ଉପକୂଳ ଓଡିଶା

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
ଧର୍ମଶାଳା,୭।୩(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରେଳପୋଲ ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମର ସେକ୍‌ କାବିଲ୍‌(୨୦)। ସେ ଚଣ୍ଡିଖୋଲ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ କିଛି ସମୟ ରାସ୍ତାରୋକୋ ହୋଇଥିଲା। ଧର୍ମଶାଳା ଥାନା ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
All Right Reserved By

ଉପକୂଳ ଓଡିଶା

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

ବାଲିକୁଦା,୨୫ା୩(ସ୍ବ.ପ୍ର.): ବାଲିକୁଦା ଥାନା କଣିଆ-ଥାଇଳୋ ରାସ୍ତାରେ ୫ଦିନ ତଳେ ହୋଇଥିବା ଗୁଳିମାଡ଼ ଘଟଣାରେ ପୋଲିସ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। 

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

କୁଜଙ୍ଗ,୨୫ା୩(ସ୍ବ.ପ୍ର.): କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଏକ ସରକାରୀ ଜାଗାକୁ ପିଡିଏ(ପାରାଦୀପ ଡେଭଲପ୍‌ମେଣ୍ଟ ଅଥରିଟି) ପକ୍ଷରୁ ବେଆଇନ ଭାବରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। 

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ରଣପୁର,୨୪ା୩(ସ୍ବ.ପ୍ର.)-ଠକମାନେ ବିଭିନ୍ନ ଉପାୟରେ ବ୍ୟାଙ୍କ ଜମାଖାତାରୁ ଅନ୍ୟଜଣଙ୍କ ଟଙ୍କା ଉଠାଇ ଦେଇଥିବାବେଳେ ଏବେ ଏକ ଭିନ୍ନ ଉପାୟରେ ଠକାମୀର ଶିକାର ହୋଇଛନ୍ତି ଜଣେ ଜମାକାରୀ। ରେଲ୍‌ୱେ ଟିକେଟ୍‌ ଟଙ୍କା ତୁମ ଆକାଉଣ୍ଟରେ ଫେରସ୍ତ କରିବାକୁ କହି ନୟାଗଡ ଜିଲା ରଣପୁର ଥାନା ଲେଖନପୁର ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଜମାଖାତାରୁ ଶନିବାର ୧ଲକ୍ଷ ୭ହଜାର ୮୧୭ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। 

‘ଆତ୍ମଜୀବନୀ ସଂଘର୍ଷ, ସଂଗ୍ରାମ ପାଇଁ ଉତ୍ସାହ’

‘ଆତ୍ମଜୀବନୀ ସଂଘର୍ଷ, ସଂଗ୍ରାମ ପାଇଁ ଉତ୍ସାହ’

ଧର୍ମଶାଳା,୨୪।୩ (ଡି.ଏନ୍‌.ଏ.)-  ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାସ୍ଥିତ କଳ୍ପତରୁ ଦାସ ଇଣ୍ଡୋର ଷ୍ଟାଡିୟମ ପରିସରରେ ରବିବାର କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଗୋକର୍ଣ୍ଣିକା ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଏକ ଜାତୀୟ ଆଲୋଚନାଚକ୍ର ଓ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ଓଡ଼ିଆ ଜୀବନୀ ଓ ଆତ୍ମଜୀବନ ସାହିତ୍ୟ ଶୀର୍ଷକ’ ଆଲୋଚନା ସଭାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉଦ୍‌ଘାଟନ କରିଥିଲେ। 

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବରୀ,୨୪ା୩(ସ୍ବ.ପ୍ର.)- ବରୀ ଥାନା ଅଧୀନ ମେଦୁଆକୂଳ ଗ୍ରାମର ଏକ ନାଳରୁ ରବିବାର ଜଣେ ନିଖୋଜ ବୃଦ୍ଧ ଉଦ୍ଧାର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଅଲେଖ ଚନ୍ଦ୍ର ଦାସ (୬୦)। ରବିବାର ସକାଳେ ଗ୍ରାମ ନିକଟ ଏକ ନାଳରେ ବୃଦ୍ଧା ଜଣକ ଭାସୁଥିବାର ଗ୍ରାମଲୋକେ ଦେଖିଥିଲେ। 

ଅଢଙ୍ଗଗଡ଼ ବରିଷ୍ଠ ନାଗରିକ ମଞ୍ଚ ଅଧିବେଶନ: ସାମାଜିକ ବିକାଶକୁ ଗୁରୁତ୍ୱ

ଅଢଙ୍ଗଗଡ଼ ବରିଷ୍ଠ ନାଗରିକ ମଞ୍ଚ ଅଧିବେଶନ: ସାମାଜିକ ବିକାଶକୁ ଗୁରୁତ୍ୱ

ବିରିଡି,୨୪।୩(ଡି.ଏନ.ଏ): ବିରିଡ଼ି ବ୍ଲକ ଅଢଙ୍ଗଗଡ଼ ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ସାଧାରଣ ଅଧିବେଶନ ମହାପୁରୁଷ ଯଶୋବନ୍ତ ଦାସଙ୍କ ଦର୍ଶନ ମଣ୍ଡପଠାରେ ରବିବାର ଅନୁଷ୍ଠିତ ହୋଇଛି। ମଞ୍ଚର ସଭାପତି ପଦ୍ମନାଭ ଭୋଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଜଗତସିଂହପୁର ଜିଲା ବରିଷ୍ଠ ନାଗରିକ ସଂଘ ସେଲର ଆଇନ ଉପଦେଷ୍ଟା ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ ଯୋଗ ଦେଇଥିଲେ। 

ଶ୍ୟାମସୁନ୍ଦରପୁର ଦୋଳ ମେଳଣ

ଶ୍ୟାମସୁନ୍ଦରପୁର ଦୋଳ ମେଳଣ

କେନ୍ଦ୍ରାପଡା ଅଫିସ, ୨୪ା୩- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ପ୍ରସିଦ୍ଧ ମହାନ୍ତି ସାହି ମେଳଣ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ୯ଟି ସୁସଜ୍ଜିତ ବିମାନରେ ଶ୍ରୀଜୀଉମାନେ ପ୍ରତ୍ୟୁଷରେ ବାହାରି ବାଜା ଓ ରୋଷଣୀ ସହ ମେଳଣ ପଡିଆରେ ପହଞ୍ଚତ୍ଥିଲେ ।

ଚଉଦକୁଲାଟ ଛାମୁ ମେଳଣ ଶେଷ

ଚଉଦକୁଲାଟ ଛାମୁ ମେଳଣ ଶେଷ

କେନ୍ଦ୍ରାପଡା ଅଫିସ, ୨୪ା୩- କେନ୍ଦ୍ରାପଡାର ଚଉଦକୁଲାଟସ୍ଥିତ ଶ୍ରୀ ଦଧିବାମନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରବିବାର ଛାମୁ ମେଳଣ ଶେଷ ହୋଇଛି ା ଏହି ମେଳଣରେ ଆଖପାଖ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସାମିଲ ହୋଇଥିଲେ ା 

ଶ୍ରୀଶ୍ରୀ ଗାଦିଶ୍ୱରଦେବଙ୍କ ଦଣ୍ଡ ଉତ୍ସବ: ବାହ୍ୟ ଭ୍ରମଣରେ ବାହାରିବେ ଠାକୁର

ଶ୍ରୀଶ୍ରୀ ଗାଦିଶ୍ୱରଦେବଙ୍କ ଦଣ୍ଡ ଉତ୍ସବ: ବାହ୍ୟ ଭ୍ରମଣରେ ବାହାରିବେ ଠାକୁର

କୃଷ୍ଣପ୍ରସାଦ,୨୪ା୩(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଆରାଧ୍ୟ ଦେବତା ଦଳବେହେରା ସାହିସ୍ଥିତ ଶ୍ରୀଶ୍ରୀ ଗାଦିଶ୍ୱରଦେବଙ୍କ ଦଣ୍ଡଯାତ୍ରା ଉତ୍ସବ ରବିବାରଠାରୁ ଆରମ୍ଭ ହୋଇଯାଇଛି। ନିଶାର୍ଦ୍ଧରେ ଠାକୁରଙ୍କୁ କୋଠୀ ଭଗତାମାନଙ୍କ ଦ୍ୱାରା ଆବାହନ କରାଯାଇଥିଲା ।

୨ ଲୁଟେରାଙ୍କୁ  କୋର୍ଟ ଚାଲାଣ

୨ ଲୁଟେରାଙ୍କୁ କୋର୍ଟ ଚାଲାଣ

ଚଣ୍ଡିଖୋଲ,୨୪।୩ (ଡି.ଏନ୍‌.ଏ.)- ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଶନିବାର ରାତିରେ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମର  ରଶ୍ମୀରଞ୍ଜନ ମହାଲା ଓ କୁନ୍ଦଳ ଗ୍ରାମର ଜୟ କିଷାନ ଜେନା। ରବିବାର ସେମାନଙ୍କୁ  କୋର୍ଟ ଚାଲାଣ କରାଯାଇଛି। ଉଭୟ ପୂର୍ବରୁ ଅନେକ  ଲୁଟ୍‌ ଘଟଣାରେ ସମ୍ପୃକ୍ତି ଥିବା ଜଣାପଡିଛି। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ବେଳେ ଦୀର୍ଘ ଦିନ ହେବ ପୋଲିସକୁ ଚକମା ଦେଇ ବୁଲୁଥିଲେ। 

 ନୟାଗଡ଼ରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ  ମୁଖ୍ୟମନ୍ତ୍ରୀ: କହିଲେ ଆମ ରିମୋର୍ଟ  ସାଢ଼େ ୪ କୋଟି ଓଡ଼ିଆଙ୍କ ହାତରେ

ନୟାଗଡ଼ରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ: କହିଲେ ଆମ ରିମୋର୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ହାତରେ

ନୟାଗଡ଼ ଅଫିସ,୨୪।୩: ଆସନ୍ତା ସାଧାରଣ ନିର୍ବାଚନ ପଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୟାଗଡ଼ ଷ୍ଟାଡିୟମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।  ମଧ୍ୟାହ୍ନରେ ମୁଖମନ୍ତ୍ରୀ  ଷ୍ଟାଡିୟମଠାରେ ଆୟୋଜିତ  ଦଳୀୟ ସମାବେଶରେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି।

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ୧ ମୃତ, ଡ୍ରାଇଭରଙ୍କୁ ଗିରଫ ଦାବିରେ କୁଆଖିଆ-ଯାଜପୁର ମୁଖ୍ୟ ରାସ୍ତା ଅବରୋଧ

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ୧ ମୃତ, ଡ୍ରାଇଭରଙ୍କୁ ଗିରଫ ଦାବିରେ କୁଆଖିଆ-ଯାଜପୁର ମୁଖ୍ୟ ରାସ୍ତା ଅବରୋଧ

ରସୁଲପୁର,୨୪।୩: ଯାଜପୁର ସଦର ଥାନା ଅନ୍ତର୍ଗତ ୨୦ନଂ. ଜାତୀୟ ରାଜପଥ ମହେଶ୍ୱରପୁର ପଞ୍ଚାୟତ ନିକଟରେ ରବିବାର ଦୁର୍ଘଟଣା ଘଟିଛି।  


Model This Week

ରଶ୍ମି
Why Dharitri