ଜୀବନଚର୍ଯ୍ୟା |

ମନ ଦୁଃଖୀ ହେଲେ ଲଭ୍‌ ହରମୋନ୍‌ ଅଧିକ କ୍ଷରଣ ହୋଇଥାଏ

ମନ ଦୁଃଖୀ ହେଲେ ଲଭ୍‌ ହରମୋନ୍‌ ଅଧିକ କ୍ଷରଣ ହୋଇଥାଏ
ଓ୍ବାଶିଂଟନ: ମଣିଷର ମନ ଦୁଃଖ ହେଲେ ଅଧିକ ପରିମାଣର ଲଭ୍‌ ହରମୋନ୍‌ ଅକ୍ସିଟୋସିନ୍‌ କ୍ଷରଣ ହୋଇଥାଏ ବୋଲି ଗବେଷକ ଜାଣିପାରିଛନ୍ତି। ତେଣୁ ମନ ଦୁଃଖ ସମୟରେ ପ୍ରାୟତଃ ମଣିଷ ସାଥିକୁ ଲୋଡିଥାଏ। ଲଭ୍‌ ହରମୋନ୍‌ ମଣିଷ ସମେତ ଅନ୍ୟ ପ୍ରାଣୀର ଯୌନ ଜୀବନକୁ ପ୍ରଭାବିତ କରିଥାଏ। ବିଶାଦଗ୍ରସ୍ତ ପ୍ରାଣୀ ମଧ୍ୟରେ ଏହି ହରମୋନ୍‌ର ପ୍ରଭାବ ଯୋଗୁ ସହବାସ ପ୍ରବୃତ୍ତି ସୃଷ୍ଟି ହୋଇଥାଏ। ଏହି ପ୍ରକୃତିର ନିୟମ ଅନୁସାରେ ସ୍ବତଃ ପରିଚାଳିତ ହୋଇଥାଏ। ତେଣୁ ଅକ୍ସିଟୋସିନ୍‌କୁ ସଙ୍କଟ ସ୍ଥିତିରେ ଉତ୍ପନ୍ନ ହେଉଥିବା ହରମୋନ୍‌ ଭାବେ ନାମିତ କରାଯାଇଛି ବୋଲି ନରଓ୍ବେ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଦ୍ରେଶ୍‌ ଆରସେଥ୍‌ କ୍ରିଷ୍ଟୋଫରସେନ୍‌ ସୂଚିତ କରିଛନ୍ତି। ପ୍ରକୃତି ଅନୁସାରେ ପ୍ରାଣୀଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଋତୁରେ ପ୍ରଜନନ ପ୍ରବୃତ୍ତି ସୃଷ୍ଟି ହୋଇଥାଏ। ଯେଉଁ ସମୟରେ ନବଜାତ ଶାବକ ଅଧିକ ପରିମାଣରେ ଖାଦ୍ୟ ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ପ୍ରକୃତି ପ୍ରଣୀଙ୍କ ମଧ୍ୟରେ ପ୍ରଜନନ ପ୍ରତି ଆକର୍ଷଣ କରିବା ସମୟ ନିର୍ଦ୍ଧାରିତ କରିଥାଏ। ତେବେ କୌଣସି କାରଣରୁ ପ୍ରାଣୀମାନେ ବିଶାଦଗ୍ରସ୍ତ ହେଲେ ସେମାନଙ୍କ ମଧ୍ୟରେ ଯୌନ କ୍ରିୟାପ୍ରତି ଆଗ୍ରହ ଦେଖାଦେଇଥାଏ। ଏହା ସେମାନଙ୍କର ମାନସିକ ସ୍ଥିତିରେ ସନ୍ତୁଳନ ଅବସ୍ଥା ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ। ମାତ୍ର ମଶିଷ କ୍ଷେତ୍ରରେ ଯୌନ କ୍ରିୟା ପାଇଁ ପ୍ରକୃତି ସେପରି କୌଣସି ନିର୍ଦ୍ଦିଷ୍ଟ ସମୟର ସ୍ଥିର କରି ନାହିଁ। ମଣିଷଠାରେ ବିକଶିତ ମସ୍ତିଷ୍କ ରହିଛି। ତେବେ ଭିନ୍ନ ଭିନ୍ନ ମାନସିକ ଅବସ୍ଥାରେ ମଣିଷର ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ପରିମାଣରେ ତାରତମ୍ୟ ଦେଖାଦେଇଥାଏ। ମନ ଦୁଃଖ ରହିଥିବା ସମୟରେ ଏହାର ପରିମାଣ ବୃଦ୍ଧି ପାଇଥାଏ। ଫଳ ସ୍ବରୂପ ମଣିଷର ଯୌନ ଜୀବନ ପ୍ରଭାବିତ ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ମେଦବହୁଳତାଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଅଧାକପ ନାଲି ଚା’

ମେଦବହୁଳତାଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଅଧାକପ ନାଲି ଚା’

ପ୍ରତିଦିନ ଦୁଇଥର ନାଲି ଚା’ ପିଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। 

ଇନ୍‌ଡୋର ପ୍ଲାଣ୍ଟ: ସୌନ୍ଦର୍ଯ୍ୟ, ଉପକାରିତା ପାଇଁ ଡିମାଣ୍ଡ

ଇନ୍‌ଡୋର ପ୍ଲାଣ୍ଟ: ସୌନ୍ଦର୍ଯ୍ୟ, ଉପକାରିତା ପାଇଁ ଡିମାଣ୍ଡ

ନିର୍ମଳ ବାୟୁ ଆମକୁ ନା କେବଳ ପ୍ରଦୂଷଣଜନିତ ରୋଗଠାରୁ ରକ୍ଷା କରୁଛି, ମନ ଓ ଶରୀରକୁ ଫୂର୍ତ୍ତି ରଖିବାରେ ସହାୟକ ମଧ୍ୟ ହେଉଛି। ପ୍ରାୟତଃ ସହରରେ ନିର୍ମଳ ବାୟୁ, ସବୁଜ ପରିବେଶ, ଘର ପାଖରେ ବଗିଚା ଉପଲବ୍ଧ ହେବା କଷ୍ଟକର।

ଚିକେନ୍‌ ଚିପ୍ସ

ଚିକେନ୍‌ ଚିପ୍ସ

ଚଟ୍‌ପଟା ଖାଦ୍ୟ ଖାଇବାକୁ ସାଧାରଣତଃ ଲୋକେ ପସନ୍ଦ କରିଥାନ୍ତି। ଯଦି ତାହା ଚିକେନ୍‌ରେ ପ୍ରସ୍ତୁତ ହୋଇଥାଏ ତେବେ ଖାଇବାର ଇଚ୍ଛା ଆହୁରି ବଢିଯାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ଖାଦ୍ୟରୁଚି ସ୍ତମ୍ଭରେ ସ୍ଥାନ ପାଇଛି ଚାଇନିଜ୍‌ ଡିସ୍‌ ‘ଚିକେନ୍‌ ଚିପ୍ସ’। ଏହାର ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ କହିଛନ୍ତି ମାଲ୍‌ଓ୍ବା ରେଷ୍ଟୁରାଣ୍ଟର ସେଫ୍‌ ଗୌତମ ଦେବନାଥ।

ଜାଣନ୍ତୁ ପ୍ରଥମ ଷ୍ଟେଜ୍‌ରୁ ଜଣା ପଡୁ ନ ଥିବା କିଛି କ୍ୟାନ୍ସର ଓ ତା’ର ଲକ୍ଷଣ ସମ୍ବନ୍ଧରେ

ଜାଣନ୍ତୁ ପ୍ରଥମ ଷ୍ଟେଜ୍‌ରୁ ଜଣା ପଡୁ ନ ଥିବା କିଛି କ୍ୟାନ୍ସର ଓ ତା’ର ଲକ୍ଷଣ ସମ୍ବନ୍ଧରେ

କ୍ୟାନ୍ସର ଏକ ମାରାତ୍ମକ ରୋଗ। ଦିନକୁ ଦିନ ଏହା ନିଜର ଭୟାବହତା ଦେଖାଇ ଚାଲିଛି। ଏଥିସହ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାଧାରଣତଃ ୨୦୦ରୁ ଊର୍ଦ୍ଧ ପ୍ରକାରର କ୍ୟାନ୍ସର ରହିଛି। ଏସବୁର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ। ଯଦି ଏହା ‘ପ୍ରାରମ୍ଭିକ ପର୍ଯ୍ୟାୟ’ ବା ଫାଷ୍ଟ ଷ୍ଟେଜ୍‌ରୁ ଜଣାପଡ଼ିଥାଏ, ତେବେ ଏହାକୁ ରୋକିବାର ସମ୍ଭାବନା ଅଧିକ ରହିଥାଏ। ମାତ୍ର ଏପରି କିଛି କ୍ୟାନ୍ସର ରହିଛି ଯାହା ପ୍ରଥମରୁ ଜଣା ନ ପଡ଼ି ଶେଷ ପର୍ଯ୍ୟାୟ ବା ଲାଷ୍ଟ ଷ୍ଟେଜ୍‌ରେ ଜଣାପଡ଼ିଥାଏ। 

ରକ୍ତଚାପଠୁ  ଦୂରେଇ ରହିବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏହି ସହଜ ଉପାୟ

ରକ୍ତଚାପଠୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏହି ସହଜ ଉପାୟ

ବ୍ୟସ୍ତ ବହୁଳ ଜୀବନରେ ଏବେ କେତେକଙ୍କଠାରେ ଦେଖାଯାଉଛି ରକ୍ତଚାପ। ତେବେ ଏହାକୁ ସହଜରେ ଦୂରେଇ ହେବ। ଆୟୁର୍ବେଦରେ ଉଲ୍ଲେଖ ରହିଛି ପ୍ରତିଦିନ ସକାଳେ ଚାମୁଚେ ଦହି ଖାଇଲେ ରକ୍ତଚାପ ସ୍ବାଭାବିକ ହୋଇଥାଏ।

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ଶରୀର ପାଇଁ ବିଶ୍ରାମ ନିହାତି ଆବଶ୍ୟକ। ଅତିବେଶିରେ ରାତିରେ ୬-୭ ଘଣ୍ଟା ବିଶ୍ରାମ ନେବା ଶରୀର ପାଇଁ ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହାସହ ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ବ୍ୟକ୍ତିଙ୍କଠାରେ ଶାରୀରିକ ସମସ୍ୟା ଖୁବ୍‌କମ ଦେଖାଯାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।

ଏପରି ପିଅନ୍ତୁନି ପାଣି

ଏପରି ପିଅନ୍ତୁନି ପାଣି

ପାଣି ମଣିଷ ଶରୀର ପାଇଁ ଅତି  ଜରୁରୀ । ଶରୀରରେ ପାଣିର ପରିମାଣ ଠିକ୍‌ ନ ରହିଲେ ସ୍ବାସ୍ଥ୍ୟକ୍ଷେତ୍ରରେ ସୃଷ୍ଟି ହୋଇଥାଏ ନାନା ସମସ୍ୟା।

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଆଜିକାଲି ସମୟରେ ମୋବାଇଲ୍‌ ଫୋନ୍‌ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ଅବିଚ୍ଛେଦିୟ ଅଙ୍ଗ ପାଲଟିଛି କହିଲେ ଚଳେ। ଫୋନ୍‌ଠାରୁ ଗୋଟେ ମୁହୁର୍ତ୍ତ ଅଲଗା ହେବା କଷ୍ଟକର ବ୍ୟାପାର। ଯେକୌଣସି କାମ କରୁଥାଉ ନା କାହିଁକି, ଫୋନ୍‌କୁ ସାଙ୍ଗରେ ନେଇକରି ଯିବା ଅନେକଙ୍କ ପସନ୍ଦ। ଅନେକ ଲୋକ  ଫୋନ୍‌କୁ ଟୟଲେଟ ବା ଶୌଚାଳୟକୁ ନେଇ ଯାଇଥାନ୍ତି। 

ଖାଇବା ସମୟରେ ପାଣି ପିଇବା ହିତକର

ଖାଇବା ସମୟରେ ପାଣି ପିଇବା ହିତକର

ଅନେକ କୁହନ୍ତି ଖାଇବା ସମୟରେ ପାଣି ପିଇବା ଅନୁଚିତ। ଏହାଦ୍ୱାରା ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ମାତ୍ର ଏହା ଭୁଲ। ଖାଇବା ମଝିରେ ମଝିରେ ପାଣି ପିଇବା ଲାଭଦାୟକ। ଏହାଦ୍ୱାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ। ତେଣୁ ଖାଇବା ସମୟରେ ପାଣି ପିଇବା ଦରକାର। ଏହା ଶରୀରକୁ ସତେଜ ମଧ୍ୟ ରଖିଥାଏ। 

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି  ସହଜ ଉପାୟ

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି ସହଜ ଉପାୟ

ପରିବର୍ତ୍ତିତ ଜୀବନଶ୍ରେଳୀରେ ଏବେ ପ୍ରାୟତଃ କେତେକ ମହିଳାଙ୍କଠାରେ ବନ୍ଧ୍ୟାଦୋଷ ଦେଖାଯାଉଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। 

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ମଣିଷ ତଥାକଥିତ ପ୍ରଗତି ପଛରେ ଅନ୍ଧ ଭାବେ ଧାଇଁବା ଏବଂ ଯନ୍ତ୍ର ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବାର ପରିଣାମ ସ୍ବରୂପ ବଢ଼ିଚାଲିଥିବା ସବୁଜଗୃହ ବାଷ୍ପର ନିର୍ଗମନ ହେତୁ ଘଟୁଥିବା ଜାଗତିକ ଉଷ୍ମତା ବୃଦ୍ଧିର ଭୌତିକ ଜଗତ ଉପରେ ପଡୁଛି ଅତି ବ୍ୟାପକ ପ୍ରଭାବ।

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

”ଜ୍ୱର, ଶରୀରରେ ତାପମାତ୍ରା ବୃଦ୍ଧି, ମୁଣ୍ଡ ବିନ୍ଧା, ଆଖି ପଛପଟ ବ୍ୟଥା, ବାନ୍ତି ଲାଗିବା, ଗଣ୍ଠି ବ୍ୟଥା, ମାଂସପେଶୀ ବ୍ୟଥା, ଶରୀରରେ ଲାଲ ଲାଲ ଚକଡା ଦେଖାଦେବା, ଦୁର୍ବଳ ଲାଗିବା, ପାଦ ତଳ ଭାଗ କୁଣ୍ଡାଇ ହେବା ଆଦିକୁ ଡେଙ୍ଗୁର ଲକ୍ଷଣ ଭାବରେ ନିଆଯାଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ରକ୍ତରେ ପ୍ଲେଟଲେଟ୍‌ ପରିମାଣ ଏକଲକ୍ଷରୁ ୪.୫ ଲକ୍ଷ ଥିବା ବେଳେ ଏହା ୪-୫ ହଜାରକୁ କମି ଆସେ।  ରୋଗୀର ନାକ, ମୁହଁ, ତ୍ୱଚା, ପରିସ୍ରାଦ୍ୱାର ଦେଇ ରକ୍ତ କ୍ଷରଣ ହୋଇଥାଏ।’