ଖେଳ | ଅନଗୁଳ-ଢେଙ୍କାନାଳ

ରାଜ୍ୟସ୍ତରୀୟ କୁଲାଡ଼ କପ କ୍ରିକେଟ: ୟଙ୍ଗଷ୍ଟାର ବିଜୟୀ

ବଅଁରପାଳ,୭।୩(ଡି.ଏନ୍‌.ଏ.): ଏନ୍‌ଆର୍‌ସିଏ କ୍ଲବ ପକ୍ଷରୁ ଆୟୋଜିତ କୁଲାଡ଼ କପ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ମ୍ୟାଚ୍‌ରେ ଅନୁଗୋଳ ୟଙ୍ଗଷ୍ଟାର ବିଜୟୀ ହୋଇଛି। ଗତମରା ଏବଂ ଅନୁଗୋଳ ୟଙ୍ଗଷ୍ଟାର ମଧ୍ୟରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଅନୁଗୋଳ ୟଙ୍ଗଷ୍ଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୭ ରନ ସଂଗ୍ରହ କରିଥିଲା ଜବାବରେ ଗତମରା ୧୧୦ ରନ ସଂଗ୍ରହ କରି ସମସ୍ତ ଉଇକେଟ ହରାଇ ପରାସ୍ତ ହୋଇଥିଲା। ବିଜୟୀ ଦଳର ରାଜେଶ କୁମାର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
All Right Reserved By

ଖେଳ | ଅନଗୁଳ-ଢେଙ୍କାନାଳ

୨୫ ଲକ୍ଷ ଟଙ୍କା ଦାନକଲା କିଙ୍ଗ୍ସ ଇଲେଭେନ

୨୫ ଲକ୍ଷ ଟଙ୍କା ଦାନକଲା କିଙ୍ଗ୍ସ ଇଲେଭେନ

ଚଣ୍ଡିଗଡ଼, ୨୦ା୩ (ପି.ଟି.)-ଫେବୃୟାରୀରେ ପୁଲ୍‌ଓ୍ବାମା ଆକ୍ରମଣ ଘଟଣାରେ ନିହତ ୫ ସିଆରପିଏଫ୍‌ ଯବାନଙ୍କ ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଁଏ ଦାନ କରିଛି। ଏହି ଯବାନମାନେ ପଞ୍ଜାବ ଓ ହିମାଚଳ ପ୍ରଦେଶର। 

ପର୍ତ୍ତୁଗାଲ କ୍ୟାମ୍ପରେ ଯୋଗଦେଲେ ରୋନାଲ୍‌ଡୋ

ପର୍ତ୍ତୁଗାଲ କ୍ୟାମ୍ପରେ ଯୋଗଦେଲେ ରୋନାଲ୍‌ଡୋ

ଓଇରାସ (ପର୍ତ୍ତୁଗାଲ), ୨୦ା୩ (ଏଏଫ୍‌ପି)-ଚଳିତ ସପ୍ତାହରେ ୟୁରୋ ୨୦୨୦କ୍ୱାଲିଫାଇଙ୍ଗ୍‌ ଆରମ୍ଭ ହେବାକୁଥିବା ବେଳେ କ୍ରିଷ୍ଟିଆନ ରୋନାଲ୍‌ଡୋ ତାଙ୍କ ଟିମ୍‌ମେଟଙ୍କ ସହିତ କ୍ୟାମ୍ପରେ ଯୋଗଦାନ କରିଛନ୍ତି। 

ମାୟାମି ମାଷ୍ଟର୍ସ ଟେନିସ୍‌: ପ୍ରଜନେଶ ବିଜୟୀ

ମାୟାମି ମାଷ୍ଟର୍ସ ଟେନିସ୍‌: ପ୍ରଜନେଶ ବିଜୟୀ

ମାୟାମି, ୨୦ା୩ (ପି.ଟି.)-ଫର୍ମରେ  ଥିବା ପ୍ରଜନେଶ ଗୁଣେଶ୍ୱରନ ମାୟାମି ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟର ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ପ୍ରବେଶ କରିଥିବାବେଳେ ଅନ୍ୟତମ ଭାରତୀୟ ଖେଳାଳି ରାମକୁମାର ରମାନାଥନ ଏଠାରେ ତାଙ୍କ ପ୍ରଥମ ବାଧା ଅତିକ୍ରମ କରିପାରି ନାହାନ୍ତି।

ଅଲ୍‌ ଓଡ଼ିଶା ଓପନ ଚେସ୍‌ ୩୦ରୁ

ଅଲ୍‌ ଓଡ଼ିଶା ଓପନ ଚେସ୍‌ ୩୦ରୁ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସେକ୍ରେଟାରିଏଟ ରିକ୍ରିଏଶନ କ୍ଲବ ଆନୁକୂଲ୍ୟରେ ୧୪ତମ ଅଲ୍‌ ଓଡ଼ିଶା ଓପନ ଚେସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୩୦ ଓ ୩୧ ତାରିଖ ଦୁଇଦିନଧରି ଅନୁଷ୍ଠିତ ହେବ। 

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ:  ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ: ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ ପ୍ରି-କ୍ୱାର୍ଟରରେ ବୃହତ୍‌ ବିଜୟ ସହ କଟକର ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ:  ନୌସେନା, ବାୟୁସେନା ଦଳ ବିଜୟୀ

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ: ନୌସେନା, ବାୟୁସେନା ଦଳ ବିଜୟୀ

ବନ୍ତ,୨୦ା୩(ଡି.ଏନ୍‌.ଏ./ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମଠାରେ ଟିଲୋ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୨୬ତମ ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ୬ଷ୍ଠ ଦିବସ ଖେଳ ଅନୁଷ୍ଠିତ ହୋଇ ଯାଇଛି।  

ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୪ରେ: ଓଡ଼ିଶା ବାଳିକା, ବାଳକ ଦଳ ଭାଗନେବ

ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୪ରେ: ଓଡ଼ିଶା ବାଳିକା, ବାଳକ ଦଳ ଭାଗନେବ

ବାଲେଶ୍ୱର ଅଫିସ, ୨୦।୩-ରାଜସ୍ଥାନ ଜୟପୁରଠାରେ ଆସନ୍ତା ୨୪ରେ ଜାତୀୟସ୍ତରୀୟ ସିନିୟର ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ୧୦ ବାଳିକା ଓ ୧୨ଜଣ ବାଳକ ଭାଗନେବେ। 

ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ: ରାଜଶ୍ରୀଙ୍କୁ ରୌପ୍ୟ, ମୁକ୍ତା ଜିତିଲେ ବ୍ରୋଞ୍ଜ

ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ: ରାଜଶ୍ରୀଙ୍କୁ ରୌପ୍ୟ, ମୁକ୍ତା ଜିତିଲେ ବ୍ରୋଞ୍ଜ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଓଡ଼ିଶାର ରାଜଶ୍ରୀ ମହାପାତ୍ର ଓ ମୁକ୍ତା ମୁଣ୍ଡା ନିଜ ନିଜ ଟିମ୍‌ ଗେମ୍ସରେ ପଦକ ହାସଲ କରିଛନ୍ତି। 

ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା:  କ୍ରିଷ୍ଣା ରାଓ, ପ୍ରାଣକୃଷ୍ଣଙ୍କୁ ସ୍ବର୍ଣ୍ଣ ପଦକ

ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା: କ୍ରିଷ୍ଣା ରାଓ, ପ୍ରାଣକୃଷ୍ଣଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ବିହାରର ପାଟନାସ୍ଥିତ ନିତ୍ୟ କଳା ମନ୍ଦିର ପରିସରରେ ଗତ ୨ ଦିନଧରି ୯ମ ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। 

୨୦୧୯ ପରେ ହକି ସିରିଜ ଇଭେଣ୍ଟ ଉଚ୍ଛେଦ କରିବ ଏଫ୍‌ଆଇଏଚ୍‌

୨୦୧୯ ପରେ ହକି ସିରିଜ ଇଭେଣ୍ଟ ଉଚ୍ଛେଦ କରିବ ଏଫ୍‌ଆଇଏଚ୍‌

ଲାଉସାନେ,୨୦।୩ (ପି.ଟି.)- ଚଳିତ ବର୍ଷ ପରେ ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ହକି ସିରିଜ ଇଭେଣ୍ଟଗୁଡିକୁ ଉଚ୍ଛେଦ କରିବ। ଏହା ବଦଳରେ ସଭ୍ୟ ଆସୋସିଏଶନଗୁଡିକୁ କଣ୍ଟିନେଣ୍ଟାଲ କ୍ୱାଲିଫାୟର୍ସ ଓ ଚାମ୍ପିୟନଶିପ୍‌ ଉପରେ ଅଧିକ ମନୋନିବେଶ କରିବାକୁ ଏଫ୍‌ଆଇଏଚ୍‌ ପ୍ରବର୍ତ୍ତାଇବ ବୋଲି କହିଛି। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରାରମ୍ଭିକ ସଂସ୍କରଣ ଆଶାତୀତ ସଫଳତା ହାସଲ କରିଛି। 

ଆଇପିଏଲ୍‌ କାର୍ଯ୍ୟସୂଚୀ:  ନାଇଟ ରାଇଡର୍ସ ସବୁ ଘରୋଇ ମ୍ୟାଚ୍‌ ଇଡେନ୍‌ରେ ଖେଳିବ

ଆଇପିଏଲ୍‌ କାର୍ଯ୍ୟସୂଚୀ: ନାଇଟ ରାଇଡର୍ସ ସବୁ ଘରୋଇ ମ୍ୟାଚ୍‌ ଇଡେନ୍‌ରେ ଖେଳିବ

ନୂଆଦିଲ୍ଳୀ,୨୦।୩ (ପି.ଟି.)- ଦୁଇ ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ଜିତିଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ତା’ର ସବୁ ଘରୋଇ ମ୍ୟାଚ୍‌ ଐତିହାସିକ ଇଡେନ ଗାର୍ଡେନରେ ଖେଳିବ। ପଶ୍ଚିମବଙ୍ଗରେ ୭ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଇଡେନ୍‌ରେ କୋଲକାତା ତା’ର ମ୍ୟାଚ୍‌ ଖେଳିବା ସ୍ପଷ୍ଟ ହୋଇଛି।

ଟାଟା ଫୁଟବଲ ଏକାଡେମୀ ଚାମ୍ପିୟନ

ଟାଟା ଫୁଟବଲ ଏକାଡେମୀ ଚାମ୍ପିୟନ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)-
ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ଟାଟା-ଉତ୍କଳିକା କପ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଜାମସେଦପୁରର ଟାଟା ଫୁଟବଲ ଏକାଡେମୀ (ଟିଏଫଏ) ୨-୧ ଗୋଲରେ ଫୁଲବାଣୀ ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ରଜତ ନାଗ୍‌ଙ୍କ ୭ମ ମିନିଟ ଗୋଲ ବଳରେ ଫୁଲବାଣୀ ଦଳ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧରେ ଟାଟା ଦଳ ପ୍ରଭାବୀ ପ୍ରଦର୍ଶନ କରି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା