବିଦ୍ୟୁତ ଶକ୍ତି ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଛି। ଏହାର ସୁବିନିଯୋଗ ଓ ସଂରକ୍ଷଣ କରାଗଲେ ଶକ୍ତି ଅପଚୟକୁ ରୋକିବା ସହିତ ଅନ୍ୟତ୍ର ବିନିଯୋଗ ହୋଇପାରିବ। ଏହି ବାର୍ତ୍ତା ନେଇ ଗୌରଚନ୍ଦ୍ର ହାଇସ୍କୁଲର ଛାତ୍ରୀଛାତ୍ର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସଚେତନ କରିଛନ୍ତି। 

ତୃତୀୟ ସମ୍ବଲପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ

ତୃତୀୟ ସମ୍ବଲପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ

ସମ୍ବଲପୁର,୧୫।୧୨ (ବ୍ୟୁରୋ)

ତୃତୀୟ ସମ୍ବଲପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୮ ଶୁକ୍ରବାର ସ୍ବାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି । 

ଉତ୍ତର ଦେଲେ ଭିମ୍‌ସାର ନିର୍ଦ୍ଦେଶକ

ଉତ୍ତର ଦେଲେ ଭିମ୍‌ସାର ନିର୍ଦ୍ଦେଶକ

ଚିପିଲିମା,୧୫।୧୨(ବ୍ୟୁରୋ)-ବୁର୍ଲା ମେଡିକାଲ କଲେଜ (ଭିମ୍‌ସାର)ର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ କାରଣର ଦର୍ଶାଅ ନୋଟିସର ଉତ୍ତର ଦେଇଛନ୍ତି। ଶୁକ୍ରବାର ସେ ଆବଶ୍ୟକ ପ୍ରମାଣପତ୍ର, ଭିଡିଓ ଆଦି ସ୍ବାସ୍ଥ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ଦାଖଲ କରିଥିବା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। 

ଶୋଇଥିବାବେଳେ ବୃଦ୍ଧ ପୋଡିଗଲେ

ଶୋଇଥିବାବେଳେ ବୃଦ୍ଧ ପୋଡିଗଲେ

ରେଢାଖୋଲ, ୧୫।୧୨ (ଡି.ଏନ.ଏ)-ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ଅଧୀନ ବଡ଼ବେର୍ଣ୍ଣି ଗାଁରେ ଜଣେ ବୃଦ୍ଧ ଅନ୍ତରା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ ଯୁଜେଷ୍ଟି ମୁଣ୍ଡା (୫୪)। ଶୁକ୍ରବାର ରାତିରେ ସେ ଖାଇପିଇ ସାରି ନିଆଁ ଲଗାଇ ଶୋଇଥିଲେ। ହେଲେ ପୋଡ଼ିଯିବାରୁ ଚିତ୍କାର ଶୁଣି ଘର ଲୋକେ ଉଦ୍ଧାର କରିଥିଲେ। ତୁରନ୍ତ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହର ୪୦ ଭାଗ ପୋଡ଼ି ଯାଇଛି। ତେବେ ସେ ହାପର ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଛି।

ଟ୍ରାନ୍ସଫର୍ମରରୁ କଏଲ ଚୋରି, ଛେଳିଖାଇ ଗାଁ ଅନ୍ଧାରରେ

ଟ୍ରାନ୍ସଫର୍ମରରୁ କଏଲ ଚୋରି, ଛେଳିଖାଇ ଗାଁ ଅନ୍ଧାରରେ

ରେଢ଼ାଖୋଲ,୧୫।୧୨(ଡି.ଏନ.ଏ.)-ରେଢ଼ାଖୋଲ ବ୍ଲକ ଭାଲିଆକଟା ପଞ୍ଚାୟତର ଛେଳିଖାଇ ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମରରୁ କଏଲ ଚୋରି ହୋଇଯାଇଛି। ଏଥି ଯୋଗୁ ୪ଦିନ ହେବ ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି।