ଖେଳ |

ସଚିନ, ଅମଲାଙ୍କ ସମକ୍ଷକ ହେଲେ ଗେଲ

ସଚିନ, ଅମଲାଙ୍କ ସମକ୍ଷକ ହେଲେ ଗେଲ
ହରାରେ, ୭।୩(ପି.ଟି.)- ଏଠାରେ ଚାଲିଥିବା ଆଇସିସି କ୍ରିକେଟ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ମଙ୍ଗଳବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୬୦ ରନରେ ୟୁଏଇକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ୍‌ ହରାଇ ୩୫୭ ରନ କରିଥିଲା। ଦୁଇଥର ବିଶ୍ୱକପ୍‌ ବିଜୟୀ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ବିସ୍ଫୋରକ ଓପନର କ୍ରିସ ଗେଲ ୧୨୩ (୯୧ ବଲ, ୭ ଚୌକା, ୧୧ ଛକା) ଓ ସିମରନ ହେଟ୍‌ମର ୧୨୭ ରନର ଶତକୀୟ ଇନିଂସ ଖେଳିଥିଲେ। ଏଥିସହ ଗେଲ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ୧୧ଟି ଦେଶ ବିପକ୍ଷରେ ଶତକ ମାରିବାର କୃତିତ୍ୱ ଲାଭ କରିଛନ୍ତିି। ଗେଲ୍‌ଙ୍କ ପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ଦକ୍ଷିଣ ଆଫ୍ରିକାର ହାସିମ ଅମଲା ଏହି କ୍ଲବରେ ସାମିଲ ହୋଇଥିଲେ। ଜବାବରେ ୟୁଏଇ ରମିଜ ସେହଜାଦଙ୍କ ଅପରାଜିତ ୧୧୨ ରନ ସତ୍ତ୍ୱେ ୬ ଉଇକେଟ୍‌ ହରାଇ ୨୯୭ ରନ କରିବାକୁ ସମର୍ଥ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଅଧିନାୟକ ଜାସନ ହୋଲ୍ଡର ୫ଟି ଉଇକେଟ୍‌ ଅକ୍ତିଆର କରିଥିଲେ।
All Right Reserved By

ଖେଳ |

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ଲାଗି ଚାଲିଥିବା ଚୟନ ପ୍ରକ୍ରିୟାରେ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ, ଭେଙ୍କଟେଶ ପ୍ରସାଦ ଓ ଟମ୍‌ ମୁଡିଙ୍କ ଭଳି ପୂର୍ବତନ ଖେଳାଳି ସାମିଲ ହୋଇଛନ୍ତି। 

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌,୧୦।୧୨- କ୍ରିକେଟରେ ଏବେ ଅମ୍ପାୟରଙ୍କ ତ୍ରୁଟି ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମଧ୍ୟ ସମାନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। 

କୋହଲିଙ୍କ ବିରଳ କୃତିତ୍ୱ

କୋହଲିଙ୍କ ବିରଳ କୃତିତ୍ୱ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ଦଳ ସୋମବାର ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ହରାଇ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ କରିଛି। 

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ନୂଆଦିଲ୍ଲୀ,୧୦।୧୨- ନିକଟରେ କ୍ରିକେଟରୁ ଅବସର ନେଇଥିବା ଗୌତମ ଗମ୍ଭୀର ରାଜନୀତିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚାକୁ ପୂର୍ଣ୍ଣଛେଦ ପକାଇଛନ୍ତି। 

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ବାରିପଦା ଅଫିସ, ୧୦।୧୨- ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଳବ ଚମ୍ପିୟନସିପର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଖୋର୍ଦ୍ଧା ରେଳବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ଆଡିଲେଡ୍‌,୧୦।୧୨- ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ସଂଖ୍ୟକ କ୍ୟାଚ୍‌ ଧରିଥିବା ଭାରତୀୟ ଉଇକେଟକିପର ରିଦ୍ଦିମାନ ଶାହଙ୍କ ରେକର୍ଡ ଭାଙ୍ଗିଛନ୍ତି ଯୁବ ଉଇକେଟକିପର ରିଶଭ ପନ୍ତ। 

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌,୧୦।୧୨-  ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଖେଳାଯାଇଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତୀୟ ଦଳ ୩୧ ରନ୍‌ରେ ଜିତି ନେଇଛି। 

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ହକି ବିଶ୍ୱକପ: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର କ୍ରସ୍‌ ଓଭର ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। କ୍ରସ୍‌ ଓଭର ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ  ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ।

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

ରଣଜୀ ଟ୍ରଫି: ଝାଡ଼ଖଣ୍ଡଠାରୁ ୨ ରନରେ ହାରିଲା ଓଡ଼ିଶା

କଟକ ଅଫିସ, ୧୦।୧୨- ରାଞ୍ଚିସ୍ଥିତ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ସଂଘର୍ଷକରି ଘରୋଇ ଝାଡ଼ଖଣ୍ଡଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇଛି। 

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଫ୍ରାନ୍ସ- ଚାଇନା କ୍ରସ ଓଭର ମୁକାବିଲା

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ବିଶ୍ୱକପ୍‌ରେ କ୍ରସ ଓଭର ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ଫ୍ରାନ୍ସ ଓ ଚାଇନା ପରସ୍ପରକୁ ଭେଟିବେ। ଫ୍ରାନ୍ସ ପୁଲ୍‌ ଏ’ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚାଇନା ପୁଲ୍‌ ବି’ର ତୃତୀୟ ସ୍ଥାନ ଅଧିକାର କରିଛି। 

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

କାନାଡ଼ା ଖେଳାଳି କିର୍କପାଟ୍ରିକଙ୍କୁ ତାଗିଦ୍‌

ଭୁବନେଶ୍ୱର, ୧୦।୧୨ (ସ୍ପୋଟର୍‌ସ ବ୍ୟୁରୋ)-ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଆଚରଣବିଧି ଉଲ୍ଲଂଘନ କରିଥିବାରୁ କାନାଡ଼ା ଖେଳାଳି ଜେମ୍ସ କିର୍କପାଟ୍ରିକ୍‌ ତାଗିଦ୍‌ର ସମ୍ମୁଖୀନ ହୋଇଛନ୍ତି। 

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ବିସି ରାୟ ଟ୍ରଫି ଫୁଟବଲ: ମିଜୋରାମ ଚାମ୍ପିୟନ

ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳକ ଫୁଟବଲ ପ୍ରତିଯୋଗିତା ତଥା ଡ. ବି.ସି. ରାୟ (ଟାଇର-୧) ଟ୍ରଫି ଟୁର୍ନାମେଣ୍ଟରେ ମିଜୋରାମ ଟାଇଟଲ ହାସଲ କରିଛି।