ରାୟଗଡା

ଗୁଡ଼ିଖୁଡ଼ି ଗାଁ ଉପରେ ଆଖି ପକାଇଛି ଆନ୍ଧ୍ର

ଗୁଡ଼ିଖୁଡ଼ି ଗାଁ ଉପରେ ଆଖି ପକାଇଛି ଆନ୍ଧ୍ର
ପାରଳାଖେମୁଣ୍ଡି, ୭।୩ (ସ୍ବ.ପ୍ର.) ଓଡ଼ିଶାର ଜମି, ଜଳ ଓ ଖଣିଜ ସମ୍ପଦ ଉପରୁ ଲୋଲୁପ ନଜର ହଟାଉନି ଆନ୍ଧ୍ର। କେତେ ବେଳେ ମାଟି, ବାଲି ଲୁଟି ନେଉଛି ତ ଆଉ ପୁଣି କେବେ ବଂଶଧାରା ଓ ମହେନ୍ଦ୍ରତନୟା ନଦୀର ପାଣି ପାଇଁ ପ୍ରକଳ୍ପ ଗଢି ଓଡ଼ିଶା ବିରୋଧରେ ଷଡଯନ୍ତ୍ର ରଚୁଛି। ସେହିପରି ସୀମାନ୍ତ ଗ୍ରାମକୁ ହାତେଇବା ପାଇଁ ମଧ୍ୟ ସବୁପ୍ରକାର କଳ ବଳ କୌଶଳ ଜାରି ରଖିଛି। କୋରାପୁଟ ଜିଲାର କୋଟିଆ ଗ୍ରାମପୁଞ୍ଜ ଭଳି ଗଜପତି ଜିଲାର ଗୁଡିଖୁଡି ଗାଁ ଉପରେ ଆଖି ପକାଇଛି। ଏହି ଗ୍ରାମକୁ ନିଜ ନଥିପତ୍ରରେ ନୂଆଁ ନାଁ ଦେଇ ରେକର୍ଡଭୁକ୍ତ କରିବା ସହ ଏଠାକାର ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ମନାଇବାରେ ଲାଗିପଡ଼ିଛନ୍ତି ଆନ୍ଧ୍ର ସରକାର। ଏପରିକି ଓଡ଼ିଶା ସରକାର ଭତ୍ତା ଓ ରାଶନକାର୍ଡ ଦେଇଥିଲେ ମଧ୍ୟ ଆନ୍ଧ୍ର ପକ୍ଷରୁ ପୁନର୍ବାର ଏସବୁ ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷେ ଉକ୍ତ ଗ୍ରାମଟି ଓଡ଼ିଶାର ଦୁଇଟି ଏବଂ ଆନ୍ଧ୍ରର ଗୋଟିଏ ଜିଲା ଅଧୀନରେ ଥିବା କୁହାଯାଉଛି। ଫଳରେ ଗ୍ରାମବାସୀ ନିଜର ସ୍ଥିତି ନେଇ ସନ୍ଦେହରେ ପଡିଛନ୍ତି। ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତରେ ରହିଛି ଗୁଡିଖୁଡି ଗ୍ରାମ। ଗଜପତି ଜିଲା ରେକର୍ଡ ତଥା ତଥ୍ୟ ଅନୁସାରେ ଏହା ଗଜପତି ଜିଲାର ବୋଲି ଜଣାଯାଏ। ସେହିପରି ଗଞ୍ଜାମ ଜିଲା ରେକର୍ଡ ଅନୁଯାୟୀ, ଏହା ଗଞ୍ଜାମ ଜିଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁରୁତାଲ ପଞ୍ଚାୟତର ଗୁଡିଖୋଳା ନାମରେ ନାମିତ ରହିଛି। ଅନ୍ୟପକ୍ଷେ ପଡୋଶୀ ଆନ୍ଧ୍ର ସରକାରଙ୍କ ନଥିପତ୍ରରେ ଏହା ଆନ୍ଧ୍ରର ଶ୍ରୀକାକୁଲମ ଜିଲା ଅନ୍ତର୍ଗତ ମନ୍ଦସା ମଣ୍ଡଳର କୁର୍ଡାଳୁ ଗ୍ରାମ ନାମରେ ନାମିତ ହୋଇଛି। ଉକ୍ତ ଗ୍ରାମରେ ୨୮ଟି ପରିବାର ବସବାସ କରୁଛନ୍ତି। ସମସ୍ତେ ଜନଜାତି ସମ୍ପ୍ରଦାୟର। ଏମାନଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ଏଥିଲାଗି ଗ୍ରାମବାସୀ ପ୍ରଶାସନିକ ଉଦାସୀନତାକୁ ଦାୟୀ କରିଛନ୍ତି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ସାରିବା ପରେ ପିଲାମାନେ ଉଚ୍ଚଶିକ୍ଷା ପାଇଁ ଗ୍ରାମଠାରୁ ୧୫କି.ମି ଦୂର ଆନ୍ଧ୍ରପ୍ରଦେଶର ମନ୍ଦସା ସ୍କୁଲ ଉପରେ ନିର୍ଭର କରନ୍ତି। ସେହିପରି ସ୍ବାସ୍ଥ୍ୟକ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଗମନାଗମନ ସମସ୍ୟା ଯୋଗୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଲୋକେ ଭାରରେ ରୋଗୀଙ୍କୁ ବୋହି ଡାକ୍ତରଖାନା ନେଇଥାନ୍ତି। ବେଳେବେଳେ ବିଳମ୍ବ ହେଲେ ବାଟରେ ରୋଗୀର ଜୀବନ ଯାଏ। ଖାଲଢିପ ପାହାଡ଼ିଆ ରାସ୍ତା ଦେଇ ପ୍ରାୟ ୬କି.ମି ଅତିକ୍ରମ କରି ମୁଖ୍ୟ ରାସ୍ତାରେ ପହଞ୍ଚିବାକୁ ପଡେ। ବିଦ୍ୟୁତ ଓ ପାନୀୟଜଳ ସମସ୍ୟା ମଧ୍ୟ ଲାଗିରହିଛି। ଏଭଳି ସ୍ଥିତିର ଫାଇଦା ଉଠାଉଛନ୍ତି ଆନ୍ଧ୍ର ସରକାର। ଉକ୍ତ ଗ୍ରାମକୁ ନିଜ ରାଜସ୍ବ ରେକର୍ଡରେ ସ୍ଥାନ ଦେଇଛନ୍ତି। ଏହାକୁ କବ୍‌ଜାରେ ରଖିବା ପାଇଁ ଗ୍ରାମବାସୀଙ୍କୁ ଭତ୍ତା, ରାଶନକାର୍ଡ ଭଳି ବିଭିନ୍ନ ସୁବିଧା ଯୋଗାଇଦେଉଛନ୍ତି। ଭତ୍ତା ବାବଦରେ ଆନ୍ଧ୍ର ସରକାରଙ୍କଠାରୁ ମାସକୁ ୧୦୦୦ ଟଙ୍କା ମିଳୁଥିବା ବେଳେ ଓଡିଶା ସରକାରଙ୍କଠାରୁ ମାତ୍ର ୩୦୦ ଟଙ୍କା ମିଳୁଛି। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ପକ୍ଷରୁ ୩ରୁ ୪ମାସରେ ଥରେ ରାଶନ ସାମଗ୍ରୀ ପାଉଛନ୍ତି। କିନ୍ତୁ ଆନ୍ଧ୍ର ତରଫରୁ ନିୟମିତ ଭାବେ ପ୍ରତି ମାସରେ ଚାଉଳ ଗହମ ଇତ୍ୟାଦି ଦିଆଯାଉଛି ବୋଲି ଗ୍ରାମର ଶଙ୍କର ଶବର, ରାଜୁ ଶବର ଓ ପୀତାମ୍ବର ଶବର କହିଛନ୍ତି। ସେହିଭଳି ଓଡିଶାଠାରୁ ଆନ୍ଧ୍ର ଅଧିକ ସୁବିଧା ଯୋଗାଉଥିବାରୁ ଏଠାକାର ଲୋକେ ଆନ୍ଧ୍ର ପ୍ରତି ଆକର୍ଷିତ ହେଉଥିବା ରଘୁନାଥ ଶବର ଓ ଶ୍ରୀନୁ ଶବର ପ୍ରମୁଖ ପ୍ରକାଶ କରିଛନ୍ତି। ଏହି କାରଣରୁ ଗ୍ରାମବାସୀ ଦୁଇଟି ଲେଖାଏ ରାଶନ ଓ ଭତ୍ତା କାର୍ଡ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ କହିଛନ୍ତି ଯେ, ଓଡିଶା ସରକାରଙ୍କ ପକ୍ଷରୁ ପଞ୍ଚାୟତସ୍ତରରେ ସମସ୍ତ ସୁବିଧା ଯଥା ଭତ୍ତା, ରାଶନକାର୍ଡ, ଇନ୍ଦିରା ଆବାସ ଇତ୍ୟାଦି ଗ୍ରାମାଞ୍ଚଳରେ ଯୋଗାଇ ଦିଆଯାଉଛି। ତେବେ କିଛି ଗ୍ରାମବାସୀ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହିଥିବାରୁ ପଡୋଶୀ ଆନ୍ଧ୍ର ରାଜ୍ୟ ଠାରୁ ମଧ୍ୟ ସୁବିଧା ପାଉଛନ୍ତି । ଅପରପକ୍ଷେ ଏ ନେଇ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ଜିଲା ଭାଜପା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର। ସେ କହିଛନ୍ତି ଯେ, ଦୀର୍ଘ ୧୮ବର୍ଷ ଶାସନ କଲା ପରେ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଜିଲା ବା ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ ହୋଇପାରିନାହିଁ। ଯାହାଦ୍ୱାରା ଗଜପତି ଜିଲାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକ ଉପରେ ଆନ୍ଧ୍ର ଆଖି ପକାଇବା ସହ କାୟା ବିସ୍ତାର କରିବାରେ ଲାଗିଛି ଏବଂ ଲୋକେ ମଧ୍ୟ ଆନ୍ଧ୍ର ପ୍ରତି ଆକର୍ଷିତ ହେବାକୁ ବସିଲେଣି । ଏଥିପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଏ ସଂକ୍ରାନ୍ତରେ ଉପଜିଲାପାଳ ରଞ୍ଜନ କୁମାର ବିଶ୍ୱାଳଙ୍କୁ ପଚାରିବାରେ କହିଛନ୍ତି ଯେ, ଉକ୍ତ ଗ୍ରାମଟି ଗଜପତି ଜିଲାର ହୋଇଥିଲେ ମଧ୍ୟ ସୀମା ନିର୍ଦ୍ଧାରଣ ନେଇ କିଛି ମତଭେଦ ରହିଥିବାରୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ନଥିପତ୍ର ବହୁପୂର୍ବରୁ ଆନ୍ଧ୍ର ସରକାରଙ୍କ ନିକଟକୁ ପଠାଯାଇଛି । ଗଜପତି ଜିଲା ପ୍ରଶାସନ ପକ୍ଷରୁ ସେହି ଗ୍ରାମରେ ବିଭିନ୍ନ ଯୋଜନା ପହଞ୍ଚାଯାଉଛି। କିନ୍ତୁ ତାହା ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଆନ୍ଧ୍ର ଦ୍ୱାରା କିଛି ସହାୟତା ପାଉଛନ୍ତି ା ତେବେ ଯେପରି ଆନ୍ଧ୍ର ଏହି ଗ୍ରାମରେ କୌଣସି ନୂତନ ସରକାରୀ କେନ୍ଦ୍ର ବା ପ୍ରକଳ୍ପ ନ କରେ ସେଥିପ୍ରତି ପ୍ରଶାସନ ସତର୍କ ଦୃଷ୍ଟି ରଖିଛି।
All Right Reserved By

ରାୟଗଡା

ନିମ୍ନମାନର କାମ ଯୋଗୁ ଭୁଷୁଡୁଛି ଚେକ୍‌ ଡ୍ୟାମ

ନିମ୍ନମାନର କାମ ଯୋଗୁ ଭୁଷୁଡୁଛି ଚେକ୍‌ ଡ୍ୟାମ

ନବରଙ୍ଗପୁର,୨୩।୯(ବି.ପ୍ର.)- ଚାଷୀଙ୍କ ହିତ ପାଇଁ ନିର୍ମାଣ ହେଉଛି ଚେକ୍‌ ଡ୍ୟାମ। କିନ୍ତୁ ନିର୍ମାଣ ନିମ୍ନମାନର ହେଉଥିବା ଯୋଗୁ ବିଭିନ୍ନ ସମୟରେ ଏହା ଭୁଷୁଡି ପଡିବାର ନଜିର ରହିଛି।  ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ  କାମତା  ସଙ୍ଗଜଡି ନାଳରେ  ୫ ଳକ୍ଷ ଟଙ୍କା 

ପିଲାଙ୍କ ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ପୂର୍ଣ୍ଣ ଟାକ୍ରୀ

ପିଲାଙ୍କ ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ପୂର୍ଣ୍ଣ ଟାକ୍ରୀ

ଦଶମନ୍ତପୁର,୨୩।୯(ଡି.ଏନ୍‌.ଏ.)- ନିଆରା ମଣିଷ ପୂର୍ଣ୍ଣ ଟାକ୍ରୀ। ପିଲାଙ୍କ ଶିକ୍ଷା ପାଇଁ ଦୀର୍ଘ ବର୍ଷ ସେ ଅଣ୍ଟା ଭିଡ଼ିଛନ୍ତି। ବିଦ୍ୟାଳୟ ଯିବା ପୂର୍ବରୁ ଏବଂ ପର ସମୟରେ ପିଲାଙ୍କୁ ଶିକ୍ଷାଦାନ କରନ୍ତି ପୂର୍ଣ୍ଣ। ଏଥିପାଇଁ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦିଗାଁ 

ପଞ୍ଚାୟତସ୍ତରୀୟ କର୍ମଶାଳା

ପଞ୍ଚାୟତସ୍ତରୀୟ କର୍ମଶାଳା

ସେମିଳିଗୁଡ଼ା,୨୨ା୯(ସ୍ବ.ପ୍ର)-କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ୍‌ ପୌର ପରିଷଦ ଦକ୍ଷତା ବୃଦ୍ଧି କେନ୍ଦ୍ରରେ ପଞ୍ଚାୟତସ୍ତରୀୟ କର୍ମଶାଳା ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡ ସଭାପତି ତେଜେଶ୍ୱର ପରିଡ଼ା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ  ଈଶ୍ୱର ପାଣିଗ୍ରାହୀ, ପ୍ରଫୁଲ୍ଲ ପାଙ୍ଗି,  ପୂର୍ବତନ ବିଧାୟକ ରଘୁରାମ ପୋଡାଲ, ଅମିତ ଅଗ୍ରଓ୍ବାଲ,  ଯୁବ ବିଜେଡି ସଭାପତି ଜୋନ-୧ ଜେଡ଼ିପି ସାମ ହନ୍ତାଳ ଏବଂ ସେମିଳିଗୁଡ଼ା ବ୍ଲକ୍‌ର ୧୭ ଟି ଗ୍ରାମ ପଞ୍ଚାୟତର ଓ୍ବାର୍ଡ ମେମ୍ବର , ସମିତି ସଭ୍ୟ ଯୋଗଦେଇଥିଲେ।  ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ  ଦିଗ ଉପରେ ଏଠାରେ ଆଲୋଚନା ହୋଇଛି। 

ଆବାସ ଯୋଜନା ମେଳା: ନୂତନ ୪୦ ହିତାଧିକାରୀଙ୍କୁ ସାମିଲ

ଆବାସ ଯୋଜନା ମେଳା: ନୂତନ ୪୦ ହିତାଧିକାରୀଙ୍କୁ ସାମିଲ

ସେମିଳିଗୁଡ଼ା,୨୨ା୯(ସ୍ବ.ପ୍ର)-କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ୍‌ରେ ଆବାସ ମେଳା ଅନୁଷ୍ଠିତ ହୋଇଛି। ଗ୍ରାମୀଣ ଯୋଜନା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ନିମେନ୍ତ ସେମିଳିଗୁଡ଼ା ଅଧ୍ୟକ୍ଷ ଦିନେଶ୍‌ ଖରାଙ୍କ ଅଧ୍ୟକ୍ଷତାରେ ଏହି ମେଳା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ ପାଙ୍ଗି ଯୋଗଦେଇଥିଲେ।  ଯେଉଁ ହିତାଧିକାରୀମାନେ ନିର୍ଦ୍ଧାରିତ ସମୟ ଭିତରେ  ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବେ ସେମାନଙ୍କୁ ଅଧିକ ଦଶ ହଜାର ଟଙ୍କା ଏବଂ ଯେଉଁମାନେ ୪ ମାସରେ ଘର ନିର୍ମାଣ କରିଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ରାଶି ୨୦ ହଜାର ଟଙ୍କା ସରକାର ପ୍ରଦାନ କରୁଛନ୍ତି ବୋଲି ସୂଚନା ଦିଆଯାଇଛି।

ସାନ ନଦୀ ବ୍ରିଜ ରାସ୍ତାରେ ଧସିଲା ମାଟି, ପଥର

ସାନ ନଦୀ ବ୍ରିଜ ରାସ୍ତାରେ ଧସିଲା ମାଟି, ପଥର

ଗୁଣପୁର,୨୨।୯(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁର ସହରର ସାନନଦୀ ବ୍ରିଜ ନିକଟ ରାସ୍ତାରେ ମାଟି ଓ ପଥର ଧସିଥିବା ଦେଖିବାକୁ ମିଳିଛି। ବ୍ରିଜ୍‌ର ଆପ୍ରୋଚ ରୋଡ ରାସ୍ତାରେ ଏହି ମାଟି ଓ ପଥର ଖସିଛି।

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଉମରକୋଟ, ୨୨ା୯(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ବକଡାବେଡା ଗ୍ରାମ ନିକଟ ନିଜର ଏକ ଚାଷ ଜମିରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତକ ହେଲେ ବକଡାବେଡା ଗ୍ରାମ ଆଦିବାସୀ ସାହିର ସନ୍ନ୍ୟାସୀ ଭତ୍ରାଙ୍କ ବଡ ପୁଅ ଦୁର୍ଯ୍ୟ ଭତ୍ରା (୨୬)। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିଛନ୍ତି। ଉମକୋଟ ପୋଲିସ ପହଞ୍ଚତ୍ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

ଗଜପତି ଜିଲା: ହାଇସ୍କୁଲ ଅଧିନକୁ ଆସିବ ୮୭ ପ୍ରାଥମିକ ସ୍କୁଲ

ଗଜପତି ଜିଲା: ହାଇସ୍କୁଲ ଅଧିନକୁ ଆସିବ ୮୭ ପ୍ରାଥମିକ ସ୍କୁଲ

ପାରଳାଖେମୁଣ୍ଡି, ୨୨ା୯(ସ୍ବ.ପ୍ର.): ଗଜପତି ଜିଲାର ମୋଟ ୮୭ଟି ପ୍ରାଥମିକ ବିଦ୍ୟାଳୟ ଏଣିକି ଉଚ୍ଚ ବିଦ୍ୟାଳୟ ଅଧିନରେ ଚାଲିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଏହି କ୍ରମରେ ପାରଳାଖେମୁଣ୍ଡିସ୍ଥିତ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟର ସମସ୍ତ ପରିଚାଳନା ଦାୟିତ୍ୱ ନିର୍ବାହ କରିବ। ଉଭୟ ସ୍କୁଲ ଭିନ୍ନ ଭିନ୍ନ ସ୍ଥାନରେ ପୂର୍ବ ପରି ରହିଲେ ମଧ୍ୟ ଏହି ଦୁଇଟିକୁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରିଚାଳନା କରିବେ ା ସେହିପରି ଜିଲାର ଅନ୍ୟ ୮୬ଟି ସ୍ଥାନରେ ମଧ୍ୟ ପ୍ରାଥମିକ ବିଦ୍ୟାଳୟଗୁଡିକ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଅଧିନକୁ ଆସିବ। 

କୃଷିଭିତ୍ତିକ ପର୍ବ ବାଲିଯାତ୍ରା

କୃଷିଭିତ୍ତିକ ପର୍ବ ବାଲିଯାତ୍ରା

ଟିକିରି, ୨୨।୯(ଡ଼ି.ଏନ.ଏ): ରାୟଗଡା ଜିଲା କାଶୀପୁର ବ୍ଲକର କାଶୀପୁର ସଦର ମାଣ୍ଡିବିଶି, ଚମ୍ପାପୋଡି, ଟିକିରି, କଞ୍ଚଗୁମ୍ମା ଆଦି ସ୍ଥାନରେ ୯ଦିନିଆ କୃଷିଭିତ୍ତିକ ପର୍ବ ବାଲିଯାତ୍ରା ଶୁକ୍ରବାରଠାରୁ ଆରମ୍ଭ ହୋଇଛି ।  ଟିକିରିରେ ବାଦ୍ୟବାଜଣା ସହ ଅଗ୍ନିଭୈରବ ମନ୍ଦିରରୁ ବାହାରି ଗୋକୁଳ ମୁଣ୍ଡା ନାଳ ପର୍ଯ୍ୟନ୍ତ  ଯାଇଥିଲେ । ନଦୀରେ ପୂଜାର୍ଚ୍ଚନା କରାଯାଇ ନୂଆ ବାଉଁଶ ଚାଙ୍ଗୁଡିରେ ବାଲି ଅଣାଯାଇ ମନ୍ଦିରକୁ ନିଆଯାଇଥିଲା । ଉକ୍ତ ବାଲିରେ ଗହମ ଆଦି ବିହନ ପୋତାଯାଇ  ୯ଦିନ ପର୍ଯ୍ୟନ୍ତ ନିୟମ ଅନୁସାରେ ପୂଜା କରାଯିବ । ଯଦି ସେଥିରୁ ଭଲ ଗଜା ହେବ ତାହାହେଲେ ସ୍ଥାନୀୟ ଅଞ୍ଚଳରେ ଭଲ ଫସଲ ହେବ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

ବିପଦସଙ୍କୁଳ ଅବସ୍ଥାରେ ସତୀଗୁଡା ଜଳଭଣ୍ଡାର

ମାଲକାନଗିରି,୨୨।୯(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ ଡାଏ ପ୍ରଭାବରେ ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁ ସତୀଗୁଡା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି ା ବିଶେଷ କରି ସମଗ୍ର ଜିଲାରେ ୧୧୬୩.୮ ମିଲିମିଟର ବର୍ଷା ହୋଇଛି। କେବଳ ମାଲକାନଗିରି ବ୍ଲକରେ ୨୬୫.୪ ମିଲିମିଟର ବର୍ଷା ହୋଇଛି। କୋରୁକୋଣ୍ଡା ବ୍ଲକରେ ସର୍ବାଧିକ ୪୦୩ ମିଲିମିଟର ବର୍ଷା ହୋଇଛି।  ତେବେ ସତୀଗୁଡା ଜଳଭଣ୍ଡାରରେ କୋରୁକୋଣ୍ଡାର କେତେକ ଅଞ୍ଚଳରୁ ଜଳ ଆସୁଥିବାରୁ  ସତୀଗୁଡା ଜଳଭଣ୍ଡାରରେ ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇଛି। ଏଥିପାଇଁ ଜଳଭଣ୍ଡାର ବିପଦସଙ୍କୁଳ ଅବସ୍ଥାରେ ରହିଛି। 

ବିପଦ ସାଜିଛି ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଶୁଖିଲା ଗଛ

ବିପଦ ସାଜିଛି ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଶୁଖିଲା ଗଛ

ଜେକେପୁର, ୨୨।୯(ଡି.ଏନ.ଏ)-ରାୟଗଡା ଜିଲା ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥର ରାୟଗଡା-ଜେକେପୁର ମଧ୍ୟରେ ଥିବା କୁମୁଟିପେଣ୍ଠ ଗ୍ରାମର ରାସ୍ତା ପାର୍ଶ୍ୱସ୍ଥ ମା ତୁଳସୀ ହୋଟେଲ ସମ୍ମୁଖରେ ଦୀର୍ଘ ବର୍ଷରୁ ୩ଟି ବଡ ବଡ ଗଛ ଶୁଖିଲା ଅବସ୍ଥାରେ ରହିଛି। ସାମାନ୍ୟ ବର୍ଷା ପବନରେ ଗଛରୁ ବଡ ବଡ ଶୁଖିଲା ଡାଳ ଭାଙ୍ଗି ରାସ୍ତା ଉପରେ ପଡୁଥିବାରୁ ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ଘଟୁଛି।

ଜେକେ କାଗଜକଳ ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ

ଜେକେ କାଗଜକଳ ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ

ଜେକେପୁର,୨୨।୯(ଡି.ଏନ.ଏ)-ରାୟଗଡା ଜିଲା ଜେକେପୁରସ୍ଥିତ ଜେକେ କାଗଜକଳ ଦୁର୍ଗାପୂଜା କମିଟି ପକ୍ଷରୁ ପୂଜାମଣ୍ଡପ ପଡିଆରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୧୫ତାରିଖରେ ଏକ ପ୍ରସ୍ତୁତି ବୈଠକ ବସି ପୂଜା ମଣ୍ଡପ ପଡିଆରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହାପରେ ପୂଜା ମଣ୍ଡପ ପାଇଁ ତୋରଣ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଯାତ୍ରୀବାହୀ ବସ୍‌ ଓଲଟିଲା

ଯାତ୍ରୀବାହୀ ବସ୍‌ ଓଲଟିଲା

ବୋରିଗୁମ୍ମା, ୨୨।୯(ଡି.ଏନ.ଏ.)-କାମଧେନୁ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଆର୍‌ ୧୨ ଏ-୪୨୪୨) ଶନିବାର ବ୍ରହ୍ମପୁରରୁ ଉମରକୋଟ ଯାଉଥିବା ବେଳେ ଭୋର ପ୍ରାୟ ୫.୩୦ ମିନିଟ୍‌ ସମୟରେ କୋରାପୁଟ ଜିଲାର ବୋରିଗୁମ୍ମା ନିକଟ ପର୍ଲିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।