ଅପରାଧ | ବ୍ରହ୍ମପୁର

ଲାଲୁ ଗୌଡ଼ ହତ୍ୟା ମାମଲାର ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଲାଲୁ ଗୌଡ଼ ହତ୍ୟା ମାମଲାର ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଭଞ୍ଜନଗର,୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁଳସୀପଲ୍ଲୀର ଲାଲୁ ଗୌଡ଼ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ବିଧାନ କୁମାର ଚାନ୍ଦ ୨୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ସେ ୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୋଷୀଙ୍କ ମଧ୍ୟରେ ବ୍ଲକ ଯୁବ ବିଜେଡି ସଭାପତି କୁଲୁ ଭୂୟାଁ ଓ ତାଙ୍କ ଭାଇ ସରପଞ୍ଚ ସୁଜିତ ଭୂୟାଁ ପ୍ରମୁଖ ଅଛନ୍ତି। ୨୦୧୨ ଫେବୃୟାରୀ ୧୬ରେ ଅଭିଯୁକ୍ତମାନେ ଲାଲୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
All Right Reserved By

ଅପରାଧ | ବ୍ରହ୍ମପୁର

ଗୁଳି ଫୁଟାଇ ଲୁଟିନେଲେ ଦେଢ ଲକ୍ଷ

ଗୁଳି ଫୁଟାଇ ଲୁଟିନେଲେ ଦେଢ ଲକ୍ଷ

 ବନ୍ତ,୨୩।୯(ସ.ପ୍ର.): ବାଲେଶ୍ୱର ଜିଲା ଆଗରପଡ଼ା ଥାନା ଅଧୀନରେ ଥିବା ଏକ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କଠାରୁ ଶନିବାର ରାତି ସାଢେ ୧୦ଟାରେ ଗୁଳି ଫୁଟାଇ ଦୁର୍ବୃତ୍ତ ଦେଢ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଲୁଟି ନେଇଛନ୍ତି। 

ବନବିଭାଗ ଓ ପୋଲିସର ମିଳିତ ଚଢାଉ: ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ବନବିଭାଗ ଓ ପୋଲିସର ମିଳିତ ଚଢାଉ: ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ବଡବିଲ,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସାନ୍ତବାହାଳ ଅଞ୍ଚଳରେ ଶନିବାର ରାତିରେ ବନ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଲକ୍ଷାଧିକ ଟଙ୍କାର ଚୋରା ଚାଲାଣ ନିମନ୍ତେ ଗଚ୍ଛିତ ଥିବା ଶାଳ ଓ ପିଆଶାଳର ୯୪ ଖଣ୍ଡ କାଠ ସହ ଦୁଇଟି ବାଇକ ଜବତ କରିଛନ୍ତି।

ଖଡ଼ଗପୁର ଆରପିଏଫ୍‌ ଟାସ୍କ ଫୋର୍ସର ଚଢାଉ: ୫ ଆନ୍ତଃରାଜ୍ୟ ଟ୍ରେନ ଲୁଟେରା ଗିରଫ

ଖଡ଼ଗପୁର ଆରପିଏଫ୍‌ ଟାସ୍କ ଫୋର୍ସର ଚଢାଉ: ୫ ଆନ୍ତଃରାଜ୍ୟ ଟ୍ରେନ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୨୨।୯-ଖଡ଼ଗପୁର ଆରପିଏଫ୍‌ ଅଧୀନ ରୂପ୍‌ସାରୁ ବେଲଦା ମଧ୍ୟରେ ଯାଉଥିବା ଲୋକାଲ ଟ୍ରେନ୍‌ଗୁଡ଼ିକରେ ଦୀର୍ଘଦିନ ହେଲା ଆନ୍ତଃରାଜ୍ୟ ଲୁଟେରାମାନେ ଆତଙ୍କ ଚଳାଇଆସୁଥିଲେ। ସେମାନେ ଯାତ୍ରୀମାନଙ୍କୁ ଭୟଭୀତ କରି ଲୁଟ୍‌ କରୁଥିବା ଅଭିଯୋଗ ହେଉଥିଲା।

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ବ୍ରହ୍ମପୁର ଅଫିସ,୨୨।୯: ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ ଶନିବାର ନବଜାତ ଶିଶୁ କନ୍ୟା ଚୋରି ହୋଇଥିବା ବିଏନ୍‌ପୁର ଥାନାରେ ଅଭିଯୋଗ ହୋଇଛି।

ଲୁଗା ଦୋକାନରୁ ଚୋରି

ଲୁଗା ଦୋକାନରୁ ଚୋରି

ବଡ଼ସାହି,୨୧।୯(ସ୍ବ.ପ୍ର)-ବଡ଼ସାହି ଥାନା ଅଧୀନ ବଡ଼ସାହି-ବେତନଟୀ ରାସ୍ତା କୋଚିଲାଖୁଣ୍ଟାା ଛକରେ ଥିବା ଏକ ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି । 

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ବଲାଙ୍ଗୀର ଅଫିସ, ୨୧।୯: ଗତ ମାର୍ଚ୍ଚମାସରେ ବଲାଙ୍ଗୀର ସହର ସନ୍ନିକଟ ସଦାଇପାଲି-କନ୍ଧପାଲି ରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ମାଡ ମାରି ତାଙ୍କଠାରୁ ୧ଲକ୍ଷ ୭୫ହଜାର ଲୁଟ୍‌ ହୋଇଥିଲା। 

୪୦ ହଜାର ଲାଞ୍ଚ: କନିଷ୍ଠ ସହାୟକ ଗିରଫ

୪୦ ହଜାର ଲାଞ୍ଚ: କନିଷ୍ଠ ସହାୟକ ଗିରଫ

କଟକ ଅଫିସ, ୨୧।୯- ୪୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର  ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଫୁଲବାଣୀ ଜିଲା କନ୍ଧମାଳ ପୌର ପରିଷଦ କାର୍ଯ୍ୟାଳୟର କନିଷ୍ଠ ସହାୟକ ଶରତ ଚନ୍ଦ୍ର ସେଠୀ। 

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଛତ୍ରପୁର,୨୦।୯(ଡି.ଏନ.ଏ)- ଚମାଖଣ୍ଡି ଥାନା ଭିକାରିପଲ୍ଲୀ ପଞ୍ଚାୟତ ନରସିଂହପୁର ଗାଁରେ ୧୭ ତାରିଖରେ ଚାଷ ଜମିରେ ପାଣି ମଡାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର  ଆହତଙ୍କୁ ପୋଲିସ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଚମାଖଣ୍ଡି ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଥିଲା। ଏହାକୁ ଭିତ୍ତିକରି ୨ଟି ମାମଲା (ନଂ. ୯୩/୧୮ ଓ ୯୪/୧୮) ରୁଜୁ ହୋଇଥିଲା। ଗୁରୁବାର ପୋଲିସ ଏହି ମାମଲାରେ ଉଭୟ ଗୋଷ୍ଠୀର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହରିବନ୍ଧୁ ପାତ୍ର, ପ୍ରଫୁଲ ପାତ୍ର ଓ  ନାଗେଶ୍ୱର ପାତ୍ର। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

କେନ୍ଦୁଝର, ୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ପଦନାଠାରେ ପୋଲିସକୁ ମାଡ଼ ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ କେନ୍ଦୁଝର ପୋଲିସ ଗିରଫ କରି ଗୁରୁବାର ଜିଲା କୋର୍ଟକୁ ଚାଲାଣ କରିଛି। ଚାଲାଣ ବେଳେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଥାନା ନିକଟରେ ଭିଡ଼ ଜମାଇଥିଲେ।

ଶାଗୁଆନ କାଠଗଣ୍ଡି ବୋଝେଇ ଗାଡ଼ି ଜବତ, ୪ ଗିରଫ

ଶାଗୁଆନ କାଠଗଣ୍ଡି ବୋଝେଇ ଗାଡ଼ି ଜବତ, ୪ ଗିରଫ

ପୋଲସରା,୨୦।୯(ଡି.ଏନ.ଏ.)- ପୋଲସରା ବନାଞ୍ଚଳ ଜୋକବନ୍ଧ ରେଞ୍ଜ ରାଇପଡ଼ା ଗ୍ରାମସ୍ଥିତ ସ୍କୁଲ ନିକଟରେ ବୁଧବାର ରାତି ପ୍ରାୟ ସାଢେ ୨ଟାରେ ବନବିଭାଗ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ପିକଅପ୍‌ ଭ୍ୟାନ (ନଂ ଓଆର୦୭ଡି-୪୫୨୯) ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି।

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୦।୯:  କୋର୍ଟପେଟାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର ବାଟ ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଅଯୋଧ୍ୟାନଗର ଦ୍ୱିତୀୟ ଲାଇନ୍‌ର ଅନୀଲ କୁମାର ପ୍ରଧାନ ୨ ଲକ୍ଷ ଟଙ୍କା ଜମା କରିବା ନିମନ୍ତେ ବ୍ୟାଙ୍କକୁ ଯାଇଥିଲେ। ମାତ୍ର ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ଅନିଲଙ୍କୁ ଛତ୍ରପୁର ଯିବାକୁ ରାସ୍ତା ପଚାରିଥିଲେ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।