ବ୍ରହ୍ମପୁର

ରୋଲାଣ୍ଡ ଫାର୍ମାସୀ କଲେଜ ବାର୍ଷିକୋତ୍ସବ

ରୋଲାଣ୍ଡ ଫାର୍ମାସୀ କଲେଜ ବାର୍ଷିକୋତ୍ସବ
ବ୍ରହ୍ମପୁର ଅଫିସ,୭।୩: ବ୍ରହ୍ମପୁରସ୍ଥିତ ରୋଲାଣ୍ଡ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ ‘ଏଲିକ୍ସିର୍‌ ୨୦୧୮’ ବୁଧବାର କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ଡିଆଇଜି ଆଶିଷ କୁମାର ସିଂହ ଏହାକୁ ଉଦ୍‌ଘାଟନ କରିଥିଲେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ରାଧାମାଧବ ତ୍ରିପାଠୀ ଏବଂ ବରିଷ୍ଠ ମଧୁମେହ ଏବଂ ଅନ୍ତଃସ୍ରାବୀ ଗ୍ରନ୍ଥୀରୋଗ ବିଷେଶଜ୍ଞ ଡା. ସୁନୀଲ କୁମାର କୋଟା ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉତ୍ସବରେ ଅନୁଷ୍ଠାନର ସଭାପତି ଜେ. ଜୟଲକ୍ଷ୍ମୀ , ନିର୍ଦ୍ଦେଶକ ଡା. ଜେ. ସୂର୍ଯ୍ୟରାଓ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।
All Right Reserved By

ବ୍ରହ୍ମପୁର

ସବୁଜ ବାହିନୀର ଅଭିନବ ପ୍ରଚେଷ୍ଟା: କଣ୍ଟା ଯନ୍ତ୍ରଣାରୁ ବୃକ୍ଷଙ୍କୁ ମୁକ୍ତି

ସବୁଜ ବାହିନୀର ଅଭିନବ ପ୍ରଚେଷ୍ଟା: କଣ୍ଟା ଯନ୍ତ୍ରଣାରୁ ବୃକ୍ଷଙ୍କୁ ମୁକ୍ତି

ବ୍ରହ୍ମପୁର ଅଫିସ,୨୩।୯: ବିଜ୍ଞାପନ ଫଳକ ଲଗାଇବା ହେଉ ଅବା ଅନ୍ୟାନ୍ୟ ବ୍ୟବହାର ହେଉ, ବୃକ୍ଷରେ ଲୁହା କଣ୍ଟା ମରାଯାଇଥାଏ। ଫଳରେ ବୃକ୍ଷରେ କ୍ଷତ ହୋଇଯାଏ ଏବଂ ବୃକ୍ଷ କ୍ରମଶଃ ଦୁର୍ବଳ ହୋଇଯାଏ। ଏପରିକି ବୃକ୍ଷର ଆୟୁଷ ମଧ୍ୟ କମିଯାଏ। ସମୟ ପୂର୍ବରୁ ଭାଙ୍ଗି ଯାଇଥାଏ। ବୃକ୍ଷକୁ କଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। 

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଭଞ୍ଜନଗର,୨୩।୯(ଡି.ଏନ୍‌.ଏ): ଭଞ୍ଜନଗର ଜେଲ ପଡ଼ିଆରେ ଦିନିକିଆ ମୃତୁଞ୍ଜୟ ପ୍ରଧାନ ସ୍ମାରକୀ ଭେଟେରାନ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। 

ନିଖୋଜ ଶିଶୁକନ୍ୟା ଉଦ୍ଧାର

ନିଖୋଜ ଶିଶୁକନ୍ୟା ଉଦ୍ଧାର


ବ୍ରହ୍ମପୁର ଅଫିସ,୨୩/୯: ବ୍ରହ୍ମପୁର ଏମକେସିଜି ମେଡିକଲରୁ ଦୁଇଦିନର ଶିଶୁକନ୍ୟା ଚୋରି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସକୁ ମିଳିଛି ସଫଳତା।

ପ୍ଲାଷ୍ଟିକ ବର୍ଜନ ସଚେତନତା

ପ୍ଲାଷ୍ଟିକ ବର୍ଜନ ସଚେତନତା

ବ୍ରହ୍ମପୁର ଅଫିସ, ୨୩।୯:ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଏନଜିଓ ହଲ ସମ୍ମୁଖରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। 

ବିଏମ୍‌ସି ୫ ନଂ. ୱାର୍ଡ: ୩୧ ହିତାଧିକାରୀଙ୍କୁ ରାଜୀବ ଆବାସ ଗୃହ ପ୍ରଦାନ

ବିଏମ୍‌ସି ୫ ନଂ. ୱାର୍ଡ: ୩୧ ହିତାଧିକାରୀଙ୍କୁ ରାଜୀବ ଆବାସ ଗୃହ ପ୍ରଦାନ

ବ୍ରହ୍ମପୁର ଅଫିସ,୨୩।୯- ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଶନିବାର ୫ ନଂ ୱାର୍ଡ ଅନ୍ତର୍ଗତ ନୀଳାଦ୍ରିବିହାରଠାରେ ନିର୍ମିତ ରାଜୀବ ଆବାସ ଗୃହ ହସ୍ତାନ୍ତର କରାଯାଇଛି । ନୀଳାଦ୍ରିବିହାର, ସୋମନାଥ ନଗର, ତ୍ରିନାଥ ନଗର ୩୧ ହିତାଧିକାରୀଙ୍କୁ ନିଳାଦ୍ରୀବିହାର ମୁଖ୍ୟରାସ୍ତା 

ନର୍ସିଂ ହୋମ୍‌ରୁ ଚୋରି

ନର୍ସିଂ ହୋମ୍‌ରୁ ଚୋରି

ବ୍ରହ୍ମପୁର ଅଫିସ୍‌,୨୩।୯-ବ୍ରହ୍ମପୁର ଗାନ୍ଧୀନଗର ଛକରେ ଥିବା ଏକ ନର୍ସିଂ ହୋମରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ରଙ୍ଗନାଥନ୍‌ ଅର୍ଥୋ ନର୍ସିଂ ହୋମ୍‌ କବାଟ ଭାଙ୍ଗି ପଶିଥିଲେ। 

ଫସଲ ବୀମା ଅଗ୍ରଗତି ସମୀକ୍ଷା,ଗାଡିରୁ ଓହ୍ଲାଉ ନାହାନ୍ତି ଅଧିକାରୀ

ଫସଲ ବୀମା ଅଗ୍ରଗତି ସମୀକ୍ଷା,ଗାଡିରୁ ଓହ୍ଲାଉ ନାହାନ୍ତି ଅଧିକାରୀ

ଛତ୍ରପୁର,୨୩।୯(ଡି.ଏନ.ଏ)- ରାଜ୍ୟ ସରକାର କୃଷିକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଜିଲା ପ୍ରଶାସନ ମଧ୍ୟ ସେହି ଅନୁପାତରେ କୃଷି ଓ କୃଷକଙ୍କ ପ୍ରତି ଉତ୍ସର୍ଗୀକୃତ ଭାବେ କାମ କରିବ। ଧାନ ଚାଷ, ଉଦ୍ୟାନ କୃଷି, ଗୋପାଳନ ଏବଂ ମତ୍ସ୍ୟ ଚାଷ ଚାଲିଛି।

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

ଛତ୍ରପୁର,୨୩।୯(ଡି.ଏନ.ଏ.)- ବିଭିନ୍ନ ଦାବି ନେଇ ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା (ଆଇଆରଇ) ପ୍ଲାଣ୍ଟର କାର୍ଯ୍ୟ ବନ୍ଦ କରିବା ପ୍ରସଙ୍ଗରେ ୧୨ ଜଣ ଆନ୍ଦୋଳନକାରୀ ଶନିବାର ଛତ୍ରପୁର ସିନିୟର ଡିଭିଜନ୍‌ ସିଭିଲ କୋର୍ଟରେ ହାଜର ହୋଇଥିଲେ ।

ବାଘୁଆ ଜଳ ଭଣ୍ଡାରର ୪ ଗେଟ୍‌ ଖୋଲିଲା

ବାଘୁଆ ଜଳ ଭଣ୍ଡାରର ୪ ଗେଟ୍‌ ଖୋଲିଲା

ବୁଗୁଡ଼ା,୨୨।୯(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ମତାଝରି ନିକଟସ୍ଥ ବାଘୁଆ ଜଳ ଭଣ୍ଡାରରୁ ଶନିବାର ସକାଳ ୭ଟା ୧୫ରେ ସ୍ପିଲୱେର ୪ଟି ଗେଟ ଖୋଲାଯାଇ ବାଘୁଆ ନଦୀରେ ବନ୍ୟା ଜଳ ଛଡ଼ାଯାଇଛି। ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବାଘୁଆ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁ ଓ ଡ୍ୟାମର ସହକାରୀ ଯନ୍ତ୍ରୀ କାଳୀ ଚରଣ ହୋତାଙ୍କ ଉପସ୍ଥିତିରେ ବାଘୁଆ ଜଳ ଭଣ୍ଡାରରୁ ୪ଟି ଗେଟ ଖୋଲାଯାଇଛି।

ମାଲେସିଆରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ମାଲେସିଆରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

କୋଦଳା/ବେଗୁନିଆପଡା,୨୨।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କୋଦଳା ଥାନା ବାଦର୍ଖପଲ୍ଲୀ ଗ୍ରାମର ଜଣେ ଶ୍ରମିକଙ୍କ ମାଲେସିଆରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ସନ୍ତୋଷ ଆଚାରୀ(୨୪)।

ଧରାକୋଟ ବ୍ଲକରେ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ଧରାକୋଟ ବ୍ଲକରେ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ଧରାକୋଟ,୨୨।୯(ଡି.ଏନ୍‌.ଏ.)- ଧରାକୋଟସ୍ଥିତ ଅନନ୍ତ ନାରାୟଣ ମହାବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ବାଇକ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ବାଇକ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ଦିଗପହଣ୍ଡି/ପାଟପୁର,୨୨।୯(ଡି.ଏନ.ଏ.)- ଦିଗପହଣ୍ଡି-ତପ୍ତପାଣି ମୁଖ୍ୟରାସ୍ତାର କଂସାମାରି ଗ୍ରାମ ଭାଲିଆ ଛକରେ ୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚୁଡୁଙ୍ଗପୁର ଗ୍ରାମର ଗୋପାଳକୃଷ୍ଣ ମିଶ୍ର (୩୨)। ଆହତମାନେ ହେଲେ ଗଜପତି ଜିଲା ମୋହନା ଥାନା ବେତରସିଂ ଗ୍ରାମର ପୀତାମ୍ବର ସାହୁ, ଲକ୍ଷ୍ମୀ ସାହୁ ଓ ତପସ୍ବିନୀ ସାହୁ।