ଖେଳ |

ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ

ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ
ନୂଆଦିଲ୍ଲୀ,୭।୩(ପି.ଟି.)- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣରେ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ ଦାୟିତ୍ୱ ବରିଷ୍ଠ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଦିଆଯାଇଛି। ଏ ନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଫ୍ରାଞ୍ଚାଇଜ୍‌କୁ ଫେରୁଥିବା ଗମ୍ଭୀର କହିଛନ୍ତି, ଦିଲ୍ଲୀ ଦଳର ନେତୃତ୍ୱ ନେବା ମୋ ପାଇଁ ଗର୍ବର ବିଷୟ। ବର୍ତ୍ତମାନ ଦଳ ସହ ଜଡ଼ିତ ଥିବା ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ଗଠନ କରାଯାଇ ପାରିବ। ଏଥିନେଇ ଆମକୁ ଦଳ ପାଇଁ କ୍ରମାଗତ ପ୍ରଦର୍ଶନ କରିବାକୁ ପଡ଼ିବ। ଏହାବାଦ୍‌ ରିକି ପଣ୍ଟିଂଙ୍କ ସହ କାର୍ଯ୍ୟ କାରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି। ପୂର୍ବରୁ ଏହି ୩୬ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳର ନେତୃତ୍ୱ ନେଉଥିଲେ। ତାଙ୍କ ନେତୃତ୍ୱରେ କେକେଆର୍‌ ଦଳ ଦୁଇଥର ଚାମ୍ପିୟନ୍‌ ଆଖ୍ୟା ଗ୍ରହଣ କରିଥିଲା। ଉଲ୍ଲେଖଥାଉ କି, ବରିଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ୨.୮ କୋଟି ଟଙ୍କାରେ ଖରିଦ କରିଥିଲା। ସେ ଆଇପିଏଲ୍‌ରେ ଏଯାବତ ୧୪୮ଟି ମ୍ୟାଚ୍‌ରୁ ୪,୧୩୨ ରନ୍‌ କରିଛନ୍ତି। ଗମ୍ଭୀରଙ୍କ ନିଯୁକ୍ତି ସମ୍ପର୍କରେ ପଣ୍ଟିଂ କହିଛନ୍ତି, ”ଗୌତମଙ୍କ ନିକଟରେ ଦୀର୍ଘଦିନର ନେତୃତ୍ୱ ନେବାର ଅଭିଜ୍ଞତା ରହିଛି। ସେ ଟୁର୍ନାମେଣ୍ଟର ଅନ୍ୟତମ ସଫଳତମ ଅଧିନାୟକ। କିନ୍ତୁ ଦିଲ୍ଲୀ ଦଳର ନେତୃତ୍ୱ ନେବା ଗୁରୁଦାୟିତ୍ୱ। ତାଙ୍କ ଭଳି ଜଣେ ବରିଷ୍ଠ ଖେଳାଳିଙ୍କ ଉପସ୍ଥିତି ଅନ୍ୟ ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ। ତାଙ୍କୁ ଦଳରେ ପାଇ ଫ୍ରାଞ୍ଚାଇଜ୍‌ ଗର୍ବିତ“। ଏହି ଅବସରରେ ଡେୟାରଡେଭିଲ୍ସ ଫ୍ରାଞ୍ଚାଇଜ୍‌ କାର୍ଯ୍ୟକାରୀ ମୁଖ୍ୟ ହେମନ୍ତ ଦୁଆଙ୍କ ସହ ଦଳୀୟ ଖେଳାଳି ନମନ ଓଝା ଓ ମନଜୋତ କାଲ୍ରା ଉପସ୍ଥିତ ଥିଲେ।
All Right Reserved By

ଖେଳ |

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ଆନ୍ଥୋନୀ

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ଆନ୍ଥୋନୀ

ଲଣ୍ଡନ,୨୩।୯(ଏଏଫପି)- ବ୍ରିଟିଶ୍‌ ପେସାଦାର ବକ୍ସର ଅନ୍ଥୋନୀ ଜୋଶୁଆ ତାଙ୍କର ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ଗୁଡିକ ବଜାୟ ରଖିଛନ୍ତି। ସ୍ଥାନୀୟ ଓ୍ବିମ୍ବଲେ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ମୁକାବିଲାରେ ସେ ରୁଷିଆ ଅଭିଜ୍ଞ ତଥା ପେସାଦାର ବକ୍ସର ଆଲେକଜାଣ୍ଡାର ପୋଭେଟକିନ୍‌ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିବା ସହ ପୂର୍ବ ସଫଳତାକୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ଏହି ବିଜୟ ଫଳରେ ଆନ୍ଥୋନୀ ତାଙ୍କ ଡବ୍ଲ୍ୟୁବିଏ, ଆଇବିଏଫ୍‌ ଓ ଡବ୍ଲ୍ୟୁବିଓ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛନ୍ତି।

 କରାଟେ ମହାସଂଘ ନିର୍ବାଚନ:  ଆଇଓଏ ଗଠନ କଲା ଆଡହକ୍‌ କମିଟି

କରାଟେ ମହାସଂଘ ନିର୍ବାଚନ: ଆଇଓଏ ଗଠନ କଲା ଆଡହକ୍‌ କମିଟି

ନୂଆଦିଲ୍ଲୀ, ୨୩ା୯ (ପି.ଟି.)-ଭାରତୀୟ କରାଟେ ମହାସଂଘ (କେଏଫ୍‌ଆଇ)କର୍ମକର୍ତ୍ତା ନିିର୍ବାଚନ ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ତିନିଜଣିଆ ସଦସ୍ୟ ବିଶିଷ୍ଟ ଏକ ଆଡହକ୍‌ କମିଟି ଗଠନ କରିଛି।  କାରଣ ଏହି ଜାତୀୟ କ୍ରୀଡ଼ା ମହାସଂଘର କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ  ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ଘଟିଛି। ଆଡହକ୍‌ କମିଟି ଗଠନ ହେବା ଦ୍ୱାରା କେଏଫ୍‌ଆଇ ପ୍ରସ୍ତାବ ଅନୁସାରେ ଯଦି ନିର୍ବାଚନ ସେପ୍ଟେମ୍ବର ୨୩ରେ ହୋଇଥାନ୍ତା ତେବେ ଆଇଓଏ ତାହା ଗ୍ରହଣ କରି ନ ଥାନ୍ତା। ଭୁବନେଶ୍ୱର କାଲ୍‌ଟାଙ୍କୁ ଆଡହକ୍‌ କମିଟିର ଅଧ୍ୟକ୍ଷ କରାଯାଇଛି, ଯିଏକି ପୂର୍ବରୁ ଆଇଓଏରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। 

ଜାତୀୟ ସଫ୍ଟବେସବଲ ଉଦ୍‌ଯାପିତ ବାଳକରେ ଓଡ଼ିଶା ଚାମ୍ପିୟନ ସଞ୍ଜୟ, ଲକ୍ଷ୍ମୀ ଶ୍ରେଷ୍ଠ ଖେଳାଳି

ଜାତୀୟ ସଫ୍ଟବେସବଲ ଉଦ୍‌ଯାପିତ ବାଳକରେ ଓଡ଼ିଶା ଚାମ୍ପିୟନ ସଞ୍ଜୟ, ଲକ୍ଷ୍ମୀ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୩।୯(ସ୍ପୋଟର୍‌ସ ବ୍ୟୁରୋ)- ସଫ୍ଟ ବେସ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା ଓ ସଫ୍ଟବେସ୍‌ବଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ଜୁନିୟର ସଫ୍ଟବେସ୍‌ବଲ ପ୍ରତିଯୋଗିତା (ବାଳିକା/ବାଳକ) ଶନିବାର ଉଦ୍‌ଯାପିତ ହୋଇଯାଇଛି।

ଫାଓ ଲିଗ୍‌: ସନ୍‌ରାଇଜ୍‌ କ୍ଲବ ବିଜୟୀ

ଫାଓ ଲିଗ୍‌: ସନ୍‌ରାଇଜ୍‌ କ୍ଲବ ବିଜୟୀ

କଟକ ଅଫିସ,୨୩।୯- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ପ୍ରଥମ ଡିଭିଜନ ଲିଗ୍‌ରେ ଶନିବାର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସନ୍‌ରାଇଜ୍‌ କ୍ଲବ ୪-୦ ଗୋଲରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। କ୍ଲବ ପକ୍ଷରୁ ମହମ୍ମଦ ଫୟାସ ଡବଲ ଗୋଲ

ଜାତୀୟ ସିନିୟର ମହିଳା ଫୁଟବଲ କ୍ବାର୍ଟରରେ ଓଡ଼ିଶା

ଜାତୀୟ ସିନିୟର ମହିଳା ଫୁଟବଲ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ,୨୩।୯- କଟକରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପର କ୍ବାର୍ଟରଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୫-୦ ଗୋଲରେ ତେଲେଙ୍ଗାନାକୁ ପରାସ୍ତ କରିବା ସହ ଲିଗ୍‌ ପର୍ଯ୍ୟାୟର ୨ଟି ଯାକ

ଜବାବ ରଖିଲେ ଆଶୀର୍ବାଦ , ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସରଣ କରାଯାଇଛି

ଜବାବ ରଖିଲେ ଆଶୀର୍ବାଦ , ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସରଣ କରାଯାଇଛି

କଟକ ଅଫିସ, ୨୩ା୯-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ବିଧାନ ସଂଶୋଧନ ନେଇ କଟକର ବିଭିନ୍ନ କ୍ଲବର କର୍ମକର୍ତ୍ତା, ସ୍କୁଲ, କଲେଜ ସଦସ୍ୟମାନେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେବା ପରେ ସେ ଏହାର ଜବାବ ରଖିଛନ୍ତି। 

୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ , ଭାରତର ବିଜୟ ଅଭିଯାନ

୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ , ଭାରତର ବିଜୟ ଅଭିଯାନ

କୁଆଲାଲମ୍ପୁର,୨୩।୯(ପି.ଟି.)- ୧୬ ବର୍ଷରୁ କମ୍‌ ଏସିଆନ ଫୁଟବଲ କନଫେଡେରେଶନ (ଏଏଫସି) ଚାମ୍ପିୟନଶିପ୍‌ରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଭିଏତ୍‌ନାମକୁ ୧-୦ ଗୋଲରେ ପରାସ୍ତ କରିଛି।

ଭୁବନେଶ୍ୱର ହେଉଛି ଦେଶର କ୍ରୀଡ଼ା ରାଜଧାନୀ: ବାତ୍ରା

ଭୁବନେଶ୍ୱର ହେଉଛି ଦେଶର କ୍ରୀଡ଼ା ରାଜଧାନୀ: ବାତ୍ରା

ଭୁବନେଶ୍ୱର, ୨୩।୯(ପି.ଟି.)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାବେଳେ ଏନେଇ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟକୁ ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଅଧ୍ୟକ୍ଷ ନରିନ୍ଦର ବାତ୍ରା ପ୍ରଶଂସା କରିଛନ୍ତି। 

ଏସିଆ କପ୍‌ କ୍ରିକେଟ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ

ଏସିଆ କପ୍‌ କ୍ରିକେଟ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ

ଦୁବାଇ, ୨୩।୯(ପି.ଟି.)- ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ସୁପର-୪ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ଭାରତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ ସାରା ବିଶ୍ୱର ନଜର ରହିଛି। 

ଓାସାକା ଫାଇନାଲରେ

ଓାସାକା ଫାଇନାଲରେ

ଟୋକିଓ, ୨୨ା୯ (ଏଏଫ୍‌ପି)- ଜାପାନର ନାଓମି ଓସାକା ପ୍ୟାନ ପ୍ୟାସିଫିକ୍‌  ଓପନ ଡବଲ୍‌ୟୁଟିଏ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଭାରତୀୟ ରେସଲିଂରେ ପ୍ରଥମଥର ଲାଗି ବିଦେଶୀ କୋଚ୍‌

ଭାରତୀୟ ରେସଲିଂରେ ପ୍ରଥମଥର ଲାଗି ବିଦେଶୀ କୋଚ୍‌

ନୂଆଦିଲ୍ଲୀ, ୨୨।୯(ପି.ଟି.)- ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ପ୍ରଥମଥର ଲାଗି ବିଦେଶୀ କୋଚ୍‌ଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଛି। 

ଜେମିମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ:  ଜିତିଲା ଭାରତୀୟ ମହିଳା ଦଳ

ଜେମିମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ଜିତିଲା ଭାରତୀୟ ମହିଳା ଦଳ

କଲମ୍ବୋ,୨୨।୯- ଯୁବ ବ୍ୟାଟ୍ସଓ୍ବିମେନ ଜେମିମା ରୋଡ୍ରିଗୁଏଜଙ୍କ ବିସ୍ଫୋରକ ଅର୍ଦ୍ଧାତକୀୟ ଇନିଂସ୍‌ ଯୋଗୁ ଶ୍ରୀଲଙ୍କା ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୨ ଓଭରରେ ଭାରତ ହାସଲ କରିନେଇଥିଲା।