ରାୟଗଡା

ପୁଅ ବାହାଘର ପୂର୍ବଦିନ ଜଳିଗଲା ଘର: ଭୋଜି ଜିନିଷ, ଲୁଗାପଟା, ଟଙ୍କା ପୋଡ଼ି ପାଉଁଶ

ପୁଅ ବାହାଘର ପୂର୍ବଦିନ ଜଳିଗଲା ଘର: ଭୋଜି ଜିନିଷ, ଲୁଗାପଟା, ଟଙ୍କା ପୋଡ଼ି ପାଉଁଶ
କୁନ୍ଦୁରା,୭।୩(ଡି.ଏନ୍‌.ଏ.): ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥାନ୍ତେ ପୁଅ। ବରଣ କରିଥାନ୍ତେ ଜୀବନସାଥୀ। କିନ୍ତୁ ଦୁର୍ଭାଗ୍ୟ, ବିବାହର ପୂର୍ବଦିନ ସେଇ ଅଗ୍ନି କୋପ କରି ଛାରଖାର କରିଦେଲା ସମସ୍ତ ପ୍ରସ୍ତୁତି। ଅଗ୍ନିକାଣ୍ଡରେ ଜଳିଗଲା ପୁଅଘର ୫ ବଖରା। ପୋଡ଼ିଗଲା ଭୋଜିଭାତର ଜିନିଷ, ନୂଆ ଲୁଗାପଟା ଆଉ ନଗଦ ଟଙ୍କା। କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଡଙ୍ଗରପାଉଁସୀ ଗ୍ରାମ ପଞ୍ଚାୟତ ଉପକଣ୍ଠ ଭେଜାହାଣ୍ଡିରେ ଦୁଇଭାଇ ରାମଚନ୍ଦ୍ର ତାତି ଓ ଗୁପ୍ତ ତାତି ରୁହନ୍ତି। ସୋମବାର ବିଳମ୍ବିତ ରାତିରେ ବିଦ୍ୟୁତ ସଟ୍‌ ସର୍କିଟ ଯୋଗୁ ନିଆଁ ଲାଗି ଦୁଇଭାଇଙ୍କ ଘର ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଦୁଇଭାଇଙ୍କ ପ୍ରାୟ ୫ ବଖରା ଘର ପୋଡ଼ି ନଷ୍ଟ ହୋଇଛି। ରାମଚନ୍ଦ୍ରଙ୍କ ପୁଅ ମଙ୍ଗରାଜଙ୍କ ବାହାଘର ମଙ୍ଗଳବାର ଥିବାବେଳେ ଦିନକ ପୂର୍ବରୁ ଏଭଳି ଅଘଟଣ ଘଟିଛି। ପୁଅ ବାହାଘର ପାଇଁ ଥିବା ସମସ୍ତ ଭୋଜି ଜିନିଷ, ଲୁଗାପଟା, ଚାଉଳ ସହ ବିଭିନ୍ନ ପ୍ରକାର ଜିନିଷ ପୋଡ଼ି ପାଉଁଶ ହୋଇଛି। ସମ୍ମାନ ବଞ୍ଚାଇବାକୁ ଯାଇ ରାମଚନ୍ଦ୍ର ନିଜ ପୁଅର ବାହାଘର ମଙ୍ଗଳବାର ଯେନତେନ କରାଇଛନ୍ତି। କିନ୍ତୁ ବିବାହରେ ସେ ସରସତା କାହାଠି ନଥିଲା। ସମସ୍ତଙ୍କ ଭିତରେ ଥିଲା ଅଗ୍ନିକାଣ୍ଡର ଦୁଃଖ ଓ ଦୁର୍ଦ୍ଦଶା। ସାନଭାଇ ଗୁପ୍ତ ତାତି ୩/୪ ବର୍ଷ ହେବ ଅର୍ଦ୍ଧପାଗଳ ଅବସ୍ଥାରେ ରହିଥିବା ବେଳେ ସ୍ତ୍ରୀ ହିଁ ପରିବାର ଚଳାଉଛନ୍ତି। ତାଙ୍କର ମଧ୍ୟ ୨ ବଖରା ଚାଳଘର ପୋଡ଼ି ଧ୍ୱଂସ ହୋଇଛି। ରାମଚନ୍ଦ୍ର ପୁଅ ବାହାଘର ପାଇଁ ରଖିଥିବା ୩୦ ହଜାର ଟଙ୍କା ଓ ଗୁପ୍ତ ତାତିଙ୍କ ସ୍ତ୍ରୀ ରଖିଥିବା ୧୦ ହଜାର ଟଙ୍କା ମଧ୍ୟ ପୋଡ଼ିଯାଇଛି। ଉଭୟ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଦେବା ପାଇଁ ଦାବି ହୋଇଛି।
All Right Reserved By

ରାୟଗଡା

ପୂର୍ବତନ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ପିଛା ଛାଡୁନି ବିବାଦ: ସରକାରୀ, ଘରୋଇ ଜମି ମାଡ଼ିବସି ଚଳାଇଥିଲେ ରାଜ୍‌

ନବରଙ୍ଗପୁର,୧୫।୧୨(ବି.ପ୍ର.)ନବରଙ୍ଗପୁରର ପୂର୍ବତନ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ପିଛାଛାଡୁ ନାହିଁ ବିବାଦ। ଶର୍ମାଙ୍କ ବଦଳି ପରେ ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। 

ହଜିଯାଉଥିବା ଶସ୍ୟର ପୁନରୁଦ୍ଧାର ଚିନ୍ତା

ଚିତ୍ରକୋଣ୍ଡା, ୧୪ା୧୨-

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା, ଦୋରାଗୁଡା, ବଡପଦର, ନୂଆଗୁଡା, ଗୁଣ୍ଠାବାଡା ଓ  ଟନେଲ କ୍ୟାମ୍ପ ପଞ୍ଚାୟତରେ ଶିଶୁ ଓ ମହିଳା କଲ୍ୟାଣ ସମିତି ପକ୍ଷରୁ ମିଲ୍‌ଟେ ମିଶନ ପ୍ରକଳ୍ପ ମାଧ୍ୟମରେ ହଜି ଯାଉଥିବା ଶସ୍ୟ ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ସମାରୋହ: ଡ଼ଙ୍ଗରିଆଙ୍କ ନୃତ୍ୟ ମନମୋହିଲା

ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ସମାରୋହ: ଡ଼ଙ୍ଗରିଆଙ୍କ ନୃତ୍ୟ ମନମୋହିଲା

ମୁନିଗୁଡ଼ା,୧୪।୧୨(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ମୁନିଗୁଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବିଧାୟକ ଲାଲବିହାରୀ ହିମିରିକା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଧାୟକ ଜଗନ୍ନାଥ ସାରକା,ରାଜ୍ୟ ଖଦି ବୋର୍ଡ଼ ସଦସ୍ୟ ପୃଥୀରାଜ ସାହୁ, ଆଟିଡ଼ିଏ ନୋଡ଼ାଲ ଅଫିସର ଟୁକୁ ବାରିକ, ଜିଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା,ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷା ସକୁନ୍ତଳା ନୁଣ୍ଡ୍ରୁକା,ସରପଞ୍ଚ ସଂଘ ସଭାପତି ତ୍ରପତି ମିର୍ଦ୍ଦା,କରୁଣାକର ଶବର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଆଦିବାସୀ ଜନଜାତିଙ୍କ ସଂସ୍କୃତି ଓ ବିକାଶ ନେଇ କହିଥିଲେ ।

୨୯ରୁ ପୋଟେରୁ, ସତୀଗୁଡ଼ା କେନାଲରୁ ଛଡ଼ା ଯିବ ପାଣି

୨୯ରୁ ପୋଟେରୁ, ସତୀଗୁଡ଼ା କେନାଲରୁ ଛଡ଼ା ଯିବ ପାଣି

ମାଲକାନଗିରି, ୧୪।୧୨ (ଡି.ଏନ୍‌.ଏ.) -ମାଲକାନଗିରି ଜିଲାରେ ୨୦୧୮-୧୯ ଆର୍ଥିକ ବର୍ଷରେ ରବିଚାଷ ନିମନ୍ତେ ଜିଲାପାଳ ମନିଷ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରବିଚାଷ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି।

 ଭାଣ୍ଡିସାହିରେ ଜବରଦଖଲ ଉଚ୍ଛେଦ

ଭାଣ୍ଡିସାହିରେ ଜବରଦଖଲ ଉଚ୍ଛେଦ

କୋରାପୁଟ, ୧୪।୧୨(ସ୍ବ.ପ୍ର)-କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଯୋଗାଯୋଗ ନେଇ  ସହରରେ ୪ ଟି ରାସ୍ତା ନିର୍ମାଣ  କାଯର୍‌ୟ  ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି 

୩ କଳାକାର ସମ୍ମାନିତ

୩ କଳାକାର ସମ୍ମାନିତ

ପାରଳାଖେମୁଣ୍ଡି, ୧୪।୧୨(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହର ରାମନଗରସ୍ଥ ହାଇଟେକ୍‌ ପ୍ଲାଜା ପରିସରରେ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ୩ ଜଣ କଳାକାରଙ୍କୁ କଳା କ୍ଷେତ୍ରରେ ଉତ୍ତମ ଅବଦାନ ପାଇଁ ସମ୍ମାନିତ କରାଯାଇଛି ।

ଶକ୍ତ ସଂରକ୍ଷଣ ନେଇ ଶୋଭାଯାତ୍ରା

ଶକ୍ତ ସଂରକ୍ଷଣ ନେଇ ଶୋଭାଯାତ୍ରା

ଚନ୍ଦାହାଣ୍ଡି,୧୪।୧୨(ଡ଼ି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ଉଚ୍ଚ ବିଦ୍ୟାଳୟ ତରଫରୁ ଶୁକ୍ରବାର ଶକ୍ତି ସଂରକ୍ଷଣ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଘନ କୁହୁଡି : ପନିପରିବା ନଷ୍ଟ ଆଶଙ୍କା

ଚନ୍ଦାହାଣ୍ଡି,୧୪।୧୨(ଡି.ଏନ.ଏ)- ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ କିଛି ଦିନ ହେବ ମେଘୁଆ ପାଗ  ଲାଗି ରହିଛି

ଟ୍ରକରେ ଚାପି ହୋଇ ଡ଼୍ରାଇଭର ମୃତ

ଟ୍ରକରେ ଚାପି ହୋଇ ଡ଼୍ରାଇଭର ମୃତ

ଟିକିରି,୧୪।୧୨(ଡ଼ି.ଏନ.ଏ)- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିରେ  ଏକ ଅଭାବନୀୟ ଘଟଣା ଘଟିଛି । ନିଜେ ଚଳାଉଥିବା ଟ୍ରକରେ ଚାପି ହୋଇ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି । ସେ ହେଲେ ଜେକେପୁରରେ ରହୁଥିବା ମୋହନ ଲାଲ । ସେ  ଟ୍ରକ (ଓଆର୧୮-ଏ୫୧୯୬) ଧରି ବାଙ୍କାମ୍ବ ଅଭିମୁଖେ ନିଳିଗିରି କାଠ ଆଣିବାକୁ ଯାଉଥିଲେ।

 ଛାତ୍ରୀ ନିବାସ, ପୋଲ ଉଦ୍‌ଘାଟନ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ: ୨୦୦ ଗ୍ରାମକୁ ନିର୍ମାଣ ହେବ ରାସ୍ତା

ଛାତ୍ରୀ ନିବାସ, ପୋଲ ଉଦ୍‌ଘାଟନ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ: ୨୦୦ ଗ୍ରାମକୁ ନିର୍ମାଣ ହେବ ରାସ୍ତା

ରାୟଗଡା ଅଫିସ,୧୪।୧୨- ରାୟଗଡା ଜିଲାରେ ଗମନାଗମନର ବିକାଶକୁ ଗୁରୁତ୍ୱ  ଦିଆଯାଉଛିି । ଜିଲାବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ତଥା ଜିଲାକୁ ବିକାଶ ଦିଗରେ ଆଗେଇ ନେବା ପାଇଁ  ମୁଖ୍ୟମନ୍ତ୍ରୀ ରାୟଗଡା ଜିଲାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଜିଲାରେ ୬୪୧କି.ମି.ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇ ଦୁର୍ଗମ ଅଞ୍ଚଳର ୨୦୦ ଗ୍ରାମକୁ ସଂଯୋଗୀକରଣ କରାଯିବ । ଦିନିକିଆ ରାୟଗଡା ଜିଲା ଗସ୍ତରେ ଆସି  ଗ୍ରାମ୍ୟ ଉନ୍ନୟନ ଓ ସଂସଦୀୟ ବ୍ୟାପାର ଏବଂ ସରକାରୀ ଉଦ୍ୟୋଗ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହା କହିଛନ୍ତି ।

ଗୋଟିଏ ଦିନରେ ୩ ଆତ୍ମହତ୍ୟା

ଗୋଟିଏ ଦିନରେ ୩ ଆତ୍ମହତ୍ୟା

ରାୟଗଡା ଅଫିସ୍‌, ୧୪।୧୨- ରାୟଗଡାର  ଭିନ୍ନ ଭିନ୍ନ ସ୍ଥାନରେ  ଗୋଟିଏ ଦିନରେ ୩ ଜଣ  ଆତ୍ମହତ୍ୟା କରିଛନ୍ତି । ସେମାନେ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ତଳରାମ୍ବୁ ଗ୍ରାମର ଲକ୍ଷ୍ମଣ ପଡିସିକା(୩୦) , କୋଲନରା ବ୍ଲକ୍‌ ଚାନ୍ଦିଲି ଥାନା ଅନ୍ତର୍ଗତ ଲେଲିବାଡି ଗ୍ରାମର ବିଭୀଷଣ ପେଦେଣ୍ଟି (୧୮) ଓ  ଶ୍ରେୟାସ ପ୍ରକାଶ ବର୍ମା(୨୯)  ।

ଉଦ୍‌ଘାଟନର ୪ମାସ ପରେ ବି ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟସେବା: ୬୨ ଡାକ୍ତରଙ୍କ ବଦଳରେ ଅଛନ୍ତି ୨୨

ଉଦ୍‌ଘାଟନର ୪ମାସ ପରେ ବି ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟସେବା: ୬୨ ଡାକ୍ତରଙ୍କ ବଦଳରେ ଅଛନ୍ତି ୨୨

ମାଲକାନଗିରି, ୧୪।୧୨ (ଡି.ଏନ୍‌.ଏ.): ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା କଡ଼ରେ ୪୯.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ  ୭ ମହଲା ବିଶିଷ୍ଟ ଚିକିତ୍ସାଳୟ ନିର୍ମାଣ କରାଯାଇଛି।